Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାକୁ ପଦ୍ମ ପୁରସ୍କାରର ସିଂହ ଭାଗ- “ସହରୀ ସମ୍ଭ୍ରାନ୍ତ” ବନାମ “ଦେଶୀ କଳାକାର”
ବିଶେଷ ଖବର

ଓଡ଼ିଶାକୁ ପଦ୍ମ ପୁରସ୍କାରର ସିଂହ ଭାଗ- “ସହରୀ ସମ୍ଭ୍ରାନ୍ତ” ବନାମ “ଦେଶୀ କଳାକାର”

January 27, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ନାମ ରାଷ୍ଟ୍ରୀୟ ସମ୍ମାନ ବା ପଦ୍ମ ପୁରସ୍କାର ପାଇଁ ଘୋଷିତ ହୋଇଥାଏ। ଓଡିଶା ଭାଗରେ ଏହି ପୁରସ୍କାରରୁ ଗୋଟେ ଦୁଇଟି ଅବଶ୍ୟ ପଡିଥାଏ। କେବେ କେମିତି ଏହା ୫/୬ ମଧ୍ୟ ହୋଇଛି। ତେବେ ସ୍ଵାଧୀନତା ପରେ ଚଳିତ ବର୍ଷ ଓଡିଶାରୁ ସର୍ବାଧିକ ୧୧ ଓ ଓଡିଆ ଭାବରେ ୧୨ ଜଣଙ୍କୁ ଏହି ପୁରସ୍କାର ମିଳିଛି। ଷଢେଇକଳା ଛଉ ପାଇଁ ପଦ୍ମଶ୍ରୀ ପାଇଥିବା ଶଶଧର ଆଚାର୍ୟଙ୍କୁ କେହି ଓଡିଆ ଭାବରେ ଗଣୁ ନାହାନ୍ତି। ହେଲେ ଶଶଧର ଆଚାର୍ୟ ହେଉଛନ୍ତି ଷୋହଳ ଅଣା ଓଡିଆ। ସେ ଷଢେଇକଳା-ଖରସୁଆଁର ସେହି ପ୍ରଜନ୍ମର ଓଡିଆ ଯେଉଁମାନେ ଓଡିଶା ବାହାରେ ଓଡିଶାର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି। ଷଢେଇକଳା ଛଉ ଯଦିଓ ଆଜି ଝାଡଖଣ୍ଡର କଳା ଭାବରେ ପରିଚିତ, ଏହା ମୂଳତଃ ଓଡିଆ। ଶଶଧର ଆଚାର୍ୟ ଷଢେଇକଳା ଛଉରେ ବୋଧହୁଏ ଶେଷ ଓଡିଆ ପ୍ରତିନିଧି।

ପଦ୍ମ ପୁରସ୍କାର ଘୋଷଣା ହେଲା ପରେ ସର୍ବାଧିକ ଅଭିନନ୍ଦନର ସୁଅ ଯାହାଙ୍କ ପାଖକୁ ଛୁଟୁଛି, ସେ ହେଲେ ଆମ ସମସ୍ତଙ୍କର ଅତି ପ୍ରିୟ ଲେଖକ ମନୋଜ ଦାସ। ତାଙ୍କୁ “ପଦ୍ମ ଭୂଷଣ” ମିଳିବା ନିଶ୍ଚିତ ଭାବରେ ଗୌରବର କଥା। “ଆରଣ୍ୟକ”  “ମନୋଜ ଦାସଙ୍କ କଥା ଓ କାହାଣୀ”, “ଶେଷ ବସନ୍ତର ଚିଠି”, “ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ” ଭଳି ବହୁ ଚମତ୍କାର କଥା ସାହିତ୍ୟର ସର୍ଜନାକାର ଭାବରେ ତାଙ୍କୁ ଯେ କୌଣସି ବଡ ସମ୍ମାନ ବା ପୁରସ୍କାର ମିଳିବାରେ ଚକିତ ହେବାର କିଛି ନାହିଁ। ବରଂ ଏହା ତାଙ୍କ ପାଇଁ ବିଳମ୍ବିତ ବୋଲି କୁହା ଯାଇପାରେ। ତେବେ ଏକଦା ଉଗ୍ର ବାମପନ୍ଥୀ ରାଜନୀତିରୁ ଆସିଥିବା ମନୋଜ ବାବୁ ଏହି ପୁରସ୍କାର ପାଇବା ସମୟରେ ଦେଶରେ ଯେଉଁ ପ୍ରକାର ସ୍ଥିତି ରହିଛି, ସେଥିରେ ତାଙ୍କର ବାମପନ୍ଥୀ ବିଚାର ଆହତ ହେଉଛି କି ନାହିଁ, ତାହା ଅବଶ୍ୟ ଏକ ପ୍ରଶ୍ନବାଚୀ। ଆମର ପ୍ରସଙ୍ଗ କିନ୍ତୁ ସେୟା ନୁହେଁ। ଏଥର ଓଡିଶା ଭାଗରେ ଯେଉଁ ପଦ୍ମ ପୁରସ୍କାର ପଡିଛି, ତାହାର ଏକ ଭିନ୍ନ ସାମାଜିକ ଦିଗ ରହିଛି।

ସହରୀ ସଂଭ୍ରାନ୍ତ ବା ବୁଦ୍ଧିଜୀବୀଙ୍କ ଭାଗ୍ୟରେ ପୁରସ୍କାର ଏକ ସ୍ଵାଭାବିକ କଥା। ସେମାନେ ଏଥିଲାଗି ସବୁବେଳେ ଯୋଗ୍ୟ ଓ ଏହା ପାଇବା ସେମାନଙ୍କର ଅଧିକାର ବୋଲି କୁହା ହେଉଛି। ତେବେ ନରେନ୍ଦ୍ର ମୋଦୀ ସରକାରରେ ଏହାର ଏକ ବ୍ୟତିକ୍ରମ ଅବଶ୍ୟ ଘଟିଛି ଓ ଏହି ବ୍ୟତିକ୍ରମକୁ ସ୍ବାଗତଯୋଗ୍ୟ ବୋଲି କହିବାକୁ ଆମେ ବାଧ୍ୟ। ଯଦିଓ ରାଜନୈତିକ ବିଚାର ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଭାଜନକାରୀ ଜାତୀୟତାବାଦ ସହିତ ଅନୁରକ୍ତି ରଖୁଥିବା ଲୋକଙ୍କୁ ଏ ପୁରସ୍କାର ଅଧିକ ମିଳୁଛି, ହେଲେ ଓଡିଶା କ୍ଷେତ୍ରରେ ଏହାର ଏକ ବ୍ୟତିକ୍ରମ ଆମେ ଦେଖୁଛୁ। “ସହରୀ ସମ୍ଭ୍ରାନ୍ତ”ଙ୍କ ତୁଳନାରେ “ଦେଶୀ କଳାକାର” ମାନେ ଏଥର ପଦ୍ମ ପୁରସ୍କାର ତାଲିକାରେ ବେଶ ଆଗୁଆ ଅଛନ୍ତି। ଏହା ନିଶ୍ଚିତ ଭାବରେ ଏକ ସୁଖଦ ଖବର।

ଆମ ମତରେ ପଦ୍ମ ପୁରସ୍କାର ଲାଗି ସବୁଠୁ ଅଧିକ ଅଭିନନ୍ଦନ ଯଦି କାହାକୁ ମିଳିବା କଥା ସେ ହେଉଛନ୍ତି ଘୋଡାନାଚର ପ୍ରସିଦ୍ଧ ଗୁରୁ ଉତ୍ସବ ଦାସ ଏବଂ ପରିବେଶବିତ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତି। ଉତ୍ସବ ଦାସ ଗତ ପଚାଶ ବର୍ଷ ଧରି “ଘୋଡାନାଚ” ଭଳି ଲୁଚି ଯାଉଥିବା ଏକ ଲୋକ ନୃତ୍ୟକୁ ବଞ୍ଚାଇ ରଖିଛନ୍ତି। ଏକାକୀ “ଘୋଡାନାଚ” ପାଇଁ ହାତରୁ ଖାଇ ଘୋଡା ପଛରେ ଦଉଡୁଥିବା ଏ ଶିଳ୍ପୀ ଏତେ ନମ୍ର ଓ ସିଦ୍ଧ ଯେ, ତାଙ୍କ ପାଖରେ ପଦ୍ମଶ୍ରୀ ଫିକା ପଡିଯିବା ସ୍ଵାଭାବିକ। ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତି ଜୈବ କୃଷି ଏବଂ ଗୋଷ୍ଠୀ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ଗାନ୍ଧୀଜୀଙ୍କ ବିଚାରର ପ୍ରୟୋଗ କରିଛନ୍ତି। ଦୀର୍ଘ ବର୍ଷ ଧରି ପରିବେଶ ଓ କୃଷି କ୍ଷେତ୍ରରେ ତାଙ୍କ ପ୍ରୟୋଗର ଭିନ୍ନ ପ୍ରଭାବ ରହିଛି।

ରଙ୍ଗବତୀର ଲେଖକ ମିତ୍ରଭାନୁ ଗୌନ୍ତିଆ ଓ ସାନ୍ତାଳି ଲେଖିକା ଦମୟନ୍ତୀ ବେଶ୍ରା,  ଓଡିଶାର ଭାଷାର ବିବିଧତାକୁ ପ୍ରତିନିଧିତ୍ଵ କରିଛନ୍ତି। ଓଡିଆ ସାହିତ୍ୟ ଲାଗି ମନୋଜ ଦାସ ଓ ବୀଣାପାଣି ମହାନ୍ତିଙ୍କୁ ଏ ପୁରସ୍କାର ମିଳିଛି। ଏ ତାଲିକାରେ ବୀଣାପାଣି ମହାନ୍ତିଙ୍କ ନାଁ ରହିବା ଆହୁରି ଚମକପ୍ରଦ। କୌଣସି ଚାପ ବା ଲବି ବା ସଂଯୋଗ ଠାରୁ କୋଶ କୋଶ ଦୂରରେ ରହୁଥିବା ବୀଣାପାଣି ମହାନ୍ତିଙ୍କୁ ପଦ୍ମ ପୁରସ୍କାର ଏ ଦଶକର ସବୁଠୁ ସୁଖଦ ଆଶ୍ଚର୍ୟ ବୋଲି କୁହା ଯାଇପାରେ। ସେମିତି ସ୍ଵର୍ଗତ ମନମୋହନ ମହାପାତ୍ର। ତାଙ୍କ ଜୀବନକାଳରେ ବହୁ ଆଗରୁ ଏ ପୁରସ୍କାର ତାଙ୍କୁ ମିଳିବା କଥା। ହେଲେ ପୁରସ୍କାର ଘୋଷଣା ହେବା ବେଳକୁ ସେ ଆଉ ନାହାନ୍ତି। କେବଳ ମନୋଜ ଦାସଙ୍କୁ ବାଦ ଦେଲେ ଅନ୍ୟ ଲେଖକ –ଲେଖିକା ଓ ଶିଳ୍ପୀ, ଯଦିଓ ସହରରେ ରହନ୍ତି (ଅବଶ୍ୟ ମିତ୍ରଭାନୁ ବାବୁ ଆଜି ବି ସଂପୂର୍ଣ୍ଣ ଗାଁର ଲୋକ), ଏମାନେ କେହି “ସହରୀ ସମ୍ଭ୍ରାନ୍ତ” ନୁହନ୍ତି।

ଶେଷରେ ଏ ପୁରସ୍କାରର ସବୁଠୁ ବିରାଟ ଆଶ୍ଚର୍ୟ ହେଉଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ। ଅମର୍ତ୍ତ୍ୟ ସେନଙ୍କର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ତଥା ଦାରିଦ୍ର୍ୟ ଦୂରୀକରଣ ଅର୍ଥନୀତିର ଅନ୍ୟତମ ପ୍ରବକ୍ତା ଡ. ପଟ୍ଟନାୟକଙ୍କ ପାଇଁ ପଦ୍ମଶ୍ରୀ ଏକ ଛୋଟିଆ ସମ୍ମାନ।

padamaward
Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.