Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଣମାଧ୍ୟମର ସ୍ଵାଧୀନତା ଲାଗି କେନ୍ଦ୍ରମନ୍ତ୍ରୀ ଓ ରାଜନେତାମାନେ ଭଡାଟିଆ ଗୁଣ୍ଡା ନହେବା ଗଣମାଧ୍ୟମର ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ !
ବିଶେଷ ଖବର

ଗଣମାଧ୍ୟମର ସ୍ଵାଧୀନତା ଲାଗି କେନ୍ଦ୍ରମନ୍ତ୍ରୀ ଓ ରାଜନେତାମାନେ ଭଡାଟିଆ ଗୁଣ୍ଡା ନହେବା ଗଣମାଧ୍ୟମର ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ !

January 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତୀୟ ସମ୍ବିଧାନର ଧାରା ୧୦୫(୩) ଓ ୧୯୪(୩) ଅନୁଯାୟୀ  ବିଧାନପାଳିକାର ସ୍ଵାଧିକାରର ସୀମା ଓ ପରିସର କେତେ, ସେ ବିଷୟରେ ନିର୍ଣ୍ଣାୟକ ଆଲୋଚନା ହୋଇଛି। ୧୯୫୨, ୧୯୫୮ ଓ ୧୯୬୫ ମସିହାରେ ସୁପ୍ରିମ କୋର୍ଟର ତିନୋଟି ସାମ୍ବିଧାନିକ ବେଞ୍ଚ ଦେଇଥିବା ରାୟର ଆଧାରରେ ଏ କଥା ସ୍ପଷ୍ଟ ଯେ, ବିଧାନପାଳିକାର ସ୍ଵାଧିକାର ଭଙ୍ଗ ପାଇଁ ଦଣ୍ଡ ଦେବାର ଅଧିକାର ରହିଛି, କିନ୍ତୁ ଏହି ଦଣ୍ଡ ବିଧାନର ସମୀକ୍ଷା କରିବାର ଅଧିକାର ମାନ୍ୟବର ନ୍ୟାୟପାଳିକା ପାଖରେ ଅଛି। ଅର୍ଥାତ ବିଧାନପାଳିକାର ଦଣ୍ଡ ବିଧାନ ନିଷ୍ପତ୍ତି ଚୂଡ଼ାନ୍ତ ନୁହେଁ। ବ୍ରିଟିଶ ହାଉସ୍ ଅଫ କମନସ୍ ପରି ଭାରତୀୟ ସଂସଦ ଓ ବିଧାନସଭା ଗୁଡିକର ହାଇକୋର୍ଟ ପରି କ୍ଷମତା ନାହିଁ ବୋଲି ୧୯୬୫ ର କେଶବ ସିଂ ରାୟରେ କୁହାଯାଇଛି। ତେବେ ସ୍ଵାଧିକାର ଭଙ୍ଗ ହେଲେ ଏ ସଙ୍କ୍ରାନ୍ତରେ କାର୍ଯାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ସମ୍ପୃକ୍ତ ବିଧାନପାଳିକା ହାତରେ ରହିଛି। ଓଡ଼ିଶା ବିଧାନସଭାର ନିୟାମକ ପୁସ୍ତିକାର ୧୬ ଅଧ୍ୟାୟରେ ଏ ସମ୍ପର୍କରେ ବିସ୍ତୃତ ନିୟମ ରହିଛି।ତେଣୁ ଆଜି ଯେତେବେଳେ ଓଡିଶା ଟିଭିର ମୁଖ୍ୟ ଜାଗି ମଙ୍ଗତ ପଣ୍ଡାଙ୍କୁ ଓଡିଶା ବିଧାନସଭାର ସ୍ଵାଧିକାର କମିଟି ସମାନ କରି ଜେରା କରିଛି ତାକୁ ନେଇ ଚାଲିଥିବା ରାଜନୀତିର ପ୍ରେକ୍ଷାପଟରେ ଏ ବିଷୟର ଅଧିକ ଆଲୋଚନା ଦରକାର ପଡୁଛି।

ପ୍ରଥମତଃ ବିଧାନସଭା ଭିତରେ ଏହାର ଅଧ୍ୟକ୍ଷ ହେଉଛନ୍ତି ସର୍ବେସର୍ବା ଓ ତାଙ୍କ ଅଧିକାର ବିଷୟରେ ପ୍ରଶ୍ନ ଉଠାଇବାକୁ ନେଇ ଗଣମାଧ୍ୟମର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି। ଓ ଟିଭି ପ୍ରସଙ୍ଗରେ ବିଧାନସଭାର ବିଧି ବିଧାନ ତୁଳନାରେ ଏହାକୁ ନେଇ ରାଜନୀତିର ସ୍ତର ଅତ୍ୟନ୍ତ ତଳ ସ୍ତରକୁ ଖସି ଆସିଛି। ଓ ଟିଭିର ଖବର ପ୍ରସାରଣକୁ ନେଇ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଦେଇଥିବା କଂଗ୍ରେସ ଦଳର ମୁଖ୍ୟ ଛାଟିଆ ତାରାପ୍ରସାଦ ବାହିନୀପତି ଏ କ୍ଷେତ୍ରରେ ଦୋମୁହାଁ କଥା କହୁଛନ୍ତି। ସ୍ଵାଧିକାର ଭଙ୍ଗ ନୋଟିସ ଦେଇଥିବା ତାରା ବାହିନୀପତି ପରବର୍ତ୍ତୀ ସମୟରେ ନିଜ ଅଭିଯୋଗ ପ୍ରତ୍ୟାହାର କରିଛନ୍ତି ବୋଲି ଗଣମାଧ୍ୟମରେ କହୁଥିଲେ ମଧ୍ୟ ବିଧାନସଭା ବାଚସ୍ପତି କିମ୍ବା ସ୍ଵାଧିକାର କମିଟିର ଅଧ୍ୟକ୍ଷ ଏ ବିଷୟରେ କିଛି କହିନାହାନ୍ତି। ଏକ ନଥିବା ନୋଟିସ ଆଧାରରେ କାହାକୁ ବି ସମନ କରାଯାଇପାରିବ ନାହିଁ। ତେଣୁ  ନୋଟିସ ପ୍ରତ୍ୟାହାର ବିଷୟରେ ତାରା ଯାହା କହୁଛନ୍ତି ତାହା ସତ୍ୟ ବୋଲି ବିଶ୍ଵାସ ହେଉନାହିଁ। ତାପରେ ବିରୋଧୀ ଦଳର ମୁଖ୍ୟ ଛାଟିଆ ସାନ ପିଲା ନୁହନ୍ତି ଯେ ତାଙ୍କୁ ଶାସକ ଦଳ ବ୍ୟବହାର କରି ଜଣେ ମିଡିଆ ଉଦ୍ୟୋଗୀଙ୍କୁ ହଇରାଣ କରିବେ।

ତେବେ ସବୁଠୁ ଆଶ୍ଚର୍ୟର କଥା ହେଉଛି, ଜଣେ ମହିଳା ଶିଳ୍ପୋଦ୍ୟୋଗୀଙ୍କୁ  ଅଯଥାରେ ରାଜ୍ୟ ସରକାର ହଇରାଣ କରୁଛନ୍ତି ବୋଲି ଓ ଟିଭିର ମୁଖ୍ୟ ଜାଗୀ ଅଭିଯୋଗ କରିଛନ୍ତି। ବିଧାନସଭାର ବିବରଣୀକୁ ନେଇ ଯାହା ବି ଖବର ପ୍ରସାରିତ ହୁଏ, ସେଥିଲାଗି ଆଇନତଃ ଏହାର ସମ୍ପାଦକ ଉତ୍ତରଦାୟୀ। ହେଲେ ଓ ଟିଭିର ସମ୍ପାଦକ କିଏ, ତାହା ଏକ ବିରାଟ ପ୍ରଶ୍ନ। ନ୍ୟୁଜରୁମ ରେ ପୂର୍ଣ୍ଣ ସ୍ଵାଧୀନତା ପାଇ ଓ ଟିଭି କାମ କରୁଛି ବୋଲି କୁହାଯାଉଥିଲେ ମଧ୍ୟ ଏହା ନିଜର ଅନ୍ୟତମ ପୃଷ୍ଠପୋଷକ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ପ୍ରଚାର ମାଧ୍ୟମ ପାଲଟିଛି। ସ୍ଵାଭାବିକ ଭାବରେ ଓ ଟିଭି କେବଳ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର କେନ୍ଦ୍ର ହୋଇଯାଇଛି। ସେଥିରେ ଜାଗିଙ୍କୁ ବିଧାନସଭା ଗୃହ କମିଟି ସମନ କରିବାକୁ  ବିଜେପି ରାଜନୈତିକ ପ୍ରସଙ୍ଗ କରିବା ଅତ୍ୟନ୍ତ ହାସ୍ୟାସ୍ପଦ।

ବିଜେପି ନିଜେ ଗଣମାଧ୍ୟମଉପରେ ଗତ ପାଞ୍ଚ ବର୍ଷ ଧରି ପ୍ରଚଣ୍ଡ ଆକ୍ରମଣ କରିଛି। ଓଡିଶାର ଜଣେ କେନ୍ଦ୍ରମନ୍ତ୍ରୀ ଯିଏ ଏବେ ଜାଗୀ ମଙ୍ଗତ ପଣ୍ଡାଙ୍କ ସମର୍ଥନରେ ଓହ୍ଲାଇଛନ୍ତି, ସେ ନିଜେ କମ ସାମ୍ବାଦିକଙ୍କୁ ଚାକିରିରୁ ବିଦା କରିବାରେ ପ୍ରମୁଖ ଭୂମିକା ନେଇନାହାନ୍ତି। ଏହି କେନ୍ଦ୍ରମନ୍ତ୍ରୀଙ୍କ ଦୌରାତ୍ମ୍ୟ ରୁ ବହୁ ସାମ୍ବାଦିକଙ୍କ ଚାକିରି ରାତାରାତି ଚାଲିଯାଇଛି। ସେ ଆସି ଆଜି ଯେତେବେଳେ ଗଣମାଧ୍ୟମର ସ୍ଵାଧୀନତା ବିଷୟରେ ଭାଷଣ ଦେଉଛନ୍ତି ତାହା ସଇତାନର ବେଦ ପାଠ ପରି ଶୁଭିବା ସ୍ଵାଭାବିକ। ତେବେ ଜାଗିଙ୍କୁ ସ୍ଵାଧିକାର କମିଟି ସମାନ କରିବା ଏକ ସରକାରୀ ପ୍ରକ୍ରିୟା ନା ଏହା ବିଧାନସଭାର ବିଷୟ ସେକଥା ବିଜେପି ପ୍ରଥମେ ସ୍ପଷ୍ଟ କରିବା ଉଚିତ। ବିଧାନସଭାରେ ଜାଗିଙ୍କୁ ସମନ କରିବା ଓ ତାଙ୍କୁ ଜେରା କରିବା ବେଳେ ବିଜେପି ବିଧାୟକ ଦଳ ର ନେତା କନକ ବର୍ଦ୍ଧନ ସିଂଦେଓ ଉପସ୍ଥିତ ରହିବା ବେଳେ ଆଜି ହଠାତ ସ୍ଵାଧିକାର କମିଟିରୁ ଇସ୍ତଫା ଦେବାର ରହସ୍ୟ ଅବଶ୍ୟ ବୁଝି ହୋଇଯାଉଛି!

ଗଣମାଧ୍ୟମର ସ୍ଵାଧୀନତା ପ୍ରସଙ୍ଗରେ ବିଧାନସଭା ସ୍ଵାଧିକାର କମିଟି ସହିତ ଅସହମତ ହେବାର ଅଧିକାର ଗଣମାଧ୍ୟମର ରହିଛି। ତେବେ ଏହା କେବଳ ବ୍ୟକ୍ତିଗତ ପ୍ରସଙ୍ଗ ନୁହେଁ। ଏହାକୁ ସାମ୍ବାଦିକତା ଓ ସମ୍ପାଦକୀୟ ପରିସର ଭିତରେ ଲଢିବାକୁ ପଡିବ। ଓଡିଶାରେ ଆଜି ପର୍ୟନ୍ତ ଏଡିଟର୍ସ ଗିଲ୍ଡ ଭଳି ଏକ ସଂସ୍ଥା ତିଆରି ହୋଇଛି କି? ଏପରିକି ଓଡିଶାର ଗଣମାଧ୍ୟମ ସଂସ୍ଥାର ମାଲିକମାନେ ଗୋଟେ ବ୍ରଡକାଷ୍ଟର ସଂଘ ଗଢିଛନ୍ତି କି? ସାଧାରଣ ସାମ୍ବାଦିକଟି ଯେତେବେଳେ ସରକାରୀ ସ୍ତରରେ ଲାଞ୍ଛିତ ହୁଏ, ତାକୁ ସୁରକ୍ଷା ଦେବାରେ ଓ ଟିଭି ପରି ବଡ ସଂସ୍ଥାମାନେ କେବେ ଆଗଭର  ହୋଇଛନ୍ତି କି? ତେଣୁ ଗଣମାଧ୍ୟମର ସ୍ଵାଧୀନତା କୁ ନେଇ ବିରୋଧୀ ରାଜନୀତି ଲୋକଙ୍କ ସମର୍ଥନ ପାଉନାହିଁ। ଏହା ଯଦି ଗଣମାଧ୍ୟମର ଲଢେଇ, ତାହେଲେ ସେଠି ଗଣମାଧ୍ୟମ ସଂଘର୍ଷ କରୁ। ରାଜନୈତିକ ନେତାମାନେ ଗଣମାଧ୍ୟମ ସ୍ଵାଧୀନତା ଲାଗି ଭଡାଟିଆ ଗୁଣ୍ଡାର ଭୂମିକା ନେଲେ, ତାହା ଗଣମାଧ୍ୟମର ବିଶ୍ଵାସନୀୟତାକୁ ସନ୍ଦେହ ଘେରକୁ ନେଇ ଆସିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ନିର୍ଦ୍ଦେଶ ଦେଲେ ଇସିଆଇ

September 16, 2025
Latest News

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.