Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଶି ଘଣ୍ଟାର ମୁଖ୍ୟମନ୍ତ୍ରୀ, ବିଶ୍ଵାସଘାତକତାର ନାଟକ ଓ ଶରଦ ପାୱାରଙ୍କ ଅସଲ ଚେହେରା !
ବିଶେଷ ଖବର

ଅଶି ଘଣ୍ଟାର ମୁଖ୍ୟମନ୍ତ୍ରୀ, ବିଶ୍ଵାସଘାତକତାର ନାଟକ ଓ ଶରଦ ପାୱାରଙ୍କ ଅସଲ ଚେହେରା !

November 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନବିସ ଯେମିତି ଲୁଚା ଚୋରାରେ ଶପଥ ନେଇଥିଲେ, ମାତ୍ର ଅଶି ଘଣ୍ଟା ଭିତରେ ସେମିତି ତରବରିଆ ଭାବରେ ଇସ୍ତଫା ଦେଇଛନ୍ତି। ଫଡନବିସଙ୍କ ପୂର୍ବରୁ ଏହି ସବୁ ଘଟଣାର ମୁଖ୍ୟ ସୂତ୍ରଧର ଅଜିତ ପାୱାର ମଧ୍ୟ ଇସ୍ତଫା ଦେଇଥିଲେ। ଅଶି ଘଣ୍ଟା ଭିତରେ ବିଜେପିର ଯେଉଁ ଦାବି ଥିଲା, ତାହା ଫୁସ କରି ଯାଇଛି। ଆମେ ବିଧାନସଭାରେ ନିଶ୍ଚୟ ବହୁମତ ହାସଲ କରିବୁ ବୋଲି ଫୁଟାଣି ମାରୁଥିବା ବିଜେପି ନେତାମାନେ ହଠାତ ପଛଘୁଞ୍ଚା ଦେବାର କାରଣ କଣ? ମାନ୍ୟବର ସୁପ୍ରିମ କୋର୍ଟ ଯେତେବେଳେ ଆସନ୍ତାକାଲି ଅପରାହ୍ନ ପାଞ୍ଚଟା ସୁଦ୍ଧା ବହୁମତ ସାବ୍ୟସ୍ତ କରିବାକୁ କହିଲେ, ସେଥିରେ ଭୟଭୀତ ହୋଇ ବିଜେପି ମଇଦାନ ଛାଡି ପଳାଇଲା କେମିତି?

ମହାରାଷ୍ଟ୍ର ରାଜନୀତିରେ ଶରଦ ପାୱାର ନିଜର ପ୍ରଚଣ୍ଡ ପ୍ରଭାବକୁ ପୁଣିଥରେ ସାବ୍ୟସ୍ତ କରିଛନ୍ତି। ଏହି ବର୍ଷିଆନ ନେତାଙ୍କୁ ଚକ୍ରବ୍ୟୁହରେ ପକାଇବା ସହଜ ନୁହେଁ ଓ ବିଜେପିର ଆକ୍ରମଣକୁ ଥଣ୍ଡା ମିଜାଜରେ ପ୍ରତିହତ କରିବାର କଳା ତାଙ୍କୁ ଜଣା ବୋଲି ସେ ପ୍ରମାଣିତ କରିଛନ୍ତି। ଶିବସେନା ମଧ୍ୟ ଏ କ୍ଷେତ୍ରରେ ଅତ୍ୟନ୍ତ ପରିପକ୍ଵ ରାଜନୀତି କରିଛି। ବିଜେପି ଅଜିତ ପାୱାରଙ୍କୁ କିଣି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହିଁଥିଲା। ଏନସିପିରେ ଫାଟ କରିବାର ଉଦ୍ଦେଶ୍ୟ ତ ବୁଝି ହେଉଥିଲା। ଏହାର ଭିତିରି ଉଦ୍ଦେଶ୍ୟ ଥିଲା ଶରଦ ପାୱାର ଓ ଶିବସେନା ଭିତରେ ଅବିଶ୍ଵାସ ସୃଷ୍ଟି କରିବା। ସେଥିପାଇଁ ଏନସିପି କୁ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ସଂସଦରେ ମୋଦୀଙ୍କ ସହ ଶରଦ ପାୱାରଙ୍କ ସାକ୍ଷତ୍କାରର ପୃଷ୍ଠଭୂମି ତିଆରି କରା ଯାଇଥିଲା। ବିଜେପି ଅତ୍ୟନ୍ତ ଚତୁରତାର ସହିତ ଏ ବାର୍ତ୍ତା ଦେବାକୁ ଚାହୁଁଥିଲା ଯେ, ଶରଦ ପାୱାର ହିଁ ଅଜିତ ପାୱାରଙ୍କୁ ବିଜେପି ସହ “ଡିଲ” କରିବାକୁ ଗୋପନରେ ଦାୟିତ୍ଵ ଦେଇଛନ୍ତି।

ଶିବସେନା ଏହି ଜାଲରେ ଧରା ନ ପଡି ଶେଷ ପର୍ୟନ୍ତ ପାୱାରଙ୍କ ଉପରେ ଭରସା ରଖିଲା। ଏପରିକି ଅଜିତ ପାୱାରଙ୍କ ବିଶ୍ଵାସଘାତକତା ସତ୍ତ୍ୱେ ତାଙ୍କ ବିରୋଧରେ ଶିବସେନା ସଂଯତ ଭାବରେ ବୟାନ ରଖିଥିଲା। ବିଜେପିର ସବୁ ରଣନୀତି କୁ ଚତୁରତାର ସହିତ ବିଫଳ କରାଇବାରେ ଶରଦ ପାୱାର ପ୍ରମୁଖ ଭୂମିକା ନେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Latest News

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.