Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୫୪ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌
ବିଶେଷ ଖବର

୫୪ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌

December 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ, ୨୭/୧୨: ୫୪  ବର୍ଷ ବୟସରେ ପାଦ ଦେଲେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌। ୧୯୬୫ ମସିହା ଡିସେମ୍ବର ୨୭ରେ ଏହି ଅଭିନେତାଜଣକ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍। ବଲିଉଡ୍‌ରେ ଭାଇଜାନ୍‌, ଦବଙ୍ଗ ଖାନ୍‌, ସୁଲତାନ୍‌ ନାମରେ ବେଶ୍‌ ଚର୍ଚ୍ଚିତ ସଲମାନ। ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ‘୧୯୮୯’ ମସିହାରେ ସୂରଜ ବଡଜାତ୍ୟାଙ୍କ ଫିଲ୍ମ  ‘ ମୈନେ ପ୍ୟାର କିଆ’ରେ ସଲମାନଙ୍କ ଅଭିନୟ ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା। ପରବର୍ତ୍ତୀ ସମୟରେ ସେ ‘ହମ୍ ଆପକେ ହେ କୌନ୍, ହମ୍ ସାଥ୍ ସାଥ୍ ହୈ, ପ୍ୟାର କିୟା ତୋ ଡରନା କ୍ୟା, ହମ୍ ଦିଲ୍ ଦେ ଚୁକେ ସନମ, ୱାଣ୍ଟେଡ୍, ବଡିଗାର୍ଡ, ରେଡ୍ଡୀ, ଦବଙ୍ଗ, ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ୍, ସୁଲତାନ, କିକ, ପ୍ରେମ ରତନ ଧନ ପାୟୋ, ଟାଇଗର ଜିନ୍ଦା ହୈ, ରେସ -୩, ଭାରତ, ଦବଙ୍ଗ-୩ ପରି ବହୁ ସୁପରହିଟ ଫିଲ୍ମ ସେ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି। ଏହି ଫିଲ୍ମଗୁଡିକ ମଧ୍ୟରେ ୫ଟି ଫିଲ୍ମ ୩୦୦ କୋଟି କ୍ଲବରେ ସାମିଲ ହୋଇଛି। ଏହି ସୁପରଷ୍ଟାରଙ୍କ ଫ୍ୟାନ ଫୋଲୋଇଂ ମଧ୍ୟ ବହୁତ। ତାଙ୍କ ପ୍ରଶଂସକ ମଧ୍ୟରେ କିଛି ଏଭଳି ଲୋକ ଅଛନ୍ତି ଯେ ତାଙ୍କ ଜୀବନଶୈଳୀକୁ ଫଲୋ କରିବା ସହ ତାଙ୍କ ଭଳି କଥାବାର୍ତ୍ତା ଏବଂ ଭାବଭଙ୍ଗୀ ମଧ୍ୟ ଦେଖାନ୍ତି। ଏହି ସୁପରଷ୍ଟାର ଯେତିକି ଲୋକପ୍ରିୟ ସେତିକି ବିବାଦୀୟ ମଧ୍ୟ। କେତେବେଳେ ହିରୋଇନଙ୍କୁ ନେଇ ବିବାଦରେ ଥାନ୍ତି ତା କେତେବେଳେ ନିଜର ମତକୁ ନେଇ। ୫୪ ବର୍ଷୀୟ ଏହି ଅଭିନେତା ଜଣକ ଅବିବାହିତ ରହି ସେ ବ୍ୟାଚଲର୍ ଅଫ୍ ଦି ୱାର୍ଲଡର ରେକର୍ଡ ମଧ୍ୟ କରିସାରିଲେଣି। ତାଙ୍କ କ୍ୟାରିୟର ଯାତ୍ରା ଯେଭଳି ସୁନ୍ଦର ତାଙ୍କ ଲଭ୍ ଲାଇଫ୍ ମଧ୍ୟ ସେତେ କଠିନ। ସୋମି ଅଲି, ସଙ୍ଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟଙ୍କଠାରୁ ନେଇ କ୍ୟାଟ୍ରିନା କୈଫ ଙ୍କ ଭଳି ଆଗଧାଡିର ଅଭିନେତ୍ରୀଙ୍କ ସହ ତାଙ୍କର ପ୍ରେମ ସଂପର୍କକୁ ନେଇ ସେ ବେଶ ଚର୍ଚ୍ଚିତ।

ସଲମାନ ଏବେ ଏକ ବ୍ରାଣ୍ଡ ପାଲଟି ଯାଇଥିବାବେଳେ ଅନେକଙ୍କ କ୍ୟାରିୟର ସେ ସୁଧାରିବା ସହିତ ଅନେକ ଅଭିନେତା-ଅଭିନେତ୍ରୀଙ୍କୁ ସେ ଫିଲ୍ମ ଲାଇନ୍‌କୁ ଆଣିବା ସହ ସେମାନଙ୍କ କ୍ୟାରିୟର ତିଆରି କରିଛନ୍ତି। ନିକଟରେ ‘ଦବଙ୍ଗ୍‌-୩’ରେ ଅଭିନେତ୍ରୀ ସାଇ ମଞ୍ଜେର୍‌କର୍‌ଙ୍କୁ ବଲିଉଡ୍‌ ସହ ପରିଚୟ କରାଇଥିବାବେଳେ ତାଙ୍କ ଫିଲ୍ମସ୍‌ ବ୍ୟାନର୍‌ ଜରିଆରେ  ଜହୀର୍‌ ଇକବାଲ୍‌ ଓ ପ୍ରନୂତନ ବେହେଲ୍‌ଙ୍କୁ ବଲିଉଡ୍‌ ଏଣ୍ଟ୍ରି କରାଇଛନ୍ତି। ବଲିଉଡ୍‌ର ଭାଇଜାନ୍‌ଙ୍କୁ ୫୪ ତମ ଜନ୍ମଦିବସର ଅଭିନନ୍ଦନ ଜଣାଇବା ସହିତ ଆଗାମୀ ସମୟରେ ସୁପରହିଟ୍‌ ଫିଲ୍ମ ଦେବା ନେଇ ଶୁଭେଚ୍ଛା ଜଣାଉଛୁ।

Salman Khan
Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026
Latest News

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.