Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆମେ ସମସ୍ତେ ଚାହୁଁ ଆଜାଦୀ
ବିଶେଷ ଖବର

ଆମେ ସମସ୍ତେ ଚାହୁଁ ଆଜାଦୀ

February 4, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦେବ ରଞ୍ଜନ

ଏକ ସ୍ଵାଧୀନ ଦେଶରେ ଆଜି ଆଜାଦୀର ସ୍ଲୋଗାନ କଦାପି ବିଡମ୍ବନା ନୁହେଁ, କି ବ୍ୟତିକ୍ରମ ମଧ୍ୟ ନୁହେଁ । ଏହା ବାସ୍ତବ, ଏହା ସତ୍ୟ ମଧ୍ୟ । ଜାନୁଆରୀ ୩୦ ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଏନଆରସି ଓ ସିଏଏର ପ୍ରତିବାଦର ରାଲି ଏହି ‘ଆଜାଦୀ’ର ସ୍ଲୋଗାନ ସବୁଠାରୁ ଅଧିକ ଶୁଣାଯାଉଥିଲା। ସେ ସମସ୍ତେ ଥିଲେ ଏକ ସ୍ଵାଧୀନ ଦେଶର ନାଗରିକ । ପୃଥିବୀରେ ଏପରି କୌଣସି ଦେଶ ଆଉ ନାହିଁ ଯେଉଁଠି ଶାସକର ଯଥେଛାଚାର ଓ ଦମନର ପ୍ରତିବାଦରେ ଲୋକେ ଏକାଠି ହେଉନାହାନ୍ତି । ଆଜି ସମସ୍ତେ ଚାହୁଁଛନ୍ତି ଆଜାଦୀ। ସେହି ରାଲିର ପଚିଶ ହଜାର ଲୋକ ସମସ୍ତେ ଚାହୁଁଥିଲେ  ଆଜାଦୀ ।

‘ମନୁବାଦ ସେ ଆଜାଦୀ’, ‘ଜାତିବାଦ ସେ ଆଜାଦୀ’, ‘ଭୁଖମରି ସେ ଆଜାଦୀ’, ‘ବେରୋଜଗାରି ସେ ଆଜାଦୀ’ ରାଲି ଭିତରେ ଶିହରଣ ଖେଳାଇଦେଉଥିଲା । ରାଲିରେ ଚାଲିଲା ବେଳେ ମୁଁ ଭାବୁଥିଲି ଆଜିର ନିର୍ବାଚିତ ଶାସକଙ୍କ ମୁହଁ ଲାଜରେ ପୋଡି ଯାଉନାହିଁ କାହିଁକି? ଏହା କଣ ସେମାନଙ୍କ ବିଫଳତା ନୁହେଁ ? କିନ୍ତ ସେଭଳି କିଛି ହେବାର ନଥିଲା । କାରଣ ସେହିମାନେ ହିଁ ଥିଲେ ଏହି ରାଲିର କାରଣ । ‘ଏନଆରସିସେ ଆଜାଦୀ’, ‘ଏନପିଆର ସେ ଆଜାଦୀ’, ‘ସିଏଏ ସେ ଆଜାଦୀ’ ପ୍ରତ୍ୟେକ ପଦଚାରୀ ଜୋରରେ ଚିତ୍କାର କରୁଥିଲେ ।

ବିଗତ ଦିନରେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ସେହି ଛାତ୍ର ଆନ୍ଦୋଳନ ମଧ୍ୟରୁ ଆସିଥିବା ଏହି ଆଜାଦୀର ସ୍ଲୋଗାନ ଦେଶର ସମସ୍ତ ଅଧିକାର ଆଂଦୋଳନର ପ୍ରସଙ୍ଗ ପାଲଟିଯାଇଛି । “ଆମ୍ଭେ ଭାରତୀୟ”ର ଜାତୀୟତା ଭାବନା ମଧ୍ୟରେ ଛୋଟ ବଡ ଅସ୍ମିତାର ସ୍ଥାନ ନାହିଁ । କିନ୍ତୁ ସଂଖ୍ୟା ଗରିଷ୍ଠର ଅହମିକାକୁ ଆଧାର କରି ସ୍ଥାୟୀ ଭାବରେ ଏହି ଦେଶରେ ଶାସନ କରିବାର ଇଚ୍ଛା ରଖୁଥିବା ହିନ୍ଦୁ ମୌଳବାଦୀଙ୍କ ଲାଗି ଏହା ଗାତ୍ରଦାହ ପାଲଟି ଯାଇଛି। ସେମାନେ JNU ବିରୁଦ୍ଧରେ (ଓ ଅନ୍ୟ ବିଶ୍ୱବିଦ୍ୟାଳୟ ବିପକ୍ଷରେ ମଧ୍ୟ) ଯୁଦ୍ଧମ ଦେହି ଡାକରା ଦେଇଛନ୍ତି ।

ଏହି ହେତୁ ଆଜି JNU ଓ ଏହାର ବାହାରେ ସମାନତାର ଆହ୍ଵାନ ବନାମ ଜାତିବାଦ ଓ ଲିଙ୍ଗଭେଦ କାଏମ ରଖିବାକୁ ଚାହୁଁଥିବା ବିଚାର ମଧ୍ୟରେ ଲଢେଇ ଦେଖୁଛୁ । ଏହି ବିଚାରର ଲଢେଇ କ୍ରମଶଃ ଶାସକଦଳ ଦ୍ଵାରା ଆକ୍ରମଣ ଓ ରାଷ୍ଟ୍ରହିଂସାରେ କେବେଠୁ ପରିଣତ ହୋଇସାରିଲାଣି । ଆମ ମଧ୍ୟରୁ ବେଶ କିଛି ଅଛନ୍ତି ଯେଉଁମାନଙ୍କୁ ଏହି ସମାନତାର ଆହ୍ଵାନ ବେଶ ଖଟା ଲାଗୁଛି । ସେମାନେ ଗଣତନ୍ତ୍ରକୁ ଭୁଲିଯାଇ ହିନ୍ଦୁ ମୌଳବାଦୀଙ୍କ କ୍ୟାମ୍ପରେ ପହଞ୍ଚି ଯାଉଛନ୍ତି । ଏହି ବର୍ଗର ଶାସକ ଓ ତାଙ୍କ ସମର୍ଥକଙ୍କ ଲାଗି ମୂଳ ସମସ୍ୟା ହେଲା ଧାର୍ମିକ ଅସହିଷ୍ଣୁତା, ହେତୁବାଦୀଙ୍କ ଦ୍ଵାରା ଦିଆଯାଉଥିବା ବୈଜ୍ଞାନିକ ବିଚାରର ପ୍ରସାର, ଦଳିତ ସଂଗଠନ ଦ୍ଵାରା ଦାବି ରହିଥିବା ସଂରକ୍ଷଣ ବ୍ୟବସ୍ଥାର ସ୍ଥାୟିତ୍ଵ ଓ କମ୍ୟୁନିଷ୍ଟ ଶକ୍ତିଙ୍କ ଦ୍ଵାରା ଦିଆଯାଉଥିବା ଆର୍ଥିକ ସମାନତାର ଆହ୍ଵାନ ।

ଦେଶ ଅଧିକ ଧନିକ ବର୍ଗ ତିଆରି କରିପାରିଥିବା ଓ ଆମେରିକାର ଶାସକଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରୁଥିବାକୁ ନେଇ ଗର୍ବ କରୁଥିବା ଏକ ଦେଶର ନିର୍ବାଚିତ ଶାସକ ଲାଗି ପୁଷ୍ଟିହୀନତା ହେତୁ ହେଉ ଅଥବା ବେକାରୀ ହେତୁ ହେଉ ଶିଶୁ ମୃତ୍ୟୁବରଣ କରୁଥିବା ଅଥବା ଯୁବକ ଆତ୍ମହତ୍ୟା କରୁଥିବା କଦାପି ଏକ ଲଜ୍ଜାର ବିଷୟ ନୁହେଁ  । ଆଜିର ଶାସକମାନେ ନିଜର ଭୋଟବ୍ୟାଙ୍କ କିଏ ତାହାକୁ ସ୍ଥିର କରିଦେବା ପରେ ସେମାନଙ୍କ ପାଇଁ ବାକି ସମସ୍ତେ “ସରକାର ବିରୋଧୀ”, “ଦେଶଦ୍ରୋହୀ” , “ଅବାଞ୍ଛିତ” ଅଥବା “ଅଣ ଭାରତୀୟ”।

ଏହା ସ୍ଵୀକାର କରାଯାଇପାରେ ଯେ ରାଲିରେ ଅଧିକାଂଶ ଥିଲେ ମୁସଲମାନ ସଂପ୍ରଦାୟର । ଦେଶର ସମ୍ବିଧାନର ବିରୋଧରେ ଯାଇ ବିଜେପି ନାଗରିକତା ତାଲିକାରେ ପ୍ରଥମ କରି ଧର୍ମକୁ ଏକ ବିଷୟ କରିବା ଓ ସେଥିରୁ ମୁସଲମାନ ସମ୍ପ୍ରଦାୟଙ୍କୁ ବାଦ ଦେବା ହେତୁ ଏଭଳି ପ୍ରତିବାଦ ରାଲିର ବେଶ ଆବଶ୍ୟକତା ଥିଲା । ସେହି ମୁସଲମାନ ଯୁବକ ଓ ପୌଢଙ୍କ ମଧ୍ୟରେ ଭୟ ଥିଲା ନରେନ୍ଦ୍ର ମୋଦୀ – ଅମିତ ଶାହା ସେମାନଙ୍କୁ ତାଙ୍କ ନିଜ ଦେଶରୁ ବହିସ୍କାର କରିଦେବେ, ଭୋଟର ତାଲିକାରେ ନାମ କାଟିଦେବେ, ସେମାନଙ୍କର ହୁଏତ ଦେଶାନ୍ତର ଘଟିପାରେ । ଅଟୋ ଚାଳକ, ଦୋକାନୀ, ଦରଜୀ, ଫେରିବାଲା, ଡ୍ରାଇଭର, ଖୁଚୁରା ବେପାରୀ, ଛାତ୍ର ସମସ୍ତେ ଏଥିରେ ସାମିଲ ଥିଲେ । ଏକ ସ୍ଥିର ଆୟ ଅଥବା ସୁରକ୍ଷିତ ଭବିଷ୍ୟତ ସେମାନଙ୍କ ଦାବି ନଥିଲା । ବରଂ ଯାହା ବି ଟିକେ ଅଛି ସେତକ ଚାଲିନଯାଉ ତାହା ଥିଲା ସେମାନଙ୍କ ଲାଗି ପ୍ରଥମ ଭୟ । ନିଜର ନାଗରିକତାକୁ ହରାଇବାର ଭୟ ରାଲିରେ ତ ବେଶ ଜଣାପଢୁଥିଲା ।

ବ୍ୟସ୍ତ ବିବ୍ରତ ମନ, ମୁହଁରେ କ୍ରୋଧ, ଚାଲିରେ ଗମ୍ଭୀରତା ଥିବା ପଦଚାରୀଙ୍କ ମଧ୍ୟରେ, “ଗାନ୍ଧି ନେ ଭଗାୟା ଥା ଗୋରୋ କୋ।  ହମ ଭଗାଏଙ୍ଗେ ଚୋରୋ କୋ”, “ମୋଦୀ – ସାହା ଦେଶ ଛୋଡ” ସ୍ଲୋଗାନ ସମଗ୍ର ରାଲିର ମନୋଭାବକୁ ବୁଝାଉଥିଲା । ରାଲି ପରବର୍ତ୍ତୀ  ଭାଷଣରେ ନେତାଙ୍କ ଭିତରେ “ହିନ୍ଦୁ ମୁସଲମାନ ଭାଇ ଭାଇ”, “କୋରାନ ହମକୋ ହିନ୍ଦୁ ମୁସଲମାନ ଏକ କଟୋରି ମେଂ ପାନି ପିନା ଶିଖାୟା” ମୋତେ ସ୍କୁଲ ଜୀବନରେ ବାରମ୍ବାର ଘୋଷିଥିବା ଇକବାଲଙ୍କ ଦ୍ଵାରା ଲିଖିତ ‘ସାରେ ଜାହାଁ ସେ ଆଛା’ର କବିତାର ପଂକ୍ତି “ମଜହବ ନହିଁ ଶିଖାତା ଆପସ ମେ ବୈର ରଖନା” ମନେପଢୁଥିଲା । ଆମେ କ’ଣ ଏହା ଦ୍ଵାରା ପଛକୁ ଫେରୁଛେ ? ପୁଣି ପଚାଶ ଦଶକର ସେହି ବିଭାଜନ ଜନିତ ଘା’ ଏବେ ସତେଜ ହେବାକୁ ଯାଉନାହିଁ ତ ?

ସରକାର ଯେବେ  ଜାତୀୟ ଜନସଂଖ୍ୟା ପଞ୍ଜିକା କରିବା ଆରମ୍ଭ କରିବେ ସେତେବେଳେ କେବଳ ମୁସଲମାନ ନୁହନ୍ତି, ରାଜ୍ୟର ବସ୍ତିବାସିନ୍ଦା, ଭୂମିହୀନ ଦଳିତ ଓ ଆଦିବାସୀ ବର୍ଗ, କିନ୍ନର, ଅନାଥ ଛୁଆମାନେ, ବେଶ ସଂଖ୍ୟକ ବିବାହିତା ମହିଳା ଓ ଅନେକ ଅନେକ ସେହି ‘ସନ୍ଦିଗ୍ଧ ନାଗରିକ’ (Doubtful Citizen) ତାଲିକାରେ ଆସିଯିବେ ।  (Citizenship (Registration of Citizens and Issue of National Identity Cards) Rules, 2003, Section 4(4)) କିନ୍ତୁ ଦୁଃଖର କଥା ଯେ ରାଲିରେ ସେମାନଙ୍କ ସଂଖ୍ୟା ବେଶ କମ ଥିଲା । ହୁଏତ ଏହା ସାଙ୍ଗଠନିକ ଦୁର୍ବଳତା । ସେମାନଙ୍କ ପାଖରେ ହୁଏତ ଏହି ବାର୍ତ୍ତାଟି ଠିକରେ ପହଞ୍ଚିପାରି ନାହିଁ । ପୁଣି ସନ୍ଦିଗ୍ଧ ତାଲିକାରେ କମ୍ୟୁନିଷ୍ଟମାନେ ବାଦ ଯିବେ ନାହିଁ ଓ ସେମାନେ ଥିଲେ ଏହି ରାଲିର ମୁଖ୍ୟ ଆୟୋଜକ ।

ମୋ ପାଇଁ ଏଭଳି ଜନ ସମାଗମ ଓ ଏଭଳି ଏକ ରାଲିରେ ଯୋଗଦାନ ଥିଲା ପ୍ରଥମ । ମୁଁ ସେହି ମୁସଲମାନ ଯୁବକଙ୍କ ପାଦରେ ପାଦ ମିଶାଇ ଚାଲୁ ତ ଥିଲି, ବହୁତ କଥା ପଚାରୁ ଥିଲି, କିନ୍ତୁ ଅନୁଭବ କରୁଥିଲି ଯେ ମୁଁ ଏହି ପଦଚାରୀଙ୍କ ସହିତ ଏକ ନିର୍ଦ୍ଦିଷ୍ଟ ସୀମାରେଖା ପରେ ଅନ୍ୟ କିଛି ଆଲୋଚନା କରିପାରିବି ନାହିଁ । ସେମାନେ ବାରମ୍ବାର ‘ମଜହବ’ର କଥା କହୁଥିଲେ ଓ ମୁଁ ଜଣେ ନାସ୍ତିକ ତଥା ଗଣତନ୍ତ୍ରବାଦୀ ଭାବରେ ଧର୍ମର ଅନୁଷ୍ଠାନପଣ, ଅବୈଜ୍ଞାନିକ ଚିନ୍ତାଧାରା ଓ ଅଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଆଲୋଚନା କରିପାରୁ ନଥିଲି । କିଛି ସମୟ ପାଇଁ ଲାଗିଲା ମୁଁ ହୁଏତ ସେହି ତିଳକଧାରୀଙ୍କ ମଧ୍ୟରେ ଅଛି ଓ ଏହି ରାଲି ପାକିସ୍ତାନ ଅଥବା ବଙ୍ଗଳାଦେଶର କୌଣସି ପ୍ରଦେଶରେ ଚାଲିଛି । ଆମ ଭିତରେ ବିଶ୍ଵ ମାନବବାଦର ସ୍ଵପ୍ନ ଧିରେ ଧିରେ ମରିଯାଉଛି ।

ସତେରେ ଆମର ଶାସକମାନେ ଆମକୁ ଶିଖାଉଥିବା ଜାତୀୟତା ହେଲା ଆମର ପଡୋଶୀ ଦେଶକୁ ଅଧିକରୁ ଅଧିକ ଘୃଣା କରିବା ଓ ପଡୋଶୀ ଦେଶର ସମସ୍ତ ଆଚରଣକୁ ନିଜେ କପି କରିବା । ଅଦ୍ଭୁତ ଏ ଜାତୀୟତା । ଆମକୁ ସତରେ ଏଥିରୁ ମୁକ୍ତି (ଆଜାଦୀ) ଜରୁରୀ ।

 

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.