Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀ ସରକାରଙ୍କର ପିଆଜ ବିଳାସ ନାଟକ, ଦେଶବାସୀ କେବଳ ଭକୁଆ ଭକ୍ତ ନଚେତ ଅସହାୟ ଦର୍ଶକ!!
ବିଶେଷ ଖବର

ମୋଦୀ ସରକାରଙ୍କର ପିଆଜ ବିଳାସ ନାଟକ, ଦେଶବାସୀ କେବଳ ଭକୁଆ ଭକ୍ତ ନଚେତ ଅସହାୟ ଦର୍ଶକ!!

December 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପିଆଜ ଦର ୧୨୦ ରୁ ୧୫୦ ଟଙ୍କା ମାତ୍ର। ପିଆଜକୁ ନେଇ ଏତେ ଉଦବିଗ୍ନତା, ଆତଙ୍କ ଓ କ୍ରୋଧ ର କାରଣ କଣ ଅଛି? ଯଦି ପିଆଜ ଦର ବାଧୁଛି, ପିଆଜ ଖାଇବା ଛାଡି ଦିଅନ୍ତୁ। ବାସ, ସମସ୍ୟାର ସମାଧାନ ହୋଇଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଆପାତତଃ ସେଇ କଥା ହିଁ କହିଲେ। ପବିତ୍ର ସଂସଦ ଗୃହରେ ଛିଡା ହୋଇ ସେ କହିଲେ, ଆମ ଘରେ ବିଶେଷ ପିଆଜ ରଶୁଣର ବ୍ୟବହାର ନାହିଁ। ମନ୍ତ୍ରୀଙ୍କ ଘରେ ଯଦି ବିନା ପିଆଜରେ ଚଳି ଯାଉଛି, ଆମ ଘର ଚଳିବ ନାହିଁ କାହିଁକି!! କେହି ଜଣେ ବିଶେଷ ଦେଶପ୍ରେମୀ ଭକ୍ତ କହିଲେ- ସିଆଚୀନରେ ଆମର ସୈନିକମାନେ ଏତେ କଷ୍ଟ ସହି ସୀମାର ସୁରକ୍ଷା କରୁଛନ୍ତି, ଆଉ ତମେ ପିଆଜ କିଲେ କିଣିଲା ବେଳେ ଏତେ କନ୍ଦାକଟା କରୁଛ-ଦେଶଦ୍ରୋହୀ!! ବାସ, ଆମେ ଚୁପ। ଆମେ ଆଜ୍ଞା, ପିଆଜ କିଣିବା ଛାଡି ଦେଇଛୁ। ଜୟଗୁରୁ ଦୀକ୍ଷାରେ ଏବେ ସାରା ଦେଶ ଦୀକ୍ଷିତ ହେବାକୁ ବାଧ୍ୟ। ବାଉଁଶ ରହିଲେ ସିନା ବଇଁଶି ବାଜିବ, ସେମିତି ପିଆଜ ଖାଇଲେ ସିନା ପିଆଜ ଦର ବାଧିବ!!

ଗୋଟେ ଅଦ୍ଭୁତ ସମୟରେ ଆମେ ବଞ୍ଚୁଛୁ। ସରକାରୀ ତଥ୍ୟ କହୁଛି, ପିଆଜ ଉତ୍ପାଦନ ସେତେବେଶୀ କମିନାହିଁ। ପିଆଜ ଯଥେଷ୍ଟ ପରିମାଣରେ ମହଜୁଦ ଥିବା କଥା ମଧ୍ୟ କିଛି ଦିନ ଆଗରୁ କୁହାଯାଉଥିଲା। ଏବେ କିନ୍ତୁ, ସବୁ କଥା ମୂଲ୍ୟହୀନ। ସୁନା ଦର ଭଳି ପ୍ରତିଦିନ ପିଆଜ ଦର କିଲୋ ପିଛା ୧୦-୨୦ ଟଙ୍କା ବଢୁଛି। ସେପଟେ ଚାଷୀ କିନ୍ତୁ ତା ଉତ୍ପାଦନର ମୂଲ୍ୟ ପାଉନାହିଁ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ ସରକାର ପିଆଜର ସର୍ବ ନିମ୍ନ ବିକ୍ରି ମୂଲ୍ୟ ଚାଷୀଙ୍କ ପାଇଁ ସ୍ଥିର ରଖିଛନ୍ତି। ବଜାରରେ ପିଆଜ କିଲୋ ୧୫୦ ଟଙ୍କା ହେଲେ ମଧ୍ୟ ମଣ୍ଡିରେ ଚାଷୀକୁ ମିଳିବ ସେଇ ୫ ରୁ ୧୦ଟଙ୍କା। ବାକି ସବୁ କଳା ବଜାରୀ ଖାଇବେ। ମାସ ମାସ ଧରି କଳା ବଜାରୀଙ୍କ ହାତରେ ପିଆଜ ବଜାରକୁ ଟେକି ଦିଆ ଯାଇଛି। ସରକାର କହୁଛନ୍ତି, ଅପେକ୍ଷା କର, ଇଜିପ୍ଟ ରୁ ପିଆଜ ଆସିବା, ତୁର୍କୀରୁ ପିଆଜ ଆସିବ। ଆଗରୁ ପାକିସ୍ତାନରୁ ମଧ୍ୟ ପିଆଜ ଆସୁଥିଲା। ଏବେ ଅବଶ୍ୟ ପାକିସ୍ତାନୀ ପିଆଜ ଖାଇବା ଦେଶଦ୍ରୋହ!

ପିଆଜ ଆଲୋଚନାରେ ଆଉ ଗୋଟେ ମଜା କଥା ମଧ୍ୟ ଦେଖିବାକୁ ମିଳୁଛି। କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର- ଏ ଦଳ କହୁଛନ୍ତି, ଏଥି ପାଇଁ କେନ୍ଦ୍ର ଦାୟୀ, ସେ ଦଳ କହୁଛନ୍ତି, ନା ନା , ଏଥି ପାଇଁ ରାଜ୍ୟ ଦାୟୀ। ବଢିଆ ସୁଆଙ୍ଗ। ସର୍ବ ଭାରତୀୟ ସ୍ତରରେ କୃଷି ଉତ୍ପାଦନ ଓ ବିପଣନର ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଦାୟିତ୍ଵ। ପିଆଜ ଦର କେବଳ ଓଡିଶାରେ ବଢି ନାହିଁ। ଏହା କାଶ୍ମୀରରୁ କନ୍ୟାକୁମାରୀ( ଅବଶ୍ୟ କାଶ୍ମୀରରେ କଣ ହେଉଛି ଆମକୁ ଜଣା ନାଇଁ) ସବୁଠି ସମାନ। ପିଆଜ ଦର ସାରା ଦେଶରେ ୧୨୦ ରୁ ୧୫୦। କାଶ୍ମିରୀ ସେଓ ର ଦାମ ପିଆଜ ଠାରୁ କମ। ଏଥିପାଇଁ କଣ ରାଜ୍ୟ ସରକାରମାନେ ଦାୟୀ। କଳା ବଜାରୀ ଓ କିଳା ପୋତେଇ କରୁଥିବା ଲୋକଙ୍କୁ ଧରିବା ରାଜ୍ୟ ସରକାରଙ୍କ କାମ। ହେଲେ ବ୍ୟବସାୟୀ ତ କହୁଛନ୍ତି- ଗୋଦାମ ଘର ଖାଲି-ମାଲ ନାହିଁ। ରାଜ୍ୟ ସରକାର କରିବେ କଣ? ନାଫେଡ଼ ବୋଲି କେନ୍ଦ୍ର ସରକାରଙ୍କର ଏକ ସଂସ୍ଥା ଏ ସବୁ ବୁଝାବୁଝି କରେ। ସେମାନେ ଅଛନ୍ତି ବୋଲି କାହିଁ ଜଣା ପଡୁନି।

ପିଆଜକୁ ନେଇ ଆମର ଗୋଟେ ଅତି ସାଧାରଣ ପ୍ରଶ୍ନ- ଠିକ ଅଛି, ଅକାଳ ବର୍ଷା ଯୋଗୁଁ ପିଆଜ ଆସିବା କମିଯାଇଛି। ହେଲେ ଦିନକୁ ୧୦ ଟଙ୍କା କିଲୋ ପିଛା ଦର ବଢିବାର କାରଣ କଣ? ସରକାର ଦର ନିୟନ୍ତ୍ରଣ କରିବାକୁ ସତରେ ଚାହୁଁଛନ୍ତି, ନା କଳା ବଜାରୀଙ୍କ ହାତରେ ଲୋକଙ୍କୁ ଲୁଟ କରିବାର ଲାଇସେନ୍ସ ଧରାଇ ଦିଆଯାଇଛି। ସରକାର ଚାହିଁଲେ ଗୋଟିଏ ଦିନରେ ପିଆଜର ଦର ସ୍ଥିର ହୋଇପାରିବ। ହେଲେ ସରକାର ଚାହୁଁ ନାହାନ୍ତି। ସରକାର ନ ଚାହିଁବାର କାରଣ ହେଲା, ଦେଶବାସୀ ଏବେ ସରକାରଙ୍କର ଅନୁଗତ ଭକ୍ତ ହୋଇ ଜୀ ହଜୁରଙ୍କ ଦୟାରେ ବଞ୍ଚୁଛନ୍ତି। ସେଥିରେ ପିଆଜ ୧୫୦ ହେଉ କି ୫୦୦, କାହାକୁ କହିବା-କପାଳରେ ସିନା କର ମାରିବା!!

modi govt. Onion କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.