Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନାୟିକାର ନାମ ମଣିମାଳା, ଓଡିଆ ସିନେମାରେ ପୁରୁଣା ପରୀ ରାଇଜର ନାୟିକା
ବିଶେଷ ଖବର

ନାୟିକାର ନାମ ମଣିମାଳା, ଓଡିଆ ସିନେମାରେ ପୁରୁଣା ପରୀ ରାଇଜର ନାୟିକା

November 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Profile of Manimala Odia film actress

କେଦାର ମିଶ୍ର

ଯେଉଁମାନେ ଓଡିଆ ଥିଏଟର୍ ଓ ସିନେମାର ଇତିହାସ ସହ ଜଡିତ ସେମାନଂକ ପାଇଁ ମଣିମାଳା ଦେବୀ ହୁଏତ ଏକ ପରିଚିତ ନାମ, ହେଲେ ଆଜିର ମିଲେନିଆଲ ଓଡିଆମାନେ କଣ ଜାଣନ୍ତି ସେ କିଏ?  ସେ ଥିଲେ ପଚାଶରୁ ସତୁରୀ ଦଶକ ଭିତରେ ପ୍ରସିଦ୍ଧ ଅନ୍ନପୂର୍ଣ୍ଣା  ଥିଏଟର୍ ର ମହାନାୟିକା।   ୧୯୬୦ ରୁ ପ୍ରାୟ ପଚାଶ ବର୍ଷ ଧରି ଓଡିଆ ସିନେମାରେ ଓ ୧୯୩୭ ରୁ ୧୯୬୦, ପ୍ରାୟ ୨୩ ବର୍ଷ ପେଶାଦାର ଥିଏଟର୍ ରେ ମଣିମାଳା ଦେବୀଙ୍କ ଯାଦୁକରୀ ଅଭିନୟ ଦର୍ଶକଂକୁ  ବାନ୍ଧି ରଖିଥିଲା।  ସେ ଥିଲେ ଗୋଟେ ଯୁଗର ନାୟିକା। ଯେଉଁ ସମୟରେ ଓଡିଆ ଝିଅ ଘରର ଏରୁଣ୍ଡି ଟପିବା ଅସମ୍ଭବ ଥିଲା, ସେଇ ସମୟରେ ସାତ ବର୍ଷର ବାଳିକା ମଣିମାଳା ରଂଗମଂଚର ମୋହରେ ଘର ଛାଡ଼ି ମଂଚକୁ ସବୁଦିନ ଲାଗି ନିଜର ଜୀବନ ଭାବେ ବରଣ କରିନେଇଥିଲେ।  ଓଡିଆ ସିନେମାର ଏହି ମହାନାୟିକାଂକ କଳା ଓ ଜୀବନକୁ ନେଇ କିଛି କଥା-

୧.  ମଣିମାଳା ଦେବୀ,୧୯ ,ଜୁନ୍ ୧୯୩୧ ରେ କଟକ ଜିଲ୍ଲା ବାଲିବିସି ଗାଁ ରେ ଜନ୍ମ ଗ୍ରହଣ କରିଥିଲେ।  ମାତ୍ର ସାତ ବର୍ଷ ବୟସ ରେ ସେ ଆସିଥିଲେ ଓଡିଶା ଇତିହାସରେ ରଂଗମଂଚର ସୁବର୍ଣ ଅଧ୍ୟାୟ ସୃଷ୍ଟି କରିଥିବା ଅନ୍ନପୁର୍ନା ରଂଗମଂଚ- ଏ କୁ।  ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ସ୍ବର୍ଗତ ଦୁର୍ଲଭ ଚନ୍ଦ୍ର ସିଂ ତାଂକ ଆତ୍ମ ଜୀବନୀ ରେ ଲେଖନ୍ତି- “ ୧୯୩୯ ମସିହାରେ ବାଉରୀବନ୍ଧୁ ବାବୁ ପ୍ରଥମ କରି କେତୋଟି ଅଭିନେତ୍ରୀ ଆଣି ଅନୁଷ୍ଠାନରେ ରଖାଇଲେ।  ଶ୍ରୀମତୀ କାନନବାଲା, ରାଧାରାଣୀ, ପ୍ରତିମା ବୋଷ୍ ଓ ବୁଦ୍ଧିମତୀ କେତୋଟି ଝିଅଂକୁ ଆଣି ସେମାନଂକ ସହିତ ପୁଅ ପିଲାଂକୁ ସ୍ତ୍ରୀ ସଜାଇ ନାଟକ ମାନ ମଂଚସ୍ଥ କରାଗଲା।  ତାହାପରେ କ୍ରମେ ଏହି ଅନୁଷ୍ଠାନରେ ଯୋଗଦେଲେ ଆହୁରି କେତୋଟି ଝିଅ।ସେମାନେ ହେଲେ-  ସରସ୍ବତୀ,ହୀରା,ରତ୍ନା,ପ୍ରମିଳା,ନିର୍ମଳା, ଭାନୁମତୀ,ଲକ୍ଷ୍ମୀ,ବାସନ୍ତୀ,ପୂର୍ଣ୍ଣିମା ଓ ମଣିମାଳା.” ଏଇଠୁ ଆରମ୍ଭ ହୁଏ ମଣିମାଳା ଦେବୀଙ୍କ ଦୀର୍ଘ କାଳୀନ ତପସ୍ୟା।

୨. ଅନ୍ନପୂର୍ଣ୍ଣା- ଏ ର ପ୍ରଖ୍ୟାତ ନାଟକ ଚଂଡାଳୁଣୀ, ଜାନକୀ, ଚଷା ଝିଅ, କଳା ପାହାଡ, ମୁକ୍ତି, କୋଣାର୍କ ଇତ୍ୟାଦିରେ ମଣିମାଳା ଦେବୀ ଅଭିନୟର ସୁଯୋଗ ପାଇଥିଲେ।  ତେବେ ଶ୍ରୀ ଜୟଦେବ ନାଟକରେ ତାଂକର ଅଭିନୟ ଏକ ନୁଆ ଅଧ୍ୟାୟ ସୃଷ୍ଟି କରିଥିଲା।  ମଣିମାଳା ଦେବୀ ସେତେବେଳେ ଅଭିନୟ ଜଗତରେ ଏକ ପ୍ରଖ୍ୟାତ ତାରକା ପାଲଟି ଗଲେ।  ଓଡିଆ ମଧ୍ୟବିତ୍ତଙ୍କ ମନୋରଂଜନ ର ଏକମାତ୍ର ମାଧ୍ୟମ ଭାବରେ ସେତେବେଳର ପେଶାଦାର ରଂଗମଂଚ ଇତିହାସ ସୃଷ୍ଟି କରିଥିଲା।  ସେ ଇତିହାସରେ ମଣିମାଳା ଦେବୀ ଏକ ଅମ୍ଲାନ ସ୍ବାକ୍ଷର ।

୩. ୧୯୬୦ ମସିହାରେ ପ୍ରଥମଥର ଲାଗି ମଣିମାଳା ଦେବୀ “ଶ୍ରୀ ଲୋକନାଥ” ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ।  ସେହି ବର୍ଷ ଏହି ଚିତ୍ରଟି ରାଷ୍ଟ୍ରପତି ପୁରଷ୍କାର ଲାଭ କରିଥିଲା।

୪. ଏହା ପରେ ଲକ୍ଷ୍ମୀ, ସୂର୍ୟମୁଖୀ, ଅଭିନେତ୍ରୀ, ମଲାଜହ୍ନ, କା, ଭାଇ ଭାଉଜ, ଜୀବନ ସାଥୀ ଇତ୍ୟାଦି ସିନେମାରେ ତାଂକ ଅଭିନୟର ପରାକାଷ୍ଠା ଦେଖିବାକୁ ମିଳିଥିଲା।  ସାମୁଏଲ୍ ସାହୁ ଓ  ମଣିମାଳା ଦେବୀଙ୍କ ଯୋଡି ସେତେବେଳେ ବେଶ୍ ଚର୍ଚାରେ ରହିଥିଲା।

୫. ଜୀବନରେ  ସ୍କୁଲ୍  ଦରଜା ମାଡି ନଥିବା ମଣିମାଳା ଦେବୀ ପରବର୍ତ୍ତୀ ସମୟରେ ଓଡିଆ କଳାତ୍ମକ ସିନେମାର ଦୁଇ ମହାନ ନିର୍ମାତା ନିର୍ଦ୍ଦେଶକ ନୀରଦ ମହାପାତ୍ର ଓ ମନମୋହନ ମହାପାତ୍ରଂକ ପ୍ରିୟ ଅଭିନେତ୍ରୀ ପାଲଟି ଗଲେ।  ନୀରଦ ବାବୁଂକ ଜାତୀୟ ପୁରସ୍କାର ପ୍ରାପ୍ତ  ସିନେମା “ମାୟା ମିରିଗ” ରେ ଏକ ଗୁରୁତ୍ବପୂର୍ଣ ଭୂମିକାରେ ମଣିମାଳା ଦେବୀ ଜୀବନ୍ତ ଅଭିନୟ କରିଥିଲେ।  ମନମୋହନ ମହାପାତ୍ରଂକ “କ୍ଲାନ୍ତ ଅପରାହ୍ନ’, “ନିଷିଦ୍ଧ ସ୍ବପ୍ନ”, “କିଛି ସ୍ମୃତି କିଛି ଅନୁଭୁତି ଓ “ଅନ୍ଧ ଦିଗନ୍ତ”ରେ ମଣିମାଳା ଦେବୀ ବହୁ ପ୍ରକାର ଭୂମିକାରେ ନିଜ ଅଭିନୟର କୁହୁକ ଛାଡ଼ି ଯାଇଛନ୍ତି।

୬ ମଣିମାଳା ଦେବୀ ହେଉଛନ୍ତି ସେଇ ପିଢିର ନାୟିକା, ଯେଉଁ ପିଢି ଓଡିଆ ଜନଜୀବନର ପ୍ରାଣ ପ୍ରବାହକୁ ନିଜ ଅଭିନୟର ମଂଜି ଭାବେ ଗ୍ରହଣ କରିଥିଲା।  ତେଣୁ ମଣିମାଳାଙ୍କ  ଠାଣି, ଚାହାଣୀ, ଚାଲି ଓ ଚରିତ୍ର ରେ ପକ୍କା ଓଡିଆଣୀର ଛାପ ରହିଥିଲା।  ବୋଧେ ତାଂକ ପରେ  ଶତ ପ୍ରତିଶତ ଓଡିଆଣୀର ଚେହେରା ଆଉ ଓଡିଆ ସିନେମାରେ ଦେଖବାକୁ ମିଳିବ ନାହିଁ।

୭. ସେ ବୋଧେ ଏକମାତ୍ର ଓଡିଆ ଅଭିନେତ୍ରୀ ଯିଏ ଅଭିନୟ କରିଥିବା ପ୍ରାୟ ୪୦ ଟି ସିନେମା ରୁ ୧୪ ଟି ଜାତୀୟ ପୁରସ୍କାର ପାଇଥିଲା।  ତାଂକ ଅଭିନୟର ମୌଳିକତା ଓ ପ୍ରଭାବ ବିଷୟରେ ଅନେକ କଥା ଏଯାଏ ଲେଖା ଯାଇ ପାରିନାହଁ।  ଆମ ସିନେମା ସମାଜର ର ସବୁଠୁ ଦୁର୍ବଳ ଦିଗ ହେଉଛି ଆମର ଇତିହାସ ପ୍ରତି ଉପେକ୍ଷା।  ମଣିମାଳା ଦେବୀଙ୍କ ଜୀବନ ସହିତ ଓଡିଆ ସିନେମା ଓ ପେଶାଦାର ରଂଗମଞ୍ଚର ଇତିହାସ ଅଙ୍ଗାଙ୍ଗୀ ଭାବେ ଜଡିତ।  ସେ ଇତିହାସ ଆଜି ସବୁଦିନ ଲାଗି ନୀରବ। ତାକୁ ଆମେ ସାଇତି ରଖି ପାରିଲେ ନାହିଁ।

୮. ଅଭିନୟ ଲାଗି   ମଣିମାଳା ଦେବୀଙ୍କୁ ଓଡିଶା ସରକାରଂକ “ଜୟଦେବ ପୁରସ୍କାର “ ଓ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

୯. ଆଜୀବନ କଳା ପାଇଁ ସମର୍ପିତ ମଣିମାଳା ଦେବୀ ବ୍ୟକ୍ତିଗତ ଜୀବନରେ ଯେଉଁ ସଂଘର୍ଷ ଓ ଅନାଟନର ସାମନା କରିଥିଲେ ତାହା କୌଣସି ସିନେମାର କରୁଣ ଦୃଶ୍ୟଠୁ କମ୍ ନୁହଁ।   ଜୀବନ କାଳରେ ଏ ଜାତିର ଅନ୍ୟତମ ଶକ୍ତିଶାଳୀ ଅଭିନେତ୍ରୀ ଓ ସାହସୀ ମହିଳାଂକ ପ୍ରତି ଆମେ ଆମର ଦାୟିତ୍ବ ବିଲକୁଲ୍ ତୁଲାଇବାରେ ବିଫଳ ହୋଇଛୁ।

୧୦ ମଣିମାଳା ଦେବୀ ଓଡିଆ ନାରୀ ଲାଗି ଗୋଟେ ନୁଆ ମୁକ୍ତିର ବାର୍ତ୍ତା ନେଇ ଆସିଥିଲେ।  ତାଂକ ପରି କିଛି ଝିଅ ଚାଳିଶ ଦଶକରେ ଗୋଡ କାଢି ମଂଚକୁ ଆସିଥିଲେ ବୋଲି ଆଜି ଏତେ ଏତେ ଅଭିନେତ୍ରୀ ଓ ତାରକାଂକ ଭିଡ।  ଆଜିର ସବୁ ଅଭିନେତ୍ରୀ ଓ ନର୍ତ୍ତକୀ ମଣିମାଳା ଦେବୀଙ୍କ ପ୍ରତି କୃତଜ୍ଞା ହେବାକୁ ବାଧ୍ୟ।

କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.