Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗ୍ରାମବାସୀଙ୍କ ଅନନ୍ୟ ପଦକ୍ଷେପ : ଧାର୍ମିକ କାର୍ଯ୍ୟକ୍ରମରୁ ଖର୍ଚ୍ଚ କାଟ କରି ଶିକ୍ଷାରେ କରୁଛନ୍ତି ବିନିଯୋଗ
ବିଶେଷ ଖବର

ଗ୍ରାମବାସୀଙ୍କ ଅନନ୍ୟ ପଦକ୍ଷେପ : ଧାର୍ମିକ କାର୍ଯ୍ୟକ୍ରମରୁ ଖର୍ଚ୍ଚ କାଟ କରି ଶିକ୍ଷାରେ କରୁଛନ୍ତି ବିନିଯୋଗ

December 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର, 25/12:

ସମ୍ପ୍ରତି ଦେଶରେ ଧର୍ମକୁ ନେଇ ରାଜନୀତି ଚାଲିଥିବାବେଳେ ମହାରାଷ୍ଟ୍ରର ଏକ ଗ୍ରାମ ଅନନ୍ୟ ନିଷ୍ପତ୍ତି ନେଇଛନ୍ତି। ଗ୍ରାମବାସୀଙ୍କ ଉନ୍ନତ ବିଚାରାଧାରାର ପ୍ରତିଫଳନ ଦେଖିବାକୁ ମିଳିଛି ଏଠି । ମହାରାଷ୍ଟ୍ରରେ ରହିଥିବା ଏକ ଗ୍ରାମର ଗ୍ରାମବାସୀମାନେ ଧାର୍ମିକ କାର୍ଯ୍ୟକ୍ରମରେ ହେଉଥିବା ଖର୍ଚ୍ଚକୁ କମ୍‌ କରି ଏହି ଅର୍ଥରେ ପିଲାଙ୍କ ଶିକ୍ଷାରେ ବିନିଯୋଗ କରିବାର ଏକ ଉତ୍ତମ ନିଷ୍ପତ୍ତି ନେଇଛନ୍ତି।

ମହାରାଷ୍ଟ୍ରର ଏହି  ପୋଖରୀ ନାମରେ ଏକ ଗ୍ରାମର ଗ୍ରାମବାସୀମାନେ ଶିଶୁଙ୍କ ଭବିଷ୍ୟତ ପାଇଁ ଏକ ଅନନ୍ୟ କାର୍ଯ୍ୟ କରୁଥିବାର ଉଦାହରଣ ଦେଖିବାକୁ ମିଳିଛି। ଏହି ଗ୍ରାମର ଜିଲ୍‌ଲା ପରିଷଦ ସଦସ୍ୟ କହିଛନ୍ତି ଯେ, ଗ୍ରାମବାସୀମାନେ ନିଷ୍ପତ୍ତି ନେଇଛନ୍ତି ଯେ, ପିଲାଙ୍କୁ ଶିକ୍ଷା ଦିଗରେ ଅଧିକ ପ୍ରୋତ୍ସାହିତ ତଥା ତାଙ୍କ ଶିକ୍ଷାର ଉନ୍ନତି ପାଇଁ ଏହି ପ୍ରୟାସ କରାଯାଉଛି । ଏଥିପାଇଁ ସମସ୍ତ ଗ୍ରାମବାସୀ ମାନେ ନିଜ ନିଜର ଯୋଗଦାନ ଦେଉଛନ୍ତି। ଜିଲ୍‌ଲା ପରିଷଦଙ୍କ ସୂତ ଅନୁସାରେ ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ଉନ୍ନତୀକରଣ କରିବା ସହିତ ବିଦ୍ୟାଳୟର କମ୍ପ୍ୟୁଟର ଲାବ୍‌ର ନିର୍ମାଣ ମଧ୍ୟ କରିଛନ୍ତି। ଏବେ ବିଦ୍ୟାଳୟର କ୍ୟାମ୍ପସ୍‌କୁ ବଢାଇବା ଯୋଜନା କରାଯାଇଛି।  ବିଦ୍ୟାଳୟର କ୍ୟାମ୍ପସ୍‌କୁ ବଢାଇବା ପାଇଁ ଦୁଇ ଏକର ଜମି ଯୋଗାଇ ଦିଆଯିବ।  ଗ୍ରାମରେ ଥିବା ବିଦ୍ୟାଳୟ ପାଖରେ ମାତ୍ର 0.45 ଏକର ଜମି ରହିଛି । ଏଥିନିମେନ୍ତ ସମ୍ପୃକ୍ତ ଗ୍ରାମବାସୀମାନେ  ଧାର୍ମିକ କାର୍ଯ୍ୟରେ ହେଉଥିବା ଖର୍ଚ୍ଚକୁ କମ୍‌ କରି ଶିକ୍ଷା ତଥା ବିଦ୍ୟାଳୟରେ ବିନିଯୋଗ କରାଯିବ ନେଇ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ଗ୍ରାମରେ ପ୍ରତ୍ୟେକ ବର୍ଷ ଏକ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହା ଏକସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ। ଏହା ବେଶ୍‌ ବ୍ୟୟ ବହୁଳ ହୋଇଥାଏ।  ଏଥିରେ ଲୋକଙ୍କୁ ମିଠା ବଣ୍ଟାଯାଇଥାଏ। ଗ୍ରାମବାସୀମାନଙ୍କ ନିଷ୍ପତ୍ତି ଅନୁସାରେ ଏହି କାର୍ଯ୍ୟକ୍ରମରେ ମିଠା ବଦଳରେ ରୁଟି ଓ ଡାଲି ଦିଆଯିବ ।

ଗ୍ରାମବାସୀଙ୍କ ଦ୍ବାରା କରାଯାଇଥିବା ଅଙ୍ଗନଓ୍ବାଡିର ଉନ୍ନତୀକରଣରେ ପ୍ରାୟ 10ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଖର୍ଚ୍ଚ କରାଯାଇଛି। ଅଙ୍ଗନଓ୍ବାଡିକୁ ଡିଜିଟାଲ କରିବା ପାଇଁ ପଞ୍ଚାୟତ ଓ ଅନ୍ୟାନ୍ୟ ସୂତ୍ରରୁ 50 ହଜାରଟଙ୍କାର ସହାୟତା ମିଳିଥିଲା। ଏଥିରେ ଗ୍ରାମବାସୀମାନେ ଅର୍ଥ ମିଶାଇଥିଲେ। ଗ୍ରାମରେ ପାଖାପାଖି 450 ଘର ରହିଥିବାବେଳେ ପ୍ରତ୍ୟେକ ଘରୁ 5-5 ହଜାର ଟଙ୍କାର ସହାୟତା ରାଶି ମିଳିଥିଲା।

ଗ୍ରାମବାସୀମାନେ ଧର୍ମ ବଦଳରେ ଶିକ୍ଷାକୁ ଅଗ୍ରାଧିକାର ଦେଇ ଏକ ଅନନ୍ୟ ପଦକ୍ଷେପ ସୃଷ୍ଟି କରିଛନ୍ତି। ଆଜିର ଶିଶୁ କାଲିର ଭବିଷ୍ୟତ । ଶିଶୁଙ୍କ ଭବିଷ୍ୟତକୁ ସୁନ୍ଦର ଓ ତଥା ରଚନାତ୍ମକ କରିବା ଦିଗରେ ଗ୍ରାମବାସୀଙ୍କ ନିଷ୍ପତ୍ତି ସତରେ ଅନନ୍ୟ। ଧାର୍ମିକ କାର୍ଯ୍ୟକ୍ରମରୁ ଖର୍ଚ୍ଚ କାଟ କରି ଶିକ୍ଷାରେ ବିନିଯୋଗ କରି ଦେଶ ତଥା ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରେରଣ କରିଛନ୍ତି ଏହି ଗ୍ରାମବାସୀମାନେ ।

Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026
Latest News

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.