Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ମୃତିର ପଟ୍ଟରେ ଓଡ଼ିଶା @ ୨୦୧୯
ବିଶେଷ ଖବର

ସ୍ମୃତିର ପଟ୍ଟରେ ଓଡ଼ିଶା @ ୨୦୧୯

December 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଅତୀତର ସ୍ମୃତି ପଟ୍ଟରେ ରହିଯିବ ୨୦୧୯। ୨୦୧୯ ଓଡ଼ିଶା ରାଜନୀତିରେ ମଧ୍ୟ ବେଶ୍‌ ପ୍ରଭାବ ପକାଇଛି। କେବଳ ଓଡ଼ିଶାର ରାଜନୀତି କ୍ଷେତ୍ରରେ ନୁହେଁ,  ଅର୍ଥନୀତିକ ଓ ସମାଜକ୍ଷେତ୍ରରେ ମଧ୍ୟ ବେଶ୍‌ ପ୍ରଭାବ ପକାଇଛି ୨୦୧୯। ଆସନ୍ତୁ ନଜର ପକାଇବା ୨୦୧୯ର  ବିଶେଷ ଘଟଣାକ୍ରମ ଉପରେ।

ନବୀନଙ୍କ ପଞ୍ଚମ ପାଳି

ନବୀନ ପୁଣି ପଞ୍ଚମଥର ପାଇଁ ବାଜିମାତ୍‌ କରିଲେ। ବିରୋଧୀ ବାରମ୍ବାର ଓଡ଼ିଶା ଆଗମନ ସତ୍ତ୍ବେ ଓଡ଼ିଶା ରାଜନୀତିର ସେପରି ବିଶେଷ କିଛି ପ୍ରଭାବ ପକାଇପାରିଲେ ନାହିଁ  ପଞ୍ଚମ ଥର ପାଇଁ ବିଜେଡ଼ି ପୁଣି ଥର ସରକାର ଗଠନ କଲା। ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ମଇ ୨୯ ରେ ଶପଥ ଗ୍ରହଣ କଲେ।

ଫନିର ସଫଳ ମୁକାବିଲା

ବିଗତ ବର୍ଷମାନଙ୍କ ରେ ଓଡିଶା ପ୍ରକୃତିକ ଦୁର୍ବିପାକ ର ସଫଳ ମୁକାବିଲା କରିଥିଲା। ଏ ବର୍ଷ ମଧ୍ୟ ଓଡିଶା  ମଇ ୩ ତାରିଖ ରେ ବାତ୍ୟା ଫନି କୁ ସାମ୍ନା କରିଥିଲା । ବିଗତ ବର୍ଷ ମାନଙ୍କରେ ପୁରୀର ବିଶେଷ କ୍ଷତି ହୋଇ ନ ଥିବା ବେଳେ ଫନି ପୁରୀର ବିଶେଷ କ୍ଷତି ଘଟାଇବା ସହ ଉପକୂଳ ଜିଲ୍ଲା ସହ ଅନ୍ୟ ଜିଲ୍ଲା ଗୁଡିକୁ ମଧ୍ୟ କ୍ଷତି ପହଞ୍ଚାଇଥିଲା । ଓଡିଶା ସରକାରଙ୍କର ଜିରୋ କାଜୁଆଲିଟି ନୀତି ଯୋଗୁଁ ବହୁତ କମ ଲୋକଙ୍କ ଜୀବନ ହାନି ହୋଇଥିଲା। ଏହି ଦୁର୍ବିପାକରେ ପ୍ରାୟ ୨୧ ଜଣ ମୁତ୍ୟୁବରଣ କରିଥିଲେ।

ଶ୍ରୀମନ୍ଦିର ସଂସ୍କାର

ଜଗନ୍ନାଥଧାମ ପୁରୀକୁ ବିଶ୍ଵସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି। ଜବରଦଖଲ  ଉଚ୍ଛେଦ ଲାଗି ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ବିପଦ ସଙ୍କୁଳ ମଠକୁ ଭାଙ୍ଗିବା ସହ ପୁର ର ବିକାଶ ଲାଗି ପ୍ରାୟ ୫ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ ବୋଲି ଘୋଷଣା କରିଛନ୍ତି । ଶ୍ରୀମନ୍ଦିର ଭିତର ପାର୍ଶ୍ଵ,ଚତୁର୍ପାର୍ଶ୍ୱ ,ସମୁଦ୍ର କୁଳ ଏବଂ ବଡଦାଣ୍ଡ ର ବିକାଶ ଲାଗି ପ୍ରାୟ ୭୦୦ କୋଟି ଟଙ୍କା ଦୁଇଟି ପର୍ଯ୍ୟାୟ ରେ ଅନୁମୋଦନ ଦେଇ ସାରିଛନ୍ତି।

ମୋ’ ସରକାର

ନବୀନ ବାବୁ ପଞ୍ଚମ ପାଳି ସରକାରକୁ ଆସିବା ପରେ 5ଟିକୁ ନେଇ ବିଶେଷ ଗୁରୁତ୍ବ ଦେଇଛନ୍ତି। ଚଳିତ ସ୍ବାଧୀନତା ଦିବସ ଅବସରରେ ନବୀନ ସରକାର  ମୋ’ ସରକାର କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ୨୦୧୯ଅକ୍ଟୋବର ଦୁଇ ଅର୍ଥାତ୍‌ ଗାନ୍ଧି  ଜୟନ୍ତୀଠାରୁ ମୋ’ ସରକାରର ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ସମସ୍ତ ଥାନା ଓ ହସ୍ପିଟାଲଗୁଡିକରେ ଫାଇଭ ଟି(୫ଟି) କାର୍ଯ୍ୟକାରୀ ହୋଇଥିଲା । ଏହି  ଯୋଜନାରେ ସବୁ ଲୋକଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ହେବା ସହିତ ବିଭାଗୀୟ ମନ୍ତ୍ରୀମାନେ ମଧ୍ୟ ଲୋକଙ୍କୁ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି। ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି।

ଲିଙ୍ଗରାଜ ମନ୍ଦିର ସଂସ୍କାର

ଶ୍ରୀକ୍ଷେତ୍ର ପରେ ରାଜଧାନୀ ଭୁବନେଶ୍ବରରେ ଥିବା ଐତିହ୍ୟ ସମ୍ପର୍ଣ୍ଣ ଲିଙ୍ଗରାଜ ପରିସରକୁ ସଜାଡିବାକୁ ସରକାର ଯୋଜନା କରିଛନ୍ତି। ଏହାର ଚତୁର୍ପାର୍ଶ୍ୱକୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆ ଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର କ୍ଷେତ୍ର ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିବାଦ

ଚଳିତଥର ବିଜେଡ଼ିର ଆଭିମୁଖ୍ୟକୁ ନେଇ ବହୁ ବିବାଦ ଦେଖାଦେଇଛି। ଏନଡିଏ ସରକାରର ସମସ୍ତ ବିଲ୍‌କୁ ଅକୁଣ୍ଠିତ ଭାବରେ ବିଜେଡିର ସମର୍ଥନ ପରେ ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ ଚଳିତଥର ଓଡ଼ିଶାର ରାଜନୀତି ବେଶ୍‌ ଉଷ୍ମ ରହିଥିଲା। ପୁଣି କୁନ୍ଦୁଲି ଦୁଷ୍କର୍ମ ମାମଲା, ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ, ବିଜେଡି କର୍ମୀଙ୍କ ବିନା ହେଲମେଟ୍‌ରେ ବାଇକ୍‌ ରାଲି ଆଦି ବିଜେଡ଼ିକୁ ବିବାଦୀୟ କରି ରଖିଥିଲା।

କେବଳ ବିଜେଡି ପାଇଁ ଏହି ବର୍ଷଟି ବିବାଦୀୟ ହୋଇନାହିଁ। ଓଡ଼ିଶାର ଅନ୍ୟ ଦୁଇ ରାଜନୈତିକ ଦଳ ପାଇଁ ମଧ୍ୟ ବିବାଦୀୟ ରହିଛି। ବିରୋଧୀ ଦଳ ମୁଖ୍ୟ ହେବା ନେଇ ବିଜେପି ବେଶ୍‌ ବିବାଦୀୟ ହୋଇପଡିଥିଲା। ସେହିପରି କଂଗ୍ରେସରେ ନିରଞ୍ଜନଙ୍କ ନେତୃତ୍ବକୁ ନେଇ ଦଳରେ ଅନେକ ବିବାଦ ଦେଖାଦେଇଥିଲା।

ମୋଟର ଯାନ ସଂଶୋଧନ ଆଇନକୁ ନେଇ ମଧ୍ୟ ଚଳିତ ବର୍ଷ ବେଶ୍‌ ଚର୍ଚ୍ଚାରେ ରହିଛି ଓଡ଼ିଶା । ନୂତନ ମୋଟର ଯାନ ଆଇନ ଲାଗୁ କରାଯାଇ ବେଶ୍‌ ମୋଟା ରକମର ଜରିମାନା ଆଦାୟ କରାଯାଇଥିବାବେଳେ ଏହାକୁ ନେଇ ପୋଲିସ୍‌ ଓ ଜନତାଙ୍କ ଖଣ୍ଡ ଯୁଦ୍ଧ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲା। ତେବେ ନୂତନ ମୋଟର ଯାନ ଆଇନ ଲାଗୁ ପରେ ପ୍ରାୟ ସମେସ୍ତ ମୋଟର ଯାନ ଆଇନକୁ ପାଳନ ପୂର୍ବକ ହେଲମେଟ୍‌କୁ ବାଧ୍ୟତାମୂଳକ କରିଛନ୍ତି।

ପଞ୍ଚମ ପାଳି ସରକାରରେ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟର ନାମକୁ ଲୋକସେବା ଭବନ ନାମରେ ନାମିତ କରିଥିବାବେଳେ ଚଳିତଥର ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ପ୍ୟାରଡ୍‌ ସ୍ଥାନକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ପ୍ରତ୍ୟେକ ବର୍ଷ ମହାତ୍ମା ଗାନ୍ଧି ମାର୍ଗଠାରେ ରାଜ୍ୟସ୍ତରୀୟ ସ୍ବାଧୀନତା ତଥା ସାଧାରଣତନ୍ତ୍ର ଦିବସ ପାଳନ କରାଯାଇ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରାଯାଉଥିିବାବେଳେ ଚଳିତ ଥର ଏହା ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିଲା।  ସେହିପରି ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଲାଗି ରାଜ୍ୟର ସମସ୍ତ ବଡ ମେଡିକାଲ୍‌ଗୁଡ଼ିକରେ ଶର୍ଯ୍ୟା ସଂଖ୍ୟା ବୃଦ୍ଧି କରିବା ସହିତ ଭିତ୍ତିଭୂମି ଓ ଅତ୍ୟାଧୁନିକ ଚିକିତ୍ସା ପାଇଁ ଅନୁଦାନ ପ୍ରଦାନ କରିଛନ୍ତି। ସେହିପରି ମିଶନ ଶକ୍ତି ନାରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ବ ମଧ୍ୟ ଦିଆଯାଇଛି। ସ୍କୁଲ ଓ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନଙ୍କ ବାୟୋମେଟ୍ରିକ୍‌ର ବ୍ୟବସ୍ଥା ସହିତ ଉଭୟ ସ୍କୁଲ ଓ ମହାବିଦ୍ୟାଳୟସ୍ତରୀୟ ଶିକ୍ଷାଦାନରେ ବେଶ୍‌ ପରିବର୍ତ୍ତନ କରାଇଛନ୍ତି ।

୨୦୧୯ ଶେଷ ପାଦରେ, ଆଉ କିଛି କ୍ଷଣ ପରେ ଆମେ ସ୍ବାଗତ କରିବା ନୂତନ ବର୍ଷକୁ। ୨୦୨୦ ଓଡ଼ିଶାବାସୀ ଓ ଓଡ଼ିଆଙ୍କ ପାଇଁ ଉନ୍ନତିର ବର୍ଷ ହେଉ, ଏହାହିଁ ଆମର କାମନା।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ଆଜି ରାତିରେ ଆକାଶରେ ଦୀର୍ଘ ସମୟ ଧରି ଦେଖାଯିବ ଏକ ଚମତ୍କାର ଦୃଶ୍ୟ, ରକ୍ତଚନ୍ଦ୍ର

September 7, 2025

ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ପରେ ବଡ ଚିନ୍ତାରେ ଅଛନ୍ତି ବିଜେଡି ନେତା

September 7, 2025
Latest News

ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ, ଦକ୍ଷିଣ କୋରିଆକୁ ପରାସ୍ତ କରି ରଚିଲା ଇତିହାସ

September 7, 2025

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ପ୍ରକାଶ ପାଇଲା ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଜର୍ସି

September 7, 2025

ଏୟାର ଇଣ୍ଡିଆର ବଡ଼ ଘୋଷଣା, ସେବା ଅଭାବ ହେଲେ ଯାତ୍ରୀମାନଙ୍କୁ ମିଳିବ ଏହି ଉପହାର

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.