Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅସତ୍ୟ ଭାଷଣରେ ଦେଶର ସମସ୍ୟା ଓ ସଙ୍କଟ ଦୂର ହୁଏନାହିଁ ପ୍ରଧାନମନ୍ତ୍ରୀ ମହୋଦୟ!!
ବିଶେଷ ଖବର

ଅସତ୍ୟ ଭାଷଣରେ ଦେଶର ସମସ୍ୟା ଓ ସଙ୍କଟ ଦୂର ହୁଏନାହିଁ ପ୍ରଧାନମନ୍ତ୍ରୀ ମହୋଦୟ!!

February 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ ଓରଫ ନରେନ୍ଦ୍ର ମୋଦୀ ଆମ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଲା ପରେ ଅନେକ ନୂଆ କଥା ଆମର ରାଜନୀତିରେ ଘଟିଛି। ସତୁରୀ ବର୍ଷର ଗାଣତାନ୍ତ୍ରିକ ରାଜନୀତିରେ ଆମେ ଯାହା ଯାହା ସବୁ କଳ୍ପନା ମଧ୍ୟ କରିନଥିଲୁ, ସେସବୁ ଏବେ ସତକୁ ସତ ଘଟି ଚାଲିଛି! ଭାରତୀୟ ରାଜନୀତିରେ ଘଟୁଥିବା ବହୁ ବିଚିତ୍ର ଓ ଅଭୂତପୂର୍ବ ଘଟନା ଭିତରୁ ଗୋଟିଏ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ଭାଷଣ। ଏ ଦେଶର କୌଣସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଭାଷଣ ଦେଉନଥିଲେ। ଏହାର ଅର୍ଥ ଏୟା ନୁହଁ ଯେ ଆମର ବାଗ୍ମୀ ପ୍ରଧାନମନ୍ତ୍ରୀ ନଥିଲେ। ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଥିଲେ ତାଙ୍କ ସମୟର ଅନ୍ୟତମ ଶ୍ରେଷ୍ଠ ବକ୍ତା। ପଣ୍ଡିତଜୀଙ୍କର ବକ୍ତବ୍ୟ ରେ ବୌଦ୍ଧିକତା ଯେତିକି ଥିଲା, ଭାରତର ସାଧାରଣ ଜନତାର ଅନୁଭବ ପ୍ରତି ସମ୍ମାନବୋଧ ମଧ୍ୟ ସେତିକି ଥିଲା। ନେହେରୁଙ୍କ ପରେ ପ୍ରାୟ ସବୁ ପ୍ରଧାନମନ୍ତ୍ରୀ ନିଜ ପଦର ଗରିମା ଅନୁଯାୟୀ ଭାଷଣ ଦେଇଛନ୍ତି। ଲୋକଙ୍କୁ ଉଦବୁଦ୍ଧ କରିଛନ୍ତି। ହେଲେ ମୋଦୀଙ୍କ ଭାଷଣ ନିଆରା। ସେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କଠୁ ଅଲଗା କାରଣ ସେ ନିଜ ଭାଷଣରେ କିଛି ବି କହିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯେ ସତ୍ୟନିଷ୍ଠ ଓ ତଥ୍ୟନିଷ୍ଠ ହେବା ଉଚିତ, ଏକଥା ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆଉ କେହି ଆଶା କରୁନାହାନ୍ତି।

ମୋଦୀଙ୍କର ବହୁ ଭାଷଣ ରହିଛି, ଯେଉଁଥିରେ ଶହ ଶହ ତଥ୍ୟଗତ ତୃଟି ବାହାର କରିହେବ। ଆମେ ସେସବୁକୁ ନଯାଇ ଗତକାଲି ସଂସଦରେ ସେ ଦେଇଥିବା  ଭାଷଣର ତର୍ଜମା କରିବା। ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ସଂସଦରେ ନିଜର ବକ୍ତବ୍ୟ ରଖନ୍ତି, ସେଥିରେ ସତ୍ୟ ଓ ତଥ୍ୟର ସମାବେଶ ରହିବା ଉଚିତ। ଦେଶ ଯେତେବେଳେ ଏକ ଭୟଙ୍କର ବିଭାଜନ ଓ ପ୍ରତିବାଦର ଅଗ୍ନି ପରୀକ୍ଷା ଦେଇ ଗତି କରୁଛି, ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଅନେକ କଥାର ସମାଧାନ କରି ପାରିଥାନ୍ତା।ହେଲେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସେମିତି କିଛି ଆଶ୍ଵାସନା ନଥିଲା। ସେଇ ଚିରାଚରିତ ଆକ୍ରାମକ ଶୈଳୀ ଓ ବିରୋଧୀଙ୍କ ପ୍ରତି ଉଗ୍ର ଆଚରଣ। ସତେକି ବିରୋଧୀଙ୍କୁ ଛିଗୁଲାଇଲେ ଏ ଦେଶର ସବୁ ସମସ୍ୟାର ସମାଧାନ ହୋଇଯିବ। ତାରି ଭିତରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ସମାଲୋଚନା କରିବାକୁ ଭୁଲିନାହାନ୍ତି। କୁଆଡେ ନେହେରୁ ପ୍ରଧାନମନ୍ତ୍ରୀ ହେବେ ବୋଲି ଏ ଦେଶର ବିଭାଜନ ହେଲା! ଅସତ୍ୟ ଓ ଐତିହାସିକ ମିଥ୍ୟାର ଏହା ଏକ ସରଳ ଦୃଷ୍ଟାନ୍ତ।

ସଂସଦରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଲେ “ ଏ ଦେଶରେ ଆଜି ଅନେକ କିଛି ବଦଳି ଯାଇଛି“ । ଏ ଘୋଷଣା ବି ଅଦ୍ଭୁତ। ଭାରତକୁ ଦୁର୍ନୀତିମୁକ୍ତ ଦେଶ ବୋଲି ପ୍ରମାଣପତ୍ର କିଏ ଓ କେମିତି ଦେଇଛି ଆମେ ଜାଣିନୁ। ହେଲେ ମୋଦୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏ ଦେଶରେ ସବୁଠୁ ବଡ ବ୍ୟାଙ୍କ ଘୋଟାଲା ହୋଇଛି। ଆଗରୁ ଯେଉଁମାନେ ଦୁର୍ନୀତି କରୁଥିଲେ ସେମାନେ ବନ୍ଧା ହେଉଥିଲେ। ଆମେ ମନମୋହନ ସିଂଙ୍କ ସମୟରେ ଦେଖିଛୁ, ଦେଶର ବହୁ କ୍ଷମତାଶାଳୀ ନେତା ଓ ମନ୍ତ୍ରୀ ଜେଲ ଯାଇଥିଲେ। ହେଲେ ମୋଦୀଙ୍କ ସମୟରେ ଦୁର୍ନୀତି କରି ଓ ଲୋକଙ୍କ ଟଙ୍କା ଆତ୍ମସାତ କରି ଲୋକ ବିଦେଶରେ ଯାଇ ଅୟସ କରୁଛନ୍ତି। ଯେମିତି କି-

  • ଲଳିତ ମୋଦୀ, ଆଇପିଏଲ ଘୋଟାଲାରେ ସଂପୃକ୍ତ ଏହାଙ୍କର କୌଣସି ଖୋଜ ଖବର ଏବେ ମିଳୁନାହିଁ।
  • ବିଜୟ ମାଲ୍ୟା, ବିଜେପି ସହାୟତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମାଲ୍ୟା ବଡ ଆନନ୍ଦରେ ଦେଶ ଛାଡି ଲଣ୍ଡନ ପଳାଇଲେ। ପନ୍ଦର ହଜାର କୋଟି ଟଙ୍କା ଏ ଦେଶର ପାଣିରେ ପଡିଲା।
  • ମେହୁଲ ଚୋକସି, ୟାଙ୍କୁ ପ୍ରଧାନମନ୍ତ୍ରୀ ସର୍ବ ସାଧାରଣରେ ମେହୁଲ ଭାଇ ବୋଲି ସମ୍ବୋଧନ କରୁଥିଲେ। ଏ ବାବୁ ଏବେ ଆଣ୍ଟିଗୁଆ ରେ ନାଗରିକତ୍ଵ ଗ୍ରହଣ କରି ଆନନ୍ଦରେ ଅଛନ୍ତି।
  • ନୀରବ ମୋଦୀ, ଦେଶର ଟଙ୍କା ଖାଇ ଫେରାର ହେବା ଆଗରୁ ଯେ ପ୍ରଧାନମନ୍ତ୍ରୀଙ୍କ ସହିତ ଦାଭୋସ ରେ ବଢିଆ ଫଟୋ ଉଠାଇଥିଲେ।
  • ଦ୍ବାରିକାଦାସ ସେଠ ଓ ପରିବାର- ଏମାନେ କେବେ ଦେଶର ଟଙ୍କା ଖାଇ ଦେଶ ଛାଡି ଚାଲିଗଲେ, କେହି ତାର ଖବର ପାଇଲେ ନାହିଁ।
  • ଚନ୍ଦା କୋଚର ଓ ପରିବାର, ଆଇସିଆଇସିଆଇ ବ୍ୟାଙ୍କର ମୁଖିଆ ଥିବା ଚନ୍ଦା କୋଚର ଓ ତାଙ୍କ ସ୍ଵାମୀ ବ୍ୟାଙ୍କକୁ ଖୋଳ କରି ଚାଲିଥିବା ବେଳେ ଆଜି ମଧ୍ୟ ଅର୍ଥମନ୍ତ୍ରୀ ଏହାଙ୍କ ରକ୍ଷା କବଚ ହୋଇ ଛିଡା ହୋଇଛନ୍ତି।

ତଥାପି ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ସେ ଏ ଦେଶରୁ ଭ୍ରଷ୍ଟାଚାର ଦୂର କରିଦେଲେ, ତାହେଲେ ତାର ବିଚାର ଏ ଦେଶର ଜଣ ସାଧାରଣ କରିବେ। କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଓ ମର୍ୟାଦା  ଦୃଷ୍ଟିରୁ ସତ୍ୟ ନିଷ୍ଠା ଓ ତଥ୍ୟ ନିଷ୍ଠା ତାଙ୍କ ଭାଷଣର ଆଧାର ହେଉ ବୋଲି ଆମେ ଆଜି ବି ପ୍ରାର୍ଥନା କରୁଛୁ!!ମିଛ ଭାଷଣରେ ଦେଶ ସମସ୍ୟାର ସମାଧାନ କରି ହୁଏନାହିଁ।

narendramodi
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.