Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନାଗରିକତ୍ଵ ସଂଶୋଧନ ଆଇନକୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ବିରୋଧ କରୁଥିବା ବେଳେ ଏହାକୁ ବଳପୂର୍ବକ ଲାଗୁ କରିବା ବିପଜ୍ଜନକ ହୋଇପାରେ 
ବିଶେଷ ଖବର

ନାଗରିକତ୍ଵ ସଂଶୋଧନ ଆଇନକୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ବିରୋଧ କରୁଥିବା ବେଳେ ଏହାକୁ ବଳପୂର୍ବକ ଲାଗୁ କରିବା ବିପଜ୍ଜନକ ହୋଇପାରେ 

December 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଗୋଟେ ସରକାରର କେତୋଟି ମୁହଁ- ଏକ ନା ଏକାଧିକ- ଏହା ଏକ ବିଚିତ୍ର ପ୍ରଶ୍ନ। ଏନଡିଏ ସରକାରର ଗୃହମନ୍ତ୍ରୀ ଅମିତ ଶାହ ବାରମ୍ବାର କହୁଛନ୍ତି ଯେ, ଦେଶରେ ଜଣେ ହେଲେ ବେଆଇନ ଅନୁପ୍ରବେଶକାରୀଙ୍କୁ ସେ ରଖାଇଦେବେ ନାହିଁ, ହେଲେ ଗତକାଲି ଲୋକସଭାରେ ସେ ନାଗରିକତ୍ଵ ସଂଶୋଧନ ଆଇନ ପାଇଁ ବିଲ ଉପସ୍ଥାପନ କରିଛନ୍ତି। ଯଦି ବେଆଇନ ଅନୁପ୍ରବେଶକାରୀ ରହିବେ ନାହିଁ, ତାହେଲେ ଏ ଆଇନର ଆବଶ୍ୟକତା କଣ? ଏହି ବିଲ ଜୁଲାଇ ୨୦୧୬ରେ ଏହି ସରକାର ଦ୍ଵାରା ଲୋକସଭାରେ ଉପସ୍ଥାପିତ ହୋଇଥିଲେ ମଧ୍ୟ ପୂରା ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଏହା ବିରୋଧରେ ଆନ୍ଦୋଳନ ତେଜିବାରୁ ବାଧ୍ୟ ହୋଇ ସରକାର ଏହାକୁ ଆଉ ଆଗକୁ ନେଇ ନଥିଲେ। ଏବେ ଅମିତ ଶାହ ପୁଣିଥରେ ସେହି ସମାନ ବିଲକୁ ଉପସ୍ଥାପନ କରିବା ପଛରେ ଉଦ୍ଦେଶ୍ୟ କଣ? ଉତ୍ତର ପୂର୍ବ ରାଜ୍ୟ ଗୁଡିକର ଜନସଂଖ୍ୟା ର ସମୀକରଣ ବିଗାଡିବାକୁ ଏହା ଏକ ଷଡଯନ୍ତ୍ର ବୋଲି ଏହି ରାଜ୍ୟ ଗୁଡିକ ବିଚାର କରୁଛନ୍ତି। ଏହି ସଂଶୋଧନ ସଂସଦରେ ଗୃହୀତ ହେଲେ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ରୁ ଆସି ଭାରତରେ ରହି ଯାଇଥିବା ବୌଦ୍ଧ, ଜୈନ, ପାର୍ସି, ଖ୍ରୀଷ୍ଟିୟାନ, ଶିଖ ଓ ହିନ୍ଦୁମାନେ ନାଗରିକ ହେବାର ଅଧିକାର ପାଇବେ। ୩୧, ଡିସେମ୍ବର, ୨୦୧୪ ପୂର୍ବରୁ ଛଅ ବର୍ଷ ଭାରତରେ ରହିଥିବା ଏହି ସବୁ ଧର୍ମର ବିଦେଶୀ ନାଗରିକଙ୍କୁ ନାଗରିକ ଭାବରେ ମାନ୍ୟତା ଦିଆଯିବ।

ଦେଶର ସମ୍ବିଧାନ ଆମକୁ ମୌଳିକ ଅଧିକାରେ ସମାନତାର ଅଧିକାର ଦେଇଛି। ନାଗରିକତା ଦେବା ଲାଗି ଧର୍ମକୁ ଏକ ଆଧାର ଭାବେ ଗ୍ରହଣ କରିବା ସମ୍ବିଧାନର ଧାରା ୧୪ର ଖୋଲା ଉଲ୍ଲଙ୍ଘନ ନୁହେଁ କି? ସମ୍ବିଧାନର ଧାରା 14 ଅନୁସାରେ ଭାରତର ପ୍ରତ୍ଯେକ ନାଗରିକ ଆଇନ ଆଖିରେ ସମାନ। ରାଷ୍ଟ୍ର ବା ସରକାର ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ବା ଜନ୍ମସ୍ଥାନ ଭେଦରେ ନାଗରିକକୁ କୌଣସି ଆଇନ ପାଖରେ ସମାନତାର ଅଧିକାରରୁ ବଞ୍ଚିତ କରି ପାରିବେ ନାହିଁ। ପ୍ରଥମ ଥର ଲାଗି ସମାନତାର ମୌଳିକ ଅଧିକାରକୁ କ୍ଷୁଣ୍ଣ କରି ଧର୍ମ ଭେଦରେ ନାଗରିକ ଅଧିକାର ଦେବାର ଆଇନ ତିଆରି ହେଉଛି। ଏହା ସମ୍ବିଧାନର ମୌଳିକ ଢାଞ୍ଚା ଓ ବିଚାର ବିରୋଧୀ ହୋଇଥିବା ସତ୍ତ୍ୱେ ଅନେକ ରାଜନୈତିକ ଦଳ ଏହାକୁ ସମର୍ଥନ କରିବା ଆଶ୍ଚର୍ୟର କଥା।

ଏହି ବିଲକୁ ସଂସଦରେ ବିଜୁ ଜନତା ଦଳ ସମର୍ଥନ କରିବ କି ନାହିଁ, ତାକୁ ନେଇ ଅବଶ୍ୟ କୌଣସି ପ୍ରଶ୍ନବାଚୀ ନଥିଲା। ନିର୍ବାଚନ ପରଠୁ ବିଜେଡି ବିଜେପିର ପ୍ରତ୍ୟେକ ନୀତିକୁ ଆଖିବୁଜା ସମର୍ଥନ ଦେଇଆସୁଛି। କାଶ୍ମୀରଠୁ ଆରମ୍ଭ କରି ସୂଚନା ଅଧିକାର ବିଲର ସଂଶୋଧନ ପର୍ଯନ୍ତ ସବୁ ବିଲକୁ ବିଜେଡି ଉଭୟ ଗୃହରେ ସମର୍ଥନ ଦେଇ ଆସୁଛି। ତେଣୁ ଏହି ବିଲକୁ ବିଜେଡି ବିରୋଧ କରିବ ନାହିଁ ବୋଲି ସ୍ପଷ୍ଟ ଜଣା ପଡୁଥିଲା।ଭାଷଣରେ ଧର୍ମନିରପେକ୍ଷ ଆଦର୍ଶ ପ୍ରତି ନିଜର ଅଙ୍ଗୀକାରବଦ୍ଧତା ଦେଖାଉଥିବା ନବୀନ ପଟ୍ଟନାୟକ ଅନେକ ସମୟରେ ସାମ୍ପ୍ରଦାୟିକ ରାଜନୀତିରେ ବିଜେପିକୁ ଆଖିବୁଜା ସମର୍ଥନ ଦେବା ନୂଆ କଥା ନୁହେଁ। ନିତୀଶ କୁମାର ଓ ନବୀନ ପଟ୍ଟନାୟକ ନିଜର ଧର୍ମନିରପେକ୍ଷ ଚରିତ୍ରକୁ ସୁବିଧା ମୁତାବକ ବ୍ୟବହାର କରିବାରେ ବେଶ ଧୁରନ୍ଧର।ଏମାନେ ବିଭିନ୍ନ ସମୟରେ ବିଜେପି କୁ ସାମ୍ପ୍ରଦାୟିକ ବୋଲି କହିଥିବା ବେଳେ ଆସଲବେଳକୁ ବିଜେପିର ସାମ୍ପ୍ରଦାୟିକ ଏଜେଣ୍ଡା ପ୍ରତି ନିଜର ନିଃସର୍ତ୍ତ ସମର୍ଥନ ଦେଇ ଆସିଛନ୍ତି। ସାମ୍ପ୍ରଦାୟିକ କେବଳ ନୁହେଁ, ଭାରତୀୟ ସମ୍ବିଧାନର ମୌଳିକ ଆଦର୍ଶକୁ ବିରୋଧ କରୁଥିବା ନାଗରିକତା ସଂଶୋଧନ ବିଲ ପ୍ରତି ନିଜର ସମର୍ଥନ ଜଣାଇ ବିଜେଡି ପୁଣିଥରେ ନିଜର ବୈଚାରିକ ସତ୍ୟତା କୁ ସାମ୍ନାରେ ସ୍ପଷ୍ଟ କରିଛି।

ଏହି ବିଲ ବିରୋଧରେ ଦେଶର ବିଭିନ୍ନ ରାଜ୍ୟ ନିଜର ସ୍ପଷ୍ଟ ମତ ରଖିଛନ୍ତି। ବିଶେଷ କରି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ଏହା ବିରୋଧରେ ତୀବ୍ର ସ୍ଵର ଉତ୍ତୋଳନ କରୁଛନ୍ତି। ଆସାମରେ ଏହା ୧୯୮୪ରେ ହୋଇଥିବା ଆସାମ ଚୁକ୍ତିନାମାକୁ ବିରୋଧ କରୁଛି। ଆସାମ ଗଣ ପରିଷଦ ସମେତ ସେହି ରାଜ୍ୟ ର ବିଜେପି ମଧ୍ୟ ଏହି ବିଲକୁ ବିରୋଧ କରିଥିଲା। ମଣିପୁର, ମିଜୋରାମ ଓ ମେଘାଳୟରେ ବାଂଲାଦେଶରୁ ଆସୁଥିବା ବୌଦ୍ଧ ଚକମା ମାନଙ୍କୁ ବିରୋଧ କରାଯାଉଛି। ନୂଆ ସଂଶୋଧନରେ ବୌଦ୍ଧ ମାନକୁ ନାଗରିକ ଅଧିକାର ମିଳିବାର ବ୍ୟବସ୍ଥା ଥିବାରୁ ଚକମାଙ୍କୁ ନେଇ ଏବେ ଅସ୍ଥିର ବାତାବରଣ ଲାଗି ରହିଛି।

ସମ୍ବିଧାନରେ ଧର୍ମ ଆଧାରରେ ଆଇନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଥିଲେ ମଧ୍ୟ ଧର୍ମ ଆଧାରିତ ନାଗରିକତା ଆମର ମୌଳିକ ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଏକ ସାମ୍ପ୍ରଦାୟିକ ଉଦ୍ୟମ । ଏ ପ୍ରକାର ଉଦ୍ୟମ ଭବିଷ୍ୟତରେ ପୁଣି ଆମର ସାମାଜିକ ବ୍ୟବସ୍ଥାରେ ଅଶାନ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି।

Citizenship (Amendment) Bill northeast
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରରେ ଯୋଗଦେଲେ ୧୯୭ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ, ମନ୍ତ୍ରୀ ହରିଚନ୍ଦନ ଦେଲେ ଦିଗଦର୍ଶନ

February 18, 2026

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କାରଣରେ ସେ କହିଲେ…

February 18, 2026

“ରାହୁଲ ଗାନ୍ଧୀ ଭାରତ ବିରୋଧୀ ଶକ୍ତି ସହିତ ଜଡିତ…”: କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କିରେନ ରିଜି

February 18, 2026

ଓଡିଶା ସମେତ ୧୦ଟି ରାଜ୍ୟ ପାଇଁ ରାଜ୍ୟସଭା ନିର୍ବାଚନ: ଘୋଷଣା ହେଲା ତାରିଖ

February 18, 2026
Latest News

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୋଟୀର ପ୍ରୟାସ

February 18, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.