Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ଯଦି ସତୀପ୍ରଥା ଥାଆନ୍ତା, ତାହେଲେ ତାକୁ ଉଠାଇବାକୁ ବୋଧହୁଏ ମାନ୍ୟବର ସୁପ୍ରିମ କୋର୍ଟ ବାରମ୍ବାର ବିଚାର ଓ ସମୀକ୍ଷା ହିଁ କରୁଥାନ୍ତେ!!
ବିଶେଷ ଖବର

ଆଜି ଯଦି ସତୀପ୍ରଥା ଥାଆନ୍ତା, ତାହେଲେ ତାକୁ ଉଠାଇବାକୁ ବୋଧହୁଏ ମାନ୍ୟବର ସୁପ୍ରିମ କୋର୍ଟ ବାରମ୍ବାର ବିଚାର ଓ ସମୀକ୍ଷା ହିଁ କରୁଥାନ୍ତେ!!

November 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଯଦି ସତୀପ୍ରଥା ଥାଆନ୍ତା, ତାହେଲେ ତାକୁ ଉଠାଇବାକୁ ବୋଧହୁଏ ମାନ୍ୟବର ସୁପ୍ରିମ କୋର୍ଟ ବାରମ୍ବାର ବିଚାର ଓ ସମୀକ୍ଷା ହିଁ କରୁଥାନ୍ତେ!!

କେଦାର ମିଶ୍ର

ରକ୍ଷା ହୋଇଛି, ୪, ଡିସେମ୍ବର, ୧୮୨୯ରୁ ଭାରତରେ ସତୀପ୍ରଥାର ବିଲୋପ ଘଟିଛି। ଯଦି ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଲର୍ଡ ଉଇଲିୟମ ବେଣ୍ଟିକ ଏ ପ୍ରଥାକୁ ଉଚ୍ଛେଦ କରିନଥାନ୍ତେ, ତାହେଲେ ଆଜି ଏହାର ନିରାକରଣ ପାଇଁ ଆମକୁ ସୁପ୍ରିମ କୋର୍ଟରେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥାନ୍ତା। ସବରିମାଳା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ଅଧିକାରକୁ ନେଇ ଗତକାଲି ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପଢିଲା ପରେ, ଆମ ମନରେ ଏଇ କଥାଟି ପ୍ରଥମେ ଆସୁଛି। ଗତ ୩୦ ବର୍ଷ ଧରି ସବରିମାଳା ମନ୍ଦିରରେ ପ୍ରବେଶ ଅଧିକାର ପାଇବାକୁ ଇଣ୍ଡିଆନ ୟଙ୍ଗ ଲୟର୍ସ ଆସୋସିଏସନ ସଂଘର୍ଷ କରୁଛି। ଗତ ୨୮, ସେପ୍ଟେମ୍ବର,୨୦୧୮ରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ ଖଣ୍ଡପୀଠ ସବରିମାଳା ମନ୍ଦିରରେ ଯେ କୌଣସି ବୟସର ମହିଳା ପ୍ରବେଶ କରିପାରିବେ ବୋଲି ରାୟ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ଏହି ରାୟ ବିରୋଧରେ ଦକ୍ଷିଣପନ୍ଥୀ ହିନ୍ଦୁ ସଂଗଠନ ଓ ଶାସକ ବିଜେପି ପ୍ରବଳ ଅସନ୍ତୋଷ ସୃଷ୍ଟି କରିବାର ଉଦ୍ୟମ କରିଥିଲେ। ପରବର୍ତ୍ତୀ ସମୟରେ ଏହି ରାୟର ସମୀକ୍ଷା ଲାଗି ପୁଣି ଥରେ ସୁପ୍ରିମ କୋର୍ଟ ରାଜି ହୋଇଥିଲେ। ଗତକାଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟର ସମୀକ୍ଷା ଲାଗି ଏକ ସାତଜଣିଆ ଖଣ୍ଡପୀଠ ଗଠନ କରିବାକୁ ସୁପାରିଶ କରିଛନ୍ତି।

ସବରିମାଳା ରାୟର ସମୀକ୍ଷା ଲାଗି ଗତକାଲି ଯେଉଁ ଖଣ୍ଡପୀଠ ତାଙ୍କର ରାୟ ଶୁଣାଇଛନ୍ତି, ସେଥିରେ କେବଳ ମୁଖ୍ୟ  ବିଚାରପତିଙ୍କୁ ବାଦଦେଲେ ବାକି ଚାରିଜଣ ବିଚାରପତି ସେପ୍ଟେମ୍ବର ୨୦୧୮ ଖଣ୍ଡପୀଠରେ ସାମିଲଥିଲେ। ପୁରୁଣା ରାୟରେ ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ରୋହିନତନ ନରିମାନ,  ଜଷ୍ଟିସ ଏ.ଏମ.ଖନୱାଲିକର, ଜଷ୍ଟିସ ଧନଞ୍ଜୟ ଚନ୍ଦ୍ରଚୁଡ ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଦସ୍ତଖତ କରିଥିଲେ। ସେଥିରେ କେବଳ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ରାୟରେ ନିଜର ଅସହମତି ପ୍ରକାଶ କରିଥିବା ବେଳେ ବାକି ଚାରିଜଣ ବିଚାରପତି ସହମତିରେ ରାୟ ଦେଇଥିଲେ। ଏହାର ଠିକ ୧୪ ମାସ ପରେ ଗତକାଲି ଯେଉଁ ରାୟ ଆସିଲା, ସେଥିରେ ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ନରିମାନ ନିଜର ପୁରୁଣା ମତ ବଦଳାଇ ନଥିବା ବେଳେ ଜଷ୍ଟିସ ଖନୱାଲିକର ତାଙ୍କର ମତ ପରିବର୍ତ୍ତନ କରିଛନ୍ତି। ଟିକେ ସରଳ ଭାଷାରେ କହିଲେ, ଜଷ୍ଟିସ ଖନୱାଲିକର ୨୦୧୮ରେ ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ସହିତ ରହିଥିବା ବେଳେ ଆଜି ମଧ୍ୟ ମୁଖ୍ୟ ବିଚାରପତିଙ୍କ ସହ ରହିଛନ୍ତି। ଯଦିଓ ଉଭୟ ମୁଖ୍ୟ ବିଚାରପତିଙ୍କ ମତ ପୂରାପୂରି ଅଲଗା। ଏହା ଆମ ନ୍ୟାୟ ବ୍ୟବସ୍ଥାର ନୈତିକତା ଉପରେ ପ୍ରଶ୍ନଚିହ୍ନ ଲଗାଉ ନାହିଁକି?

ଏହି ଘଟଣାରେ ସମ୍ବିଧାନର ଧାରା ୨୫ ଓ ୨୬ର ବ୍ୟାପକ ସମୀକ୍ଷା ହେବା ଦରକାର ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି। ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସହିତ ବିଭିନ୍ନ ଦରଘାରେ ମୁସଲମାନ ମହିଳାଙ୍କ ପ୍ରବେଶ ଅଧିକାର, ଅନ୍ୟ ଧର୍ମରେ  ବିବାହିତା ଫାର୍ସି ମହିଳାଙ୍କ ଅଧିକାର ଓ ଦାଉଦି ବୋହୋରା ସମ୍ପ୍ରଦାୟର ଅମାନବୀୟ ନାରୀ ଅଙ୍ଗ ଛେଦନ ଭଳି ବ୍ୟବସ୍ଥାକୁ ଏକାଠି ବିଚାର କରିବାକୁ ଏକାଠି ବିଚାର କରିବାକୁ ଜଷ୍ଟିସ ଗୋଗୋଇ କହିଛନ୍ତି। ଜଷ୍ଟିସ ଗୋଗୋଇଙ୍କ ମତ ସହିତ ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ନରିମାନ ଏକମତ ହୋଇ ନାହାନ୍ତି। ଆସ୍ଥା ଓ ବିଶ୍ଵାସ ଆଳରେ ସମ୍ବିଧାନ ବିରୋଧୀ ବିଚାରକୁ ପ୍ରୋତ୍ସାହନ ଦେବା ଗଣତନ୍ତ୍ର ପାଇଁ ସବୁଠୁ ବଡ ବିବାଦ। ଲିଙ୍ଗଗତ ବୈଷମ୍ୟ ବିରୋଧୀ ଯେକୌଣସି ଧାର୍ମିକ ପ୍ରଥା ନ୍ୟାୟିକ ସ୍ଵୀକୃତି ପାଇବା ଉଚିତ ନୁହେଁ। ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ବରେ ଏ କ୍ଷେତ୍ରରେ ଯେଉଁ ଐତିହାସିକ ରାୟ ଆସିଥିଲା, ତାକୁ ଝୁଲାଇ ରଖି ଆମର ସାମ୍ବିଧାନିକ ବ୍ୟବସ୍ଥା ଉପରେ ଆମେ ଏକ ବଡ ପ୍ରଶ୍ନଚିହ୍ନ ଲଗାଇ ଦେଇଛୁ।

ସବରିମାଳା ପ୍ରସଙ୍ଗରେ ଆମେ କେବଳ ଏତିକି ଭାବୁଛୁ ଯେ, ଯଦି ମନ୍ଦିର ଭିତରେ ମହିଳାଙ୍କ ପ୍ରବେଶ ପ୍ରଥା ବିରୋଧୀ, ତାହେଲେ ସେଇ ପ୍ରଥା ଓ ପରମ୍ପରାର ଦୁହାଇ ଦେଇ ଜାତି ବ୍ୟବସ୍ଥା ଭାରତରେ ଚାଲିଥିଲା। ସେଇ ପ୍ରଥା ଅନୁଯାୟୀ କୋଟି କୋଟି ଲୋକଙ୍କୁ ଅସ୍ପୃଶ୍ୟ କରି ରକ୍ଷା ଯାଇଥିଲା ଓ ସେମାନଙ୍କୁ ମନ୍ଦିର ପ୍ରବେଶ ଅଧିକାର ମିଳି ନଥିଲା। ଆଜି ତାକୁ ଆସ୍ଥା, ବିଶ୍ଵାସ ଓ ପରମ୍ପରା ଆଳରେ ପୁଣିଥରେ ଉଜ୍ଜୀବିତ କରା ଯାଇ ପାରିବ କି? ସତୀପ୍ରଥା ଭଳି ନିର୍ମମ ଅମାନବୀୟ ବ୍ୟବସ୍ଥାକୁ କୌଣସି ହିନ୍ଦୁ ରାଜା ବିରୋଧ କରୁ ନଥିଲେ। ପ୍ରଥମ ଥର ଲାଗି ମୋଗଲ ଶାସକ ହୁମାୟୂନ ଓ ତାଙ୍କ ପରେ ଆକବର ଏହି ପ୍ରଥାକୁ ବିରୋଧ କରିଥିଲେ। ପରିଶେଷରେ ରାଜା ରାମମୋହନ ରାୟଙ୍କ ଦାବି କ୍ରମେ ଲର୍ଡ ଉଇଲିୟମ ବେଣ୍ଟିକ ଏହି ପ୍ରଥାର ଉଚ୍ଛେଦ କରିଥିଲେ। ଆଜି ଯଦି ରାମମୋହନ ରାୟ ଏହି ମାମଲା ଲଢୁଥାନ୍ତେ, ତାହେଲେ ତାଙ୍କୁ ବୋଧେ ସୁପ୍ରିମ କୋର୍ଟଙ୍କ ଦୁଆରରେ ଜୀବନ ବିତାଇବାକୁ ପଡିଥାନ୍ତା।

ସାମ୍ବିଧାନିକ ନୈତିକତା ଆଗରେ ତଥାକଥିତ ଧାର୍ମିକ ନୈତିକତାକୁ ଗୁରୁତ୍ଵ ଦେଇ ମାନ୍ୟବର ସୁପ୍ରିମ କୋର୍ଟ ଏକ ଭୟଙ୍କର ପରମ୍ପରା ସୃଷ୍ଟି କରିଛନ୍ତି। ଏହା ଆମର ରକ୍ଷଣଶୀଳ ଓ ରୁଢିବାଦୀ ବିଚାରକୁ ଅଧିକ ମଜବୁତ କରିବା।

Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 13, 2026

‘ଅପରେସନ ସିନ୍ଦୁର ଏବେ ବି ଚାଲିଛି, ଦୁଃସାହସ କଲେ…’: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ସେନା ମୁଖ୍ୟ

January 13, 2026

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026
Latest News

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.