ନିର୍ମଳା ସୀତାରମଣଙ୍କ ବଜେଟରେ କଣ ରହିଛି, କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ

Published: Feb 1, 2020, 10:20 pm IST

ସମୀକ୍ଷା ବ୍ୟୁରୋ

କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ

*     ଆୟ- ୨୨.୪୬ ଲକ୍ଷ କୋଟି ଟଙ୍କା

*     ବ୍ୟୟ-୩୦.୪୨ ଲକ୍ଷ କୋଟି ଟଙ୍କା

*     ଜିଡିପି ଅଭିବୃଦ୍ଧି ୧୦% ରହିବା ଅନୁମାନ

*     ବିତିୟ ନିଅଂଟ ୩.୫%

 

ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକର ପ୍ରଥମ କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହି ବଜେଟରେ କେତେକ ଯୁଗାନ୍ତକାରୀ ସଂସ୍କାର ସହ ସ୍ୱଳ୍ପମିଆଦୀ, ମଧ୍ୟମମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ।

କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ ଏହିପରି :-

ବଜେଟର ତିନୋଟି ମୁଖ୍ୟ ଆଧାର ହେଲା –

*     ଆଶାବାଦୀ ଭାରତ – ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟ, ଶିକ୍ଷା ଓ କର୍ମସଂସ୍ଥାନ ।

*     ସମସ୍ତଙ୍କ ପାଇଁ ଅର୍ଥନୈତିକ ବିକାଶ –  “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ”

*     ସମାଜ ପ୍ରତି କର୍ତବ୍ୟ – ଉଭୟ ମାନବୀୟ ଓ ସହାନୁଭୂତିଶୀଳ

ତିନୋଟି ମୁଖ୍ୟ କାର୍ଯ୍ୟ – ଦୁର୍ନୀତି ମୁକ୍ତ, ଉତମ ନୀତିଯୁକ୍ତ ପ୍ରଶାସନ ଏବଂ ନିର୍ମଳ ଓ ଦୃଢ଼ ଆର୍ଥିକ କ୍ଷେତ୍ର ।

ଭଲ ଭାବେ ବଂଚିବା ପାଇଁ ତିନୋଟି ବିଷୟ କେନ୍ଦ୍ର ବଜେଟ ୨୦୨୦-୨୧ରେ ସନ୍ନିବେଶିତ ହୋଇଛି ।

ଆଶାବାଦୀ ଭାରତର ତିନୋଟି ଉପାଦାନ ହେଲା –

*     କୃଷି, ଜଳସେଚନ ଏବଂ ଗ୍ରାମୀଣ ବିକାଶ

*     ସୁଖସ୍ୱାଚ୍ଛନ୍ଦ୍ୟ, ଜଳ ଓ ପରିମଳ ବ୍ୟବସ୍ଥା

*     ଶିକ୍ଷା ଓ କୌଶଳ ବିକାଶ

କୃଷି, ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୧୬ଟି କାର୍ଯ୍ୟକ୍ରମ

*     ଏହି ୧୬ଟି କାର୍ଯ୍ୟକ୍ରମ ନିମନ୍ତେ ୨ଲକ୍ଷ ୮୩ ହଜାର କୋଟି ଟଙ୍କାର ଆବଂଟନ

*     କୃଷି, ଜଳସେଚନ ଓ ତତଜନିତ କାର୍ଯ୍ୟକ୍ରମ ନିମନ୍ତେ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାର ବ୍ୟୟବରାଦ

*     ଗ୍ରାମୀଣ ବିକାଶ  ଓ ପଂ*ୟତିରାଜ ନିମନ୍ତେ ୧ ଲକ୍ଷ ୨୩ ହଜାର କୋଟି ଟଙ୍କା

କୃଷି ଋଣ

*     ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ୧୫ ଲକ୍ଷ କୋଟି ଟଙ୍କାର କାର୍ଯ୍ୟକ୍ରମ

*     ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀମାନେ କିଷାନ କ୍ରେଡିଟ କାର୍ଡ ଯୋଜନାରେ ଅନ୍ତର୍ଭୁକ୍ତ ହେବେ

*     ନାବାର୍ଡ ଋଣ ଯୋଜନା ଆହୁରି ସଂପ୍ରସାରିତ ହେବ ।

*     ୧୦୦ଟି ଜଳକଷ୍ଟ ପ୍ରବଣ ଜିଲ୍ଲା ପାଇଁ ପର୍ଯ୍ୟାପ୍ତ ଯୋଜନା ପ୍ରସ୍ତାବ

*     ବ୍ଲୁ ଇକନୋମି (ସାମୁଦ୍ରିକ ଅର୍ଥନୀତି)

*     ଆଗାମୀ ୨୦୨୪-୨୫ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାର ମତ୍ସ୍ୟସମ୍ପଦ ରପ୍ତାନୀ  ଲକ୍ଷ୍ୟ

*     ୨୦୨୨-୨୩ ସୁଦ୍ଧା ୨ ଲକ୍ଷ ଟନ ମତ୍ସ୍ୟ ଉତ୍ପାଦନ ଲକ୍ଷ୍ୟ

*     ମତ୍ସ୍ୟଚାଷ ସମ୍ପ୍ରସାରଣ ପାଇଁ ନିୟୋଜିତ ହେବେ ୩୪୭୭ ସାଗର ମିତ୍ର ଏବଂ ୫୦୦ ମତ୍ସ୍ୟ*ଷୀ ଉତ୍ପାଦକ ସଂଗଠନ

*     ଶୈବାଳ, ସାମୁଦ୍ରିକ ଉଦ୍ଭିଦ ଉତ୍ପାଦନକୁ ପ୍ରୋତ୍ସାହନ

*     ସାମୁଦ୍ରିକ ମତ୍ସ୍ୟ ସମ୍ପଦର ସଂରକ୍ଷଣ ଓ ପରିଚାଳନା ନିମନ୍ତେ ବିକାଶ ଖସଡ଼ା

*     ସରକାରୀ ଓ ଘରୋଇ ଭାଗିଦାରୀତାରେ ଭାରତୀୟ ରେଳବାଇ ଦ୍ୱାରା କିଷାନ ରେଲର ବିକାଶ

*     ଦୁଗ୍ଧ, ମାଂସ ଓ ମାଛର ସଂରକ୍ଷଣ ପାଇଁ ଏକ ଜାତୀୟ ଶୀତଳ ଭଣ୍ଡାର ପୁଞ୍ଜ ପ୍ରତିଷ୍ଠା ହେବ

*     ଏକ୍ସପ୍ରେସ ଓ ମାଲ ଗାଡି ଗୁଡିକରେ ଶୀତଳଭଣ୍ଡାର ଯୁକ୍ତ ବଗି ରହିବ

*     କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୃଷି ଉଡାଣ ଯୋଜନା କାର୍ଯ୍ୟକାରୀ ହେବ

*     ଉଭୟ ଜାତୀୟ ଓ ଅନ୍ତର୍ଜାତୀକ ଉଡାଣ ସୀମା ଏଥିରେ ଅନ୍ତର୍ଭୁକ୍ତ ହେବ

*     ଉତରପୂର୍ବାଂଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ମୂଲ୍ୟଯୁକ୍ତ କୃଷି ଦ୍ରବ୍ୟ ପହଂଚାଯିବ ।

*     ଉଦ୍ୟାନ କୃଷି କ୍ଷେତ୍ରରେ ଉତମ ବିପଣନ ଓ ରପ୍ତାନୀ ଦୃଷ୍ଟିରୁ ଗୋଟିଏ ଜିଲ୍ଲାରେ ଗୋଟିଏ କିସମର ଦ୍ରବ୍ୟ ଉପରେ ଗୁରୁତ୍ୱାରୋପ କରାଯିବ

*     ପାରମ୍ପରିକ ଜୈବିକ ଓ ରାସାୟନିକ ସାର ପ୍ରୟୋଗରେ ସନ୍ତୁଳନ ରକ୍ଷା କରାଯିବ

*     ଜୈବିକ, ପ୍ରାକୃତିକ ଏବଂ ସମନ୍ୱିତ କୃଷି ପାଇଁ ପଦକ୍ଷେପ ନିଆଯିବ

*     ଜାତୀୟ ଜୈବିକ ସାମଗ୍ରୀ ବଜାରକୁ ଜାତୀୟ ସ୍ତରରେ ଅନଲାଇନ କରିବା ପାଇଁ ଜୈବିକ ଖେତି ନାମକ ପୋର୍ଟାଲ ସୃଷ୍ଟି ହେବ

*     ୨୦୧୯ ଜୁଲାଇ ମାସରେ ହୋଇଥିବା ବଜେଟରେ ସନ୍ନିବେଶିତ ଶୂନ୍ୟ ବଜେଟ ପ୍ରାକୃତିକ କୃଷିକୁ ଅନ୍ତର୍ଭୁକ୍ତ କରାଯିବ

1     ବୃଷ୍ଟିବହୁଳ ଅଂଚଳରେ ସମନ୍ୱିତ କୃଷି ପଦ୍ଧତିର ସଂପ୍ରସାରଣ କରାଯିବ

1     ଅଣ ଫସଲ ଋତୁରେ ବିବିଧ ଶସ୍ୟ, ମହୁଚାଷ, ସୌର ଚାଳିତ ପମ୍ପ ଓ ସୌରଶକ୍ତି ଇତ୍ୟାଦି ଅନ୍ତର୍ଭୁକ୍ତ ହେବ

*     ପ୍ରଧାନମନ୍ତ୍ରୀ କୁସୁମ ଯୋଜନାର ସଂପ୍ରସାରଣ

*     ୨୦ ଲକ୍ଷ ଚାଷୀଙ୍କୁ ସୌର ଚାଳିତ ପମ୍ପ ଯୋଗାଇ ଦିଆଯିବ

*     ୧୫ ଲକ୍ଷ ଚାଷୀଙ୍କ ବିଦ୍ୟୁତ ସଂଯୋଗ ପମ୍ପକୁ ସୌର ଶକ୍ତି ଦ୍ୱାରା ଚାଲୁ କରିବା ପାଇଁ ସହାୟତା କରାଯିବ

*     ଏହି ଯୋଜନା ଦ୍ୱାରା ଚାଷୀମାନେ ସୌର ଶକ୍ତି ଉତ୍ପାଦନ କରିିବା ସହ ସେମାନଙ୍କ ପଡିଆ ଜମିକୁ ଜଳସେଚିତ କରିି ବଳକା ଶକ୍ତି ଗ୍ରୀଡକୁ ବିକ୍ରି କରିପାରିବେ

ଗ୍ରାମୀଣ ଭଣ୍ଡାରଣ ଯୋଜନା

*     ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଗ୍ରାମୀଣ ଭଣ୍ଡାରଣଗୁଡିକୁ ଚଲାଯିବା ସହ ଏହାର ରକ୍ଷଣବେକ୍ଷଣ ଖର୍ଚ୍ଚ ହ୍ରାସ କରାଯାଇ ଭଣ୍ଡାରଣ ସାମର୍ଥ୍ୟ ବୃଦ୍ଧି କରାଯିବ

*     ମହିଳା  ସ୍ୱୟଂସହାୟିକା ଗୋଷ୍ଠୀ ଗୁଡିକୁ ଧନ୍ୟା ଲକ୍ଷ୍ମୀର ମାନ୍ୟତା ଦିଆଯିବ

*     ନାବାର୍ଡ ଦ୍ୱାରା ଶସ୍ୟ ଗୋଲା, ଶୀତଲ ଭଣ୍ଡାର ଓ ପରିବହନ ବ୍ୟବସ୍ଥାର ତଦାରଖ କରାଯିବ

*     ପଣ୍ୟାଗାର ବିକାଶ ଓ  ନିୟନ୍ତ୍ରଣ କର୍ତୃପକ୍ଷଙ୍କ ନିୟମାବଳୀ ଅନୁସାରେ ପଣ୍ୟାଗାର ଗୁଡିକର ବିକାଶ କରାଯିବ

*     ବ୍ଲକ ଓ ତାଲୁକ ସ୍ତରରେ ସୁଦୃଢ଼ ପଣ୍ୟାଗାର ସ୍ଥାପନ କରାଯିବ

*     ଭାରତୀୟ ଖାଦ୍ୟ ନିଗମ ଓ କେନ୍ଦ୍ର ପଣ୍ୟାଗାର ନିଗମ ଏସବୁ ପଣ୍ୟାଗାର ଭବନ ଗୁଡିକର ଦାୟିତ୍ୱ ହାତକୁ ନେବେ

*     ଇ-ନାମ ସହିତ ଇଏନଡବ୍ଲ୍ୟୁଆରର ସମ୍ମିଶ୍ରଣ ହେବ

*     କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଆଦର୍ଶ ନିୟମାବଳୀଗୁଡିକୁ ତ୍ୱରାନ୍ୱିତ କରୁଥିବା ରାଜ୍ୟ ସରକାରଗୁଡିକୁ ପ୍ରୋତ୍ସାହିତ କରାଯିବ

ପଶୁସମ୍ପଦ :

*     ୨୦୨୫ ମସିହା ସୁଦ୍ଧା ଦେଶର ଦୁଗ୍ଧ ଉତ୍ପାଦନ ୫୩.୫ ମିଲିଅନ ମେଟ୍ରିକ ଟନରୁ ୧୦୮ ମିଲିୟନ ମେଟ୍ରିକ ଟନକୁ ବୃଦ୍ଧି କରାଯିବ

*     କୃତ୍ରିମ ପ୍ରଜନନ ବର୍ତମାନ ଶତକଡା ୩୦ ଭାଗ ଥିବା ବେଳେ ଏହାକୁ ୭୦ ଭାଗକୁ ବୃଦ୍ଧି କରାଯିବ

*     ଗୋ-ଖାଦ୍ୟ ଯୋଗାଣକାରୀ ଫାର୍ମଗୁଡିକୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ

*     ୨୦୨୫ ମସିହା ସୁଦ୍ଧା ଛେଳି, ମେଣ୍ଢା ଓ ଗୋରୁ ଗୁଡିକର ଫାଟୁଆ ରୋଗର ଦୂରୀକରଣ କରାଯିବ

*     ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା – ୫୦ ଲକ୍ଷ ପରିବାର ସହିତ ୫୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାରିଦ୍ର‌୍ୟ ଦୂରୀକରଣ ଦିଗରେ ନିୟୋଜିତ କରାଯିବ

ବିକାଶ, ଜଳ ଓ ପରିମଳ

*     ସମୂହ ସ୍ୱାସ୍ଥ୍ୟସେବା  କ୍ଷେତ୍ର ନିମନ୍ତେ ୬୯ ହଜାର କୋଟି ଟଙ୍କାର ବ୍ୟୟବରାଦ

*     ୬୯ ହଜାର କୋଟିରୁ ୬୪୦୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଖର୍ଚ୍ଚ ହେବ

*     ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ୨୦ ହଜାରରୁ ଅଧିକ ହସ୍ପିଟାଲ ସାମିଲ ହେବେ

*     କେତେକ ସ୍ଥାନରେ ଅଚଳାବସ୍ଥା ଦୂର ପାଇଁ ସରକାରୀ ଓ ଘରୋଇ ଭାଗିଦାରୀତାରେ ହସ୍ପିଟାଲ ସ୍ଥାପନ ପାଇଁ ପ୍ରସ୍ତାବ

*     ଯାନ୍ତ୍ରିକ ଉପାୟରେ ପ୍ରତିଷେଧକ ବ୍ୟବସ୍ଥାକୁ ଭିତିକରି ରୋଗ ନିରୂପଣର ବ୍ୟବସ୍ଥା

*     ୨୦୨୪ ସୁଦ୍ଧା ଜନ ଔଷଧି କେନ୍ଦ୍ର ଯୋଜନା ଜରିଆରେ ୨୦୦୦ ଔଷଧ ଏବଂ ୩୦୦ ଶଲ୍ୟ ଚିକିତ୍ସା ପାଇଁ ଲକ୍ଷ୍ୟ

*     ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ “ଟିବି ହାରେଗା ଦେଶ ଜିତେଗା” ଯୋଜନା ଚାଲୁ

*     ଜଳ ଜୀବନ ମିଶନ ପାଇଁ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଅନୁମୋଦିତ

*     ୨୦୨୦-୨୧ ପାଇଁ ୧୧ ହଜାର ୫୦୦ କୋଟି ଟଙ୍କା ବ୍ୟୟବରାଦ

*     ଜଳରୁ ଲବଣାଂଶ ଦୂର ତଥା ଜଳ ଅମଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରି ସ୍ଥାନୀୟ ଜଳଉତ୍ସ ଗୁଡିକର ଉନ୍ନତିକରଣ

*     ଚଳିତ ବର୍ଷ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକରେ ଏହି ଲକ୍ଷ୍ୟ ହାସଲ ପାଇଁ ଯୋଜନା

*     ୨୦୨୦-୨୧ରେ ସ୍ୱଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି ଟଙ୍କାର ବ୍ୟୟବରାଦ

*     ଓଡିଏଫ ପ୍ଲସ ପାଇଁ ଅଙ୍ଗୀକାରବଦ୍ଧତା

*     ଗୋଳିଆ ଓ ମଇଳା ପାଣିର ନିଷ୍କାସନ ଉପରେ ଗୁରୁତ୍ୱ

*     କଠିନ ବର୍ଜ୍ୟବସ୍ତୁର ପୃଥକୀକରଣ ଓ  ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ

ଶିକ୍ଷା ଓ କୌଶଳ ବିକାଶ

*     ୨୦୨୦-୨୧ ବର୍ଷ ନିମନ୍ତେ ଶିକ୍ଷା ପାଇଁ ୯୯ ହଜାର ୩୦୦ କୋଟି ଓ କୌଶଳ ବିକାଶ ପାଇଁ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ

*     ଖୁବ ଶୀଘ୍ର ଘୋଷିତ ହେବ ନୂତନ ଶିକ୍ଷାନୀତି

*     ବିଜ୍ଞାନ, ଅପରାଧ ବିଜ୍ଞାନ ଓ ସାଇବର ଅପରାଧର ମୁକାବିଲା ପାଇଁ ଜାତୀୟ ପୋଲିସ ବିଶ୍ୱବିଦ୍ୟାଳୟ ଓ ଜାତୀୟ ଅପରାଧ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

*     ଜାତୀୟ ମେଧା ତାଲିକାରେ ଥିବା ୧୦୦ଟି ଶିକ୍ଷାନୁଷ୍ଠାନ ପକ୍ଷରୁ ସ୍ନାତକସ୍ତର ପର୍ଯ୍ୟପ୍ତ ସମ୍ପୂର୍ଣ୍ଣ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ

*     ସହରାଂଚଳ ସ୍ୱାୟତଶାସନ ସଂସ୍ଥା ପକ୍ଷରୁ ସଦ୍ୟ ଇଂଜିନିୟରିଂ ଶିକ୍ଷା ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଶିକ୍ଷାନବୀଶ ତାଲିମ

*     ସରକାରୀ ଓ ଘରୋଇ ଭାଗିଦାରୀତାରେ ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲକୁ ଏକ ମେଡିକାଲ କଲେଜ ସହ ସଂଯୁକ୍ତ କରିବା ଲାଗି ବଜେଟରେ ପ୍ରସ୍ତାବ

*     ସ୍ୱାସ୍ଥ୍ୟ ଓ କୌଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯିବ ସ୍ୱତନ୍ତ୍ର ବ୍ରିଜ୍ କୋର୍ସ

*     ବିଦେଶରେ ଶିକ୍ଷକ, ନର୍ସ ଓ ପାରାମେଡିକାଲ ଷ୍ଟାମ୍ପ ପାଇଁ ଏହା ସହାୟକ ହେବ

*     ଏହା ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଏବଂ କର୍ମଚାରୀ କୌଶଳ ବିକାଶରେ ସହାୟକ ହେବ

*     ମାର୍ଚ୍ଚ ୨୦୨୧ ସୁଦ୍ଧା ଦେଶର ୧୫୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଶିକ୍ଷାନବୀଶ ସୃଷ୍ଟି କରିବେ

*     ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରାଯିବ

*     ଏସୀୟ ଓ ଆଫ୍ରିକୀୟ ଦେଶର ଛାତ୍ରଛାତ୍ରୀଙ୍କୁ ଷ୍ଟଡି ଇନ୍ ଇଣ୍ଡିଆ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ ପାଇଁ ପ୍ରସ୍ତାବ

ଆର୍ଥିକ ବିକାଶ

ଶିଳ୍ପ, ବାଣିଜ୍ୟ ଓ ପୁଞ୍ଜିନିବେଶ

*     ଶିଳ୍ପ ଓ ବାଣିଜ୍ୟିକ ବିକାଶ ନିମନ୍ତେ ୨୦୨୦-୨୧ ପାଇଁ ୨୭ ହଜାର ୩୦୦ କୋଟି ଟଙ୍କାର ବ୍ୟୟବରାଦ

*     ପୁଞ୍ଜିନିବେଶ ଅନୁମତି ସେଲ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

*     ଆମୂଳଚୂଳ ସୁବିଧା ସୁଯୋଗ ପ୍ରଦାନ

*     ଏକ ପୋର୍ଟାଲ ଜରିଆରେ କାର୍ଯ୍ୟକ୍ରମ

*     ୫ଟି ନୂଆ ସ୍ମାର୍ଟ ସିଟି ବିକଶିତ କରିବାକୁ ପ୍ରସ୍ତାବ

*     ମୋବାଇଲ ଫୋନ, ଇଲେକଟ୍ରୋନିକ ଉପକରଣ ଓ ସେମି କଣ୍ଡକ୍ଟର ପ୍ୟାକେଜିଂକୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା

*     ପ୍ରତିଷ୍ଠା ହେବ ଜାତୀୟ ବୈଷୟିକ ବୟନ ମିଶନ

*     ଏହା ୨୦୨୦-୨୧ରୁ ୨୦୨୩-୨୪ ଏହି ଚାରି ବର୍ଷ ମଧ୍ୟରେ ତ୍ୱରାନ୍ୱିତ ହେବ

*     ଏଥି ପାଇଁ ୧୪୮୦ କୋଟି ଟଙ୍କାର ବ୍ୟୟବରାଦ

*     ଭାରତକୁ ବୈଷୟିକ ବୟନ ଶିଳ୍ପ କ୍ଷେତ୍ରରେ ଅଗ୍ରଗାମୀ କରିବା ଲକ୍ଷ୍ୟ

*     ରପ୍ତାନୀର ଅଭିବୃଦ୍ଧି ପାଇଁ ନିର୍ଭୀକ ନାମରେ ନୂତନ ଯୋଜନା

*     ଏଥିରେ ମିଳିବ ଉଚ୍ଚତମ ବୀମା

*     କ୍ଷୁଦ୍ର ରପ୍ତାନୀକାରୀଙ୍କ ପାଇଁ ପ୍ରିମିୟମ ହ୍ରାସ

*     ଦାବି ଓ ବିବାଦ ମିମାଂଶାର ସରଳୀକରଣ

*     ସରକାରୀ ଇ-ମାର୍କେଟ ପ୍ଲେସ ପାଇଁ ୩ ଲକ୍ଷ କୋଟି ଟଙ୍କା ପ୍ରସ୍ତାବ

*     ରପ୍ତାନୀ ହେବାକୁ ଥିବା ସାମଗ୍ରୀ ଉପରେ ଟିକସ ଓ ଶୁଳ୍କ ପରିମାଣର ସଂଶୋଧନ ପାଇଁ ଯୋଜନା

*     କେନ୍ଦ୍ରୀୟ, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ରପ୍ତାନୀକାରୀ ପଇଠ କରିଥିବା ଶୁଳ୍କ ଓ ଟିକସ ଆବଶ୍ୟକସ୍ଥଳେ ଅନଲାଇନରେ ଫେରିପାଇବେ

*     ପ୍ରଧାନମନ୍ତ୍ରୀଙ୍କ “ଜିରୋ ଡିଫେକ୍ଟ ଜିରୋ ଇଫେକ୍ଟ” ଦୂରଦୃଷ୍ଟି ଅନୁଯାୟୀ ପ୍ରତ୍ୟେକ ମନ୍ତ୍ରଣାଳୟ ଗୁଣାତ୍ମକମାନ ନେଇ ନିର୍ଦ୍ଦେଶାନାମା ଜାରି କରିବେ

ଭିତିଭୂମି

*     ଆଗାମୀ ୫ ବର୍ଷ ମଧ୍ୟରେ ଭିତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ

*     ଜାତୀୟ ଭିତିଭୂମି ପାଇପଲାଇନ

1     ୩୧ ଡିସେମ୍ବର ୨୦୧୯ ସୁଦ୍ଧା ୧୦୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ସ୍ଥାପିତ ହୋଇଛି

1     ନିର୍ମାଣଧୀନ ସ୍ଥିତି ଓ ଆକାର ଅନୁସାରେ ବିଭିନ୍ନ କ୍ଷେତ୍ରର ୬୫୦୦ରୁ ଅଧିକ ପ୍ରକଳ୍ପକୁ ବଭିନ୍ନ ଶ୍ରେଣୀଭୁକ୍ତ କରାଯିବ

*     ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ଜାତୀୟ କାର୍ଯ୍ୟାନ୍ୱୟନ ନୀତି

1     କେନ୍ଦ୍ର, ରାଜ୍ୟ ସରକାର ଏବଂ ମୁଖ୍ୟ ନିୟନ୍ତ୍ରକଙ୍କ ଭୂମିକା ସମ୍ପର୍କରେ ବିଶଦ ବିବରଣୀ

1     କମ୍ପ୍ୟୁଟରିକୃତ ବିପଣନ ଓ ଏକକ ଗବାକ୍ଷ ବ୍ୟବସ୍ଥା

1     ଏମଏସଏମଇକୁ ପ୍ରତିଯୋଗୀତାମୂଳକ କରିବା ସହ କର୍ମନିଯୁକ୍ତି ଓ କୌଶଳ ବିକାଶ ଉପରେ ଗୁରୁତ୍ୱ

*     ଭିତିଭୂମି ଉପରେ ପର୍ଯ୍ୟବେଶିତ କୌଶଳ ବିକାଶ ସୁବିଧା ସୁଯୋଗ ଦେବାପାଇଁ ଜାତୀୟ କୌଶଳ ବିକାଶ ଏଜେନ୍ସୀର ଗଠନ

*     ପ୍ରସ୍ତାବିତ ଭିତିଭୂମି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତି

*     ବିଶ୍ୱବିଦ୍ୟାଳୟରୁ ଉତିର୍ଣ୍ଣ ହୋଇଥିବା ଯୁବ ଯନ୍ତ୍ରୀ, ପ୍ରବନ୍ଧନ ସ୍ନାତକ ଓ ଅର୍ଥନୀତି ବିଶେଷଜ୍ଞଙ୍କୁ ବିଶେଷ ଭାବେ ସାମିଲ କରାଯିବ

*     ସ୍ଟାର୍ଟଅପ କ୍ଷେତ୍ରରେ ସରକାରୀ ଭିତିଭୂମିଯୁକ୍ତ ସଂସ୍ଥା ଯୁବ ଶକ୍ତିର ବିନିଯୋଗ କରିବେ

*     ୨୦୨୦-୨୧ରେ ପରିବହନ ଭିତିଭୂମି ସୃଷ୍ଟି ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ

ରାଜପଥ :

*     ରାଜପଥର ବିକାଶ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନିଆଯିବ :

1     ୨୫୦୦ କିମି ପହଁଚ ନିୟନ୍ତ୍ରଣ ରାଜପଥ

1     ୯୦୦୦ କିମି ଅର୍ଥନୈତିକ କରିଡର

1     ୨୦୦୦ କିମି ଉପକୂଳ ସଡ଼କ

1     ୨୦୦୦ କିମି ରଣନୈତିକ ରାଜପଥ

1     ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଏବଂ ଦୁଇଟି ଅନ୍ୟ ପ୍ରକଳ୍ପ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ

1     ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ୱେ ଆରମ୍ଭ ହେବ

1     ୨୦୨୪ ସୁଦ୍ଧା ୬ହଜାର କିମି ଲମ୍ବ ୧୨ଟି ରାଜପଥ ଶୃଙ୍ଖଳା ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ପ୍ରସ୍ତାବ ।

ଭାରତୀୟ ରେଳପଥ

*     ୫ଟି ପ୍ରମୁଖ ପଦକ୍ଷେପ :

1     ରେଳ ଲାଇନ କଡ଼ରେ ସୌର ଶକ୍ତିର ଉଚ୍ଚକ୍ଷମତା ପ୍ରତିଷ୍ଠା କରାଯିବ ।

1     ୪ଟି ଷ୍ଟେସନର ପୁନର୍ବିକାଶ ପ୍ରକଳ୍ପ ଏବଂ ପିପିପି ମାଧ୍ୟମରେ ୧୫୦ଟି ଯାତ୍ରୀବାହୀ ଟ୍ରେନ ଚଳାଚଳ

1     ଆଇକନିକ ପର୍ଯ୍ୟଟନସ୍ଥଳୀକୁ ଯୋଡ଼ିବା ଲାଗି ତେଜସ ଭଳି ଟ୍ରେନ ସୁବିଧା

1     ମୁମ୍ବାଇ ଓ ଅହମ୍ମଦାବାଦ ହାଇସ୍ପିଡ ଟ୍ରେନ ଲାଇନ ଉପରେ ସକ୍ରିୟତାର ସହ କାର୍ଯ୍ୟ ।

1     ୧୪୮ କିମି ଲମ୍ବ ବେଙ୍ଗାଲୁରୁ ଉପ-ନଗରାଚଂଳ ପରିବହନ ପ୍ରକଳ୍ପ ଲାଗି ୧୮,୬୦୦ କୋଟି ଟଙ୍କାର ବ୍ୟୟବରାଦ । କେନ୍ଦ୍ର ସରକାର ୨୦ ପ୍ରତିଶତ ବ୍ୟୟଭାର ବହନ କରିବେ ଏବଂ ପ୍ରକଳ୍ପ ବ୍ୟୟର ୬୦ ପ୍ରତିଶତ ଅର୍ଥ ବାହ୍ୟ ସହାୟତାରୁ ଯୋଗାଡ଼ କରାଯିବ ।

*     ଭାରତୀୟ ରେଳର ଉପଲବ୍ଧି :

1     ୫୫୦ଟି ଷ୍ଟେସନରେ ୱାଇଫାଇ ସୁବିଧା ।

1     ମାନବବିହୀନ ଲେଭଲ କ୍ରସିଂ ସମ୍ପୂର୍ଣ୍ଣ ଉଚ୍ଛେଦ ।

1     ୨୭ ହଜାର କିମି ରେଳ ଲାଇନର ବିଦ୍ୟୁତିକରଣ ।

 

ବନ୍ଦର ଓ ଜଳପଥ

*     ଅତି କମରେ ଏକ ବଡ଼ ବନ୍ଦରକୁ ନିଗମରେ ରୂପାନ୍ତରଣ କରାଯିବ ଓ ଷ୍ଟକ ଏକ୍ସଚେଞ୍ଜରେ ଏହାକୁ ସୂଚୀବଦ୍ଧ କରାଯିବ ।

*     ଅଧିକ କାର୍ଯ୍ୟଦକ୍ଷ ବନ୍ଦର ଲାଗି ବୈଶ୍ୱିକ ମାନଦଣ୍ଡ ଅନୁରୂପ ସରକାରଙ୍କ ନୀତିଗତ ରୂପରେଖ ।

*     ପ୍ରଧାନମନ୍ତ୍ରୀ ‘ଅର୍ଥଗଙ୍ଗା’ ପରିକଳ୍ପନା ଅନୁରୂପ ନଦୀ ତଟରେ ଆର୍ଥିକ ଗତିବିଧିକୁ ତ୍ୱରାନ୍ୱିତ କରାଯିବ ।

ବିମାନ ବନ୍ଦର :

*     ଉଡ଼ାନ ଯୋଜନା ଅନ୍ତର୍ଗତ ଆହୁରି ୧୦୦ଟି ବିମାନ ବନ୍ଦର ୨୦୨୪ ସୁଦ୍ଧା ପୁନର୍ବିକଶିତ କରାଯିବ ।

*     ଏହି ଅବଧି ସୁଦ୍ଧା ବିମାନ ସଂଖ୍ୟା ବର୍ତମାନର ୬୦୦ରୁ ବୃଦ୍ଧି ପାଇଁ ୧୨୦୦ରେ ପହଁଚିବ ବୋଲି ଆଶା କରାଯାଉଛି ।

ବିଦ୍ୟୁତ :

*     ସ୍ମାର୍ଟ ମିଟର ସଂଯୋଗ ।

*     ବିଦ୍ୟୁତ ବିତରଣ କମ୍ପାନୀରେ ସୁଧାର ଲାଗି ବିଭିନ୍ନ ପଦକ୍ଷେପ ନିଆଯିବ ।

ଶକ୍ତି :

*     ୨୦୨୦-୨୧ରେ ଶକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ୨୨ ହଜାର କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ।

*     ଜାତୀୟ ଗ୍ୟାସ ଗ୍ରୀଡକୁ ବର୍ତମାନର ୧୬,୨୦୦ କିମିରୁ ବୃଦ୍ଧି କରାଯାଇ ୨୭୦୦୦ କିମି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଲାଗି ପ୍ରସ୍ତାବ ।

*     ପାରଦର୍ଶୀ ମୂଲ୍ୟ ଏବଂ ନେଣଦେଣରେ ସହଜ ସୁବିଧା ଲାଗି ଆହୁରି ସୁଧାର ।

ନୂତନ ଅର୍ଥବ୍ୟବସ୍ଥା

*     ନୂତନ ପ୍ରଯୁକ୍ତିର ଲାଭ ଉଠାଇବା :

1     ଘରୋଇ କ୍ଷେତ୍ର ଦ୍ୱାରା ସାରା ଦେଶରେ ଡାଟା ସେଂଟର ପାର୍କ ନିର୍ମାଣ କରିବା ଲାଗି ଖୁବଶୀଘ୍ର ନୀତି ପ୍ରଣୟନ କରାଯିବ ।

1     ଭାରତନେଟ ମାଧ୍ୟମରେ ଚଳିତ ବର୍ଷ ୧ ଲକ୍ଷ ଗ୍ରାମ ପଂଚାୟତକୁ ଫାଇଭର ଟୁ ଦ ହୋମ (ଏଫଟିଟିଏଚ) ମାଧ୍ୟମରେ ଯୋଡ଼ାଯିବ ।

1     ୨୦୨୦-୨୧ରେ ଭାରତ ନେଟ କାର୍ଯ୍ୟକ୍ରମ ଲାଗି ୬ ହଜାର କୋଟି ଟଙ୍କାର ପ୍ରସ୍ତାବ ।

*     ଷ୍ଟାର୍ଟଅପ୍ସର ଲାଭ ପାଇଁ ପ୍ରସ୍ତାବିତ ଉପାୟ

1     ଆଇପିଆରର ଅବାଧ ପ୍ରୟୋଗ ଏବଂ ନିୟନ୍ତ୍ରଣ ସୁବିଧା ଦେବା ଲାଗି ଡିଜିଟାଲ ପ୍ଲାଟଫର୍ମକୁ ପ୍ରୋତ୍ସାହନ ଦିଆଯିବ ।

1     ନୂଆ ଏବଂ ଉଦୀୟମାନ କ୍ଷେତ୍ର ସମେତ ବିଭିନ୍ନ ପ୍ରଯୁକ୍ତି କ୍ଷେତ୍ରରେ ଜ୍ଞାନ ଅନୁବାଦ କ୍ଲଷ୍ଟର ପ୍ରତିଷ୍ଠା କରାଯିବ ।

1     ଅବଧାରଣା ପ୍ରମାଣର ଡିଜାଇନିଂ, ନିର୍ମାଣ ଏବଂ ବୈଧିକରଣ ଲାଗି ଏବଂ ପ୍ରଯୁକ୍ତି କ୍ଲଷ୍ଟରକୁ ଆହୁରି ବୃଦ୍ଧି କରିବା ଲାଗି ଟେଷ୍ଟ ବେଡ ଏବଂ କ୍ଷୁଦ୍ର ଧରଣର ବିନିର୍ମାଣ ସୁବିଧା ପ୍ରତିଷ୍ଠା କରାଯିବ ।

1     ଭାରତର ଜେନେଟିକ ଲ୍ୟାଣ୍ଡସ୍କେପର ମ୍ୟାପିଂ ନିମନ୍ତେ ଏକ ବ୍ୟାପକ ଡାଟାବେସ ସୃଷ୍ଟି କରିବା ନିମନ୍ତେ ଦୁଇଟି ନବୀନ ରାଷ୍ଟ୍ରୀୟ ସ୍ତରର ବିଜ୍ଞାନ ଯୋଜନା ଶୁଭାରମ୍ଭ କରାଯିବ ।

1     ଷ୍ଟାର୍ଟଅପ୍ସର ପ୍ରଥମ ପର୍ଯ୍ୟାୟର ଉଦ୍ଭାବନ ଏବଂ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ସିଡ ଫଣ୍ଡ ସହିତ ପ୍ରାରମ୍ଭିକ ପାଣ୍ଠି ଯୋଗାଣ ଲାଗି ମଧ୍ୟ ପ୍ରସ୍ତାବ ରହିଛି ।

*     କ୍ୱାଂଟମ ପ୍ରଯୁକ୍ତି ଏବଂ ପ୍ରୟୋଗ ଉପରେ ଜାତୀୟ ଅଭିଯାନ ଲାଗି ୫ ବର୍ଷର ଅବଧି ନିମନ୍ତେ ୮ ହଜାର କୋଟି ଟଙ୍କା ବ୍ୟୟ କରାଯିବାର ପ୍ରସ୍ତାବ ରହିଛି ।

ସାମାଜିକ କଲ୍ୟାଣ

*     ବିଶେଷ ଦୃଷ୍ଟି

1     ମହିଳା ଓ ଶିଶୁ,

1     ସାମାଜିକ କଲ୍ୟାଣ;

1     ସଂସ୍କୃତି ଓ ପର୍ଯ୍ୟଟନ

*     ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଷ୍ଟ୍ରୀୟ ପୋଷଣ ମିଶନ ନିମନ୍ତେ ୩୫, ୬୦୦ କୋଟି ଟଙ୍କା ଆବଂଟନ କରାଯିବାର ପ୍ରସ୍ତାବ ।

*     ମହିଳା କେନ୍ଦ୍ରୀତ କାର୍ଯ୍ୟକ୍ରମ ଲାଗି ୨୮, ୬୦୦ କୋଟି ଟଙ୍କାର ବ୍ୟବସ୍ଥା

*     ମାତୃତ୍ୱରେ ପ୍ରବେଶ କରିବା ଲାଗି ମହିଳାଙ୍କ ବୟସ ସଂକ୍ରାନ୍ତ ପ୍ରସଙ୍ଗ ଉପରେ ଦୃଷ୍ଟି ପକାଇବା ଲାଗି ଏକ ଟାସ୍କଫୋର୍ସ ଗଠନ କରାଯିବ । ୬ ମାସ ମଧ୍ୟରେ ଏହି ଟାସ୍କଫୋର୍ସ ଆବଶ୍ୟକ ସୁପାରିସ କରିବ ।

*     ସ୍ୱେରେଜ ସିଷ୍ଟମ ଅଥବା ସେପ୍ଟିକ ଟ୍ୟାଙ୍କର ସଫେଇ କାର୍ଯ୍ୟ ମାନୁଆଲ ପଦ୍ଧତିରେ କରାଯିବ ନାହିଁ । ଏହାକୁ ସୁନିଶ୍ଚିତ କରିବା ଲାଗି ଆବାସ ଓ ସହରାଂଚଳ ବ୍ୟପାର ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ଉପଯୁକ୍ତ ପ୍ରଯୁକ୍ତି ଚିହ୍ନଟ କରାଯିବା ସହ ବ୍ୟାପକ ପରିମାଣରେ ଏହାକୁ ମଞ୍ଜୁର କରିବା ନିମନ୍ତେ ଆର୍ଥିକ ସହାୟତା ଦିଆଯିବ ।

*     ଅନୁସୂଚିତ ଜାତି ଓ ଅନ୍ୟ ପଛୁଆ ବର୍ଗଙ୍କ କଲ୍ୟାଣ ନିମନ୍ତେ ୨୦୨୦-୨୧ ବର୍ଷ ଲାଗି ୮୫, ୦୦୦ କୋଟି ଟଙ୍କାର ପ୍ରସ୍ତାବ ।

*     ଅନୁସୂଚିତ ଜନଜାତିଙ୍କ ଅଧିକ ବିକାଶ ଓ କଲ୍ୟାଣ ଲାଗି ୫୩,୭୦୦ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି ।

*     ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଲାଗି ୨୦୨୦-୨୧ ବର୍ଷ ପାଇଁ ୯,୫୦୦ କୋଟି ଟଙ୍କା ଆବଂଟନ ।

ସଂସ୍କୃତି ଓ ପର୍ଯ୍ୟଟନ

*     ପର୍ଯ୍ୟଟନର ପ୍ରୋତ୍ସାହନ ଲାଗି ୨୦୨୦-୨୧ରେ ୨୫୦୦ କୋଟି ଟଙ୍କାର ବ୍ୟୟବରାଦ ।

*     ୨୦୨୦-୨୧ ବର୍ଷ ଲାଗି ସଂସ୍କୃତି ମନ୍ତ୍ରଣାଳୟ ନିମନ୍ତେ ୩୧୫୦ କୋଟି ଟଙ୍କାର ଆବଂଟନ ପ୍ରସ୍ତାବ ।

*     ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଏକ ମାନ୍ୟତାପ୍ରାପ୍ତ ବିଶ୍ୱ ବିଦ୍ୟାଳୟ ଭାବେ ଭାରତୀୟ ଐତିହ୍ୟ ଓ ସଂରକ୍ଷଣ ସଂସ୍ଥାନ ପ୍ରତିଷ୍ଠା ଲାଗି ପ୍ରସ୍ତାବ ।

*     ସଂଗ୍ରହାଳୟ ସହିତ ୫ଟି ପ୍ରତ୍ନତାତ୍ୱିକସ୍ଥଳୀକୁ ପ୍ରତିମାନ କେନ୍ଦ୍ର ଭାବେ ବିକଶିତ କରାଯିବ ।

1     ରାକ୍ଷୀଗଡ଼ି (ହରିୟାଣା)

1     ହସ୍ତିନାପୁର (ଉତର ପ୍ରଦେଶ)

1     ଶିବସାଗର (ଆସାମ)

1     ଧୋଲାବିରା (ଗୁଜରାଟ)

1     ଆଦିଚାନାଲ୍ଲୁର (ତାମିଲନାଡ଼ୁ)

*     ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାନୁଆରୀ ୨୦୨୦ରେ କୋଲକାତାର ଭାରତୀୟ ସଂଗ୍ରହାଳୟର ପୁନରୁଦ୍ଧାର ପାଇଁ ଘୋଷଣା କରାଯାଇଛି ।

*     କୋଲକାତାରେ ଐତିହାସିକ ପୁରୁଣା ଟକ୍ସାଲ ଭବନରେ ମୁଦ୍ରା ବିଷୟକ ଏବଂ ବ୍ୟବସାୟ ଉପରେ ଏକ ସଂଗ୍ରହାଳୟ ମଧ୍ୟ ରହିବ ।

*     ସାରା ଦେଶରେ ଆହୁରି ଚାରିଟି ସଂଗ୍ରହାଳୟର ନବୀକରଣ କରାଯିବ ।

*     ଝାଡ଼ଖଣ୍ଡର ରାଂଚିରେ ଏକ ଜାତୀୟ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ସହଯୋଗ ।

*     ଅହମଦାବାଦ ନିକଟସ୍ଥ ହରପ୍ପା ସଭ୍ୟତାର ନୌପରିବହନ ସ୍ଥଳୀ- ଲୋଥାଲରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏକ ଜାହାଜ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।

*     ରାଜ୍ୟ ସରକାରଙ୍କ ଦ୍ୱାରା କେତେକ ଚିହ୍ନଟ ସ୍ଥାନ ଲାଗି ଏକ ଯୋଜନା ପ୍ରସ୍ତୁତ କରାଯିବାର ଅନୁମାନ କରାଯାଉଛି । ୨୦୨୧ରେ ଆର୍ଥିକ ଯୋଜନା ପ୍ରସ୍ତୁତ କରାଯିବ, ଯାହାର ଅନ୍ତର୍ଗତ ୨୦୨୦-୨୧ରେ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦିଆଯିବ ।

ପରିବେଶ ଓ ଜଳବାୟୁ ପରିବର୍ତନ

*     ଏଥିପାଇଁ ୨୦୨୦-୨୧ ବର୍ଷରେ ୪୪୦୦ କୋଟି ଟଙ୍କା ଆବଂଟନ କରାଯାଇଛି ।

*     ଅତ୍ୟଧିକ ମାତ୍ରାରେ କାର୍ବନ ନିର୍ଗମନ କରୁଥିବା ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଲାଗି ନିର୍ଦ୍ଧାରିତ ମାନଦଣ୍ଡ ଅନୁରୂପ ସେଗୁଡ଼ିକୁ ଚଳାଇବା ଏବଂ ସେଗୁଡ଼ିକ ଲାଗି ଖାଲି ଥିବା ଜମିର ବିକଳ୍ପ ଉପଯୋଗ ନିମନ୍ତେ ପ୍ରସ୍ତାବ ।

*     ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ନଗରରେ ସ୍ୱଚ୍ଛ ବାୟୁ ସୁନିଶ୍ଚିତ କରିବା ଲାଗି ରାଜ୍ୟଗୁଡ଼ିକ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଯୋଜନା କାର୍ଯ୍ୟକାରୀ କରି ପ୍ରୋତ୍ସାହନ ଦିଆଯିବ ।

*     ପ୍ରଧାନମନ୍ତ୍ରୀ ଦିଲ୍ଲୀ ସଚିବାଳୟ ସହିତ ମିଶି ବିପର୍ଯ୍ୟୟ ପ୍ରଶମନ ଭିତିଭୂମି ସମ୍ମିଳନୀ (ସିଡିଆରଆଇ)ର ଶୁଭାରମ୍ଭ କରିଛନ୍ତି । ଅନ୍ତର୍ଜାତୀୟ ସୌର ମେଂଟ ଆରମ୍ଭ କରିବା ପରେ ଏହା ଦ୍ୱିତୀୟ ଅନ୍ତର୍ଜାତୀୟ ପ୍ରୟାସ ।

ପ୍ରଶାସନ

*     ନିରପେକ୍ଷ, ଦୁର୍ନୀତିମୁକ୍ତ, ନୀତି ପରିଚାଳିତ, ସଠିକ ଉଦ୍ଦେଶ୍ୟ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ଠାରେ ବିଶ୍ୱାସ ।

*     ଟିକସ ପ୍ରଶାସନରେ ନିରପେକ୍ଷତା ଏବଂ ଦକ୍ଷତା ଆଣିବା ଲାଗି ଟିକସଦାତା ଚାର୍ଟର ଗଠନ ।

*     ଦେୱାନୀ ପ୍ରକୃତିର କେତେକ ଆଇନକୁ ଫୌଜଦାରୀ ଦଣ୍ଡବିଧାନରୁ ମୁକ୍ତ କରିବା ଲାଗି କମ୍ପାନୀ ଆଇନରେ ସଂଶୋଧନ ଅଣାଯିବ ।

1     ଏହିପରି ବ୍ୟବସ୍ଥା ଥିବା ଅନ୍ୟ ଆଇନଗୁଡ଼ିକର ଯାଂଚ ପରେ ସେଗୁଡ଼ିକୁ ଠିକ କରାଯିବ ।

*     ସରକାରୀ ଏବଂ ରାଷ୍ଟ୍ରାୟତ ବ୍ୟାଙ୍କ ଗେଜେଟେଡ ପଦବୀ ନିଯୁକ୍ତିରେ ପ୍ରମୁଖ ସୁଧାର:

1     ଏକ ସ୍ୱତନ୍ତ୍ର, ପେସାଦାର, ବିଶେଷଜ୍ଞ ସଂଗଠନ ଭାବେ ଏକ ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦିଆଯାଇଛି । ଏହି ସଂସ୍ଥା ଗେଜେଟେଡ ପଦବୀରେ ନିଯୁକ୍ତି ଲାଗି କମ୍ପୁଟର ଆଧାରିତ ଅନଲାଇନ ସାଧାରଣ ଯୋଗ୍ୟତା ପରୀକ୍ଷା ଆୟୋଜନ କରିବ ।

1     ପ୍ରତ୍ୟେକ ଜିଲ୍ଲାରେ, ବିଶେଷ କରି ଆକାଂକ୍ଷୀ ଜିଲ୍ଲାରେ ଏକ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବ ।

*     ସର୍ବଶ୍ରେଷ୍ଠ ମେଧାବୀ ଏବଂ ପେସାଦାର ବିଶେଷଜ୍ଞମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି ସଂସ୍ଥାଗୁଡ଼ିକରେ ସିଧାସଳଖ ନିଯୁକ୍ତି ସହିତ ନିଯୁକ୍ତିର ଏକ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିବାର ପ୍ରସ୍ତାବ ।

*     ଚୁକ୍ତି ଆଇନକୁ ସୁଦୃଢ଼ କରାଯିବ ।

1     ଏଆଇ ସହିତ ନବୀନତମ ପ୍ରଯୁକ୍ତିର ଉପଯୋଗକୁ ପ୍ରୋତ୍ସାହନ ।

1     ଅତ୍ୟାଧୁନିକ ଡାଟା ସଂଗ୍ରହ, ସମନ୍ୱିତ ସୂଚନା ପୋର୍ଟାଲ ଏବଂ ଧାର୍ଯ୍ୟ ସମୟରେ ସୂଚନା ପ୍ରସାର ଦିଗରେ ଏକ କାର୍ଯ୍ୟ ଯୋଜନା ।

*     ଭାରତରେ ୨୦୨୨ରେ ଆୟୋଜିତ ହେବାକୁ ଥିବା ଜି-୨୦ ବୈଠକ ପ୍ରସ୍ତୁତି ନିମନ୍ତେ ମୋଟ ୧୦୦ କୋଟି ଟଙ୍କା ଆବଂଟନ ।

*     ଉତରପୂର୍ବାଂଚଳର ବିକାଶ :

1     ସରକାରଙ୍କ ଦ୍ୱାରା ଅନଲାଇନ ପୋର୍ଟାଲର ବ୍ୟବହାର ଫଳରେ ପାଣ୍ଠି ହସ୍ତାନ୍ତରରେ ସୁଧାର ।

*     ବହୁପକ୍ଷୀୟ ଏବଂ ଦ୍ୱିପାକ୍ଷିକ ଅର୍ଥ ଯୋଗାଣ ସଂସ୍ଥାଗୁଡ଼ିକୁ ଆର୍ଥିକ ସହାୟତା

*     କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କଶ୍ମୀର ଏବଂ ଲଦାଖର ବିକାଶ :

1     ୨୦୨୦-୨୧ ଆର୍ଥିକ ବର୍ଷରେ ୩୦, ୭୫୭ କୋଟି ଟଙ୍କାର ବ୍ୟବସ୍ଥା

1     କେନ୍ଦ୍ର ଶାସିତ ପ୍ରଦେଶ ଲଦାଖ ଲାଗି ୫୯୫୮ କୋଟି ଟଙ୍କା ଆବଂଟନ

ଆର୍ôଥକ କ୍ଷେତ୍ର

*     ରାଷ୍ଟ୍ରାୟତ ବ୍ୟାଙ୍କରେ ସୁଧାର :

1     ୧୦ ବ୍ୟାଙ୍କକୁ ୪ଟି ବ୍ୟାଙ୍କରେ ପରିଣତ କରାଗଲା ।

1     ୩,୫୦, ୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ।

*     ରାଷ୍ଟ୍ରୟାତ ବ୍ୟାଙ୍କରେ ପାରଦର୍ଶିତା ଆଣିବା ଏବଂ ଉନ୍ନତ ପେସାଦାର ବ୍ୟବସ୍ଥା ଲାଗି ଶାସନରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ ।

*     ପୁଞ୍ଜି ସଂଗ୍ରହ ଲାଗି ପୁଞ୍ଜି ବଜାରରେ ପ୍ରବେଶ ନିମନ୍ତେ ଏକାଧିକ ରାଷ୍ଟ୍ରାୟତ ବ୍ୟାଙ୍କକୁ ପ୍ରୋତ୍ସାହିତ କରାଯାଉଛି ।

*     ଜମା ବୀମା ଏବଂ କ୍ରେଡିଟ ଗ୍ୟାରେଂଟି ନିଗମ (ଡିଆଇସିଡିସି) ଜମା ବୀମା ପରିଧିକୁ ପ୍ରତ୍ୟେକ ଜମାକାରୀଙ୍କ ପିଛା ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିବାକୁ ଅନୁମତି ।

*     ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରଖି, ଏକ ସଶକ୍ତ ବ୍ୟବସ୍ଥା ଦ୍ୱାରା ବିଜ୍ଞପିତ ବାଣିଜ୍ୟିକ ବ୍ୟାଙ୍କର ସ୍ଥିତି ଅନୁଧ୍ୟାନ ବ୍ୟବସ୍ଥା ।

*     ବ୍ୟାଙ୍କିଙ୍ଗ ନିୟାମକ ଆଇନରେ ସଂଶୋଧନ ଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକର ସଶକ୍ତିକରଣ :

1     ପେସାଦାର ବ୍ୟବସ୍ଥା ସୁଦୃଢ଼ ।

1     ସହଜ ପୁଞ୍ଜି ଉପଲବ୍ଧତା ।

1     ପ୍ରଶାସନରେ ସୁଧାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଜରିଆରେ ଦୃଢ଼ କାରବାର ପାଇଁ ନିର୍ଦ୍ଦେଶ ।

*     ଋଣ ଆଦାୟ ନିମନ୍ତେ ଏନବିଏଫସିର ଯୋଗ୍ୟତା ସୀମା ହ୍ରାସ କରାଗଲା:

1     ୫୦୦ କୋଟି ଟଙ୍କାରୁ ୧୦୦ କୋଟି ଟଙ୍କାର ସମ୍ପତି ଆକାର

1     ୧ କୋଟି ଟଙ୍କାରୁ ୫୦ ଲକ୍ଷ ଟଙ୍କା ପଯ୍ୟନ୍ତ ଋଣ ଆକାର

*     ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଘରୋଇ ପୁଞ୍ଜି :

1     ସରକାର ଷ୍ଟକ ଏକ୍ସଚେଞ୍ଜ ମାଧ୍ୟମରେ ଆଇଡିବିଆଇ ବ୍ୟାଙ୍କରେ ନିଜର ଅବଶିଷ୍ଟ ଅଂଶଧନ ଘରୋଇ, ଖୁଚୁରା ଏବଂ ସଂସ୍ଥାଗତ ନିବେଶକଙ୍କୁ ବିକ୍ରି କରିବେ ।

*     ନିଯୁକ୍ତି ସମୟରେ ଯାତୟାତରେ ସୁବିଧା:

*     ସାର୍ବଜନିନ ପେନସନ ସୁରକ୍ଷାରେ ସ୍ୱତଃପଞ୍ଜିକରଣ

*     ଅର୍ଥ ସୁରକ୍ଷା ଲାଗି ଆନ୍ତଃ-ପରିଚାଳିତ ପ୍ରଣାଳୀ ।

*     ଭାରତୀୟ ପେନସନ ପାଣ୍ଠି ନିୟାମକ ବିକାଶ ପ୍ରାଧିକରଣରେ ସଂଶୋଧନ କରି :

*     ପିଏଫଆରଡିଏଆଇର ନିୟାମକ ଭୂମିକାକୁ ମଜବୁତ କରାଯିବ ।

*     ପିଏଫଆରଡିଏଆଇରୁ ସରକାରୀ କର୍ମଚାରୀଙ୍କ ଲାଗି ଏନପିଏସ ଟ୍ରଷ୍ଟକୁ ପୃଥକ କରିବାର ସୁବିଧା ପ୍ରଦାନ କରାଯିବ ।

*     ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ପେନସନ ଟ୍ରଷ୍ଟ ପ୍ରତିଷ୍ଠା ହୋଇପାରିବ ।

*     ଉପାଦାନ ନିୟାମକ ଆଇନ ୨୦୧୧ରେ ସଂଶୋଧନ ଦ୍ୱାରା :

*     ଟିଆରଇଡିଏସ ମାଧ୍ୟମରେ ଏମଏସଏମଇକୁ ପାଣ୍ଠି ଯୋଗାଣ ବୃଦ୍ଧିରେ ଏନବିଏଫସି ସକ୍ଷମ ହୋଇପାରିବ ।

*     ବ୍ୟାଙ୍କଗୁଡ଼ିକ ଦ୍ୱାରା ଏମଏସଏମଇ ଉଦ୍ୟମିଙ୍କ ଲାଗି ସହାୟକ ଋଣ ପ୍ରଦାନ ନିମନ୍ତେ ନୂଆ ଯୋଜନା:

*     ଏହାକୁ ଅର୍ଧ ପ୍ରତିଭୂତି ଭାବେ ବିବେଚନା କରାଯିବ ।

*     ଏମଏସଏମଇ ଲାଗି କ୍ରେଡିଟ ଗ୍ୟାରେଂଟି ଟ୍ରଷ୍ଟ ମାଧ୍ୟମରେ ସମ୍ପୂର୍ଣ୍ଣ ଗ୍ୟାରେଂଟି ଦିଆଯିବ ।

*     ସରକାରଙ୍କ ଦ୍ୱାରା ତଦନୁସାରେ ସିଜିଟିଏମଏସଇ ଲାଗି ପାଣ୍ଠି ଯୋଗାଡ଼ କରାଯିବ ।

*     ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏମଏସଏମଇ ଋଣ ପୁନର୍ଗଠନ ନିମନ୍ତେ ୱିଣ୍ଡୋକୁ ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ଗୋଟିଏ ବର୍ଷ ଲାଗି ବୃଦ୍ଧି କରାଯିବ ।

*     ବର୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଏମଏସଏମଇକୁ ଲାଭ ମିଳିସାରିଛି ।

*     ଏମଏସଏମଇ ଲାଗି ଆପ ଆଧାରିତ ଇନଭଏସ ଫାଇନାନ୍ସି ଲୋନ ପ୍ରଡକ୍ଟର ଶୁଭାରମ୍ଭ ।

*     ପରିଶୋଧରେ ବିଳମ୍ବ ସମସ୍ୟା ନିରାକରଣ ଲାଗି ନିଆଯାଇଛି ପଦକ୍ଷେପ ।

*     ଏମଏସଏମଇ ପାଇଁ ରପ୍ତାନି ପ୍ରୋତ୍ସାହନ:

*     ଔଷଧ, ମୋଟରଯାନ ସରଞ୍ଜାମ ଭଳି ଅନ୍ୟ ବଚ୍ଛା ବଛା କ୍ଷେତ୍ର ପାଇଁ ।

*     ଏକ୍‌ଜିମ ବ୍ୟାଙ୍କ ଓ ଏସଆଇଡିବିଆଇ ଦ୍ୱାରା ଯୋଜନା ପ୍ରସ୍ତୁତ ହୋଇଛି ।

*     ପ୍ରଯୁକ୍ତି ଉନ୍ନୟନ, ଗବେଷଣା ଓ ବିକାଶ, କାରବାରର କାର୍ଯ୍ୟନୀତି ଆଦି ପାଇଁ ସହାୟତା ।

ଆର୍ଥିକ ବଜାର

*     ବଣ୍ଡ ବଜାରକୁ ସଶକ୍ତ କରିବା :

*     କେତେକ ନିର୍ଦ୍ଧାରିତ ସରକାରୀ ପ୍ରତିଭୂତି ଶ୍ରେଣୀକୁ ଅଣନିବାସୀ ନିବେଶକଙ୍କ ଲାଗି ମଧ୍ୟ ସମ୍ପୂର୍ଣ୍ଣ ଭାବେ ଖୋଲାଯିବ ।

*     କର୍ପୋରେଟ ବଣ୍ଡରେ ଏଫପିଆଇର ସୀମାକୁ ୯ ପ୍ରତିଶତରୁ ବୃଦ୍ଧି କରି ୧୫ ପ୍ରତିଶତ କରି ଦିଆଯାଇଛି ।

ଭିତିଭୂମିକୁ ପାଣ୍ଠିଯୋଗାଣ

*     ୧୦୩ ଲକ୍ଷ କୋଟି ଟଙ୍କାର ଜାତୀୟ ଭିତିଭୂମି ପାଇପ ଲାଇନ ପ୍ରକଳ୍ପର ଘୋଷଣା କରାଯାଇଛି ।

*     ଆଇଆଇଏଫସିଏଲ ଏବଂ ଏନଆଇଆଇଏଫ ଭଳି ଭିତିଭୂମି ଅର୍ଥ ଯୋଗାଣ କମ୍ପାନୀଗୁଡ଼ିକୁ ସହାୟତା ଲାଗି ୨୨ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ ।

*     ଆଇଏଫଏସସି, ଗିଫ୍ଟ ସିଟି : ଏଗୁଡ଼ିକ ମଧ୍ୟରେ ଅନ୍ତର୍ଜାତୀୟ ଅର୍ଥ ଏବଂ ସର୍ବୋତମ ଡାଟା ପ୍ରୋସେସିଂ କେନ୍ଦ୍ର ହେବାର କ୍ଷମତା ରହିଛି ।

*     ବିନିୟାମକର ଅନୁମୋଦନ କ୍ରମେ ବୈଶ୍ୱିକ ବଜାରରେ ଭାଗୀଦାରଙ୍କ ଦ୍ୱାରା ବ୍ୟବସାୟ ଲାଗି ଅତିରିକ୍ତ ବିକଳ୍ପ ଭାବେ ଏକ ଅନ୍ତର୍ଜାତୀୟ ଏକ୍ସଚେଞ୍ଜ ପ୍ରତିଷ୍ଠା କରାଯିବ ।

ପୁଞ୍ଜି ପ୍ରତ୍ୟାହାର

*     ସରକାର ଏଲଆଇସିରେ ନିଜ ଅଂଶଧନକୁ ବିକ୍ରି କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ।

ରାଜକୋଷ ପରିଚାଳନା

*     ପଂଚଦଶ ଅର୍ଥ ଆୟୋଗ (ଏଫସି)

*     ପଂଚଦଶ ଅର୍ଥ ଆୟୋଗ ୨୦୨୦-୨୧ ଆର୍ଥିକ ବର୍ଷର ପାଇଁ ନିଜର ପ୍ରଥମ ରିପୋର୍ଟ ଦେଇସାରିଛନ୍ତି ।

*     ଏହାର ସୁପାରିସକୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବେ ସ୍ୱୀକାର କରି ନିଆଯାଇଛି ।

*     ୨୦୨୦-୨୧ରୁ ଆରମ୍ଭ ହେଉଥିବା ୫ ବର୍ଷ ଲାଗି ଆୟୋଗ ନିଜର ଅନ୍ତିମ ରିପୋର୍ଟ ଚଳିତ ବର୍ଷ ପ୍ରଦାନ କରିବେ ।

*     ଜିଏସଟି କ୍ଷତିପୂରଣ ପାଣ୍ଠି

*     ୨୦୧୬-୧୭ ଏବଂ ୨୦୧୭-୧୮ରେ ରାଜସ୍ୱ ସଂଗ୍ରହ ମଧ୍ୟରୁ ଦେୟ ବକେୟା ରାଶି ଦୁଇଟି କିସ୍ତିରେ ପାଣ୍ଠିକୁ ହସ୍ତାନ୍ତରିତ କରାଯିବ ।

*     ଏହାପରେ ଏହି ପାଣ୍ଠିକୁ ହସ୍ତାନ୍ତରିତ ଅର୍ଥ କେବଳ ଜିଏସଟି କ୍ଷତିପୂରଣ ସେସ ପର୍ଯ୍ୟନ୍ତ ହିଁ ସୀମିତ ରହିବ ।

*     କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବଂ କେନ୍ଦ୍ରୀୟ କ୍ଷେତ୍ର ଯୋଜନାର ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି ।

*     ପରିବର୍ତୀତ ସାମାଜିକ ଏବଂ ଆର୍ଥିକ ଆବଶ୍ୟକତା ଅନୁଯାୟୀ ଏହାକୁ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି ।

*     ସୀମିତ ସରକାରୀ ସମ୍ବଳର ଉଚିତ ଉପଯୋଗ ସୁନିଶ୍ଚିତ ହେବା ଆବଶ୍ୟକ ।

*     ସମ୍ଭାବ୍ୟ ରାଜକୋଷ ତଥ୍ୟରେ ପାରଦର୍ଶୀତା ଏବଂ ବିଶ୍ୱସନୀୟତା ଉପରେ ଦେଖାଦେଇଥିବା ବିତର୍କ ପ୍ରସଙ୍ଗରେ ଏହି ଅଶ୍ୱାସନା ଦିଆଯାଇଛି ଯେ ଏଥିପାଇଁ ଗ୍ରହଣ କରାଯାଇଥିବା ପ୍ରକ୍ରିୟା ଏଫଆରବିଏମ ଆଇନ ଅନୁରୂପ ଅଟେ ।

*     ୨୦୧୯-୨୦ ଆର୍ଥିକ ବର୍ଷ ଲାଗି

*     ସଂଶୋଧିତ ବ୍ୟୟ ଆକଳନ : ୨୬.୯୯ ଲକ୍ଷ କୋଟି

*     ସମ୍ଭାବ୍ୟ ସଂଶୋଧିତ ସଂଗ୍ରହ ଆକଳନ : ୧୯.୩୨ ଲକ୍ଷ କୋଟି ଟଙ୍କା

*     ୨୦୨୦-୨୧ ଆର୍ଥିକ ବର୍ଷ ଲାଗି

*     ଜିଡିପିର ସାଧାରଣ ବୃଦ୍ଧି୧୦% ରହିବା ଅନୁମାନ ।

*     ଆୟ- ୨୨.୪୬ ଲକ୍ଷ କୋଟି ଟଙ୍କା ।

*     ବ୍ୟୟ-୩୦.୪୨ ଲକ୍ଷ କୋଟି ଟଙ୍କା ।

*     ନିକଟରେ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଗୁରୁତ୍ୱପୂର୍ଣ୍ଣ ସୁଧାର ଆରମ୍ଭ ହୋଇଛି । ତେବେ ଟିକସ ସଂଗ୍ରହରେ ବୃଦ୍ଧି ପାଇଁ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।

*     ସଂଶୋଧିତ ବଜେଟ ଆକଳନରେ ୨୦୧୯ରେ ବିତୀୟ ନିଅଂଟ ୩.୮ ପ୍ରତିଶତ ଥିଲା ଏବଂ ୨୦୨୦-୨୧ରେ ୩.୫ ପ୍ରତିଶତ ରହିବାର ଅନୁମାନ କରାଯାଉଛି । ଏହାର ଦୁଇଟି ପ୍ରମୁଖ କାରକ ରହିଛନ୍ତି ।

*     ୨୦୧୯-୨୦ ଲାଗି ୩.୩ ପ୍ରତିଶତ ଏବଂ ୨୦୨୦-୨୧ ଲାଗି ବଜେଟ ଅନୁମାନର ୩ ପ୍ରତିଶତ ।

*     ସଂଶୋଧିତ ଆକଳନ ୨୦୧୯-୨୦ ଏବଂ ବଜେଟ ଅନୁମାନ ୨୦୨୦-୨୧ ଉଭୟ ଲାଗି ଏଫଆରବିଏମ ଆଇନର ଧାରା ୪(୩) ସହିତ ବିଚ୍ୟୁତି ୦.୫ ପ୍ରତିଶତରେ ସ୍ଥିର ରହିଛି । (ଅପ୍ରତ୍ୟାଶିତ ରାଜସ୍ୱ ପ୍ରଭାବ ସହିତ ଅର୍ଥବ୍ୟବସ୍ଥାରେ ଢାଂଚାଗତ ସୁଧାର କାରଣରୁ ଆନୁମାନିକ ରାଜସ୍ୱ ନିଅଂଟରୁ ବିଚ୍ୟୁତି ଲାଗି ଏଫଆରବିଏମ ଆଇନର ଧାରା ୪(୨) ଏକ ଟ୍ରିଗର ପଦ୍ଧତିର ବ୍ୟବସ୍ଥା କରିଛି ।

*     ଏହି ରାଜସ୍ୱ ମାର୍ଗ ରାଷ୍ଟ୍ରାୟତ ପାଣ୍ଠିରେ ନିବେଶର ଆବଶ୍ୟକତା ସହ ସାଲିସ ନକରି ରାଜକୋଷକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ । ଏହି ବ୍ୟବସ୍ଥା ମଧ୍ୟମ କ୍ରମ ଆର୍ଥିକ ନୀତି ତଥା ରଣନୈତିକ ବିବରଣୀରେ ଉଲ୍ଲେଖ କରାଯାଇଛି ।

*     ବଜାର ଋଣ-ନିଟ ବଜାର ଋଣ-୨୦୧୯-୨୦ ବର୍ଷ ଲାଗି ୪.୯୯ ଲକ୍ଷ କୋଟି ଟଙ୍କା ଏବଂ ୨୦୨୦-୨୧ ବର୍ଷ ଲାଗି ୫.୩୬ କୋଟି ଟଙ୍କା ।

*     ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଋଣର ଏକ ବୃହତ ଅଂଶ ପୁଞ୍ଜିଗତ ବ୍ୟୟ ଲାଗି ଚାଲିଯିବ । ଏହା ଏବେ ୨୧ ପ୍ରତିଶତରୁ ଅଧିକ ହୋଇଗଲାଣି ।

ପ୍ରତ୍ୟକ୍ଷ ଟିକସ

ପ୍ରତ୍ୟକ୍ଷ ଟିକସ ପ୍ରସ୍ତାବ : ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଟିକସ ଢାଂଚାକୁ ସରଳ କରାଯାଇଛି, ଅନୁପାଳନକୁ ସରଳ କରାଯାଇଛି ଏବଂ ମାମଲାଖୋରୀ କମ ହୋଇଛି ।

ବ୍ୟକ୍ତିଗତ ଆୟକର

ମଧ୍ୟବିତ ଆୟକରଦାତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ।

ନୂଆ ଏବଂ ସରଳ ବ୍ୟକ୍ତିଗତ ଆୟ ବ୍ୟବସ୍ଥା ପ୍ରସ୍ତାବିତ

ଟିକସଯୋଗ୍ୟ ଆୟକର ସ୍ଲାବ ବର୍ତମାନର ଟିକସ ଦର ନୂଆ ଟିକସ ଦର

୦-୨.୫ ଲକ୍ଷ    ଛାଡ଼ ଛାଡ଼

୨.୫-୫ ଲକ୍ଷ    ୫% ୫%

୫-୭.୫ ଲକ୍ଷ    ୨୦%     ୧୦%

୭.୫-୧୦ ଲକ୍ଷ  ୨୦%     ୧୫%

୧୦-୧୨.୫ ଲକ୍ଷ      ୩୦%     ୨୦%

୧୨.୫-୧୫ ଲକ୍ଷ      ୩୦%     ୨୫%

୧୫ ଲକ୍ଷରୁ ଊର୍ଦ୍ଧ୍ୱ ୩୦%     ୩୦%

 

*     ବର୍ତମାନର ଛାଡ଼ ଏବଂ ରିହାତି (୧୦୦ରୁ ଅଧିକ) ମଧ୍ୟରେ ପାଖାପାଖି ୭୦ଟିକୁ ନୂଆ ସରଳୀକୃତ ପ୍ରଣାଳୀରେ ଦୂରେଇ ଦିଆଯିବ ।

*     ଅବଶିଷ୍ଟ ଛାଡ଼ ଏବଂ ରିହାତିକୁ ଆଗାମୀ ବର୍ଷଗୁଡ଼ିକରେ ସମୀକ୍ଷା କରାଯାଇ ଯୁକ୍ତିଯୁକ୍ତ କରାଯିବ ।

*     ନୂଆ ଟିକସ ବ୍ୟବସ୍ଥା ବୈକଳ୍ପିକ ହେବ :  ଜଣେ ବ୍ୟକ୍ତି ଚାହିଁଲେ ପୁରୁଣା ବ୍ୟବସ୍ଥା ଅନୁଯାୟୀ ଟିକସ ପଇଠ କରିପାରିବେ ଏବଂ ରିହାତି ଓ ଛାଡ଼ର ଲାଭ ନେଇପାରିବେ ।

*     ନୂଆ ପଦ୍ଧତି ଫଳରେ ପ୍ରତିବର୍ଷ ୪୦ ହଜାର କୋଟି ଟଙ୍କାର ଆନୁମାନିକ ରାଜସ୍ୱ ହରାଇବାକୁ ପଡ଼ିବ ।

କର୍ପୋରେଟ ଟିକସ :

*     ୧୫ ପ୍ରତିଶତ ଟିକସ ଦର ନୂଆ ବିଦ୍ୟୁତ ଉତ୍ପାଦନ କମ୍ପାନୀଗୁଡ଼ିକୁ ପ୍ରଦାନ କରାଯିବ ।

*     ଭାରତୀୟ କର୍ପୋରେଟ ଟିକସ ଦର ଏବେ ବିଶ୍ୱରେ ସବୁଠୁ କମ ।

*     ଲାଭାଂଶ ବିତରଣ ଟିକସ (ଡିଡିଟି)

*     ଡିଡିଟି ଭାରତକୁ ଅଧିକ ଆକର୍ଷଣୀୟ ନିବେଶ ଲକ୍ଷ୍ୟସ୍ଥଳୀ ହେବାରେ ବାଧକ ସାଜିଛି ।

*     ହୋଲ୍ଡିଂ କମ୍ପାନୀଗୁଡ଼ିକୁ ଏହାର ସହାୟକ କମ୍ପାନୀରୁ ହାସଲ ହୋଇଥିବା ଲାଭାଂଶ ପାଇଁ ଛାଡ଼ ଅନୁମତି ।

*     ୨୫ ହଜାର କୋଟି ଟଙ୍କାର ଆନୁମାନିକ ବାର୍ଷିକ ରାଜସ୍ୱ ବ୍ୟୟଭାର ।

*     ଷ୍ଟାର୍ଟଅପ

*     ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୋଟ କାରବାର ଥିବା ଷ୍ଟାର୍ଟଅପଗୁଡ଼ିକୁ ୧୦ ବର୍ଷ ମଧ୍ୟରୁ ଲଗାତାର ତିନୋଟି ଆକଳନ ବର୍ଷ ଲାଗି ୧୦୦% ଛାଡ଼ର ଲାଭ ।

*     ଇ-ସପ୍ସ ଲାଗି ଟିକସ ପରିଶୋଧରୁ ରିହାତି ।

*     କମ ନଗଦ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ଏମଏସଏମଇ

*     କମ ନଗଦ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲାଗି ମୋଟ କାରବାରର ସର୍ବାଧିକ ସୀମାରେ ପାଂଚ ଗୁଣା ବୃଦ୍ଧି କରି ବର୍ତମାନର ୧ କୋଟି ଟଙ୍କାରୁ ୫ କୋଟି ଟଙ୍କା ନିର୍ଦ୍ଧାରଣ କରିବାର ପ୍ରସ୍ତାବ । ଏହି ବୃଦ୍ଧି କେବଳ ସେହି ବ୍ୟବସାୟୀଙ୍କ ନିମନ୍ତେ ପ୍ରଯୁଜ୍ୟ ହେବ ଯେଉଁମାନେ ନିଜ ବ୍ୟବସାୟ ସମ୍ବନ୍ଧୀୟ ନେଣଦେଣରେ ନଗଦ ଟଙ୍କାର କମ କାରବାର କରିଛନ୍ତି ।

*     ସମବାୟ ସଂସ୍ଥା

*     ସମବାୟ ସଂସ୍ଥା ଏବଂ କର୍ପୋରେଟ କ୍ଷେତ୍ର ମଧ୍ୟରେ ସମାନତା ଆଣିବାର ପ୍ରୟାସ ।

*     ସମବାୟ ସଂସ୍ଥା ଉପରେ ଛାଡ଼/ରିହାତି ବିନା ୧୦ପ୍ରତିଶତ ସରଚାର୍ଜ ଏବଂ ୪% ସେସ ସହିତ ୨୨% ଟିକସ ପଇଠର ବିକଳ୍ପ ।

*     ସମବାୟ ସଂସ୍ଥାଗୁଡ଼ିକୁ ବୈକଳ୍ପିକ ସର୍ବନିମ୍ନ ଟିକସ (ଏଏମଟି)ରୁ ଛାଡ଼ ମିଳିବ, ଯେପରି କମ୍ପାନୀଗୁଡ଼ିକୁ ସର୍ବନିମ୍ନ ବୈକଳ୍ପିକ ଟିକସ (ମ୍ୟାଟ)ରୁ ଛାଡ଼ ମିଳିଥାଏ ।

*     ବିଦେଶୀ ନିବେଶ ଲାଗି ରିହାତି

*     ବିଦେଶୀ ସରକାରଙ୍କ ସୋଭରେନ ସମ୍ପତି ପାଣ୍ଠି ଦ୍ୱାରା ନିବେଶକୁ ପ୍ରୋତ୍ସାହିତ କରିବା ଲାଗି ୩୧ ମାର୍ଚ୍ଚ ୨୦୨୪ ପୂର୍ବରୁ ଏବଂ ସର୍ବନିମ୍ନ ତିନି ବର୍ଷ ଲାଗି ଲକ ଇନ ଅବଧି ସହିତ ଭିତିଭୂମି ଓ ପ୍ରାଥମିକ କ୍ଷେତ୍ରରେ କରାଯାଇଥିବା ନିବେଶ ଉପରେ ସୁଧ, ଲାଭାଂଶ ଓ ପୁଞ୍ଜିଗତ ଲାଭରେ ୧୦୦% ଛାଡ଼ ଦେବାର ପ୍ରସ୍ତାବ ।

*     ଶସ୍ତା ଆବାସ

*     ଶସ୍ତା ଆବାସ କ୍ରୟ ନିମନ୍ତେ କରାଯାଇଥିବା ଋଣ ପାଇଁ ଦେୟ ସୁଧରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼ର ଅବଧିକୁ ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

*     ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ଅନୁମୋଦିତ ଶସ୍ତା ଆବାସ ପ୍ରକଳ୍ପର ଡେଭଲପର୍ସଙ୍କ ଦ୍ୱାରା ଅର୍ଜିତ ଲାଭ ଉପରେ ଟିକସ ହୋଲ୍ଡିଂର ବ୍ୟବସ୍ଥା ।

*     ଟିକସକୁ ସରଳ କରିବାର ଉପାୟ

*     ଆଧାର ଜରିଆରେ ତୁରନ୍ତ ପ୍ୟାନର ଅନଲାଇନ ଆବଂଟନ ।

*     ପ୍ରତ୍ୟକ୍ଷ ଟିକସ ସହ ଜଡ଼ିତ ମାମଲାଖୋରୀକୁ କମ କରିବା ଲାଗି ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇ ‘ବିବାଦରୁ ବିଶ୍ୱାସ’ ଯୋଜନା ।

*     ସୁଧ ଏବଂ ଜୋରିମାନାରେ ଛାଡ଼-କେବଳ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବିବାଦୀୟ ଟିକସର ପରିଶୋଧ ଲାଗି ଉଦ୍ଦିଷ୍ଟ ।

*     ୩୧ ମାର୍ଚ୍ଚ ୨୦୨୦ ପରେ ଏହି ଲାଭ ପାଇଁ ଅତିରିକ୍ତ ଅର୍ଥ ପରିଶୋଧ ବ୍ୟବସ୍ଥା ।

*     ଯଦି କୌଣସି ସ୍ତରରେ ଅପିଲ ପଡ଼ି ରହିଛି ତାର ଲାଭ ଟିକସଦାତାଙ୍କୁ ମିଳିବ ।

*     ଆୟକର ଆଇନରେ ସଂଶୋଧନ ଜରିଆରେ ଫେସଲେସ ଅପିଲ ସୁବିଧା ।

*     ବଦାନ୍ୟ ସଂସ୍ଥା ଲାଗି :

*     ଦାନ ଗ୍ରହୀତାଙ୍କ ଦ୍ୱାରା ପ୍ରଦତ ସୂଚନା ଆଧାରରେ ଟିକସଦାତାଙ୍କ ବିବରଣୀରେ ଦାନକର୍ତାଙ୍କ ସମ୍ପର୍କରେ ପୂର୍ବରୁ ସୂଚନା ଦେବାର ବ୍ୟବସ୍ଥା ।

*     ପଞ୍ଜିକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଇଲେକଟ୍ରୋନିକ କରିବାର ପ୍ରସ୍ତାବ ।

*     ନୂଆ ଏବଂ ବର୍ତମାନର ସମସ୍ତ ବଦାନ୍ୟ ସଂସ୍ଥାଗୁଡ଼ିକୁ ଏକ ସ୍ୱତନ୍ତ୍ର ପଞ୍ଜିକରଣ ସଂଖ୍ୟା (ୟୁଆରଏନ) ଜାରି କରାଯିବ ।

*     ନୂଆ ବଦାନ୍ୟ ସଂସ୍ଥାକୁ ତିନି ବର୍ଷ ଲାଗି ଅସ୍ଥାୟୀ ପଞ୍ଜିକରଣ ଦେବାର ବ୍ୟବସ୍ଥା ।

*     ସିବିଡିଟି ଏକ ଟିକସଦାତା ଚାର୍ଟର ବ୍ୟବସ୍ଥା କରିବ ।

ପରୋକ୍ଷ ଟିକସ

ଜିଏସଟି :

ଇନଭଏସ ମାଗୁଥିବା ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ନଗଦ ପ୍ରୋତ୍ସାହନ ବ୍ୟବସ୍ଥା ।

*     ୧ ଏପ୍ରିଲ ୨୦୨୦ ପରଠାରୁ ପରୀକ୍ଷାମୂଳକ ଭାବେ ସରଳୀକୃତ ବିବରଣୀ କାର୍ଯ୍ୟକାରୀ କରାଯିବ । ଏହି ବିବରଣୀକୁ ଫାଇଲ କରିବା ସହଜ କରାଯିବ । ଏଥିରେ ଏସଏମଏସ ଆଧାରିତ ଫାଇଲିଂ, ବିବରଣୀ ପୂର୍ବ ଫାଇଲିଂ ଓ ଉନ୍ନତ ଇନପୁଟ ଟିକସ କ୍ରେଡିଟ ପ୍ରବାହ ଭଳି ବିଶେଷତ୍ୱ ରହିବ ।

*     ଗ୍ରାହକ ଇନଭଏସ ଲାଗି ଜିଏସଟିର ପ୍ରସ୍ତାବିତ ମାନଦଣ୍ଡ ଉପରେ ଆଧାରିତ ଡାଇନାମିକ କ୍ୟୁଆର କୋଡ ବ୍ୟବସ୍ଥା ଲାଗି ପ୍ରସ୍ତାବ ।

*     ଏକ କେନ୍ଦ୍ରୀକୃତ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ରଖିବା ଲାଗି ଇଲେକ୍ଟ୍ରୋନିକ ଇନଭଏସକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ ।

*     ଉପସ୍ଥିତ ନଥିବା ଏବଂ ନକଲି ଟିକସଦାତାଙ୍କୁ ଠାବ କରିବା ଲାଗି ଆଧାର ସଂଯୁକ୍ତ ପ୍ରାମାଣୀକରଣ ।

*     ପରିବର୍ତିତ ଟିକସ ଢାଂଚାର ମୁକାବିଲା ଲାଗି ଜିଏସଟି ଦର ଢାଂଚାକୁ ଯୁକ୍ତିସଂଗତ କରାଯିବ ।

ସୀମା ଶୁଳ୍କ

*     ସୀମା ଶୁଳ୍କକୁ ଜୋତା ଉପରେ ୨୫% ବୃଦ୍ଧି କରାଯାଇ ୩୫% ଏବଂ ଫର୍ଣ୍ଣିଚର ସାମଗ୍ରୀ ଉପରେ ୨୦%ରୁ ବୃଦ୍ଧି କରାଯାଇ ୨୫% କରିବାର ବ୍ୟବସ୍ଥା ।

*     ନ୍ୟୁଜ ପ୍ରିଂଟ ଏବଂ ହାଲୁକା କୋଟେଡ କାଗଜ ଆମଦାନୀ ଉପରେ ମୂଳ ଆମଦାନୀ ଶୁଳ୍କକୁ ୧୦%ରୁ କମ କରି ୫% କରି ଦିଆଯାଇଛି ।

*     ଇଲେକ୍ଟ୍ରୋନିକ ବାହନ ଏବଂ ମୋବାଇଲ ସରଞ୍ଜାମ ଉପରେ ସୀମା ଶୁଳ୍କ ଦରରେ ସଂଶୋଧନ ।

*     ଚିକିତ୍ସା ଉପକରଣର ଆମଦାନୀ ଉପରେ ୫% ସ୍ୱାସ୍ଥ୍ୟ ସେସ ଲାଗୁ ଯାହା ବିସିଡି ରିହାତି ଠାରୁ ପୃଥକ ହେବ ।

*     ଫ୍ୟୁଜ, ରାସାୟନିକ ଏବଂ ପ୍ଲାଷ୍ଟିକ ଭଳି କଂଚା ମାଲ ଉପରେ ସୀମା ଶୁଳ୍କରେ ଛାଡ଼ ।

*     ଯାନବାହନ ସରଞ୍ଜାମ, ରାସାୟନିକ ଆଦି କେତେକ ସାମଗ୍ରୀ ଯାହାର ଘରୋଇ ଉତ୍ପାଦନ ମଧ୍ୟ ହୋଇଥାଏ, ସେଗୁଡ଼ିକ ଉପରେ ସୀମା ଶୁଳ୍କ ବୃଦ୍ଧି ।

ବାଣିଜ୍ୟ ନୀତି :

*     ଏଫଟିଏ ଅନ୍ତର୍ଗତ ବାହନ ଆମଦାନୀର ଉଚିତ ଯାଂଚ ଲାଗି ସୀମା ଶୁଳ୍କ ଆଇନରେ ସଂଶୋଧନ ।

*     କେତେକ ସମ୍ବେଦନଶୀଳ ସାମଗ୍ରୀ ଲାଗି ମୂଳ ଆଇନ ଆବଶ୍ୟକତାର ସମୀକ୍ଷା କରାଯିବ ।

*     ଆମଦାନୀରେ ବୃଦ୍ଧିକୁ ଏକ ବ୍ୟବସ୍ଥିତ ଢଙ୍ଗରେ ନିୟନ୍ତ୍ରଣ କରିବା ଲାଗି ସେଫଗାର୍ଡ ଡ୍ୟୁଟି ସମ୍ବନ୍ଧୀୟ ବ୍ୟବସ୍ଥା ।

*     ସାମଗ୍ରୀର ଡମ୍ପିଂକୁ ରୋକିବା ଏବଂ ସବସିଡିଯୁକ୍ତ ସାମଗ୍ରୀ ଆମଦାନୀ ଉପରେ ଅଂକୁଶ ଲଗାଇବା ନିମନ୍ତେ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ।

*     କ୍ରାଉଡ ସୋର୍ସିଂ ଲାଗି ସୀମା ଶୁଳ୍କ ସହ ଜଡ଼ିତ ଛାଡ଼ ସମୀକ୍ଷା ପାଇଁ ପରାମର୍ଶ ।

*     ସିଗାରେଟ ଏବଂ ଅନ୍ୟ ତମାଖୁ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ଲାଗି ପ୍ରସ୍ତାବ, ବିଡ଼ି ଉପରେ ଶୁଳ୍କ ଦରରେ କୌଣସି ପରିବର୍ତନ ନାହିଁ ।

*     ପୋଷାକ କ୍ଷେତ୍ରକୁ ଲାଭାନ୍ୱିତ କରିବା ଲାଗି ପିଟିଏ ଉପରୁ ଡମ୍ପିଂ ନିରୋଧୀ ଶୁଳ୍କ ଉଚ୍ଛେଦ ।

ଭାରତୀୟ ଅର୍ଥବ୍ୟବସ୍ଥାର ଅଭୂତପୂର୍ବ ଉପଲବ୍ଧି

*     ଭାରତ ବିଶ୍ୱର ପଂଚମ ସର୍ବବୃହତ ଅର୍ଥବ୍ୟବସ୍ଥା ।

*     ୨୦୧୪ରୁ ୨୦୧୯ ମଧ୍ୟରେ ପାଖାପାଖି ୪.୫% ହାରାହାରି ମୁଦ୍ରାସ୍ଫିତୀ ସହିତ ୭.୪%ର ଅଭିବୃଦ୍ଧି ହାସଲ ।

*     ୨୦୦୬ରୁ ୨୦୧୬ ମଧ୍ୟରେ ୨୭.୧ କୋଟି ଲୋକଙ୍କୁ ଦାରିଦ୍ର‌୍ୟ ସୀମାରେଖାରୁ ବାହାରକୁ ଅଣାଯାଇଛି ।

*     ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ୨୦୧୪-୧୯ ଅବଧିରେ ବୃଦ୍ଧି ପାଇ ୨୮୪ ବିଲିୟନ ଆମେରିକୀୟ ଡଲାରରେ ପହଁଚିଛି, ଯାହାକି ୨୦୦୯-୧୪ ମଧ୍ୟରେ ୧୯୦ ବିଲିୟନ ଆମେରିକୀୟ ଡଲାର ଥିଲା ।

*     କେନ୍ଦ୍ର ସରକାରଙ୍କ ଋଣ ହ୍ରାସ ପାଇ ଜିଡିପିର ୪୮.୭% (ମାର୍ଚ୍ଚ ୨୦୧୯)ରେ ପହଁଚିଛି, ଯାହାକି ମାର୍ଚ୍ଚ ୨୦୧୪ରେ ୫୨.୨% ଥିଲା ।

ଦୁଇଟି ପ୍ରମୁଖ ଉପଲବ୍ଧି :

*     ପ୍ରଯୁକ୍ତିର ପ୍ରସାର (ଆନାଲିଟିକ୍ସ, ମେସିନ ଲର୍ଣ୍ଣିଂ, ରୋବୋଟିକ୍ସ, ବାୟୋ ଇନଫର୍ମେଟିକ୍ସ ଏବଂ କୃତ୍ରିମ ବୁଦ୍ଧିମତା)

*     ଭାରତରେ ବର୍ତମାନ ସୁଦ୍ଧା ସର୍ବାଧିକ ଲୋକ ଉତ୍ପାଦକ ଆୟୁ ସମୂହ (୧୫-୬୫)ରେ ସାମିଲ ।

*     ଜିଏସଟି ଦ୍ୱାରା ବ୍ୟବସ୍ଥାରେ ଥିବା ବ୍ୟାପକ ବାଧା ଦୂର ହୋଇଛି ।

ଡିଜିଟାଲ ବିପ୍ଳବ ଦ୍ୱାରା ପରିଚାଳିତ ଭାରତର ଅଭିନବ ବୈଶ୍ୱିକ ନେତୃତ୍ୱ ସ୍ଥିତିକୁ ବଜାୟ ରଖିବା ଲାଗି ଭବିଷ୍ୟତର ଲକ୍ଷ୍ୟ

*     ଡିଜିଟାଲ ପ୍ରଶାସନ ଜରିଆରେ ସେବାର ବାଧାମୁକ୍ତ ଯୋଗାଣ ।

*     ନ୍ୟାସନାଲ ଇନଫ୍ରାଷ୍ଟ୍ରକଚର ପାଇପଲାଇନ ଜରିଆରେ ଜୀବନର ଗୁଣବତାରେ ସୁଧାର ।

*     ବିପର୍ଯ୍ୟୟ ପ୍ରଶମନ ଜରିଆରେ ବିପଦ ଦୂର କରିବା ।

*     ପେନସନ ଏବଂ ବୀମାରେ ବିସ୍ତାର ଜରିଆରେ ସାମାଜିକ ସୁରକ୍ଷା ।

Related posts