Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପରଲୋକରେ ଲୋକପ୍ରିୟ ବ୍ୟକ୍ତିତ୍ବ
ବିଶେଷ ଖବର

ପରଲୋକରେ ଲୋକପ୍ରିୟ ବ୍ୟକ୍ତିତ୍ବ

December 30, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଉ କିଛି ସମୟ ପରେ ଆମଠୁ ବିଦାୟ ନେବ ୨୦୧୯ । ଆଉ ରହିଯିବ କେବଳ ସ୍ମୃତି । ଚଳିତ ବର୍ଷ ଆମଠୁ ବିଦାୟ ନେଇଛନ୍ତି ଅନେକ ଲୋକପ୍ରିୟ ହସ୍ତୀ । ବିଦାୟୀ ବର୍ଷରେ ଆମଠୁ ବିଦାୟ ନେଇଥିବା କିଛି ଚର୍ଚ୍ଚିତ ତଥା ଲୋକପ୍ରିୟ ବ୍ୟକ୍ତି….

ଜାନୁଆରୀ ୨୦୧୯ ରେ ୧୯୫୬ ମସିହା ଅଲୋମ୍ପିକ୍ସ ରେ ସ୍ଵର୍ଣ ପଦକ ଜିତିଥିବା ,ରଘବୀର ଭୋଳା ,ପ୍ରଶିକ୍ଷକ ଏବଂ ସାମାଜିକ ଏବଂ ଧାର୍ମିକ ନେତା ଶିବାକୁମାର ସ୍ଵାମୀ ,କ୍ରିକେଟ କିମ୍ବଦନ୍ତୀ ସଚିନଙ୍କର ଗୁରୁ ପଦ୍ମଶ୍ରୀ ରମାକାନ୍ତ ଆର୍ଚେକର ,ଆଇଏନଏଲଡିର ବରିଷ୍ଠ ନେତା ଯଶବିନ୍ଦର ସାନ୍ଧୁ ,ଜ୍ଞାନପୀଠ ବିଜୟୀ ହିନ୍ଦୀ ଲେଖକ କ୍ରିଷ୍ଣା ସୋବତୀ ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ,ଓସ୍କାର ବିଜେତାଫ୍ରେଞ୍ଚ ସଙ୍ଗୀତଜ୍ଞ ରସେଲ ବାକର, ସାହିତ୍ୟ ଅକାଦେମି  ବିଜେତା ବଙ୍ଗାଳୀ ଲେଖକ ଅତିନ ବନ୍ଦୋପାଧ୍ୟାୟ ,ପୃଥିବୀର ବୟସ୍କ ବ୍ୟକ୍ତି ମାସାଯୋ ନୋନାକା,ମାଲୟାଲମ ନିର୍ଦ୍ଦେଶକ ଲେନିନ ରାଜେନ୍ଦ୍ରନ ,ବରିଷ୍ଠ ବଙ୍ଗାଳୀ ଲେଖକ ଦିବ୍ୟେନ୍ଦୁ ପାଳିତ, ବରିଷ୍ଠ କନ୍ନଡ ଅଭିନେତା ସି ଏଚ ଲୋକନାଥ  ପ୍ରମୁଖ।

ସେହିପରି ଦ୍ବିତୀୟମାସ ଫେବ୍ରୁଆରୀରେ ନୋବେଲ ବିଜେତା ତଥା ଅଭିନେତା ତଥା ନୃତ୍ୟଶିଳ୍ପୀ ସାଏଦ ବଦର ଉଲ ହସନ ଖାନ, ପ୍ରସିଦ୍ଧ ଟେଲି ଅଭିନେତ୍ରୀ ନାଗା ଝାନ୍ସି , ଫିଲ୍ମ ନିର୍ମାତା ରାଜ କୁମାର ବଡଜାତ୍ୟା ,ପୂର୍ବତନ ଆଇଆଇଏମସି ନିର୍ଦ୍ଦେଶକ ହିତେନ ଭାୟା, ବରିଷ୍ଠ ମରାଠୀ  ଅଭିନେତା ରମେଶ ଭାଟକର, ବଲିଉଡ ଅଭିନେତା ମହେଶ ଆନନ୍ଦ, ଓସ୍କାର ମନୋନୀତ ଆଲବର୍ଟ ଫିନ୍ନି ଏବଂ ପଦ୍ମଶ୍ରୀ ଡଃ ଆର ବି ପାଟିଲ ପ୍ରମୁଖ ।

ମାର୍ଚ୍ଚ, ୧୭ ତାରିଖ ୨୦୧୯ରେ  ଲୋକପ୍ରିୟ  ବିଜେପି ନେତା ତଥା ଗୋଆର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଦେଶ ହରାଇଥିଲା । ଏହି ମାସରେ ନୃତ୍ୟଶିଳ୍ପୀ ତଥା ରେଡିଓ ଉଦଘୋଷିକା ଅନୁସୂୟା ଦେବୀ, ଭାରତ ପାକିସ୍ତାନର ୱାର ହିରୋ କ୍ୟାପଟେନ ଏମ ଏନ ସୱନ୍ତ,ମାଲୟାଲମ ଲେଖକ ଏବଂ କବି ଅଶିତା , ମହାନ ସଙ୍ଗୀତନିର୍ଦ୍ଦେଶକ ଓ ୪ ଥର ଓସ୍କାର ବିଜେତା ଆନ୍ଦ୍ରେ ପ୍ରେବିନ ଏବଂ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଆଲାନ କୃଏଗାର ଏବଂ ଦିଲ୍ଲୀ ହାଇକୋର୍ଟର ବିଚାରପତି ବାଲ୍ମୀକି ମେହେଟ୍ଟ ଭଳି କିଛି ପ୍ରସିଦ୍ଧ ଲୋକ ଆମକୁ ଛାଡ଼ି ଚାଲିଯାଇଛନ୍ତ।

ଏପ୍ରିଲ ୨୦୧୯ ରେ ବିଶିଷ୍ଟ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜେ ମହେନ୍ଦ୍ରନ , ୨୦୦୨  ମସିହା ରେ ମେଡ଼ିସିନରେ ନୋବେଲ ପାଇଥିବା ସିଡନୀ ବ୍ରେନ୍ନର ,ପ୍ରସିଦ୍ଧ  ହିନ୍ଦୀ କବି ପ୍ରଦୀପ ଚୌବେ , ପ୍ରସିଦ୍ଧ ମହାକାଶ ବୈଜ୍ଞାନିକ ଏସ କେ ଶିବାକୁମାର ,ନାସାର ପ୍ରଥମ ମହିଳା ମହାକାଶଚାରୀ ଜେରୀ କବ୍‌, ଖ୍ୟାତନାମା ବଙ୍ଗାଳୀ ଲୋକଗୀତ ଗାୟକ  ଅମର ପଲ , ବରିଷ୍ଠ ମହିଳା ପର୍ବତାରୋହୀ ରାମ ସେନାଗୁପ୍ତ ପଲ, ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ପୁନଗାମ କନ୍ନନ ଏବଂ ପେରୁର ପୂର୍ବତନ ରାଷ୍ଟ୍ରପତି ଆଲାନ ଗରସିଆ ପ୍ରମୁଖ ଦୁନିଆରୁ ବିଦାୟ ନେଇଛନ୍ତି ।

ମଇ ୨୦୧୯ ରେ କନ୍ନଡ ଅଭିନେତା ମାଷ୍ଟର ହିରାନାଥ , ହାଇକୋର୍ଟର ପୂର୍ବତନ  ମୁଖ୍ୟ ବିଚାରପତି ସୁଭାସନ ରେଡ୍ଡୀ , ବିଲିଅର୍ଡ୍ସ ଖେଳାଳି ଡେରେକ ସିପପୀ ,ଅର୍ଥନୀତିଜ୍ଞ ବୈଦ୍ୟନାଥ ମିଶ୍ର , ଫାଦର ଅଫ ଲିଗାଲ୍‌ ମଡର୍ଣ୍ଣ ଏଜୁକେସନ ଭାବେ ଜଣାଶୁଣା ଏନ ଆର ମାଧବ ମେନନ, ଆଇଟିସିର ଅଧ୍ୟକ୍ଷ ୱାୟ ସି ଦେବେଶ୍ଵର ,ତାମିଲ ଲେଖକ ଥୋପିଲ ମହମ୍ମଦ ମେରନ , ଗାୟକ ହୀରଲାଲ ଯାଦବ ,ତେଲୁଗୁ ଅଭିନେତା ରଲ୍ଲପଲ୍ଲୀ ଭେଙ୍କଟ ନରସିଂହ ରାଓ , ଅଭିନେତା ଓ କମେଡି ଷ୍ଟୋରର ସଂସ୍ଥାପାକ ଶମମୀ ଶୋର , ଫିଲ୍ମ ନିର୍ମାତା ବିଜୟ ମୂଲୟ , ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ପିତା ତଥା ଷ୍ଟଣ୍ଟ ମ୍ୟାନ-ଫିଲ୍ମ ନିର୍ଦ୍ଦେଶକ ଭୀରୁ ଦେବଗନ, ଇଥୋପିଆର ପୂର୍ବତନ ରାଷ୍ଟ୍ରପତି ନେଗାସୋ ଗିଡାଡା , କ୍ରିକେଟର ସେମୋର ନାର୍ସ , ବୁଡାଳୀ ଏମ ବି ବାଳକୃଷ୍ଣାନ , କେରଳର ପୂର୍ବତନ ଅର୍ଥମନ୍ତ୍ରୀ ଭି ବିଶ୍ବନାଥନ ମେନନ ପ୍ରମୁଖ ।

ଜୁନ ୨୦୧୯ରେ ଅଭିନେତା ତଥା ଗାୟକ ରୁମା ଗୂହା ଠାକୁରତା , ବରିଷ୍ଠ ହାସ୍ୟକଳାକାର ଦିନୟାର କଣ୍ଟ୍ରାକ୍ଟର, ଛଅ ଥର ଗ୍ରାମୀ ଜିତିଥିବା ସଙ୍ଗୀତଜ୍ଞ ଡଃ ଜ , ଜଣାଶୁଣା  ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରଚ୍ଛଦ ଗାୟକ ଗିରୀଶ କନ୍ନଡ , ତାମିଲ ଲେଖକ ଏବଂ କମେଡିଆନ କ୍ରାଜି ମୋହନ ,ପୂର୍ବତନ ପଣ୍ଡିଚେରି ମୁଖ୍ୟମନ୍ତ୍ରୀ ଆର ଭି ଜାନକୀ ରମନ, କବି ତଥା ଲେଖକ ପଝଭିଲ୍ଲ ରମେସନ , ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ମୋରସେ ,ଗୋଆର ସ୍ଵାଧୀନତା ସଂଗ୍ରାମୀ ମୋହନ ରାନାଡେ, ଅଭିନେତା ନିର୍ଦ୍ଦେଶକ ବିଜୟ ନିର୍ମଳ ବେଙ୍ଗଲେରର ପୂର୍ବତନ କ୍ରିକେଟର ଶ୍ୟାମ ସୁନ୍ଦର ମିତ୍ରା ,ତେଲୁଗୁ ଲେଖକ ଅବବୁରି ଛାୟା ଦେବୀ ,ମାଲୟାଲମ ନିର୍ଦ୍ଦେଶକ ବାବୁ ନାରାୟଣନ ,ବରିଷ୍ଠ ଶିଳ୍ପପତି ବ୍ରିଜ ମୋହନ ଖୈତାନ ଏବଂ ରାଜସ୍ଥାନର ବିଜେପି ସଦସ୍ୟ ମଦନ ଲାଲ ସାଇନି ପ୍ରମୁଖ ।

ଜୁଲାଇ ୨୦୧୯ ରେ ବରିଷ୍ଠ ଶିଳ୍ପପତି ବସନ୍ତ କୁମାର ବିର୍ଲା , ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧର ୱାର ହିରୋ ଲେପ୍ଟଣ୍ଟାଣ୍ଟ ଜେନେରାଲ ଯୋଗୀନ୍ଦର ସିଂହ ଘରାୟା , ଦଳିତ ପାନ୍ଥରର ସହ ସଂସ୍ଥାପକ ରାଜା ଢାଲେ, ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ, ଲୋକ ଜନଶକ୍ତି ପାର୍ଟିର ସାଂସଦ ରାମଚନ୍ଦ୍ର ପାଶ୍ବଓ୍ବାନ , ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଡୋଙ୍କୁପାର ରୟ ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ ଜୟପାଲ ରେଡ୍ଡୀ ଏବଂ ଆରବିଆଇର ପୂର୍ବତନ ଗଭର୍ଣ୍ଣର ସୁବିର ଭିଥାଲ ଗୋକର୍ଣ୍ଣ  ପ୍ରମୁଖ ।

ଅଗଷ୍ଟ ୨୦୧୯ ରେ କ୍ରିକେଟ ଊଦ୍‌ଘୋଷକ ଅନନ୍ତ ଶୀତଲ୍‌ବାଦ , ବରିଷ୍ଠ ଗୁଜୁରାଟି ସାମ୍ବାଦିକ  କାନ୍ତି ଭଟ୍ଟ , ନୋବେଲ ବିଜେତା ଟୋନି ମୋରିଶନ, ପୂର୍ବତନ ପଦ୍ମଶ୍ରୀ ବିଜେତା ରାଜଲକ୍ଷ୍ମୀ ପାର୍ଥସାରଥୀ, ବରିଷ୍ଠ ନିର୍ଦ୍ଦେଶକ ଜେ ଓମ ପ୍ରକାଶ, ସ୍ଵାଧୀନତା ସଂଗ୍ରାମୀ ଦୟାନିଧି ନାୟକ, ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ଅମରେନ୍ଦ୍ର ଶରଣ, ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ସିହ୍ନା ,ସାମାଜିକ କର୍ମୀ ତଥା ପଦ୍ମଶ୍ରୀ ବିଜେତା ଦାମୋଦର ଗଣେଶ ବାପଟ,ଦୂରଦର୍ଶନର ଉଦଘୋଷିକା ତଥା ନାରୀ ଶକ୍ତି ଆଓ୍ବାର୍ଡ ବିଜୟୀ ନିଲମ ଶର୍ମା, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର, ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ହସମୀ, ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ  ତଥା ପଞ୍ଜାବୀ ଲେଖକ ନିରଞ୍ଜନ ସିଂହ ତନସୀମ ,ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌର, ଭାରତର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଜ୍ୟ , କୀର୍ତ୍ତିଚକ୍ର ବିଜେତା କମାଣ୍ଡର ନୋଏଲ କେଲମାନ ,ଏବଂ ବରିଷ୍ଠ ବଙ୍ଗାଳୀ ଅଭିନେତା ନିମୂ ଭୌମିକ।  ବିଜେପି ଦଳର ଦୁଇ ପ୍ରମୁଖ ତଥା ଲୋକପ୍ରିୟ ନେତାଙ୍କୁ ଏହି ମାସରେ ଇହଲୀଳା ସମ୍ବରଣ କରିଛନ୍ତି। ବିଜେପିର ଲୋକପ୍ରିୟ ନେତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଏହି ମାସ ୬ ତାରିଖରେ ମୃତ୍ୟୁବରଣ କରିଥିବାବେଳେ ବିଜେପିର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ୨୪ ଅଗଷ୍ଟରେ ଦେଶ ହରାଇଥିଲା ।

ସେପ୍ଟେମ୍ବର ୨୦୧୯ ରେ ପ୍ରସିଦ୍ଧ ହିନ୍ଦୀ ଚଳଚିତ୍ର ଶୋଲେରେ କାଳିଆ ଚରିତ୍ର ରେ ଅଭିନୟ କରିଥିବା ବିଜୁ ଖୋଟେ, ପୂର୍ବତନ ବୈଦେଶିକ ସଚିବ କେପି ଏସ ମେନନ, ବ୍ରିଟାନିଆର ମାଲିକ ବୋମାନ ରସିଦ କୋହିନୁର ଆମେରିକୀୟ ଟେଲିଭିଜନ ପ୍ରଯୋଜକ ତଥା ଚାରି ଥର ଏମମୀ ଆୱାର୍ଡ ବିଜେତା ଯେ ମିଶେଲ ମେଣ୍ଡେଲ, ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ଜକ୍ୟୁସ ଚିରାକ, ଲୋକପ୍ରିୟ ତେଲୁଗୁ ଅଭିନେତା ଭେଣୁ ମାଧବ ,ବରିଷ୍ଠ ଅଭିନେତା ଏସ କେ ପଦ୍ମଦେବୀ , ବରିଷ୍ଠ ସାମ୍ବାଦିକ ତଥା ପୁଲିଜ୍‌ର ପୁରସ୍କାର ପ୍ରାପ୍ତ ରବର୍ଟ ଏସ ବ୍ୟୋଡ, ଚଳଚିତ୍ର ନିର୍ମାତା ଶ୍ୟାମ ରାମଶାୟ , ଟ୍ୟୁନିସିଆର ପୂର୍ବତନ ରାଷ୍ଟ୍ରପତି ଜୈନ ଏଲ ଅବିଦିନ ବେନ ଅଲି , ଚଳଚ୍ଚିତ୍ର ସମ୍ପାଦକ ସଂଜୀବ କୁମାର ଦତ୍ତ, କେରଳର ଲୋକପ୍ରିୟ ଲେଖକ ସିବାରମାନ ଚେରିଅନାଦ ,ପିଏମଓର ପୂର୍ବତନ ସଚିବ ବି ଏନ ଯୁଗାନ୍ଧାର, ଟୋଙ୍ଗାନର ପ୍ରଧାନମନ୍ତ୍ରୀ  ଆକିଲିଶି ପୋହିବ , ରାଜସ୍ଥାନର ସ୍ଵାଧୀନତା ସଂଗ୍ରାମୀ ହିରାଲଲ ଶର୍ମା, କଥକ ନର୍ତ୍ତକ ବୀରୁ କ୍ରିଶନନ, ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେ ,ସାହିତ୍ୟ ଅକାଦେମୀ ବିଜେତା ଲେଖକ କିରଣ ନଗରକର , ବରିଷ୍ଠ ଟି ଡି ପି ନେତା ନରମଲ୍ଲୀ ଶିବପ୍ରସାଦ ,ପ୍ରଖ୍ୟାତ ସାମାଜିକ କର୍ମୀ ତଥା ଲେଖକ ଜୋର୍ଜି କନ୍ନଡ , ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ବାଚରୁଦ୍ଦିନ ଯୁସୁଫ ହବିବି ,କଥକଲୀ ନୃତ୍ୟ ବିଶାରଦ କୋଟ୍ଟକଲ ଚନ୍ଦ୍ରଶେଖରନ ଓ ଭାରତର ଜଣେ ପ୍ରତିଷ୍ଠିତ ଆଇନଜ୍ଞ  ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠାମଲାନି ପ୍ରମୁଖ।

ଅକ୍ଟୋବର ୨୦୧୯ ରେ ଗ୍ରାମ୍ମୀ ପୁରସ୍କାର ବିଜେତା ଅନ୍ତର୍ଜାତୀୟ ଅପେରା ଷ୍ଟାର ଜେସେ ନର୍ମାନ , ହଲିଉଡ୍‌ ଟାଇକୁନ ଏରିକ ପ୍ଲେସକୋ ,ବୃକକ ପ୍ରତିରୋପଣ ବିଶେଷଜ୍ଞ ତଥା ପଦ୍ମଶ୍ରୀ ବିଜେତା ଡଃ ଏଚ ଏଲ ତ୍ରିବେଦୀ, ଭାରତୀୟ ବଂଶୋଦ୍ଭବ ତଥା ଦକ୍ଷିଣ ଆଫ୍ରିକାର ସାମ୍ବାଦିକ ଫାରୁକ ଖାନ, ଶତାୟୁ ମୁଦ୍ରା ସଂଗ୍ରାହକ କ୍ରୀଷ୍ଣା ଗୋପାଳକୃଷ୍ଣା କାଡେକୋଡି, ବାଂଲାଦେଶର ବୌଦ୍ଧ ନେତା ସତ୍ୟପ୍ରିୟ ମହଠେରୋ ,ପଦ୍ମଶ୍ରୀ ବିଜେତା ବିଖ୍ୟାତ ସକସୋଫୋନ ବାଦକ କାଦ୍ରି ଗୋପାଳନାଥ ,ନୋବେଲ ବିଚାରକ ମଣ୍ଡଳୀର ପ୍ରଥମ ମହିଳା ବିଚାରକ ସାରା ଦାନିଉସ , ମହାକାଶରେ ଚାଲିଥିବା ପ୍ରଥମ ମଣିଷ ଆଲେକ୍ସଇ ଲେଅନୋଭ ,ପ୍ରଖ୍ୟାତ ଚିତ୍ରକର କାଳିଦାସ କର୍ମକାର ,ଓରାକଲର ପୂର୍ବତନ ସିଇଓ ମର୍କ ହଡ ,ଲେଖକ ଓ ଦାର୍ଶନିକ କେବି ଶିଦ୍ଦିଆ , ମେଜର ଧ୍ୟାନଚନ୍ଦ  ପୁରସ୍କାର ବିଜେତା ଦାଦୁ ଚୌଗୁଲେ, ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲୀପ ପାରେଖ, ଭାରତର ବରିଷ୍ଠ ଯୋଗ ପ୍ରଶିକ୍ଷକ ତଥା ପଦ୍ମଶ୍ରୀ ବିଜେତା ନାନାମ୍ମଲ, ଜାତିସଂଘର ପ୍ରଥମ ମହିଳା ରିଫ୍ୟୁଜି ମୁଖ୍ୟ ସଦକୋ ଓଗତା ଏବଂ ସୁପ୍ରିମକୋର୍ଟ ର ପୂର୍ବତନ ମୁଖ୍ୟ ବିଚାରପତି ତଥା କର୍ଣ୍ଣାଟକ ଲୋକାଯୁକ୍ତ ଏନ ଭେଙ୍କଟଚଲ ପ୍ରମୁଖ  ।

ନଭେମ୍ବର ୨୦୧୯ ରେ ପ୍ରସିଦ୍ଧ ତେଲୁଗୁ ଅଭିନେତ୍ରୀ ଗୀତାଞ୍ଜଳି , ଫିଲ୍ମ ନିର୍ମାତା ଚମ୍ପକ ଜୈନ, ଫିକି ର ପୂର୍ବତନ ଅଧ୍ୟକ୍ଷ ତଥା ମୋଦୀ ଏଣ୍ଟରପ୍ରାଇଜେସର ସଭାପତି କୃଶନନ କୁମାର ମୋଦୀ ,ମାଦ୍ରାସ ହାଇକୋର୍ଟ ର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏନ ଭି ବାଳସୁବ୍ରମନ୍ୟମ ,ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖକ ନବନୀତା ଦେବସେନ , ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷାନ, ଧୃପଦ ବାଦକ ତଥା ପଦ୍ମଶ୍ରୀ ବିଜେତା ରମାକାନ୍ତ ଗୁନ୍ଦେଚା, ପ୍ରଖ୍ୟାତ  ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂହ ,ବରିଷ୍ଠ ଅଭିନେତା ଶଉକତ କୈଫି, ମଧ୍ୟପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଲାଶ ଯୋଶୀ ,ପ୍ରସିଦ୍ଧ ବ୍ୟଙ୍ଗଶିଳ୍ପୀ ସୁଧୀର ଦର , ପ୍ରଖ୍ୟାତ ତାମିଲ ଅଭିନେତା ବଳ ସିଂହ , ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟସୁହିରୋ ନକସୋନ ଏବଂ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ୍‌ ସୁଶୀଲ୍‌ କୁମାର ପ୍ରମୁଖ ।

ବର୍ଷର ଶେଷଭାଗରେ ଆମ୍ଭଠୁ ବିଦାୟ ନେଇଛନ୍ତି ଭାରତର ଜଣେ ଦୃଢ ସମର୍ଥକ ତଥା ବାଂଲାଦେଶୀ କୂଟନୀତିଜ୍ଞ ସୟଦ୍‌ ମୁଜେମ୍‌ ଅଲ୍ଲୀ, ହିନ୍ଦୀ ସାହିତ୍ୟିକ ଗଙ୍ଗା ପ୍ରସାଦ ନିର୍ମଳ ଓ ଟେଲି ଅଭିନେତା କୁଶଲ୍‌ ପଞ୍ଜାବ ପ୍ରମୁଖ ଆମଠୁ ବିଦାୟ ନେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପରେ ପାକିସ୍ତାନ ସହ ମ୍ୟାଚକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେ ଶିବସେନା ସାଂସଦ

August 23, 2025

ସୁନା ଭଳି ଦେଖାଯାଉଥିବା ଏହି ଜିନିଷ ଖାଆନ୍ତୁ, ୭ ଟି ରୋଗରୁ ମିଳିବ ଚମତ୍କାର ଲାଭ

August 23, 2025

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ‘ଆପତ୍ତିଜନକ’ ପୋଷ୍ଟ ମାମଲା: ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ

August 23, 2025

ODI ରୁ ଅବସର ନେବେ କି କୋହଲି ଏବଂ ରୋହିତ?: ବଡ଼ ବୟାନ ଦେଲେ ବିସିସିଆଇ ଉପାଧ୍ୟକ୍ଷ

August 23, 2025
Latest News

ଏସିଆ କପରେ ପାକିସ୍ତାନ ସହ ମ୍ୟାଚକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେ ଶିବସେନା ସାଂସଦ

August 23, 2025

ସୁନା ଭଳି ଦେଖାଯାଉଥିବା ଏହି ଜିନିଷ ଖାଆନ୍ତୁ, ୭ ଟି ରୋଗରୁ ମିଳିବ ଚମତ୍କାର ଲାଭ

August 23, 2025

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ‘ଆପତ୍ତିଜନକ’ ପୋଷ୍ଟ ମାମଲା: ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ

August 23, 2025

ODI ରୁ ଅବସର ନେବେ କି କୋହଲି ଏବଂ ରୋହିତ?: ବଡ଼ ବୟାନ ଦେଲେ ବିସିସିଆଇ ଉପାଧ୍ୟକ୍ଷ

August 23, 2025

ଅନିଲ ଅମ୍ବାନୀଙ୍କ ବଢିଲା ସମସ୍ୟା: ଇଡି ପରେ ଏବେ ସିବିଆଇ ର ଚଢାଉ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.