Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଲ୍ଲୀରେ, ଜିତିଲେ ବି ଶାହିନବାଗ, ହାରିଲେ ମଧ୍ୟ ଶାହିନବାଗ !!
ବିଶେଷ ଖବର

ଦିଲ୍ଲୀରେ, ଜିତିଲେ ବି ଶାହିନବାଗ, ହାରିଲେ ମଧ୍ୟ ଶାହିନବାଗ !!

February 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭଗବାନଙ୍କୁ ଧନ୍ୟବାଦ, ଦିଲ୍ଲୀ ନିର୍ବାଚନ ସରିଯାଇଛି। ଯେବେ ବି ନିର୍ବାଚନ ଆସୁଛି, ଏ ଦେଶର ପବନରେ ବିଷ ଚାରି ଯାଉଛି। ବିଷାକ୍ତ ନିର୍ବାଚନୀ ଭାଷା ଓ ଯେ କୌଣସି ପ୍ରକାରେ ଜିତିବା ଲାଗି ଯେ କୌଣସି ସ୍ତରକୁ ଖସିପାରିବାର ଉନ୍ମାଦ ରାଜନୀତି ଆମର ସାମାଜିକ ଜୀବନକୁ ବିପର୍ୟସ୍ତ କରିଚାଲିଛି। ଦିଲ୍ଲୀ ନିର୍ବାଚନରେ ବିଜେପିର ସ୍ଲୋଗାନ ଥିଲା “ଗୋଳି ମାରୋ” ଓ ଏହାର ପ୍ରତ୍ୟତ୍ତରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଲେ ପ୍ରଧାନମନ୍ତ୍ରୀଙ୍କ ପିଠିରେ ଏ ଦେଶର ବେକାର ଯୁବକ ଯୁବତୀ ଲାଠି ମାଡ କରିବେ। ଲାଠି ମାଡ ଓ ଗୁଳି ମାଡ କେବଠୁ ଏ ଦେଶର ରାଜନୈତିକ ସ୍ଲୋଗାନ ହୋଇଗଲା, ସେକଥା କେହି ଜାଣି ପାରିଲେ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶେଷରେ ହନୁମାନ ଚାଳିଶା ପଢିବାକୁ ଗଣମାଧ୍ୟମରେ ବାଧ୍ୟ ହେଲେ। ଗୁଳି, ଲାଠି, ବିରିଆନୀ ଓ ହନୁମାନ ଚାଳିଶାର ଏହି ଉଦ୍ଭଟ ରାଜନୀତି ଅନ୍ତତଃ ଆଜିଠୁ କିଛି ଦିନ ପାଇଁ ବନ୍ଦ ରହିବ। ବିହାର ନିର୍ବାଚନ ଆସିବା ପର୍ୟନ୍ତ ଦେଶବାସୀ ଏ ପ୍ରକାର ପାଗଳାମିରୁ ସାମୟିକ ଭାବରେ ମୁକ୍ତି ପାଇଛନ୍ତି। ସେଥିଲାଗି ଭଗବାନଙ୍କୁ ଆଉଥରେ ଧନ୍ୟବାଦ।

ନିର୍ବାଚନ ସାରିବା ପରେ ପ୍ରାୟ ସବୁ ଗଣମାଧ୍ୟମର ଏଗଜିଟ ପୋଲ କହୁଛି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ। ତେବେ ଏ ପ୍ରକାର ଏଗଜିଟ ପୋଲ ଉପରେ ବିଶ୍ଵାସ ନ ରଖି, ଆଉ ୪୮ ଘଣ୍ଟା ଅପେକ୍ଷା କରିବା ଉଚିତ ହେବ। ଦିଲ୍ଲୀରେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନିର୍ବାଚନ ଲଢୁନଥିଲା।ବିଜେପିର ମୂଳ ଶତ୍ରୁ ଥିଲେ ଶାହିନବାଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ସାଧାରଣ ଜନତା। ଏମାନଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅଧ ଡଜନ ମୁଖ୍ୟମନ୍ତ୍ରୀ ରୋଜ ବିଷବାକ୍ୟ ପ୍ରୟୋଗ କରୁଥିଲେ। ପ୍ରଧାନମନ୍ତ୍ରୀ ଶାହିନବାଗକୁ ତାଙ୍କ ବିରୋଧରେ ଏକ ରାଜନୈତିକ ପ୍ରୟୋଗ ବୋଲି କହି, ଶାହିନବାଗ ବିରୋଧରେ ଭୋଟ ମାଗୁଥିଲେ। ଗୃହମନ୍ତ୍ରୀ ଅମିତ ଶାହ ଗତ ମାସେ ହେଲାଣି ପ୍ରତିଦିନ ଶାହିନବାଗ ବିରୋଧରେ କହି ଆସୁଛନ୍ତି।

ଦିଲ୍ଲୀ ନିର୍ବାଚନ, ଗୋଟେ ପ୍ରକାର ଅର୍ଦ୍ଧରାଜ୍ୟର ନିର୍ବାଚନ। ହେଲେ ଏହି ଅର୍ଦ୍ଧ ରାଜ୍ୟର କ୍ଷମତା ଦଖଲ ଲାଗି ବିଜେପିର ସବୁ ମୁଖ୍ୟମନ୍ତ୍ରୀ, ସବୁ କେନ୍ଦ୍ରମନ୍ତ୍ରୀ, ୨୦୦ ସାଂସଦ ଓ ହଜାର ହଜାର କର୍ମକର୍ତ୍ତା ଡେରା ପକାଇ ରହିଥିଲେ। ଏମାନେ ଦିଲ୍ଲୀରେ ଆପ ସରକାର ବିରୋଧରେ ଯେତିକି ପ୍ରଚାର କରୁଥିଲେ, ତାଠୁ ଅଧିକ ଶାହିନବାଗ ବିରୋଧରେ ଗପୁଥିଲେ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷାରେ- ଦିଲ୍ଲୀରେ ଏମିତି ଭୋଟ ଦିଅ ଯେ କରେଣ୍ଟ ଶାହିନବାଗରେ ଲାଗୁ।

ଆଜି ନିର୍ବାଚନ ସରିଛି। ବିଭିନ୍ନ ଏଗଜିଟ ପୋଲ ର ଆକଳନ ଅନୁସାରେ ବିଜେପି ହାରୁଛି। ତେବେ ଆମେ କହିବୁ- କିଏ ଜିତିବ ହାରିବ, ସେକଥା ୧୧ ତାରିଖରେ ଜଣା ପଡିବ। ଆମେ ଏତିକି କହିବାକୁ ଚାହୁଁ ଯେ, ଦିଲ୍ଲୀ ନିର୍ବାଚନରେ ହାର ଜିତ କେବଳ ଶାହିନବାଗର ହେବ। ବିଜେପି ହାରିଲେ ଶାହିନବାଗ ଜିତିବ, ଆଉ ବିଜେପି ଜିତିଲେ ଶାହିନବାଗ ହାରିବ।

delhi
Share. Facebook Twitter LinkedIn Email WhatsApp Copy Link

Related Posts

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026

ଇତିହାସର ପୁନରାବୃତ୍ତି: ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ

February 5, 2026

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026
Latest News

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.