Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୋଗାଣ ବିଭାଗ ଓ ମିଲର୍ସଙ୍କ ସଲାସୁତୁରା; ଷ୍ଟାଣ୍ଡାର୍ଡ ଓଜନ, କଟନି-ଛଟନି ଓ ପ୍ୟାକେଜିଙ୍ଗ ଆଳରେ ଚାଷୀଙ୍କୁ ଶୋଷଣ କରାଯାଉଛି
ବିଶେଷ ଖବର

ଯୋଗାଣ ବିଭାଗ ଓ ମିଲର୍ସଙ୍କ ସଲାସୁତୁରା; ଷ୍ଟାଣ୍ଡାର୍ଡ ଓଜନ, କଟନି-ଛଟନି ଓ ପ୍ୟାକେଜିଙ୍ଗ ଆଳରେ ଚାଷୀଙ୍କୁ ଶୋଷଣ କରାଯାଉଛି

December 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ ପଣ୍ଡା/ସମୀକ୍ଷା ବ୍ୟୁରୋ :

ଚାଷୀଙ୍କ  କଷ୍ଟୋପାର୍ଜିତ ଧାନର ଉଚିତ ମୂଲ୍ୟ ଯୋଗାଇ ଦେବାକୁ ସରକାର ନାନା ପ୍ରକାର ବ୍ୟବସ୍ଥା କରୁଥିବା ବେଳେ ଶୋଷଣର ଶିକାର ହେଉଛନ୍ତି ନିରୀହ ଚାଷୀ। ବିଳମ୍ବିତ ମଣ୍ଡି, ସରକାରୀ ଅବ୍ୟବସ୍ଥା ସାଙ୍ଗକୁ ମଣ୍ଡିରେ ମିଲର୍ସ ରାଜ ଚାଷୀଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି। ଚାଷୀ ଶୀତ କାକରରେ ମଣ୍ଡି ବାହାରେ ପଡ଼ି ରହି ଧାନ ବିକ୍ରି କରି ଆଗାମୀ ରବି ଚାଷ ପାଇଁ ବ୍ୟବସ୍ଥା କରିବାକୁ ଆଶା ରଖିଥିବା ବେଳେ ମଣ୍ଡିରେ ମିଲର୍ସମାନଙ୍କ ଦୌରାତ୍ମ୍ୟର ଶିକାର ହେବାକୁ ପଡୁଛି। ମଣ୍ଡିରେ ମିଲର୍ସମାନଙ୍କ ଟାଳଟୁଳ ନୀତିରେ ବିଚାରା ଚାଷୀ ବାଧ୍ୟ ହୋଇ କ୍ବିଣ୍ଟାଲ ପିଛା ପାଞ୍ଚରୁ ଦଶ କେଜି ଅଧିକ ଶସ୍ୟ ଦେବାକୁ ବାଧ୍ୟ ହେଉଛି। ଏହା ବାଦ୍‌ ଚାଷୀଙ୍କ ଅଜାଣତରେ କୌଶଳ କରି ମିଲର୍ସମାନେ ଅଧିକ ଧାନ ଅଥବା ଶସ୍ୟ ନେଉଥିବାର ଅଭିଯୋଗ ହୋଇଛି। ବିଶେଷକରି ଧାନ ଓଜନ ସମୟରେ ବସ୍ତା ନାମରେ ପ୍ରତି ବସ୍ତା ପିଛା ୫ଶହ ରୁ ୭ଶହ ଗ୍ରାମ ଅଧିକ ଧାନ ନିଆଯାଉଥିବା ବେଳେ ଶହେ କ୍ୱିଂଟାଲ ଧାନ ବିକୁଥିବା ଚାଷୀ ଠାରୁ ୫୦ କେଜି ଧାନ ଅତିରିକ୍ତ ଭାବରେ ଅଧିକ ନିଆଯାଉଥିବା ଜଣାପଡିଛି।

ଚଳିତ ବର୍ଷ ଷ୍ଟାଣ୍ଡାର୍ଡ ୱେଟ ଆଳରେ ଚାଷୀ  ଅଧିକ କ୍ଷତି ସହିବାକୁ ବାଧ୍ୟ ହେବ ବୋଲି ଆଲୋଚନା ହେଉଛି। ଆଗରୁ ପ୍ରତି ବସ୍ତା ସହିତ ୪୬ କେଜି ୨୫୦ ଗ୍ରାମ ଧାନ ଓଜନ ନେଇ ୪୫ କେଜି ଧାନ ହିସାବ କରୁଥିବା ବେଳେ ୫୦ କ୍ୱିଂଟାଲ ଧାନ ପାଇଁ ୧୧୧ଟି ବସ୍ତା ବ୍ୟବହାର କରାଯାଉଥିଲା। ସେହି କ୍ରମରେ ଚାଷୀଙ୍କ ଠାରୁ ପ୍ରତି ବସ୍ତାର ଓଜନ ୬୦୦ ଗ୍ରାମ ବାଦ ଦେଲେ ମୋଟ ୬୭ କେଜି ବାଦ ଦେଇ ବଳକା ୫୦ କ୍ୱିଂଟାଲ ୬୫ କେଜି ଧାନ ହେବା କଥା କିନ୍ତୁ ମଣ୍ଡିରେ ତାହା ୫୦ କ୍ୱିଂଟାଲ ଧାନ ହିଁ ହିସାବ କରାଯାଇଥାଏ। ଫଳତଃ ପ୍ରତି ୫୦ କ୍ୱିଂଟାଲ ଧାନରେ ଚାଷୀର ପ୍ରାୟ ୬୫ କେଜି ଧାନ ଚାଷୀର ଅଜାଣତରେ ବାଟ ମାରଣା ହୋଇଥାଏ। ଏଥି ସହିତ କଟନି କରାଯାଉଥିବା ଧାନର ହିସାବ ହିଁ ନାହିଁ।

ପ୍ରତି ବସ୍ତାରେ ପୂର୍ବର ୪୫ କେଜି ବଦଳରେ ଚଳିତ ବର୍ଷ ଠାରୁ ୪୦ କେଜି ଧାନ ହିଁ ଓଜନ କରାଯିବ। ସେହି କ୍ରମରେ ୪୦ କେଜି ଧାନ ପାଇଁ ପ୍ରତି ବସ୍ତାରେ ବସ୍ତାର ଓଜନ ସହିତ ୪୧ କେଜି ୨୫୦ ଗ୍ରାମ ଧାନ ଓଜନ କରାଯାଉଥିବା ଜଣାପଡିଛି। ସେହି କ୍ରମରେ ୫୦ କ୍ୱିଂଟାଲ ଧାନ ପାଇଁ ୧୨୫ ଟି ବସ୍ତା ବ୍ୟବହାର କରାଯାଉଛି। ଯାହାଫଳରେ ଚାଷୀଙ୍କ ଠାରୁ ୫୧ କ୍ୱିଂଟାଲ ୫୬ କେଜି ଧାନ ନିଆଯାଉଥିବା ବେଳେ ବସ୍ତାର ଓଜନ ୭୫ କେଜି ବାଦ ଦେଇ ବଳକା ୮୦ କେଜି ଧାନ ଚାଷୀର ଅଜାଣତରେ ନିଆଯାଉଥିବା ଦେଖାଯାଉଛି। ପୂର୍ବରୁ ପ୍ରତି ୧୦୦ କ୍ୱିଂଟାଲ ଧାନ ବିକିଲେ ଚାଷୀ କ୍ୱିଂଟାଲକୁ  ୩୦ କେଜି କ୍ଷତି ସହୁଥିବା ବେଳେ ଚଳିତ ଖରିଫ ଋତୁଠାରୁ ଷ୍ଟାଣ୍ଡାର୍ଡ ୱେଟ ନାମରେ ଅଧିକ ବସ୍ତା ବ୍ୟବହାର କରାଯାଇ ପ୍ରତି ୧୦୦ କ୍ୱିଂଟାଲ ଧାନ ବିକ୍ରି ସମରେ ଚାଷୀର ଅଜାଣତରେ ୬୦ କେଜି ଧାନ କ୍ଷତି ସହିବାକୁ ବାଧ୍ୟ ହେଉଛି। ଏଥି ସହିତ ଅଧିକାଂଶ ସମୟରେ ଧାନ ଓଜନ କରିବା ସମୟରେ ମଧ୍ୟ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି।

ଅନ୍ୟ ପକ୍ଷରେ ଜଣେ ଚାଷୀର ୧୦୦ କ୍ୱିଂଟାଲ ଧାନ ପାଇଁ  ଅନ୍ୟୁନ ପ୍ରତି କୁଇଣ୍ଟାଲରୁ  ୫ କେଜି କଟନି ହିସାବ କରାଯାଇ ୯୫ କ୍ୱିଂଟାଲ ଧାନ ହେଉଥିବା କୁହାଯାଇଥାଏ। ଏହିକ୍ରମରେ ଓଜନରେ ଚାଷୀର ଅଜାଣତରେ ଯାଇଥିବା ୧କ୍ୱିଂଟାଲ ୬୦ କେଜି ସାଙ୍ଗକୁ ୫ କ୍ୱିଂଟାଲ ମିଶାଇ ୬କ୍ୱିଂଟାଲ ୬୦କେଜି ଧାନ କ୍ଷତି ସହିବାକୁ ପଡୁଛି। ଅଧିକାଂଶ ସ୍ଥଳେ ସରଳ ଚାଷୀଙ୍କୁ କଟନି ହିସାବରେ ମଧ୍ୟ ଠକୁଥିବା ଅଭିଯୋଗ ହେଉଛି । ଜଣେ ଚାଷୀ ବସ୍ତା ଇତ୍ୟାଦି ଓଜନ ବାଦ ଦେଇ ୧୦୦ କ୍ୱିଂଟାଲ ଧାନ ଓଜନ କରିବା ପରେ ୫କେଜି କଟନି ହିସାବରେ ସିଧା ସଳଖ ୫କ୍ୱିଂଟାଲ କଟନି କରିଦେଇ ୯୫ କ୍ୱିଂଟାଲ ହିସାବ କରିଦିଆଯାଉଥିବା ଜଣାପଡିଛି ପ୍ର୍ରକୃତପକ୍ଷେ ଚାଷି ଦେଉଥିବା ୯୫ କ୍ୱିଂଟାଲ ଧାନର ୫କେଜି କଟନି ହିସାବ ହେଲେ ୪କ୍ୱିଂଟାଲ ୭୫ କେଜି କଟନି ହେବା କଥା କିନ୍ତୁ ଏହି ହିସାବ କରି ଅଧରକ ୨୫ କେଜି କଟନି ନିଆଯାଉଥିବା ଦେଖାଯାଇଥାଏ। ଏହି କ୍ରମରେ କଟନିରେ ମଧ୍ୟ ହେରାଫେରୀ କରାଯାଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଯୋଗାଣ ବିଭାଗ  ପଦାଧିକାରୀ ମାନଙ୍କ କହିବା ଅନୁଯାୟୀ ଧାନ ଓଜନ କରିବା ସମୟରେ ଏକ ଷ୍ଟାଣ୍ଡାର୍ଡ ୱେଟ ବ୍ୟବହାର କରାଯାଇଥାଏ। ପ୍ରତି ବସ୍ତାରେ ୪୫ କେଜି ଧାନ ଓଜନ କରାଗଲେ ପ୍ରତି କ୍ୱିଂଟାଲ ପାଇଁ ୨ଟି ବସ୍ତା ବ୍ୟବହାର କରାଯାଉଥିବା ବେଳେ ମିଲର୍ସମାନେ ଆଉ ଗୋଟିଏ ବସ୍ତା ର ମୂଲ୍ୟ ପାଇବାରୁ ବଂଚିତ ହେଉଥିବା ହେତୁ ଏଣିକି ପ୍ରତି ବସ୍ତାରେ ୩୭କେଜି ୫୦୦ ଗ୍ରାମ ଧାନ ଓଜନ କରାଯାଇ ପ୍ରତି କ୍ୱିଂଟାଲ ପାଇଁ ୩ଟି ବସ୍ତା ବ୍ୟବହାର କରାଯିବା ବ୍ୟବସ୍ଥା କରାଯାଇଛି। ଏହି କ୍ଷତ୍ରରେ କେବଳ ମିଲର୍ସ ହିଁ ଲାଭବାନ ହେବେ, କିନ୍ତୁ ଚାଷୀ କ୍ଷତି ସହିବାକୁ ବାଧ୍ୟ ହେବ। ଚାଷୀଙ୍କୁ ଠିକ ଭାବରେ ଧାନ ବିକିବା ବ୍ୟବସ୍ଥା କରିବାର ଯୋଜନା ହେଉଥିଲେହେଁ ଲାଭଖୋର ମିଲର୍ସମାନେ କୌଣସି ନା କୌଣସି ଉପାୟ ବାହାର କରି ଚାଷୀଙ୍କୁ ଶୋଷଣ କରୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

August 22, 2025

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ

August 22, 2025

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025
Latest News

କୋଲକାତାରେ ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

August 22, 2025

‘ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ: ଓଡ଼ିଶାସ୍‌ ଇଲେକ‌ଟୋରାଲ୍‌ ରେନେସାଁ ଅଫ୍‌ ୨୦୨୪’ ପୁସ୍ତକ ଉନ୍ମୋଚିତ

August 22, 2025

ଉଭୟ ପାର୍ଶ୍ୱରୁ ଏଲଏଚବି ସହ ଚଳାଚଳ କରିବ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ଏକ୍ସପ୍ରେସ 

August 22, 2025

କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

August 22, 2025

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବତନ୍ତ୍ର ଶିକ୍ଷକ ପଦବୀକୁ ପୂରଣ ଏବଂ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ଦାବି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.