Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହାପି ବାର୍ଥ ଡେ’ ସୁସ୍ମିତା ସେନ୍‌ : ଭାରତର ପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ
ବିଶେଷ ଖବର

ହାପି ବାର୍ଥ ଡେ’ ସୁସ୍ମିତା ସେନ୍‌ : ଭାରତର ପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ

November 19, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ଙ୍କ ଆଜି ହେଉଛି ୪୪ତମ ଜନ୍ମଦିବସ ।  ୧୯୭୫ ମସିହାର ଆଜିର ଦିନରେ ହାଇଦ୍ରାବାଦଠାରେ ଜନ୍ମଗ୍ରହଣ କରିଥିଲେ ସୁସ୍ମିତା । ୪୪ ବର୍ଷରେ ପାଦ ଦେଇଥିଲେ ବି ଆଜି ଯାଏଁ କୁଆଁରୀ ରହିଛନ୍ତି ।  ବିବାହ କରିନଥିଲେବେଳେ ଦୁଇଟି କନ୍ୟା ସନ୍ତାନର ମା’ ହେଉଛନ୍ତି ସୁସ୍ମିତା। ବଲିଉଡ୍‌ର ସିଙ୍ଗଲ୍‌ ମଦର୍‌ ଭାବରେ ସୁସ୍ମିତା ବେଶ୍‌ ପରିଚିତା । ନିଜ ହିସାବରେ ନିଜ ଜୀବନକୁ ଜୀଇଁବାରେ ବିଶ୍ବାସ କରନ୍ତି ସୁସ୍ମିତା ।  ୧୯୯୪ ମସିହାରେ ଭାରତର ପ୍ରଥମ ସୁନ୍ଦରୀ ଭାବେ ବ୍ରହ୍ମାଣ୍ଡ ସୁନ୍ଦରୀର ମୁକୁଟ ଜିିତିଥିଲେ । ମାତ୍ର ୧୮ ବର୍ଷ ବୟସରେ ସୁସ୍ମିତା ଏହି ଟାଇଟଲର ବିଜୟିନୀ ହୋଇଥିଲେ । ଏହାପରେ ସେ ବଲିଉଡ୍‌ର ଏଣ୍ଟ୍ରି କରିଥିଲେ ।କିନ୍ତୁ ଦୀର୍ଘ ସମୟ ଧରି ଏହି ଅଭିନେତ୍ରୀ ଜଣକ ରୂପେଲି ପରଦାରୁ ଦୂରରେ ରହିଛନ୍ତି । ରୂପେଲି ପରଦାଠୁ ଦୂରରେ ରହିଲେ ମଧ୍ୟ ସେ ତାଙ୍କ ଲାଇଫ୍‌ଷ୍ଟାଇଲ୍‌ ଓ ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଆଜି ବି ତାଙ୍କୁ ବିଭିନ୍ନ ରାମ୍ପ୍‌ ଶୋ’ରେ ଦେଖିବାକୁ ମିଳୁଛି ।

୧୯୯୬ରେ ‘ଦସ୍ତକ୍‌’ ଜରିଆରେ ବଲିଉଡ୍‌ ଏଣ୍ଟ୍ରି କରିଥିଲେ ସୁସ୍ମିତା ।  ପରେ ପରେ ସେ ‘ସିର୍ଫ ତୁମ୍‌’, ‘ବିବି ନଂ ଓ୍ବାନ୍‌’, ଆଖେଁ, ମୈଁ ହୁଁ ନା’, ‘ମୈନେ ପ୍ୟାର୍‌ କ୍ୟୁ କିୟା’ ଆଦି ଫିଲ୍ମରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ପାଇଥିଲେ ।

କିନ୍ତୁ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ଏହି ଅଭିନେତ୍ରୀ ଜଣକ । ନିଜଠାରୁ ୧୫ ବର୍ଷ ସାନ ମଡେଲ୍‌ ରୋହମନ୍‌ ଶୋଲେଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚିତ । ସୁସ୍ମିତା ସମ୍ପର୍କକୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ । କେବଳ ଗୋଟିଏ ଦୁଇଟି ନୁହେଁ ତାଙ୍କ ଜୀବନରେ ଅନେକ ଆସିଛନ୍ତି । ପ୍ରେମ ବ୍ୟାପାରରେ ସୁସ୍ମିତା ବଲିଉଡ୍‌ରେ ସବୁବେଳେ ଚର୍ଚ୍ଚାରେ ।  ବଲିଉଡ୍‌ର ଲୋକପ୍ରିୟ ନିର୍ମାତା ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଓ ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ ରହିଥିଲା । ବିକ୍ରମ ଭଟ୍ଟଙ୍କ ସମ୍ପର୍କ ରହିଥିବାବେଳେ ସେତେବେଳେ ବିକ୍ରମ ୨୭ ବର୍ଷର ଥିବାବେଳେ ସୁସ୍ମିତା ୨୦ ବର୍ଷରେ ଥିଲେ । ସେହିପରି ଲୋକପ୍ରିୟ ଅଭିନେତା ରଣଦୀପ୍‌ ହୁଡ୍ଡାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଉଠିଥିଲା । ସେହି ସମୟରେ ତାଙ୍କୁ ରଣଦୀପ୍‌ଙ୍କ ସହ ବହୁ ଜାଗାରେ ସ୍ପଟ କରାଯାଇଥିଲା । କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା ।

ପରେ ପରେ ରିତିକ୍‌ ଭାସିନ୍‌, ବଣ୍ଟି ସଜଦେହ, ସଞ୍ଜୟ ନାରଙ୍ଗ, ଶବୀର ଭାଟ୍ଟିଆ, ଇମ୍‌ତିଆଜ୍‌ କ୍ଷତ୍ରୀ, ମୁଦସସର ଅଜିତ୍‌, ଓ୍ବାସିମ୍‌ ଆକ୍ରାମ୍‌, ମାନବ ମେନନ ଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା ବୋଲି ଚର୍ଚ୍ଚା ରହିଥିଲା । ସୁସ୍ମିତା ତାଙ୍କ କ୍ୟାରିଅରର ଆରମ୍ଭରେ ପ୍ରଥମ ଝିଅ ରେନିଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ । ପରେ ପରେ ଆଉ ଜଣେ ଝିଅ ଅଲିଶାକୁ ବି ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.