Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତେଇଶ ବର୍ଷରେ ବିଜୁ ଜନତା ଦଳ, ନିରଙ୍କୁଶ କ୍ଷମତା ଓ ପ୍ରବଳ ଲୋକପ୍ରିୟତା ସତ୍ତ୍ୱେ କେନ୍ଦ୍ର ପାଖରେ ଏ ଆତ୍ମ ସମର୍ପଣ କାହିଁକି?
ବିଶେଷ ଖବର

ତେଇଶ ବର୍ଷରେ ବିଜୁ ଜନତା ଦଳ, ନିରଙ୍କୁଶ କ୍ଷମତା ଓ ପ୍ରବଳ ଲୋକପ୍ରିୟତା ସତ୍ତ୍ୱେ କେନ୍ଦ୍ର ପାଖରେ ଏ ଆତ୍ମ ସମର୍ପଣ କାହିଁକି?

December 26, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବିଜୁ ଜନତା ଦଳ ଗଠନର ବାଇଶ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହିଆସିଛି। ବିରୋଧୀ ରାଜନୀତି ସହିତ ବିଜେଡ଼ିର ସମ୍ପର୍କ ପ୍ରାୟତଃ ନାହିଁ। ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ ବିଜେଡି ନିର୍ବିକଳ୍ପ ମନେ ହେଉଛି। ସଫଳତାର ଏହି ଦୀର୍ଘ ରାସ୍ତା ବିଜେଡ଼ିକୁ କଣ ଦେଇଛି ଓ ପ୍ରତିବଦଳରେ ଓଡିଶା ବିଜେଡ଼ିଠୁ କଣ ପାଇଛି, ତାର ସମୀକ୍ଷା ଆଜି ଜରୁରୀ। ଏକଥା ସତ ଯେ ୧୯୯୯ ମହାବାତ୍ୟା ପରେ ଓଡିଶାର ଯେଉଁ ଭୟଙ୍କର ସ୍ଥିତି ରହିଥିଲା, ସେଥିରୁ ଓଡିଶା ମୁକୁଳି ପାରିଛି ଓ ଏକଦା ପ୍ରାକୃତିକ ଦୁର୍ବିପାକ ସମୟରେ ଅସହାୟ ଲାଗୁଥିବା ଓଡିଶା ଆଜି ଯେକୌଣସି ସଙ୍କଟର ମୁକାବିଲା ଲାଗି ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ଅର୍ଥନୈତିକ ଦୃଷ୍ଟିରୁ ଓଡିଶା ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି, ଯଦିଓ ଏହି କ୍ଷେତ୍ରରେ ଆହୁରି ଅନେକ କିଛି ବାକି ରହିଛି। ଅନେକ ଲୋକାଭିମୁଖୀ ଯୋଜନା ରାଜ୍ୟରେ କାର୍ୟକାରୀ ହୋଇଛି। ଏକ ରାଜନୈତିକ ଦଳ ପାଇଁ ଏହା ନିଶ୍ଚିତ ଭାବରେ ସଫଳତାର କଥା। କିନ୍ତୁ ବିଜେଡି ଗଠନର ୨୨ ବର୍ଷ ପରେ ଓ ବିଶେଷ କରି ଓଡିଶାର ନିରଙ୍କୁଶ କ୍ଷମତା ୨୦ ବର୍ଷ ଧରି ଭୋଗି ସାରିଲା ପରେ, ଆଜି ବିଜେଡି କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ।

ରାଜ୍ୟର ମୌଳିକ ସମସ୍ୟା ସମାଧାନ କ୍ଷେତ୍ରରେ ବିଜେଡି ନେତୃତ୍ବକୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡିବ। ଶିକ୍ଷା ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ସରକାର ଏକ ଆଦର୍ଶ ବ୍ୟବସ୍ଥା  ଦେଶ ଆଗରେ ଥୋଇଛନ୍ତି। ଓଡିଶାରେ ସେମିତି ଶିକ୍ଷା ଓ ସ୍ଵାସ୍ଥ୍ୟର ଭିତ୍ତିଭୂମି ନିର୍ମାଣ କରାଯାଇପାରିବ ନାହିଁ କାହିଁକି? ଯଦିଓ ଦିଲ୍ଲୀ ତୁଳନାରେ ଓଡିଶାର ଭୌଗୋଳିକ ଇଲାକା ବିସ୍ତୃତ ଓ ଏହାର ଜନସଂଖ୍ୟା ର ବିବିଧତା ରହିଛି, ତଥାପି ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଓଡିଶା ସରକାର ଯାହା କରିଛନ୍ତି, ତାହା ରାଜ୍ୟର ଆବଶ୍ୟକତା ତୁଳନାରେ ଯଥେଷ୍ଟ ନୁହେଁ।

ସରକାରୀ ଯୋଜନା ଅପେକ୍ଷା ଓଡିଶାର ରାଜନୀତିରେ ବିଜଡି କୌଣସି ମୌଳିକ ପାର୍ଥକ୍ୟ ଆଣି ପାରିଛି କି?  ଆଜି ବିଜେଡି ପ୍ରତିଷ୍ଠା ଦିବସରେ ଏ ପ୍ରଶ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ।ଗତ ଦୁଇ ଦଶନ୍ଧି ଧରି ଓଡିଶାର ରାଜନୀତି ବିଜେଡି କୈନ୍ଦ୍ରିକ ରହିଆସିଛି ଓ ବିରୋଧୀ ଭୂମିକା ତୁଲାଉଥିବା ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି, ବିଜେଡ଼ିର ଦୂର୍ଗଭେଦ କରିବାରେ ସଫଳ ହୋଇନାହାନ୍ତି। ଆଞ୍ଚଳିକ ଅସ୍ମିତା ଓ ଓଡିଆ ଜାତୀୟତାକୁ ପ୍ରସଙ୍ଗ କରି ବିଜେଡି ରାଜନୀତି କରୁଥିଲେ ମଧ୍ୟ ଦଳ ଭିତରେ ଏହାକୁ ନେଇ ଏବେବି ଅସ୍ପଷ୍ଟତା ରହିଛି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ଵ ଦେଉଥିଲା। କିନ୍ତୁ ବିଜେଡି ଭିତରେ ଓ ବିଜେଡି ସରକାରରେ ମହିଳାଙ୍କ ଅଂଶୀଦାରିତା ଉତ୍ସାହଜନକ ନୁହେଁ। ଦଳରେ ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ସଙ୍ଖ୍ୟାଲଘୁଙ୍କ ସଂପୃକ୍ତି ବିଷୟ କୁହାଯାଉଥିଲେ ମଧ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସେମାନଙ୍କର ଭୂମିକା ଆଜି ମଧ୍ୟ ସୀମିତ। ତେବେ ମହିଳା ସଂରକ୍ଷଣ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବାକୁ ଯାଇ ବିଜେଡି ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ନିର୍ବାଚନ ପରେ କିନ୍ତୁ ମହିଳା ଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ବିଜେଡି ନୀରବ ରହିଛି।

ରାଜନୈତିକ ସ୍ତରରେ ବିଜେଡ଼ି ନିଜର ଦ୍ଵିତୀୟ ଧାଡିର ନେତୃତ୍ୱ ଉପରେ ଅଧିକ ଆସ୍ଥାବାନ ହେବାର ସମ୍ଭାବନା ଆଉ ନାହିଁ। ଏବେ ବିଜେଡ଼ି ଭିତରେ ତୃତୀୟ ପ୍ରଜନ୍ମର ନେତୃତ୍ୱ କୁ ଅଧିକ ଗୁରୁତ୍ଵ ଦେବାର ସମୟ ଆସିଛି। ସଫଳତାର ରାସ୍ତା ଯେତେ ଲମ୍ବା ହୁଏ ଅହଙ୍କାରର ସମ୍ଭାବନା ମଧ୍ୟ ସେତେ ଦୀର୍ଘ ହୋଇଯାଏ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ପର୍ୟନ୍ତ ମୁହାଁମୁହିଁ ରାଜନୀତିକୁ ପସନ୍ଦ କରୁନାହାନ୍ତି। ବିରୋଧୀଙ୍କ ଆକ୍ରମଣକୁ ସ୍ଥିର ଓ ଶାନ୍ତ ଭାବରେ ସାମ୍ନା କରିବାର କୌଶଳ ଯଦିଓ ନବୀନଙ୍କ ପାଖରେ ରହିଛି, ଏହାର ପ୍ରତିଫଳନ ଦଳର ତଳ ସ୍ତରରେ ଦେଖା ଯାଉନାହିଁ।

୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ଦ୍ଵିତୀୟ ଥର ଲାଗି ଜାତୀୟ ରାଜନୀତିରେ ଚାଲିଥିବା ମୋଦୀ ହାୱାକୁ ପ୍ରତିହତ କରିବାରେ ସଫଳ ହୋଇଥିଲା। ହେଲେ ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ବିଜେପି ସହିତ ବିଜେଡ଼ିର ନିବିଡତା ଅନେକଙ୍କୁ ଅଡୁଆରେ ପକାଇଛି। ରାଜ୍ୟର ସ୍ଵାର୍ଥ ଲାଗି ଏହା କରାଯାଉଛି ବୋଲି ବିଜେଡି ଯେତେ କହିଲେ ମଧ୍ୟ ବିଜେପିର ବିଭାଜନକାରୀ ଏଜେଣ୍ଡା ପ୍ରତି ଏହାର ନିଃସର୍ତ୍ତ ସମର୍ଥନ ଦଳର ସ୍ଵାଧୀନ ସ୍ଥିତି ପ୍ରତି ବିପଦ ସୃଷ୍ଟି କରିଛି।ବିଜେଡି ବିଜେପି ପାଖରେ ଆତ୍ମା ସମର୍ପଣ କରିଛି ବୋଲି ଏକ ବାର୍ତ୍ତା ଏବେ ଲୋକଙ୍କ ପାଖକୁ ଯାଇଛି।

୨୨ ବର୍ଷର ରାଜନୀତିରେ ବିଜେଡି ଓଡିଶା ଲୋକଙ୍କଠାରୁ ଯେତିକି ସମର୍ଥନ ପାଇଛି ତାକୁ ଶ୍ରଦ୍ଧାର ସହ ରଖିପାରିଲେ ବିଜେଡି ଆଗକୁ ମଧ୍ୟ ସଫଳ ହେବ। ହେଲେ ଏହି ସମର୍ଥନ କୁ ଯଦି ଆତ୍ମ ସମର୍ପଣ ଓ ଆତ୍ମ ଲାଭର ମାଧ୍ୟମ ଭାବେ ବ୍ୟବହାର କରାଯାଏ, ତାହେଲେ କ୍ଷମତା ହାସଲର ରାଜନୀତିରେ ଯେତେ ସଫଳ ହେଲେ ମଧ୍ୟ ଇତିହାସରେ ବିଜେଡି ଏକ ସାମ୍ପ୍ରଦାୟିକ ଦଳର ଛାଇ ହୋଇ ରହିଯିବ।

ଓଡିଶା କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.