Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧର୍ମେନ୍ଦ୍ର ପ୍ରଧାନଙ୍କ ଉଜ୍ଵଳା ଯୋଜନାର କରାମତି, ଉପଭୋକ୍ତା ନେଉଛନ୍ତି ମାସକୁ ୩ ରୁ ୪୧ ସିଲିଣ୍ଡର!! 
ବିଶେଷ ଖବର

ଧର୍ମେନ୍ଦ୍ର ପ୍ରଧାନଙ୍କ ଉଜ୍ଵଳା ଯୋଜନାର କରାମତି, ଉପଭୋକ୍ତା ନେଉଛନ୍ତି ମାସକୁ ୩ ରୁ ୪୧ ସିଲିଣ୍ଡର!! 

December 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭକ୍ତଙ୍କ ଲାଗି ବହୁତ ବଡ ଖବର। ଆମ ଓଡିଶାର ଗର୍ବ ଓ ଗୌରବ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ “ଉଜ୍ଜ୍ଵଳା” ଯୋଜନା ସମ୍ପର୍କରେ ଯେଉଁ ଖବର ଏବେ ଶୁଣା ଯାଉଛି, ତାକୁ ଶୁଣିଲା ପରେ ତାଙ୍କ ପାରିବାପଣିଆଁକୁ ତାରିଫ ନକରି ରହି ହେବନାହିଁ। ଦେଶର ମହା ଲେଖାକାର ବା ସିଏଜି ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ଧର୍ମେନ୍ଦ୍ରଙ୍କ ବିଭାଗ ଉଜ୍ଜ୍ଵଳା ଯୋଜନାରେ ବ୍ୟାପକ ହେରଫେର କରିଥିବା କଥା ଉଲ୍ଲେଖ କରିଛନ୍ତି। ସିଏଜିଙ୍କ ୱେବ ସାଇଟରେ ଉଜ୍ଜ୍ଵଳା ଯୋଜନାର ଉପଭୋକ୍ତାମାନେ ମାସକୁ ୩ ରୁ ୪୧ ଟି ସିଲିଣ୍ଡର ଉଠାଉଥିବାର ତଥ୍ୟ ପ୍ରକାଶ ପାଇଛି। ଅର୍ଥାତ ଉଜ୍ଜ୍ଵଳା ଯୋଜନାରେ ସଂଯୋଗ ନେଇ ଏହାର ବ୍ୟାବସାୟିକ ଉପଯୋଗ କରାଯାଉଛି। ଏ ପ୍ରକାର ବ୍ୟାବସାୟିକ ସିଲିଣ୍ଡର ଉଠାଉଥିବା ଉପଭୋକ୍ତାଙ୍କ ସଂଖ୍ୟା ୧୩.୯୬ ଲକ୍ଷ ଓ ସେମାନେ ୩ ରୁ ୪୧ ଟି ସିଲିଣ୍ଡର ଉଠାଇବାର ଉଦାହରଣ ୨୦.୧୨ ଲକ୍ଷ ଥର ଦେଖିବାକୁ ମିଳିଛି। ମାସକୁ ଏତେ ପରିମାଣରେ ସିଲିଣ୍ଡର ଉଠାଇବାକୁ ସାଧାରଣ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିର ସାମର୍ଥ୍ୟ କେଉଁଠୁ ଆସିଲା ବୋଲି ସିଏଜି ସ୍ଵାଭାବିକ ପ୍ରଶ୍ନ ପଚାରିଛନ୍ତି। ପେଟ୍ରୋଲିୟମ ବିଭାଗ ଅଧୀନରେ ଥିବା ତିନୋଟି ଯାକ କମ୍ପାନୀ ଆଇଓସିଏଲ, ବିପିସିଏଲ ଏବଂଏଚପିସିଏଲ ଏହି ସମାନ କାମ କରି ବ୍ୟାପକ ଦୁର୍ନୀତିର ସୁଯୋଗ ସୃଷ୍ଟି କରିଛନ୍ତି।

ମାସକ ୩ ରୁ ୫ ସିଲିଣ୍ଡର ଉଠାଉଥିବା ଉଜ୍ଜ୍ଵଳା ହିତାଧିକାରୀଙ୍କ ସଂଖ୍ୟା ୧୮୪୬୦୪୨ ହୋଇଥିବା ବେଳେ, ୬ ରୁ ୯ ଉଠାଉଥିବା ଗ୍ରାହକଙ୍କ ସଂଖ୍ୟା ୧,୩୫,୬୬୪ ଓ ୧୦ ରୁ ୧୪ ଉଠାଉଥିବା ଲୋକଙ୍କ ସଂଖ୍ୟା ୩୦ ୨୭୩ ବୋଲି ଜଣା ପଡିଛି। ୨୧୬ ଜଣ ଉଜ୍ଜ୍ଵଳା ଉପଭୋକ୍ତା ମାସକୁ ୧୫ ରୁ ୪୧ ସିଲିଣ୍ଡର ଉଠାଇଛନ୍ତି। ମୋଟାମୋଟି ସିଲିଣ୍ଡର କିଣିବା କମିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ବର୍ଗ ଏହାର କଳା ବଜାର ଚଳାଇଛନ୍ତି। ବର୍ଷକୁ ୧୫ ଟି ସିଲିଣ୍ଡରରୁ ଅଧିକ ନ ଦେବାର ନିୟମ ଥିବା ବେଳେ ଏତେ ଅଧିକ ପରିମାଣର ସିଲିଣ୍ଡର କେମିତି ଯୋଗାଣ କରାଗଲା, ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରାୟ ୧.୯୮ ଲକ୍ଷ ଉଜ୍ଜ୍ଵଳା ଉପଭୋକ୍ତାଙ୍କ ସଂଯୋଗକୁ ନିର୍ଦ୍ଦିଷ୍ଟ ଭାବରେ ବ୍ୟାବସାୟିକ ଉପଯୋଗ ପାଇଁ ବ୍ୟବହାର କରାଯାଉଛି ବୋଲି ସିଏଜି କହିଛନ୍ତି।

ଅନେକ ସମୟରେ ଉଜ୍ଜ୍ଵଳା ଉପଭୋକ୍ତାଙ୍କ ସବସିଡି ଭିନ୍ନ ବ୍ୟାଙ୍କ ଖାତାକୁ ଯାଉଛି ବୋଲି ସିଏଜି କହିଛନ୍ତି। ଏ ପ୍ରକାର ଘଟଣାରୁ ଏହା ପଛରେ ଏକ ନିର୍ଦ୍ଦିଷ୍ଟ ରାକେଟ କାମ କରୁଥିବାର ସନ୍ଦେହ ସୃଷ୍ଟି ହୋଇଛି। ଯାହାଙ୍କ ନାମରେ ଉଜ୍ଜ୍ଵଳା ସଂଯୋଗ ରହିଛି ତାଙ୍କୁ ସବସିଡି ମିଳିବା ବଦଳରେ ଲକ୍ଷାଧିକ ଲୋକ ଭିନ୍ନ ଖାତାରେ ସବସିଡି ଖାଉଛନ୍ତି।

ବହୁ ମାତ୍ରାରେ ଉଜ୍ଜ୍ଵଳା ସଂଯୋଗରେ ସୁରକ୍ଷା ବ୍ୟବସ୍ଥା ରେ ସମସ୍ୟା ରହିଛି ବୋଲି ମଧ୍ୟ ଏହି ରିପୋର୍ଟ କହୁଛି। କେବଳ ଗ୍ୟାସ ଚୁଲା ଓ ସିଲିଣ୍ଡର ସଂଯୋଗ ଦିଆ ଯାଉଛି, ହେଲେ ଏଥିରୁ ଅଧିକାଂଶ ଅସୁରକ୍ଷିତ ଭାବରେ ବ୍ୟବହାର କରାହେଉଛି। ସିଲିଣ୍ଡର ଠୁ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଚୁଲି ରହିବା ସୁରକ୍ଷା ଦୃଷ୍ଟିରୁ ଅପରିହାର୍ୟ ହୋଇଥିବା ବେଳେ ପ୍ରାୟ ସବୁ ଉଜ୍ଜ୍ଵଳ ସଂଯୋଗରେ ଏହି ନିୟମ ଲାଗୁ ହେଉନି ବୋଲି ରିପୋର୍ଟ କହୁଛି।  ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ପାଇଁ ବର୍ଷକୁ ୨ କୋଟି ଲକ୍ଷ୍ୟ ନିର୍ଦ୍ଧାରଣ ହୋଇଥିବା ବେଳେ ଏଥି ପାଇଁ ବଜେଟ ରେ ପଇସା ଦିଆ ହୋଇନାହିଁ ବୋଲି ସିଏଜି କହିଛନ୍ତି। ସେହିପରି କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି ପ୍ରଭାଗରେ ୨୬୧.୮୫ କୋଟି ଟଙ୍କା ବେକାର ହୋଇ ପଡି ରହିଛି।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ବିଭାଗ ସମ୍ପର୍କରେ ସିଏଜି ଯାହା ସବୁ ଲେଖିଛନ୍ତି, ତାକୁ ସର୍ବ ସାଧାରଣ ପାଢୀ ପାରିବେ। ବିଭାଗୀୟ ଅପାରଗତା, ହେରାଫେରି ଓ ଦୁର୍ନୀତି ର ଗନ୍ଧ ଏହି ରିପୋର୍ଟରୂ ସ୍ପଷ୍ଟ ବାରି ହୋଇ ପଡୁଛି। ହେଲେ ଏ ପ୍ରଶ୍ନ ପଚାରିବ କିଏ? ହୁଏତ ଆଗ ଭଳି ରାଜନୈତିକ ସ୍ଥିତି ଥିଲେ ବିଜେଡି ଏହି ପ୍ରସଙ୍ଗ ଉଠାଇଥାନ୍ତା। ହେଲେ ଆଜିର ସ୍ଥିତିରେ ବିଜେଡି ଆଉ ଏ ପ୍ରସଙ୍ଗ ଉଠାଇବାର ସମ୍ଭାବନା ଯଥେଷ୍ଟ କମ। କଂଗ୍ରେସର ପ୍ରତିବାଦି ସ୍ଵର ଅତ୍ୟନ୍ତ କ୍ଷୀଣ। ତେଣୁ ସିଏଜିଙ୍କ ଏହି ରିପୋର୍ଟ ସମୟ କ୍ରମେ ଅନ୍ଧାରରେ ହଜିଯିବାର ସମ୍ଭାବନା ଅଧିକ। ଏ ସମ୍ପର୍କରେ ଗଣମାଧ୍ୟମରେ ମଧ୍ୟ ବିଶେଷ ଚର୍ଚ୍ଚା ନାହିଁ। କେବଳ ‘ଦି ମିଣ୍ଟ” ଓ “ଦି ହିନ୍ଦୁ ବିଜିନେସ ଲାଇନ” କୁ ଛାଡି ଦେଲେ ଏ ପ୍ରସଙ୍ଗରେ ବିଶେଷ ଖବର ଆଉ କେଉଁଠି ବାହାରି ନାହିଁ। ଓଡିଶାର ଟେଲିଭିଜନ ଚାନେଲ ଓ ଖବର କାଗଜ ତ ଏସବୁ ରିପୋର୍ଟ ପଢନ୍ତି ନାହିଁ କିମ୍ବା ପଢିଲେ ମଧ୍ୟ ଏକଥା ଲେଖିବାର ସାହସ ସେମାନଙ୍କର ନାହିଁ।

cag
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.