Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୫୪ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌
ବିଶେଷ ଖବର

୫୪ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌

December 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ, ୨୭/୧୨: ୫୪  ବର୍ଷ ବୟସରେ ପାଦ ଦେଲେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌। ୧୯୬୫ ମସିହା ଡିସେମ୍ବର ୨୭ରେ ଏହି ଅଭିନେତାଜଣକ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍। ବଲିଉଡ୍‌ରେ ଭାଇଜାନ୍‌, ଦବଙ୍ଗ ଖାନ୍‌, ସୁଲତାନ୍‌ ନାମରେ ବେଶ୍‌ ଚର୍ଚ୍ଚିତ ସଲମାନ। ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ‘୧୯୮୯’ ମସିହାରେ ସୂରଜ ବଡଜାତ୍ୟାଙ୍କ ଫିଲ୍ମ  ‘ ମୈନେ ପ୍ୟାର କିଆ’ରେ ସଲମାନଙ୍କ ଅଭିନୟ ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା। ପରବର୍ତ୍ତୀ ସମୟରେ ସେ ‘ହମ୍ ଆପକେ ହେ କୌନ୍, ହମ୍ ସାଥ୍ ସାଥ୍ ହୈ, ପ୍ୟାର କିୟା ତୋ ଡରନା କ୍ୟା, ହମ୍ ଦିଲ୍ ଦେ ଚୁକେ ସନମ, ୱାଣ୍ଟେଡ୍, ବଡିଗାର୍ଡ, ରେଡ୍ଡୀ, ଦବଙ୍ଗ, ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ୍, ସୁଲତାନ, କିକ, ପ୍ରେମ ରତନ ଧନ ପାୟୋ, ଟାଇଗର ଜିନ୍ଦା ହୈ, ରେସ -୩, ଭାରତ, ଦବଙ୍ଗ-୩ ପରି ବହୁ ସୁପରହିଟ ଫିଲ୍ମ ସେ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି। ଏହି ଫିଲ୍ମଗୁଡିକ ମଧ୍ୟରେ ୫ଟି ଫିଲ୍ମ ୩୦୦ କୋଟି କ୍ଲବରେ ସାମିଲ ହୋଇଛି। ଏହି ସୁପରଷ୍ଟାରଙ୍କ ଫ୍ୟାନ ଫୋଲୋଇଂ ମଧ୍ୟ ବହୁତ। ତାଙ୍କ ପ୍ରଶଂସକ ମଧ୍ୟରେ କିଛି ଏଭଳି ଲୋକ ଅଛନ୍ତି ଯେ ତାଙ୍କ ଜୀବନଶୈଳୀକୁ ଫଲୋ କରିବା ସହ ତାଙ୍କ ଭଳି କଥାବାର୍ତ୍ତା ଏବଂ ଭାବଭଙ୍ଗୀ ମଧ୍ୟ ଦେଖାନ୍ତି। ଏହି ସୁପରଷ୍ଟାର ଯେତିକି ଲୋକପ୍ରିୟ ସେତିକି ବିବାଦୀୟ ମଧ୍ୟ। କେତେବେଳେ ହିରୋଇନଙ୍କୁ ନେଇ ବିବାଦରେ ଥାନ୍ତି ତା କେତେବେଳେ ନିଜର ମତକୁ ନେଇ। ୫୪ ବର୍ଷୀୟ ଏହି ଅଭିନେତା ଜଣକ ଅବିବାହିତ ରହି ସେ ବ୍ୟାଚଲର୍ ଅଫ୍ ଦି ୱାର୍ଲଡର ରେକର୍ଡ ମଧ୍ୟ କରିସାରିଲେଣି। ତାଙ୍କ କ୍ୟାରିୟର ଯାତ୍ରା ଯେଭଳି ସୁନ୍ଦର ତାଙ୍କ ଲଭ୍ ଲାଇଫ୍ ମଧ୍ୟ ସେତେ କଠିନ। ସୋମି ଅଲି, ସଙ୍ଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟଙ୍କଠାରୁ ନେଇ କ୍ୟାଟ୍ରିନା କୈଫ ଙ୍କ ଭଳି ଆଗଧାଡିର ଅଭିନେତ୍ରୀଙ୍କ ସହ ତାଙ୍କର ପ୍ରେମ ସଂପର୍କକୁ ନେଇ ସେ ବେଶ ଚର୍ଚ୍ଚିତ।

ସଲମାନ ଏବେ ଏକ ବ୍ରାଣ୍ଡ ପାଲଟି ଯାଇଥିବାବେଳେ ଅନେକଙ୍କ କ୍ୟାରିୟର ସେ ସୁଧାରିବା ସହିତ ଅନେକ ଅଭିନେତା-ଅଭିନେତ୍ରୀଙ୍କୁ ସେ ଫିଲ୍ମ ଲାଇନ୍‌କୁ ଆଣିବା ସହ ସେମାନଙ୍କ କ୍ୟାରିୟର ତିଆରି କରିଛନ୍ତି। ନିକଟରେ ‘ଦବଙ୍ଗ୍‌-୩’ରେ ଅଭିନେତ୍ରୀ ସାଇ ମଞ୍ଜେର୍‌କର୍‌ଙ୍କୁ ବଲିଉଡ୍‌ ସହ ପରିଚୟ କରାଇଥିବାବେଳେ ତାଙ୍କ ଫିଲ୍ମସ୍‌ ବ୍ୟାନର୍‌ ଜରିଆରେ  ଜହୀର୍‌ ଇକବାଲ୍‌ ଓ ପ୍ରନୂତନ ବେହେଲ୍‌ଙ୍କୁ ବଲିଉଡ୍‌ ଏଣ୍ଟ୍ରି କରାଇଛନ୍ତି। ବଲିଉଡ୍‌ର ଭାଇଜାନ୍‌ଙ୍କୁ ୫୪ ତମ ଜନ୍ମଦିବସର ଅଭିନନ୍ଦନ ଜଣାଇବା ସହିତ ଆଗାମୀ ସମୟରେ ସୁପରହିଟ୍‌ ଫିଲ୍ମ ଦେବା ନେଇ ଶୁଭେଚ୍ଛା ଜଣାଉଛୁ।

Salman Khan
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ମମତା ସରକାରଙ୍କୁ ବଡ଼ ଝଟକା: ED ଅଧିକାରୀଙ୍କ ବିରୁଦ୍ଧରେ FIR ଉପରେ ରୋକ ​​ଲଗାଇଲେ ସୁପ୍ରିମକୋର୍ଟ

January 15, 2026

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

January 15, 2026
Latest News

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.