Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆପଣମାନେ ଜାଣନ୍ତି, ଆନ୍ନା ହଜାରେ ଅନଶନରେ ବସିଛନ୍ତି?
ବିଶେଷ ଖବର

ଆପଣମାନେ ଜାଣନ୍ତି, ଆନ୍ନା ହଜାରେ ଅନଶନରେ ବସିଛନ୍ତି?

February 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ସେ ଟୋପି କଥା ଆପଣମାନଙ୍କର ମନେ ଅଛି, ଯେଉଁ ଟୋପିରେ ଲେଖାଥିଲା, ମେ ଭି ଆନ୍ନା। ଆହୁରି କିଛି ଟୋପି ଥିଲା, ଯେଉଁଠି ଲେଖା ହୋଇଥିଲା, ମେରା ନେତା ଚୋର ହୈ। ଆନ୍ନା, ଆନ୍ନା ହଜାରେ, ସାରା ଭାରତରେ ବିଜୁଳିର ଚମକ ଖେଳାଇ ଦେଇଥିବା ଏଇ ୮୨ ବର୍ଷର ବୃଦ୍ଧ ସଂଗ୍ରାମୀ ଗତ ଚାରି ଦିନ ହେଲା ଅନଶନରେ ବସିଛନ୍ତି। ସେ ଖବର ଖାଲି ଖବର କାଗଜର ଗୋଟେ ଛୋଟିଆ କୋଣରେ ଆସୁଛି ଆଉ ଯାଉଛି। କେହି ଚିନ୍ତା କରୁନାହାନ୍ତି, ଆନ୍ନା ହଜାରେଙ୍କର କଣ ହେବ। ମୋଟାମୋଟି କହିବାକୁ ଗଲେ ଭାରତର ରାଜନୀତିରେ ଆନ୍ନା ହଜାରେ ଆଜି ଏକ ଅନାବଶ୍ୟକ ଚରିତ୍ର। ଏକଦା ଦିଲ୍ଲୀର ରାମଳୀଳା ମଇଦାନରେ ତାଙ୍କର ଅନଶନ ସାରା ଦେଶରେ ନିଆଁ ଲଗାଇ ଦେଇଥିଲା। ଦୁର୍ନୀତି ବିରୋଧୀ ଦେବଦୂତ ଭାବରେ ସାରା ଦେଶ ତାଙ୍କ ପଛରେ ଠିଆ ହୋଇଗଲା। ୫ ଏପ୍ରିଲ ୨୦୧୧ ରୁ ୯ ଏପ୍ରିଲ ୨୦୧୧, ଆନ୍ନା ହଜାରେଙ୍କର ଆନ୍ଦୋଳନ ସେତେବେଳେ ସାରା ଦେଶର ଏକ ମାତ୍ର ଚର୍ଚ୍ଚାର ବିଷୟ ଥିଲା। ହଜାର ହଜାର ଲୋକ ସ୍ଵତଃ ରାସ୍ତାକୁ ଓହ୍ଲାଇ ଆସି ଆନ୍ନାଙ୍କୁ ସମର୍ଥନ କରୁଥିଲେ। ଟେଲିଭିଜନ ଚାନେଲ ଗୁଡିକ ରାତି ଦିନ ଏକାକାର କରି ଆନ୍ନା ଓ ତାଙ୍କ ସାଥିମାନଙ୍କ ଅନଶନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂ ଓ ତାଙ୍କ ସରକାର ଆନ୍ନାଙ୍କ ଅନଶନକୁ ଦେଖି ଏକପ୍ରକାର ଭୟଭୀତ ହୋଇପଡିଥିଲା।

ଗତ ଆଠ ବର୍ଷ ଭିତରେ କେତେ କଣ ବଦଳି ଯାଇଛି। ସେଇ ସମାନ ଆନ୍ନା ହଜାରେ ଆଜି ଏକୁଟିଆ ନିଜ ଗାଁ ରାଲେଗାଁଓ  ସିଦ୍ଧିରେ ଅନଶନରେ ବସିଛନ୍ତି। ପାଖରେ ଶିଷ୍ୟ ପ୍ରଶିଷ୍ୟ କେହି ନାହାନ୍ତି। ଯେଉଁମାନେ ଆନ୍ନାଙ୍କ ସାଙ୍ଗରେ ବସି ଅନଶନ କରୁଥିଲେ ବା ଦୁର୍ନୀତି ବିରୋଧରେ ବଡ ବଡ ଭାଷଣ ଦେଉଥିଲେ, ସେମାନେ ଏବେ ନିଜେ ଗୋଟେ ଗୋଟେ କ୍ଷମତା କେନ୍ଦ୍ର। କିଏ ମୁଖ୍ୟମନ୍ତ୍ରୀ, କିଏ ରାଜ୍ୟପାଳ, କିଏ କେନ୍ଦ୍ରମନ୍ତ୍ରୀ ହୋଇ ବସିଛନ୍ତି। ଆନ୍ନାଙ୍କୁ ନେଇ ଭାବିବାକୁ କାହା ପାଖରେ ସମୟ ନାହିଁ। ୨୦୧୧ ରେ ମନମୋହନ ସିଂ ସରକାର ଆନ୍ନାଙ୍କୁ ଖାତର କଲେ ବୋଲି, ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଲା। ନରେନ୍ଦ୍ର ମୋଦୀ ସରକାର ସ୍ଵୟଂଭୂ। ତାଙ୍କର କାହାକୁ ଖାତର କରିବାର ନାଇଁ। ତେବେ ଏଥିଲାଗି ଖୋଦ ଆନ୍ନା ହଜାରେ ଇ ଦାୟୀ। ଆନ୍ନା ହଜାରେ ଭାବିଲେ ସରକାର ବଦଳିଗଲେ ଦୁର୍ନୀତି ଚାଲିଗଲା। କିନ୍ତୁ ଦୁର୍ନୀତି ଆମ ସାମାଜିକ ଓ ରାଜନୈତିକ ଜୀବନର ଗୋଟେ ଏମିତି ଅଂଶ ଯାହାକୁ କେବଳ ଲୋକପାଳ ଭଳି ଏକ ଆଇନ ମାଧ୍ୟମରେ ବଦଳାଇ ହେବ ନାହିଁ। ମୋଦୀ ହୁଅନ୍ତୁ ବା ମନମୋହନ, କଂଗ୍ରେସ ହେଉ ବା ବିଜେପି, ରାଜନୈତିକ ଦୁର୍ନୀତି ବିରୋଧରେ ଲଢିବାକୁ ଏମାନେ କେହି ବଦ୍ଧ ପରିକର ନୁହନ୍ତି। ତେଣୁ ଆନ୍ନା ବୃହତ୍ତର ରାଜନୈତିକ ସଂସ୍କାର ପ୍ରସଙ୍ଗ ନ ଉଠାଇ କେବଳ ସରକାର ବଦଳାଇବା ପ୍ରକ୍ରିୟାରେ ନିଜର ଶକ୍ତି ଅପଚୟ କଲେ। ତାହାର ପରିଣତିରେ କଂଗ୍ରେସର ବିପର୍ୟୟ ଘଟିଲା ଓ ୨୦୧୪ ରେ ବିଜେପି ସରକାର ଆସିଲା। ହେଲେ ଏଇ ସରକାର ବଦଳ ପ୍ରସଙ୍ଗ ଆନ୍ନାଙ୍କୁ ସାରା ଜୀବନ ପାଇଁ ଲୋକଙ୍କ ପାଖରେ ଅବିଶ୍ଵସ୍ତ କରିଦେଲା।

ତାଙ୍କୁ ସରକାର କୁ ବଦନାମ କରିବାର ଏକ ଅସ୍ତ୍ର ଭାବରେ ବିଜେପି ଓ ସଂଘ ପରିବାର ବ୍ୟବହାର କରି ସାରିବା ପରେ ଏବେ ଫୋପାଡି ଦେଇଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ ଆନ୍ନା ହଜାରେ ଯେତେଥର ଯେଉଁ ପ୍ରସଙ୍ଗ କଥା ଉଠାଇଛନ୍ତି, ତାଙ୍କ କଥା କେହି ଶୁଣିନାହାନ୍ତି। ତାଙ୍କର ପ୍ରଚଣ୍ଡ ଚାପରୁ ଯେଉଁ ଲୋକପାଳ ବିଲ ତିଆରି ହୋଇଥିଲା ତାହା ଆଜି ଏକପ୍ରକାର ଅକାମୀ ହୋଇ ପଡିଛି। ନରେନ୍ଦ୍ର ମୋଦୀ ଲୋକପାଳ ର ନାଁ ବି ଧରୁନାହାନ୍ତି। ସେଥିରେ ଆନ୍ନା ଆଜି ପୁଣିଥରେ ଅନଶନରେ ବସିଛନ୍ତି। ବଡ ବିକଳ ହୋଇ କହୁଛନ୍ତି- ଯଦି ମୋର କିଛି ହୋଇଯାଏ, ତାହେଲେ ସେଥିଲାଗି ପ୍ରଧାନମନ୍ତ୍ରୀ ମୋଦୀ ଦାୟୀ ରହିବେ। ହେଲେ ଆନ୍ନାଙ୍କ କଥା ଶୁଣୁଛି କିଏ? ଦେଶର ଗଣମାଧ୍ୟମ ଏବେ ନିର୍ବାଚନ ମୋଡରେ। କୋଲକାତାର ରାଜରାସ୍ତାରେ ସିବିଆଇ ବନାମ ପଶ୍ଚିମ ବଙ୍ଗ ରାଜ୍ୟ ପୋଲିସର ଯେଉଁ ମହାନାଟକ ଚାଲିଛି, ତାକୁ ଦେଖିବା ଓ ଦେଖାଇବାରେ ବ୍ୟସ୍ତ ଟେଲିଭିଜନ କ୍ୟାମେରା ପାଖରେ ଆନ୍ନାଙ୍କ ପାଇଁ ଆଉ ସମୟ ନାହିଁ।

ଆନ୍ନା ହଜାରେଙ୍କ ଆନ୍ଦୋଳନ ସହିତ ଯେଉଁମାନେ ଛିଡା ହୋଇଥିଲେ ସେମାନେ ଆଜି ହତାଶ ଓ ଶୋଷିତ। ଦୁର୍ନୀତି ବିରୋଧରେ ଲଢିବାକୁ ଯାଇ ସାମ୍ପ୍ରଦାୟିକ ଶକ୍ତିଙ୍କ ହାତରେ ଦେଶର ଭବିଷ୍ୟତ ଟେକି ଦିଆଯିବ ବୋଲି ସେତେବେଳେ କେହି କଲ୍ପନା ମଧ୍ୟ କରିନଥିଲେ। ସଂଘ ପରିବାର ହାତରେ ‘ଇଣ୍ଡିଆ ଏଗେଂଷ୍ଟ କରପସନ‘ ଆଂଦୋଳନର ଭାଗ୍ୟକୁ ଟେକିଦେଇ ଆନ୍ନା ସବୁଦିନ ଅବିଶ୍ଵସ୍ତ ହୋଇସାରିଛନ୍ତି। ତେଣୁ ଆଜି ତାଙ୍କ ପାଖରେ କେହି ନାହାନ୍ତି। ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଲକ୍ଷ ଲକ୍ଷ ଯୁବକଙ୍କ ଭାବ ପ୍ରବଣତା ଓ ରାଜନୀତିରେ ସେମାନେ ଦେଖିଥିବା ସ୍ଵପ୍ନ ଭାଙ୍ଗି ଯାଇଛି। ସେଥିଲାଗି ଆନ୍ନା ଆଜି ଏକୁଟିଆ ଓ ହତାଶ ହୋଇ ବସିଛନ୍ତି। ଆନ୍ନା ହଜାରେଙ୍କ ପ୍ରତି ସବୁ ପ୍ରକାର ସମ୍ମାନ ସତ୍ତ୍ୱେ ଆଜି ତାଙ୍କ କଥା ଉପରେ ଭରସା କରିବା ଭଳି ଲୋକ ଆଉ ପ୍ରାୟ କେହି ନାହାନ୍ତି, ତାହାହିଁ ବିଡମ୍ବନା।

kedarmishra thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026

ବିଶ୍ୱ ସଙ୍କଟ ସମୟରେ କୃଷି କ୍ଷେତ୍ରରେ ସ୍ଥିରତା ପାଇଁ ଶିବରାଜ ସିଂହ ଚୌହାନଙ୍କ ଉଚ୍ଚସ୍ତରୀୟ ବୈଠକ

March 25, 2026

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026
Latest News

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026

ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.