ଭୁବନେଶ୍ବର, ଯାତ୍ରୀ ସଂଖ୍ୟା ବୃଦ୍ଧି ଦେଖି ଓଡିଶାରେ ଅଧିକ ମେମୁ ଟ୍ରେନ ଚଳାଚଳ କରିବା ପାଇଁ ପୂର୍ବତଟ ରେଳ ବିଭାଗ ନିଷ୍ପତି କରିଛି। ସେହି ଅନୁସାରେ ଯେଉଁ ଯେଉଁ ସ୍ଥାନରେ ଏହି ଟ୍ରେନ ଚାଲିବ ତାହା ହେଲା…
1-ଫେବୃୟାରୀ ୧୧ ତାରିଖ ରୁ ପୁରୀ-ଅନୁଗୁଳ-ପୁରୀ ମେମୁ ୧୬ ଟି କୋଚ ରେ ଚଳାଚଳ କରିବ I ଏହା ଓଡ଼ିଶାରେ ଲମ୍ବା ଦୂରତ୍ୱ ବିଶିଷ୍ଟ ମେମୁ ଟ୍ରେନ I
2-ଫେବୃୟାରୀ ୧୨ ତାରିଖ ରୁ କେନ୍ଦୁଝରଗଡ଼ ପାସେଞ୍ଜର ବଦଳରେ ମେମୁ ଟ୍ରେନ ଚଳାଚଳ କରିବ I
3-ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରେ ଏହା ୮ମ ମେମୁ I
4-ଯାତ୍ରା ସମୟରେ ମେମୁ ଟ୍ରେନ ସମୟାନୁବର୍ତ୍ତିତା ପ୍ରତି ସହାୟକ ହେବ I
5-ଏବେ, ପୂର୍ବ ଟ୍ରେନ ତୁଳନାରେ ମେମୁ ଟ୍ରେନ ମାନଙ୍କରେ ଅଧିକ ଯାତ୍ରୀ ଯାତାୟାତ କରିପାରିବେ I ସମସ୍ତ ମେମୁ ଟ୍ରେନରେ ଯାତ୍ରୀ ଭିଡ଼ ପରିଲକ୍ଷିତ ହେଉଛି I
6-ଚଳିତ ମାସ ୧୨ ତାରିଖ ଠାରୁ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ
7-୫୮୪୨୫/୫୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର କରାଯାଇ ଅଛି I
ଏହି ମାର୍ଗରେ ନୂତନ ମେମୁ ଟ୍ରେନ ପ୍ରଚଳନ ହେବାପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ କୁ ଅପସାରିତ କରାଯିବ I ଏହି ମେମୁ ଟ୍ରେନ ୬୮୪୨୫/୬୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଭାବେ ଭୁବନେଶ୍ୱର ଠାରୁ ଚଳିତ ମାସ ୧୨ ତାରିଖ ଠାରୁ ଏବଂ ୧୩ ତାରିଖ ଠାରୁ କେନ୍ଦୁଝରଗଡ଼ରୁ ଚଳାଚଳ କରିବ I ଏହି ମେମୁ ପୂର୍ବ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରିବ I
8-ଅନୁଗୁଳ-ପୁରୀ ମେମୁ ଟ୍ରେନ ରେ ୪ଟି ଅତିରିକ୍ତ କୋଚ ସଂଯୋଗ ସହ ୧୬ଟି କୋଚ ରେ ଚଳାଚଳ କରିବ –
ଅନୁଗୁଳ ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ୬୮୪୨୨/୬୮୪୨୧ ପୁରୀ-ଅନୁଗୁଳ-ପୁରୀ ମେମୁ ଟ୍ରେନ ରେ ଦୈନନ୍ଦିନ ଯାତ୍ରୀମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନ ରେ ଆହୁରି ୪ଟି ଅତିରିକ୍ତ ବଗି ସ୍ଥାୟୀ ଭାବେ ସଂଯୋଗ କରିବା ପାଇଁ ସ୍ଥିର କରାଯାଇଅଛି I ଏହି ଟ୍ରେନ ଭୁବନେଶ୍ୱର ଠାରୁ ଚଳିତ ମାସ ୧୧ ତାରିଖ ଠାରୁ ଭୁବନେଶ୍ୱର ଠାରୁ ଏବଂ ୧୨ ତାରିଖ ଠାରୁ ଅନୁଗୁଳ ରୁ ଏହାର ପୂର୍ବ ଗଠନ ୧୨ କୋଚ ବଦଳରେ ୧୬ଟି କୋଚ ରେ ଚଳାଚଳ କରିବ ଇ ଏହା ଓଡିଶା ଅଞ୍ଚଳରେ ଦୀର୍ଘ ପଥ ମେମୁ ଟ୍ରେନ ଅଟେ I