Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗାନ୍ଧୀ ହତ୍ୟାକୁ ସ୍ଵୀକାର କରିବାରେ ଓଡିଶା ସରକାରଙ୍କର ଏତେ ଭୟ କାହିଁକି?
ବିଶେଷ ଖବର

ଗାନ୍ଧୀ ହତ୍ୟାକୁ ସ୍ଵୀକାର କରିବାରେ ଓଡିଶା ସରକାରଙ୍କର ଏତେ ଭୟ କାହିଁକି?

November 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗାନ୍ଧୀ ହତ୍ୟାକୁ ସ୍ଵୀକାର କରିବାରେ ଓଡିଶା ସରକାରଙ୍କର ଏତେ ଭୟ କାହିଁକି?

ସମୀକ୍ଷା ବ୍ୟୁରୋ

ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଲଜ୍ଜା ଲାଗିବା କଥା, କାରଣ ଏହା ଭାରତର ସବୁଠୁ ଜଘନ୍ୟ ହତ୍ୟାକାଣ୍ଡକୁ ଏକ “ଆକସ୍ମିକ ଘଟଣାକ୍ରମ” ବୋଲି କହିଛି। ଏକଥା କହିବାର ଅଧିକାର ଗଣଶିକ୍ଷା ବିଭାଗକୁ ଦେଲା କିଏ? ଆଜି ଯାଏ ଆମେ ପଢି ଆସୁଥିଲୁ ୩୦, ଜାନୁଆରୀ, ୧୯୪୮ ରେ ନାଥୁରାମ ଗଡସେ ନାମକ ଜଣେ ଆତତାୟୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲା। ଆଜି ଓଡିଶା ସରକାର କହୁଛନ୍ତି- “୩୦, ଜାନୁଆରୀ,୧୯୪୮ରେ ଦିଲ୍ଲୀ ବିରଳା ଭବନରେ ଏକ ଆକସ୍ମିକ ଘଟଣାକ୍ରମେ ଗାନ୍ଧୀଜୀଙ୍କର ଦେହାବସାନ ହୋଇଥିଲା।” ଇତିହାସକୁ ବିକୃତ କରି ଗାନ୍ଧୀ ହତ୍ୟା ପ୍ରସଙ୍ଗକୁ ଓଡିଶା ସରକାର ପିଲାଙ୍କ ପାଖରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି କାହିଁକି?

ଗୋଟେ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଅହିଂସା” କୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଦାବି କରୁଛନ୍ତି ଓ ଗାନ୍ଧୀଙ୍କ ବାଣୀ ଓ ବିଚାର ଉପରେ ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି, ହେଲେ ତାଙ୍କ ସରକାର ଗାନ୍ଧୀଜୀଙ୍କ ଜୀବନୀକୁ ବିକୃତ କରି ଛାତ୍ରଛାତ୍ରୀଙ୍କୁ ପଢିବାକୁ ଦେଉଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଥି ପାଇଁ କେବଳ ନିନ୍ଦିତ ହେଲେ ଚଳିବ ନାହିଁ, ଯେଉଁମାନେ ଏଥିପାଇଁ ଦାୟୀ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।

ଅନେକ ସମୟରେ ବିଜେପି ଶାସିତ ରାଜ୍ୟଗୁଡିକରେ ଗାନ୍ଧୀଙ୍କ ଜୀବନୀକୁ ବିକୃତ କରି ପଢାଇବାର ଉଦାହରଣ ରହିଛି। ଗୁଜରାଟ ସରକାରଙ୍କ ବହିରେ ଗାନ୍ଧୀ ଆତ୍ମହତ୍ୟା କରିଥିଲେ ବୋଲି ଲେଖା ଯାଇଥିଲା। ତେବେ ଓଡିଶାରେ ବିଜେପି ସରକାର ଚାଲିଛି କି? ଗାନ୍ଧୀଙ୍କ ଅନୁଗାମୀ ବୋଲି କହୁଥିବା ବିଜେଡି ଗାନ୍ଧୀ ବିଚାରକୁ ନେଇ ବିକୃତ ତଥ୍ୟ ପ୍ରସାରିତ କରୁଛି କାହିଁକି?

ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାର ବହୁ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ତେବେ ସେସବୁ ଆୟୋଜନ ଏ ପ୍ରକାର ବିକୃତି ଯୋଗୁଁ ଫିକା ପଡିଯାଇଛି। ଏହା ସହିତ ସାମାଜିକ ଉତ୍ସବ ଗୁଡିକରେ ମଦ ବିକ୍ରି କରିବା ଲାଗି ରାଜ୍ୟ ସରକାର ଅନୁମତି ଦେବା ପ୍ରସଙ୍ଗକୁ ମଧ୍ୟ, ଗାନ୍ଧୀଙ୍କ ଜନ୍ମର ୧୫୦ ବର୍ଷରେ ଏକ ଶ୍ରଦ୍ଧାଞ୍ଜଳି ବୋଲି ଆମେ ଭାବିବା କି? ବାପୁଙ୍କ ଜୀବନରେ ନିଶା ନିବାରଣ ଏକ ପ୍ରମୁଖ ଲକ୍ଷ୍ୟ ଥିଲା। ଅନ୍ତତଃ ଏକଥା ରାଜ୍ୟ ସରକାର ଜାଣି ନାହାନ୍ତି ବୋଲି ଆମେ କହିପାରିବା ନାହିଁ।

ବାପୁଙ୍କ ପ୍ରତି ରାଜ୍ୟ ସରକାର ଏ ପ୍ରକାର ଆଭିମୁଖ୍ୟ ରଖିବା ଅତ୍ୟନ୍ତ ନିନ୍ଦନୀୟ।

 

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Latest News

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.