Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ରରେ ସରକାର ଗଢାହେବାର ଅଠଚାଳିଶ ଘଣ୍ଟାରେ ୭୨ ହଜାର କୋଟି ଟଙ୍କାର ଦୁର୍ନୀତି ଧୋଇ ହୋଇଗଲା
ବିଶେଷ ଖବର

ମହାରାଷ୍ଟ୍ରରେ ସରକାର ଗଢାହେବାର ଅଠଚାଳିଶ ଘଣ୍ଟାରେ ୭୨ ହଜାର କୋଟି ଟଙ୍କାର ଦୁର୍ନୀତି ଧୋଇ ହୋଇଗଲା

November 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆମ ଦେଶରେ କିଛି ବି ହୋଇପାରେ। ଯେମିତିକି ପୁଅ ଉପ ମୁଖମନ୍ତ୍ରୀ ହେବା କ୍ଷଣି ଦୁର୍ନୀତି ଅଭିଯୁକ୍ତ ବାପାକୁ ଜେଲରୁ ଛୁଟି ମିଳିଯାଇପାରେ। ଯେମିତିକି ମହାରାଷ୍ଟ୍ରରେ ଅଧରାତିଆ ସରକାର ଗଠନ ହେବାର ୪୮ ଘଣ୍ଟା ଭିତରେ ୭୨ ହଜାର କୋଟି ଟଙ୍କାର ଜଳସେଚନ ଦୁର୍ନୀତିର ଫାଇଲ ବନ୍ଦ ହୋଇଯାଇପାରେ। ଯେଉଁ ଅଜିତ ପାୱାର ବିରୋଧରେ ବିଜେପି ସରକାର ତଦନ୍ତ କରି ତାଙ୍କୁ ଦୁର୍ନୀତିର ସବୁଠୁ ବଡ ପ୍ରତୀକ ବୋଲି କହୁଥିଲା, ଆଜି ମାତ୍ର ୪୮ ଘଣ୍ଟାରେ ତାଙ୍କ ଦେହରୁ ସବୁ ଦାଗ ପୋଛିଦେଲା।

ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର ଦୁଇ ଦିନ ତଳେ ମହାରାଷ୍ଟ୍ରରେ ସରକାର ଗଢିଛନ୍ତି। ତାଙ୍କ ସରକାର ବିଧାନସଭାରେ ଏ ପର୍ୟନ୍ତ ବହୁମତ ସାବ୍ୟସ୍ତ କରିନାହିଁ। ଅଥଚ ଉପ ମୁଖ୍ୟମନ୍ତ୍ରୀଙ୍କ  ନାଁରେ ରହିଥିବା ଦୁର୍ନୀତି ମାମଲାର ରଫା ଦଫା ହୋଇ ସାରିଛି। ଆଗରୁ ସରକାର ଗଠନ ପରେ ଲୋକେ କିଛିଟା ଦାୟିତ୍ଵବାନ ହେଉଥିଲେ। ବିଜେପି ଦଳରେ କିନ୍ତୁ ଦାୟିତ୍ଵବାନ ହେବାର ଅର୍ଥ ହେଉଛି, ସବୁ ପ୍ରକାର ଭ୍ରଷ୍ଟାଚାରକୁ ଛାତି ପିଟି ଭଲ ହୋଇଛି ବୋଲି କହିବା।

ମାତ୍ର ୪୮ ଘଣ୍ଟାର ଏକ ସରକାର, ଦୁର୍ନୀତିକୁ ପ୍ରୋତ୍ସାହିତ କରିବାର ଏହି ବିରାଟ ଉଦାହରଣକୁ ଦେଶବାସୀ  ସବୁଦିନ ପାଇଁ ମାନେ ରଖିବେ। ଦୁର୍ନୀତି ବିରୋଧରେ ବଡ ବଡ ଭାଷଣ ଦେଇ ସରକାର ଗଢିଥିବା ନରେନ୍ଦ୍ର ମୋଦୀଙ୍କ ଦଳ, ଆଜି ଦୁର୍ନୀତିଖୋରଙ୍କ ଆଶ୍ରାରେ କ୍ଷମତା ଦଖଲ କରୁଛି। ଅଜିତ ପାୱାରଙ୍କ ବିରୋଧରେ ରହିଥିବା ୨୦ ଟି ମାମଲାରୁ ୯ ଟିକୁ ବନ୍ଦ କରି ଦିଆଯାଇଛି। ସୁପ୍ରିମ କୋର୍ଟରେ ଗୋଟେ ସରକାରର ଭାଗ୍ୟ ଝୁଲିକି ରହିଥିବା ବେଳେ ଏ ପ୍ରକାର ନିଷ୍ପତ୍ତି ଆମର ଗଣତନ୍ତ୍ରକୁ ଉପହସିତ କରୁଛି।

ସବୁଠୁ ବିଡମ୍ବନାର କଥା ହେଉଛି, ଯିଏ ବି ସରକାର ଗଢୁ, ଆଗକୁ ଅଜିତ ପାୱାରଙ୍କୁ କେହି ଆଉ ଧରିବେ ନାହିଁ। ତେବେ ଏହି ଘଟଣା ପରେ ବି ବିଜେପି ନିଜକୁ ସ୍ବଚ୍ଛ ଓ ପବିତ୍ର ବୋଲି କହି ଭାଷଣ ଦେବା ଏବଂ ଭକ୍ତମାନେ ସେହି କଥାକୁ ବିଶ୍ଵାସ କରି ତାଳି ମାରିବେ ଓ ଏକଥା ସାମ୍ନା କୁ ଆଣିଥିବା ଲୋକଙ୍କୁ ଗାଳି କରୁଥିବେ!

Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026
Latest News

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.