Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଲେକ୍ଟୋରାଲ ବଣ୍ଡ, ଏ ଶତାବ୍ଦୀର ସବୁଠୁ ବଡ ଘୋଟାଲା ବିଷୟରେ ସବୁଆଡେ ଏତେ ନୀରବତା କାହିଁକି?
ବିଶେଷ ଖବର

ଇଲେକ୍ଟୋରାଲ ବଣ୍ଡ, ଏ ଶତାବ୍ଦୀର ସବୁଠୁ ବଡ ଘୋଟାଲା ବିଷୟରେ ସବୁଆଡେ ଏତେ ନୀରବତା କାହିଁକି?

November 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଇଲେକ୍ଟୋରାଲ ବଣ୍ଡ, ଏ ଶତାବ୍ଦୀର ସବୁଠୁ ବଡ ଘୋଟାଲା ବିଷୟରେ ସବୁଆଡେ ଏତେ ନୀରବତା କାହିଁକି?

 କେଦାର ମିଶ୍ର 

 ଇଲେକ୍ଟୋରାଲ ବଣ୍ଡ ମାନେ କଣ? ଏହାର ଉତ୍ତର ଖୋଜିବା ପୃଥିବୀର ସବୁଠୁ କଠିନ କାମ। କିଏ, କାହିଁକି ଓ କାହାପାଇଁ ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେଉଛି, ତାହା ମହାନ ଭାରତୀୟ ଗଣତନ୍ତ୍ରରେ ଗୋପନ ହୋଇ ରହୁ ବୋଲି ବ୍ୟବସ୍ଥା କରାଯାଇଛି ଓ ତାହାର ନାଁ ରଖା ଯାଇଛି ଇଲେକ୍ଟୋରାଲ ବଣ୍ଡ। ଆମ ଦେଶରେ ନାଗରିକ ଟଙ୍କାଟିଏ ଯେମିତି ଗୋପନ ରଖିନପାରେ ସେଥିଲାଗି ଆଧାର କାର୍ଡକୁ ବ୍ୟାଙ୍କ ଏକାଉଣ୍ଟ ସହିତ ଯୋଡିବା ଲାଗି ଜିଦ କରୁଥିବା ସରକାର, ରାଜନୈତିକ ଦଳକୁ ମିଳୁଥିବା କୋଟି କୋଟି ଟଙ୍କାର ଚାନ୍ଦାକୁ ଗୋପନୀୟ ରଖିବାକୁ ଚାହୁଁଛି କାହିଁକି? ୨୦୧୭-୧୮ବର୍ଷରେ ୬୦୦୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଛି ଓ ଏହାର ୯୫% ବିଜେପି ଖାତାକୁ ଆସିଛି। ତେବେ କିଏ ଓ କାହିଁକି ଏ ଚାନ୍ଦା କେଉଁ ସୂତ୍ରରୁ ଦେଇଛି, ତାହା ଜାଣିବାର ବାଟ ନାହିଁ। ବିଚକ୍ଷଣ ଓକିଲ ସ୍ଵର୍ଗତ ଅରୁଣ ଜେଟଲି ଅର୍ଥମନ୍ତ୍ରୀ ଭାବରେ ଏମିତି ଏକ ବ୍ୟବସ୍ଥା କରିଦେଇ ଯାଇଛନ୍ତି, ଯାହାକି ଏ ଦେଶର ସବୁଠୁ ବଡ ଭ୍ରଷ୍ଟାଚାରକୁ ଜନ୍ମ ଦେଇଛି। ରାଜନୈତିକ ଦଳମାନେ କାହାଠୁ କେମିତି ଚାନ୍ଦା ଆଣୁଛନ୍ତି, ତାକୁ ନିର୍ବାଚନ କମିଶନ ପାଖରେ କହିବା ବାଧ୍ୟତାମୂଳକ ଥିଲା। ଇଲେକ୍ଟୋରାଲ ବଣ୍ଡରେ ଏହି ବ୍ୟବସ୍ଥା ଉଠିଗଲା ଓ ଭୋଟର ପାଖରେ ଚାନ୍ଦାର ସୂତ୍ର ବିଷୟରେ ଜାଣିବା ଲାଗି କୌଣସି ବାଟ ରହିଲା ନାହିଁ। ଅତି ସରଳ ଭାଷାରେ କହିଲେ, କଳାଧନକୁ ନିର୍ବାଚନରେ ବ୍ୟବହାର କରିବା ଲାଗି ଇଲେକ୍ଟୋରାଲ ବଣ୍ଡ ଏକ ସହଜ ମାର୍ଗ ପାଲଟିଗଲା।

ତେବେ ଏକଥା ଆମେ କହୁନାହୁଁ, ଯେତେବେଳେ ଏ ସମ୍ପର୍କିତ ପ୍ରସ୍ତାବ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଭାରତ ସରକାରଙ୍କ ଅର୍ଥ ବିଭାଗ ପଠାଇଲେ, ଏହାର ଉତ୍ତରରେ ରିଜର୍ଭ ବ୍ୟାଙ୍କ କହିଲେ ଯେ ଏହି ବ୍ୟବସ୍ଥା କଳାଧନକୁ ରାଜନୀତିରେ ପ୍ରବେଶ କରାଇବା ଲାଗି ସୁଯୋଗ ଦେବ। ଏହା ଆମର ମୁଦ୍ରାକୁ ଦୁର୍ବଳ କରିବା ସହିତ ଆର୍ଥିକ ଭ୍ରଷ୍ଟାଚାରକୁ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ରୋକଠୋକ କହିଥିଲା। ତେବେ ଅର୍ଥ ବିଭାଗ ରିଜର୍ଭ ବ୍ୟାଙ୍କର ପ୍ରସ୍ତାବକୁ ଖାରିଜ କରିଦେଇ ଏଇ ବ୍ୟବସ୍ଥାକୁ ଫେବୃଆରି ୨୦୧୭ ବଜେଟରେ ସାମିଲ କରାଗଲା। ତା ପୂର୍ବରୁ ଏ ସମ୍ପର୍କରେ ନିର୍ବାଚନ କମିଶନ, ରିଜର୍ଭ ବ୍ୟାଙ୍କ ଓ ରାଜନୈତିକ ଦଳଗୁଡିକର ଔପଚାରିକ ପରାମର୍ଶ ନିଆ ଯାଇଥିଲା। ନିର୍ବାଚନ କମିଶନ ଏହି ବ୍ୟବସ୍ଥାକୁ ଦୃଢ ବିରୋଧ କରିଥିଲେ ଓ ଏହା ବିରୋଧରେ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ମାମଲାରେ ସତ୍ୟପାଠ ମଧ୍ୟ ଦେଇଥିଲେ। ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଅମଲ କୁମାର ଜୋତି ଏହି ବ୍ୟବସ୍ଥା ଆମର ନିର୍ବାଚନୀ ବ୍ୟବସ୍ଥାକୁ କଳୁଷିତ କରିବ ବୋଲି କହି ଏ ପ୍ରକାର ପ୍ରସ୍ତାବ ନ ଆଣିବାକୁ ପରାମର୍ଶ ଦେଇଥିଲେ।ତେବେ ନିର୍ବାଚନ କମିଶନ ଦେଇଥିବା ମତକୁ ଲୁଚାଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସଂସଦରେ ଯେଉଁ ବୟାନ ଦେଇଥିଲେ, ତା ବିରୋଧରେ ଏବେ ଅଭିଯୋଗ କରାଯାଇଛି।  ସେହିପରି ଏହି ବ୍ୟବସ୍ଥା ରିଜର୍ଭ ବ୍ୟାଙ୍କ ଦ୍ଵାରା ଆଦୌ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଥିଲା। ରାଜନୈତିକ ଦଳ ଗୁଡିକ ଏହି ବ୍ୟବସ୍ଥାର ଚିଠା ପ୍ରସ୍ତାବ ନ ଦେଖି କିଛି କହି ପାରିବେ ନାହିଁ ବୋଲି କହିଥିଲେ।

ଏହି ବ୍ୟବସ୍ଥା ସହ ସମ୍ପୃକ୍ତ ସବୁ ପକ୍ଷ  ଏହାର ବିରୋଧ କରିଥିବା ସତ୍ତ୍ୱେ ଅର୍ଥ ବିଭାଗ ଓ ଖୋଦ ପ୍ରଧାନମନ୍ତ୍ରୀ କାର୍ୟାଳୟ ଇଲେକ୍ଟୋରାଲ ବଣ୍ଡକୁ ଲାଗୁ କରିବା ପାଇଁ ଅହେତୁକ ତତ୍ପରତା ଦେଖାଇଥିଲେ। ଏ ସମ୍ପର୍କିତ ସବୁ କାଗଜପତ୍ର ଏବେ ସୂଚନା ଅଧିକାର ଆଇନ ବଳରେ ଲୋକ ଲୋଚନକୁ ଆସିଛି। ନିର୍ବାଚନୀ ରାଜନୀତିରେ ବ୍ୟାପକ କଳାଧନ ସଂଗ୍ରହ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଥିବାର ସ୍ପଷ୍ଟ ପ୍ରମାଣ ମିଳିଛି। ହେଲେ ଏହାକୁ ନେଇ ଆଲୋଚନା କରିବାକୁ ଦେଶର ଗଣମାଧ୍ୟମ ଏତେ ଡରୁଛନ୍ତି କାହିଁକି? ପ୍ରଥମେ ଏ ସମ୍ପର୍କିତ ରିପୋର୍ଟ ହାଫିଙ୍ଗଟନ ପୋଷ୍ଟ ଏବଂ ନ୍ୟୁଜ ଲନ୍ଦ୍ରିରେ ବରିଷ୍ଠ ସାମ୍ବାଦିକ ନିତିନ ସେଠି ପ୍ରକାଶ କରିଥିଲେ। ସୂଚନା ଅଧିକାର କର୍ମୀ କମୋଡର ଲୋକେଶ ବାତ୍ରା ସଂଗ୍ରହ କରିଥିବା କାଗଜପତ୍ରରୁ ଏହି ଘୋଟାଲାର ସବୁ ସତ୍ୟ ଓ ତଥ୍ୟ ଉଜାଗର ହେଲା ପରେ ଆଜି ପ୍ରଥମ ରାଜନୈତିକ ପ୍ରତିକ୍ରିୟା ସଂସଦରେ ଦେଖିବାକୁ ମିଳିଛି। ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାରୁ ସବୁ ରାଜନୈତିକ ଦଳ ଲାଭ ଉଠାଉଥିବାରୁ କେହି ଏହା ଉପରେ ମତ ରଖିବାକୁ ନ ଚାହିଁବା ସ୍ଵାଭାବିକ। ହେଲେ ପୁରା ବଣ୍ଡ ବ୍ୟବସ୍ଥାରୁ ୯୫% ଲାଭ ଶାସକ ଦଳକୁ ଯିବା, ଆମର ନିର୍ବାଚନୀ ବ୍ୟବସ୍ଥାରେ ଭ୍ରଷ୍ଟାଚାରକୁ ସ୍ପଷ୍ଟ କରିଛି।

ସବୁଠୁ ମଜା କଥା ହେଉଛି, ଏତେ ଗୁଡାଏ ପ୍ରମାଣ ମିଳିବା ପରେ ମଧ୍ୟ ବିଜେପି ନିଜର ମୁହଁ ଟାଣ ଦେଖାଇ କହୁଛି, ଏହା ମାଧ୍ୟମରେ କେବଳ ସ୍ବଚ୍ଛ ଅର୍ଥ ନିର୍ବାଚନୀ ରାଜନୀତିକୁ ଆସୁଛି। ଯଦି ଏ ଅର୍ଥ ଏତେ ସ୍ବଚ୍ଛ, ତାକୁ ଗୋପନ ରକ୍ଷା ହେଉଛି କାହିଁକି?

ଏ ପ୍ରକାର ଭ୍ରଷ୍ଟାଚାର  ବିରୋଧରେ ଚୁପ ରହିବାର ଅର୍ଥ ହେଉଛି, ଦେଶରେ ଗଣତନ୍ତ୍ର ବ୍ୟବସ୍ଥାର ହତ୍ୟାଲାଗି ନିଜକୁ ସାମିଲ କରିବା।

electoralbond
Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.