Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ଟିଭି ପାଇଁ ୨୦୨୦ ହୋଇପାରେ ଆଶ୍ଵାସନାର ବର୍ଷ, ଆସିବ ୬ଟି ନୂଆ ଚ୍ୟାନେଲ, ବଦଳିବେ ନ୍ୟୁଜ ଚ୍ୟାନେଲର ମୁଖିଆ
ବିଶେଷ ଖବର

ଓଡିଆ ଟିଭି ପାଇଁ ୨୦୨୦ ହୋଇପାରେ ଆଶ୍ଵାସନାର ବର୍ଷ, ଆସିବ ୬ଟି ନୂଆ ଚ୍ୟାନେଲ, ବଦଳିବେ ନ୍ୟୁଜ ଚ୍ୟାନେଲର ମୁଖିଆ

January 3, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link
ସବ୍ୟସାଚୀ ମହାପାତ୍ର

ଏଥରର ନୂଆ ବର୍ଷ କାହା ପାଇଁ କଣ ହେବ କେଜାଣି, କିନ୍ତୁ ଓଡିଶା ଟିଭି ଜଗତ ପାଇଁ ଆରମ୍ଭରୁ ଏକ ଖୁସି ଖବର ମିଳୁଛି। ଏହି ବର୍ଷ ଏକାଥରକେ ଆସୁଛି ଅଧ ଡଜନେ ନୂଆ ଚ୍ୟାନେଲ। ସେଥିମଧ୍ୟରୁ ଦୁଇଟି ନ୍ୟୁଜ ଚ୍ୟାନେଲ ଥିବା ବେଳେ ୪ଟି ରହିଛି ଅଣନ୍ୟୁଜ ଚ୍ୟାନେଲ। ଓଡିଆ ମନୋରଂଜନ ଜଗତର ମାଷ୍ଟରମ୍ୟାନ ଭାବେ ପରିଚିତ ସୀତାରାମ ଅଗ୍ରୱାଲା ଏକାଥରକେ ତିନୋଟି ଓଡିଆ ଓ ଗୋଟିଏ ବଙ୍ଗଳା ଚ୍ୟାନେଲ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଲେଣି। ପୂର୍ବରୁ ସେ ସାର୍ଥକ ଟିଭି କରି ବେଶ୍ ନା କରିଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଏହାକୁ ଜୀ ଇଣ୍ଟରଟେନମେଣ୍ଟକୁ ବିକ୍ରି ଦେଲେ। ଜୀ ସହିତ ହୋଇଥିବା ଚୁକ୍ତିନାମା ଅନୁସାରେ ସେ ୨୦୨୦ ମସିହା ଜୁନ ପର୍ଯ୍ୟନ୍ତ କୌଣସି ନୂଆ ଚ୍ୟାନେଲ କରିପାରିବେ ନାହିଁ। ସେଥିପାଇଁ ସେ ଜୁନ ପରେ ଗୋଟିଏ ମନୋରଂଜନ, ଗୋଟିଏ ଆଧ୍ୟାତ୍ମିକ ଏବଂ ଗୋଟିଏ ମ୍ୟୁଜିକ ଚ୍ୟାନେଲ ଓଡିଶା ଦର୍ଶକଙ୍କୁ ଭେଟି ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସାର୍ଥକ ଟିଭି ପରି ସୀତାରାମଙ୍କ ଏହି ଚ୍ୟାନେଲ ମଧ୍ୟ ବେଶ୍ ଆଦୃତି ଲାଭ କରିବ ବୋଲି ଆଶା କରାଯାଉଛି। ସେହିପରି ଅନ୍ୟତମ ମିଡିଆ ବ୍ୟକ୍ତିତ୍ବ ସୌମରଂଜନ ପଟ୍ଟନାୟକ ମଧ୍ୟ ଖୁବ ଶିଘ୍ର ‘ମଂଜରୀ’ ନାମିତ ଏକ ମନୋରଂଜନ ଧର୍ମି ଚ୍ୟାନେଲ ଆଣିବେ। ‘କନକ ନ୍ୟୁଜ’ ପରି ମଂଜରୀ ମଧ୍ୟ ବେଶ ସଫଳତା ହାସଲ କରିବ ବୋଲି ଇଷ୍ଟର୍ଣ୍ଣ ମିଡିଆ ଆଶା ରଖିଛି।

ସେହିପରି  ନୂଆ ବର୍ଷରେ ଦୁଇଟି ନ୍ୟୁଜ ଚ୍ୟାନେଲ ମଧ୍ୟ ଜନ୍ମଲାଭ କରିବାକୁ ଯାଉଛନ୍ତି। ସେ ଦୁଇଟି ହେଲା ନନ୍ଦିଘୋଷ ଟିଭି ଏବଂ ଅର୍ଗସ ଟିଭି। ମିଡିଆ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ବ ସଂଜୟ ଜେନା ପୂର୍ବରୁ ଅର୍ଗସ ଡିଜିଟାଲ ମିଡିଆକୁ ଓଡିଶାରେ ବେଶ୍ ଲୋକପ୍ରିୟ କରାଇ ପାରିଛନ୍ତି। ସେହି ବ୍ୟାନରରେ ସେ ଏକ ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ କରିବେ। ତେବେ ସେହି ଚ୍ୟାନେଲର ନାମ କଣ ହେବ ତାହା ସ୍ଥିର କରାଯାଇ ନାହିଁ। ସେହିପରି ପୂର୍ବରୁ ନ୍ୟୁଜ ୱାର୍ଲଡ ଓଡିଶା ଭାବେ ପରିଚିତ ଥିବା ନ୍ୟୁଜ ଚ୍ୟାନେଲ ଏବେ ନନ୍ଦିଘୋଷ ଟିଭି ଭାବେ ଏହି ନୂଆ ବର୍ଷରେ ଜନ୍ମ ନେବ। ତେବେ ଏହା ପଛରେ କିଏ ଅଛନ୍ତି ତାହା ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଜେଡିର ଜଣେ ଟାଣୁଆ ନେତାଙ୍କ ପୃଷ୍ଠପୋଷକତାରେ ଏହି ଚ୍ୟାନେଲ ଚାଲିବ।

ପୂର୍ବରୁ ବିଜେଡି ନେତା ରବି ଜେନାଙ୍କ ହାତରେ ଏହି ଚ୍ୟାନେଲ ଥିଲା। ତେବେ ସେ ନିର୍ବାଚନ ହାରିଯିବା ପରେ ଏବଂ ଜିନ୍ଦଲ କଂପାନୀ ସହିତ ଚୁକ୍ତିନାମା ସରିଯିବା ପରେ ସେ ଏହି ଚ୍ୟାନେଲ ପରିଚାଳନାରୁ ଓହରି ଯାଇଛନ୍ତି। ଏହି ଚ୍ୟାନେଲଟି ଏଥରକୁ ମିଶାଇ ତିନିଥର ନାମ ପରିବର୍ତ୍ତନ କରି ସାରିଲାଣି। ହେଲେ ଏଥର ଏହାର ମାଲିକାନା ଏବଂ କଣ୍ଟେନ୍ଟକୁ  ନେଇ ସନ୍ଦେହ ରହିଥିବାରୁ ଚ୍ୟାନେଲ ସଫଳତା ମଧ୍ୟ ସନ୍ଦେହଜନକ। ଏପରି ଘଡିସନ୍ଧି ମୂର୍ହୂତ୍ତରେ ଦୁଇଟି ଜାତୀୟ ସ୍ତରର କଂପାନୀ ନ୍ୟୁଜ ଚ୍ୟାନେଲ କରିବା ପାଇଁ ସର୍ଭେ କରିଛନ୍ତି। ହେଲେ ସେମାନେ ଚ୍ୟାନେଲ କରିବେ କି ନାହିଁ ତାହା ଜଣାପଡି ନାହିଁ। ସେହିପରି ‘ସମୟ’ ଓ ‘ସମାଜ’ ଖବର କାଗଜ ମଧ୍ୟ ନ୍ୟୁଜ ଚ୍ୟାନେଲ କରିବେ ବୋଲି ଚିନ୍ତା କରିଥିଲେ ମଧ୍ୟ ପରବର୍ତ୍ତି ସମୟରେ ସେମାନେ ଓହରି ଯାଇଛନ୍ତି।

ନ୍ୟୁଜ ଚ୍ୟାନଲରେ ହୋଇପାରେ ଏକ ବଡ ପରିବର୍ତ୍ତନ

ବର୍ତ୍ତମାନ ଓଡିଶାରେ ଦୁଇଟି ନ୍ୟୁଜ ଚ୍ୟାନେଲ ସେମାନଙ୍କର ସ୍ଥିତିରେ ମଜବୁତ ଅଛନ୍ତି। ସେ ଦୁଇଟି ହେଲା ‘ଓ-ଟିଭି’ ଏବଂ ‘କନକ ଟିଭି’। ଅନ୍ୟ ନ୍ୟୁଜ ଚ୍ୟାନେଲ ଅବସ୍ଥା ଭଲ ନାହିଁ । ଦୀର୍ଘ ବର୍ଷ ଧରି ଟିଆରପିରେ ଦ୍ବିତୀୟ ସ୍ଥାନରେ ରହୁଥିବା ‘ନ୍ୟୁଜ୭’ ବର୍ତ୍ତମାନ ଆର୍ଥିକ ଦୁର୍ଷ୍ଟିରୁ ସୁଦୃଢ ଥିଲେ ମଧ୍ୟ ପରିଚାଳନା ଦୃଷ୍ଟିରୁ ଦୁର୍ବଳ ରହିଛି। ଏହାର ପରିଚାଳନା କର୍ତ୍ତୁପକ୍ଷ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଉପରେ ଖପ୍ପା। ସେଥିପାଇଁ ତାଙ୍କୁ ଆଉ ଅଫିସ ନ ଆସିବା ପାଇଁ କୁଆଡେ ନିର୍ଦ୍ଦେଶ ଦେଇଛନ୍ତି। ଚ୍ୟାନେଲ କର୍ତ୍ତୃପକ୍ଷ ତାଙ୍କୁ ଆଉ ଦାୟିତ୍ବରେ ରଖିବ ନାହିଁ ବୋଲି ଶୁଣା ଯାଉଛି । ଅନ୍ୟପକ୍ଷେ ଏହି ଚ୍ୟାନେଲଟି ଟିଆରପି ଫିକ୍ସ କରୁଥିବା ଘଟଣାରେ ଫସିଯାଇଛି। ତେଣୁ ନ୍ୟୁଜ ୭ର ଭାଗ୍ୟ କଣ ହେବ ତାହା ଏହି ବର୍ଷ ହିଁ ଜଣାପଡିବ।

ସେହିପରି କଳିଙ୍ଗ ଟିଭି ମଧ୍ୟ ଆର୍ଥିକ ଓ ପରିଚାଳନା ଦୃଷ୍ଟିରୁ ଭଲ ନାହିଁ। କାରଣ ଏହାର ମାଲିକ ଡ. ଅଚ୍ୟୁତ ସାମନ୍ତ ଏହି ଚ୍ୟାନେଲରୁ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିପାରୁ ନାହିଁ। ଫଳରେ କଳିଙ୍ଗ ଟିଭିର ନ୍ୟୁଜ ପରିବେଷଣ ନେଇ ସେ କୁଆଡେ ଅସନ୍ତୁଷ୍ଠ। ତେଣୁ ଏହି ଚ୍ୟାନେଲର ଭାଗ୍ୟ ଓ ଭବିଷ୍ୟତ ସେମିତି ଉଜ୍ଜଳମୟ ନୁହେଁ। ଓଡିଶାରେ ଓଡିଆ ମାଲିକାନା ଚ୍ୟାନେଲକୁ ଛାଡିଦେଲେ ଦୁଇଟି ଜାତୀୟ ଚ୍ୟାନେଲ ମଧ୍ୟ ନ୍ୟୁଜ ବ୍ୟବସାୟରେ ଅଛନ୍ତି। ସେ ଦୁଇଟି ହେଲା ‘ଜୀ ଟିଭି ଓଡିଶା’ ଏବଂ ‘ନ୍ୟୁଜ ୧୮ ଓଡିଆ’। ‘ନ୍ୟୁଜ ୧୮’ ଓଡିଆର ସଂପାଦକ ଦୟାନିଧି ଦାସଙ୍କ ଉପରେ ବର୍ତ୍ତମାନ ଖଣ୍ଡା ଝୁଲୁଛି। କାରଣ ଦୟାନିଧି ସଂପାଦକ ଭାବେ ଯୋଗଦେବା ପରେ ଚ୍ୟାନେଲର ଆର୍ଥିକ କିମ୍ବା ଟିଆରପି ଦୃଷ୍ଟିରୁ କୌଣସି କ୍ଷେତ୍ରରେ ଉନ୍ନତି ହୋଇପାରୁ ନାହିଁ। ଫଳରେ ନେଟୱେର୍କ ୧୮ର ମୁମ୍ବାଇ କର୍ତ୍ତୁପକ୍ଷ ଓଡିଆ ଚ୍ୟାନେଲର ମୁଖିଆଙ୍କୁ ପରିବର୍ତ୍ତନ କରିବା ଚିନ୍ତାରେ ଅଛନ୍ତି।

ଅନ୍ୟପଟେ ‘ଜୀ ଓଡିଶା’ କଂପାନୀର ଜାତୀୟ ସ୍ତରରେ ସ୍ଥିତି ମଧ୍ୟ ଖରାପ। ତେଣୁ ଏହାର ଭାଗ୍ୟ ଓ ଭବିଷ୍ୟତ କଣ ହେବ ତାହା କହି ହେବ ନାହିଁ। ଜୀ ଓଡିଶା ଦିଲ୍ଲୀରୁ ଅପରେଟ ହେଉଥିବାରୁ ଭୁବନେଶ୍ବରରେ ଥିବା ଏହାର ସଂପାଦକ ଶରତ ପାଇକରାୟ ହାତଗୋଡ ବାନ୍ଧି ବସିଛନ୍ତି। ତେବେ ଏହି ଦୁଇ ଜାତୀୟ ଚ୍ୟାନେଲର ଭାଗ୍ୟ ଓ ଭବିଷ୍ୟତ ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ସ୍ପଷ୍ଟ ହୋଇଯିବ। ସେହିପରି ଆଉ ଦୁଇଟି ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ ‘ନକ୍ଷତ୍ର ନ୍ୟୁଜ’ ଓ ‘ଏମବିସି ଟିଭି’ ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଅଛନ୍ତି। କାରଣ ଏହି ଦୁଇ ଚ୍ୟାନେଲର ମାଲିକ ଏହାର ଉନ୍ନତି କରିବା ଦିଗରେ କୌଣସି ଆଗ୍ରହ ନାହିଁ। ଏମବିସି ଟିଭିକୁ ବିକ୍ରୀ କରିବା ପାଇଁ କୁଆଡେ ତାହାର ମାଲିକ ଗରାଖ ଖୋଜିବାରେ ବ୍ୟସ୍ତ। ସର୍ବୋପରି ଓଡିଶାରେ ମନୋରଂଜନ ଚ୍ୟାନେଲକୁ ଛାଡିଦେଲେ ନ୍ୟୁଜ ଚ୍ୟାନେଲର ଅବସ୍ଥା ଭଲ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପାଇଁ ନିରାଶାଜନକ ଖବର: ନିଶ୍ଚିତ ଭାବରେ ଖୁସି ହେବେ ଚୀନ୍ ଏବଂ ପାକିସ୍ତାନ

September 28, 2025

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ପୂଜା ବିଧି

September 28, 2025

ଶତ୍ରୁମାନଙ୍କୁ ଧ୍ୱଂସ କରିବ “ଅନନ୍ତ ଶସ୍ତ୍ର”: ସେନାର କ୍ରୟ ପ୍ରକ୍ରିୟା ଆରମ୍ଭ

September 27, 2025

PM Modi in Odisha: ଦେଶବାସୀଙ୍କୁ ପଚାଶ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

September 27, 2025
Latest News

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

September 28, 2025

ଭାରତ ପାଇଁ ନିରାଶାଜନକ ଖବର: ନିଶ୍ଚିତ ଭାବରେ ଖୁସି ହେବେ ଚୀନ୍ ଏବଂ ପାକିସ୍ତାନ

September 28, 2025

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ପୂଜା ବିଧି

September 28, 2025

ଆଜି ସେପ୍ଟେମ୍ବର ୨୮ ତାରିଖ ରବିବାର ଦିନ ଏହି ରାଶିର ବ୍ୟକ୍ତିମାନେ ପାଇବେ ଖୁସି ଖବର

September 28, 2025

ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା, ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା, ଅନେକ ଆହତ

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.