Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାତ୍ର ୬୩ଜଣ ଭାରତୀୟଙ୍କ ପାଖରେ ରହିଛି ପୂରା ଗୋଟେ ବାର୍ଷିକ ବଜେଟର ସମ୍ପତ୍ତି
ବିଶେଷ ଖବର

ମାତ୍ର ୬୩ଜଣ ଭାରତୀୟଙ୍କ ପାଖରେ ରହିଛି ପୂରା ଗୋଟେ ବାର୍ଷିକ ବଜେଟର ସମ୍ପତ୍ତି

January 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର  

ଭାରତର ୧୩୦ କୋଟି ଲୋକଙ୍କ ପାଇଁ ଭାରତ ସରକାର ଯେଉଁ ବଜେଟ ପ୍ରସ୍ତୁତ କରନ୍ତି ଗତ ବର୍ଷ ତାହାର ଆର୍ଥିକ ପରିମାଣ ଥିଲା ୨୪ ଲକ୍ଷ ୪୨ ହଜାର ୨ ଶହ କୋଟି ଟଙ୍କା। ଏଥିରୁ ଅଧିକ ଟଙ୍କାର ସମ୍ପତ୍ତି ଆଜିର ତାରିଖରେ ଦେଶର ୬୩ ଜଣ ବ୍ୟବସାୟୀଙ୍କ ହାତରେ ରହିଛି। ପୂରା ଦେଶର ବାର୍ଷିକ ବଜେଟ ଯଦି ୬୩ ଲୋକଙ୍କର ବ୍ୟକ୍ତିଗତ ମାଲିକାନାରେ ରହେ, ତାହେଲେ କୌଣସି ବି ଦେଶ ଆର୍ଥିକ ସମାନତା ହାସଲ କରି ପାରବ କି? ଭାରତର ସମ୍ବିଧାନ ଆମକୁ “ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ବିଚାର,ଅଭିବ୍ୟକ୍ତି, ଆସ୍ଥା ଓ ଧାର୍ମିକ ଉପଚାରର ସ୍ଵାଧୀନତା, ମର୍ୟାଦା ଓ ସୁଯୋଗର ସମାନତା ତଥା ସାମାଜିକ ସଦଭାବନା”ର ପ୍ରତିଶ୍ରୁତି ଦେଇଥିଲା। ଆଜିର ତାରିଖରେ ଆର୍ଥିକ ଅସମାନତାର ଏହି ବିକଳ ଚିତ୍ର ଦେଖିଲା ପରେ, ଆମେ ଆମର ସାମ୍ବିଧାନିକ ପ୍ରତିଶ୍ରୁତି ରଖିବାରେ ସଫଳ ହୋଇଛୁ ବୋଲି ଭାବୁଛୁ କି? କେବଳ ୬୩ ଜଣ ପୁଞ୍ଜିପତିଙ୍କ ପାଖରେ ଦେଶର ୯୯% ଲୋକଙ୍କର ସମ୍ପତ୍ତି ଠୁଳ ହୋଇ ରହିବା, ଏକ ଭୟଙ୍କର ଭବିଷ୍ୟତ ନିର୍ମାଣ କରୁନାହିଁ କି? ଏ ପ୍ରଶ୍ନ ଆଜି ପଚାରିବା ମଧ୍ୟ କଠିନ। କାରଣ ଅନ୍ଧ ଭାବରେ ଅସମାନତାକୁ ଆମ ସମାଜ ସ୍ଵୀକାର କରି ନେଇ ଚାଲିଛି। ଏଇ ୬୩ ଜଣ ଧନୀ ଭାରତୀୟଙ୍କର “ଚାକର ବା ଦୟାପାତ୍ର’’ ହୋଇ ରହିଥିବା ଭାରତର ୧% ମଧ୍ୟବିତ୍ତ, ଏହାହିଁ ଦେଶର ଅବଧାରିତ ଭାଗ୍ୟ ବୋଲି ଆମକୁ କହି ଚାଲିଛନ୍ତି।

ଅସମାନତା ଦାରିଦ୍ର୍ୟର ମୁଖ୍ୟ କାରଣ। ପୁଞ୍ଜିବାଦୀ ବଜାର ବ୍ୟବସ୍ଥାରେ ଅଳ୍ପ କିଛି ଲୋକଙ୍କୁ ଚାକିରି ଦେଇ ବା କିଛି ଦାନଧର୍ମର ବ୍ୟବସ୍ଥା କରି ଜନମଙ୍ଗଳ ରାଷ୍ଟ୍ରର ଔପଚାରିକତାକୁ ପୂରା କରାଯାଏ। ସମ୍ବିଧାନର ଶପଥ ନେଇଥିବା ସରକାର ଓ ଲୋକଙ୍କ ଦ୍ଵାରା ନିର୍ବାଚିତ ହେଉଥିବା ରାଜନୈତିକ ଦଳଗୁଡିକ ଅସମାନତା ବିରୋଧରେ କିଛି କହିବା ବା କରିବା ଉଚିତ ବୋଲି ଭାବୁ ନାହାନ୍ତି। ତାହାର ଏକମାତ୍ର କାରଣ ହେଉଛି, ରାଜନୈତିକ ଦଳ ଗୁଡିକ ଦେଶର ୬୩ ଜଣ ବଡ ବ୍ୟବସାୟୀଙ୍କ “କୁତ୍ତାଖାତା’’ ରେ ନିଜର ନାମ ଦରଜ କରାଇବାକୁ ଲଜ୍ଜିତ ହୁଅନ୍ତି ନାହିଁ। ଭାରତରେ ଆଜି ଗୋଟିଏ ବି ରାଜନୈତିକ ଦଳ ନାହିଁ, ଯିଏ କର୍ପୋରେଟ ଚାନ୍ଦାକୁ ନା କହିପାରିବ। ୬୩ ଜଣ “ମାଲଦାର”ଙ୍କ ହାତରେ ଦେଶର ଅର୍ଥନୀତି ଓ ରାଜନୀତି ନିୟନ୍ତ୍ରିତ ହେଉଛି ବୋଲି ଜାଣିଲା ପରେ ମଧ୍ୟ କେହି କିଛି କରିବା ଅବସ୍ଥାରେ ନାହାନ୍ତି। ଦେଶର ଜନମତ ଓ ଜନ ଆକ୍ରୋଶକୁ ନିୟନ୍ତ୍ରିତ କରୁଥିବା ଗଣମାଧ୍ୟମ ମଧ୍ୟ ଏହି “କୁତ୍ତାଖାତା’’ ର ଅଂଶ ବିଶେଷ। ସତ୍ୟ ର ଆଲୋଚନା ହେଲେ ସିନା ସମାନତାର ପ୍ରସଙ୍ଗ ଉଠିବ। ମୂଳରୁ ତାର ଆଲୋଚନାକୁ ମାରିଦେବାରେ ଆମର ଗଣମାଧ୍ୟମ, ବେଶ ଆଗୁଆ।

୬୩ ଜଣ ଭାରତୀୟଙ୍କ ହାତରେ ପୂରା ବଜେଟ ଅର୍ଥ ରହିବା ଖାଲି ଭାରତରେ ଘଟୁନାହିଁ। ସମ୍ପ୍ରତି ଦାଭୋସ ଠାରେ ଚାଲିଥିବା ବିଶ୍ଵ ଅର୍ଥନୈତିକ ସମ୍ମିଳନୀରେ ପୃଥିବୀର ବିଖ୍ୟାତ ନାଗରିକ ଅଧିକାର ସଂଗଠନ “ଅକ୍ସଫାମ” ଯେଉଁ ରିପୋର୍ଟ ଉପସ୍ଥାପନ କରିଛି, ସେଥିରେ ସାରା ପୃଥିବୀର ସମ୍ପତ୍ତି ମାତ୍ର ଅଳ୍ପ କେତେଜଣ ଲୋକଙ୍କ ହାତରେ ଜମା ହୋଇ ରହିଛି ବୋଲି କହିଛି। ଏହି ଧନୀ ଲୋକମାନଙ୍କୁ ପୃଥିବୀର ବିଭିନ୍ନ ସରକାର ସୁଯୋଗ ଦେଇଚାଲିଛନ୍ତି ଓ ଲୋକଙ୍କ ଶ୍ରମ ବିନିମୟରେ ଏମାନଙ୍କର ସମ୍ପତ୍ତି ବଢୁଛି ବୋଲି ଜଣାପଡୁଛି।

ଆଜିକାର ସମୟରେ ଗୋଟେ ଟେକ୍ନୋଲୋଜି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ଷକ ଯେତିକି ରୋଜଗାର କରେ, ସେତିକି ପାଇବାକୁ ଗୋଟେ ଘରୋଇ କର୍ମଜୀବି ମହିଳାକୁ ୨୨,୨୭୭ ବର୍ଷ ଲାଗିବ। ଅର୍ଥାତ ସାଧାରଣ କର୍ମଜୀବି ଓ ଜଣେ ବଡ କମ୍ପାନୀର ସିଇଓ ଭିତରେ ଅତିକମରେ ବାଇଶ ହଜାର ବର୍ଷର ବ୍ୟବଧାନ। ଏ ପ୍ରକାର ଅସମାନତା ଓ ବିଭେଦ ଭିତରେ ରାଜନୈତିକ ସ୍ଵାଧୀନତା, ସମାନତା ଓ ଗଣତାନ୍ତ୍ରିକ ସମ୍ବିଧାନ ତିଷ୍ଠି ପାରିବ କି?

ସାରା ପୃଥିବୀର ୪୬୦ କୋଟି ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ତାଠୁ ଅଧିକ ସମ୍ପତ୍ତି ପୃଥିବୀର ୨୧୫୩ ଜଣ ଲୋକଙ୍କ ପାଖରେ ରହିଥିବା କୁହା ଯାଉଛି। ଏହି ଧନଶାଳୀ ଲୋକଙ୍କ ଉପରେ ନିର୍ବାଚିତ ସରକାର ଗୁଡିକ ଅଧିକ ଅନୁକମ୍ପା ଦେଖାଇ ଚାଲିଛନ୍ତି। ସାଧାରଣ ଗରିବ ଲୋକଙ୍କ ଉପରେ କର ଓ ଟିକସ ବୋଝ ବଢି ଚାଲିଥିବା ବେଳେ ଧନପତିମାନଙ୍କର କର୍ପୋରେଟ ଟିକସ ମାଫ କରି ଦିଆଯାଉଛି। ଆଜିର ସ୍ଥିତିରେ ଭାରତ ନିଜର ଅର୍ଥନୈତିକ ସ୍ଥିତିକୁ ସୁଧାରିବାକୁ ସର୍ବାଧିକ କର୍ପୋରେଟ ଟିକସ ରିହାତି ଦେଇଛି। ଅର୍ଥନୈତିକ ମାନ୍ଦାବସ୍ଥାର ମାଡ ସାଧାରଣ ଲୋକଙ୍କ ପିଠିରେ ପଡିଛି। ଲୋକ ଚାକିରି ହରାଇ ଆତ୍ମହତ୍ୟା କରୁଛନ୍ତି। ହେଲେ କର୍ପୋରେଟଙ୍କ ହିସାବ ଖାତାରେ ଲାଭ ବଢି ବଢି ଚାଲିଛି। ମୁକେଶ ଅମ୍ବାନୀ ଓ ରତନ ଟାଟାଙ୍କ ଲାଭ ଆର୍ଥିକ ମାନ୍ଦାବସ୍ଥାରେ ପ୍ରଭାବିତ ହେଉନି। ତେଣୁ ସେମାନେ ସବୁକିଛି ଭଲ ଚାଲିଛି ବୋଲି କହିବାକୁ ଅଗ୍ରସର ହେଉଛନ୍ତି।

ଆଜିର ଅର୍ଥନୀତିର କୁପ୍ରଭାବ ଏବେ ଗ୍ରାମୀଣ ଅର୍ଥନୀତି ଉପରେ ପଡିବା ଆରମ୍ଭ କରିଛି। ଗ୍ରାମୀଣ ଭାରତୀୟଙ୍କର ଆୟ ଓ କ୍ରୟଶକ୍ତି କମିବାରେ ଲାଗିଛି। ଅପରପକ୍ଷରେ ଦେଶର ୬୩ ଜଣ ଧନୀଲୋକ ସରକାରୀ ପୃଷ୍ଠପୋଷକତା ରେ ବଡ ଆନନ୍ଦରେ ଅଛନ୍ତି।

ଶେଷକଥାଟି ହେଉଛି, ଏ ଦେଶର ରାଜନୀତି ଓ ଅର୍ଥନୀତିରେ ଅନ୍ୟ ସଭିଏଁ କେବଳ ମୁଖା, ଅସଲ ମୁହଁ ହେଉଛନ୍ତି ଏଇ ୬୩ ଜଣ ଲୋକ, ଯାହାଙ୍କ ହାତରେ ୧୩୦ କୋଟି ଲୋକଙ୍କର ଭାଗ୍ୟଡୋରୀ ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026
Latest News

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.