Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ, ଶିବାଜୀ ପାର୍କରେ ଆୟୋଜନ
ବିଶେଷ ଖବର

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ, ଶିବାଜୀ ପାର୍କରେ ଆୟୋଜନ

November 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Udhhav to be sworn-in as Maharashtra CM on Thursday

ମୁମ୍ବାଇ,26/11: ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଶିବସେନା ଅଧ୍ୟକ୍ଷ ତଥା ମହା ବିକାଶ ଅଗାଡି ବା ମହା ବିକାଶ ମେଣ୍ଟର ସଭାପତି ଉଦ୍ଧବ ଠାକରେ। ଆଜି ମେଣ୍ଟ ତରଫରୁ ବିଧାୟକମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇଥିଲେ। ରାଜ୍ୟପାଳ ତାହା ଗ୍ରହଣ କରିବା ସହିତ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। ସେହି ଅନୁସାରେ ମେଣ୍ଟର ଏକ ବୈଠକ ବସି ଆସନ୍ତା 28 ତାରିଖ ଗୁରୁବାର ଦିନ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ନିଷ୍ପତି କରାଯାଇଛି। ରାଜ୍ୟପାଳ ଗୁରୁବାର ଅପରାହ୍ନ 5ଟା 30 ମିନଟରେ ଶପଥ ଗ୍ରହଣ ଉତ୍ସବ କରିବା ପାଇଁ ସମ୍ମତି ଦେଇଛନ୍ତି। ଫଳରେ ମେଣ୍ଟ ତରଫରୁ ମୁମ୍ବାଇର ଶିବାଜୀ ପାର୍କରେ ଏହି ଶପଥ ଗ୍ରହଣ ଉତ୍ସବ କରିବା ପାଇଁ ସବୁ ପ୍ରକାରର ଆୟୋଜନ କରାଯାଉଛି।

ତେବେ ଏହି ଉତ୍ସବରେ ଅନ୍ୟମାନେ କିଏ ମନ୍ତ୍ରୀ ଭାବେ ଶପଥ ନେବେ ସେ ନେଇ କିଛି ସ୍ଥିର କରାଯାଇ ନାହିଁ। ଆସନ୍ତାକାଲି ମେଣ୍ଟର ଆଉ ଏକ ବୈଠକ କରି ସେଥିରେ କେଉଁମାନେ ମନ୍ତ୍ରୀ ହେବେ ତାହା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡିଛି। ତେବେ ଏଥର ଉପମୁଖ୍ୟମନ୍ତ୍ରୀ ପଦ ରଖାଯିବ କି ନାହିଁ ତାହା ମଧ୍ୟ ଜଣାପଡି ନାହିଁ। ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ଯେପରି ଭାଗ ବଣ୍ଟା ଯିବାର ସମ୍ଭାବନା ଥିଲା ତାହା ହେବ ନାହିଁ। ଉଦ୍ଧବ ଠାକରେ ପୁରା ପାଞ୍ଚ ବର୍ଷ ମୁଖ୍ୟମନ୍ତ୍ରୀ ରହିବ ବୋଲି ମେଣ୍ଟ ତରଫରୁ ଘୋଷଣା କରାଯାଇଛି।

ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ନ ପାରିବାରୁ ଅପରାହ୍ନରେ ବିଜେପି ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ବୈଠକ କରି ମେଣ୍ଟର ନାମ “ମହା ବିକାଶ ଅଗାଡି” ବା ମହା ବିକାଶ ମେଣ୍ଟ ହେବ ବୋଲି ଘୋଷଣା କରିଥିଲେ। ଏହି ମେଣ୍ଟର ନେତା ଉଦ୍ଧବ ଠାକରେଙ୍କୁ ମନୋନିତ କରାଯାଇଥିଲା। ନିଜର ସଂଖ୍ୟା ଗରିଷ୍ଠତା ସହିତ ଉଦ୍ଧବ ଠାକରେ ମେଣ୍ଟର ନେତା ଭାବେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା। ତାହାକୁ ଗ୍ରହଣ କରି ରାଜ୍ୟପାଳ ସରକାର ଗଠନ ପାଇଁ ମେଣ୍ଟର ଅନୁରୋଧକୁ ଗ୍ରହଣ କରିଛନ୍ତି। ଗୁରୁବାର ଦିନ ଆକର୍ଷଣୀୟ ଭାବେ ଶପଥ ପାଠ ଉତ୍ସବ କରାଯିବ ବୋଲି ମେଣ୍ଟ ତରଫରୁ ନିଷ୍ପତି କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Latest News

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.