Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ
ବିଶେଷ ଖବର

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ

February 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

“ମୋ ବହି ଓଡିଆ ଓ ବଙ୍ଗଳାରେ ପ୍ରକାଶ କରି ମୋତେ କଣ ଦେବାକୁ ହେବ ବୋଲି ଆପଣ ‘ସର୍ତ୍ତ” ପଚାରିଛନ୍ତି। ଆପଣ ବହି ବିକି ଯେଉଁ ଲାଭ ପାଇବେ ସେହି ଲାଭାଂଶର କିଛି ଅଂଶ ହିଁ ମୋର ପ୍ରାପ୍ୟ ହେବ। ଅବଶ୍ୟ ତାହା ଏମିତି କିଛି ବେଶୀ ହେବନାହିଁ ଯହିଁ ପାଇଁ ଆୟକର ବିଭାଗର ଖପରରେ ପଡିବାକୁ ପଡିବ।“ ୨୮, ଜୁନ, ୧୯୫୭ ମସିହାରେ ଓଡିଆ ପ୍ରକାଶକ ପ୍ରଫୁଲ୍ଲ କୁମାର ଦାସଙ୍କୁ ଏମିତି ମର୍ମରେ ଏଇ ଚିଠିଟି ଲେଖିଥିଲେ ଇଂରାଜୀ କବିତାର କିମ୍ବଦନ୍ତୀ ପୁରୁଷ ଏଜରା ପାଉଣ୍ଡ। ଘଟଣାଟି ପୂରା ଗୋଟେ ରୂପକଥା ଭଳି ମନେ ହେଉଛି। ୧୯୫୭ ମସିହାରେ ଜଣେ ଓଡିଆ ପ୍ରକାଶକ ଏଜରା ପାଉଣ୍ଡଙ୍କ କବିତା ବହିକୁ ଓଡିଆ ଓ ବଙ୍ଗଳା ଭାଷାରେ ଅନୁବାଦ କରି ଛାପିବାକୁ ଚାହୁଁଛନ୍ତି। ତେବେ ଓଡିଆ ବହିଟି “ଏଜରା ପାଉଣ୍ଡ କବିତା” ଶୀର୍ଷକରେ ୧୯୫୮ ରେ ପ୍ରକାଶିତ ହୋଇଛି। ପାଉଣ୍ଡଙ୍କ କବିତାସବୁକୁ ଅନୁବାଦ କରିଛନ୍ତି ଜ୍ଞାନୀନ୍ଦ୍ର ବର୍ମା ଓ ବହିଟିର ମୁଖବନ୍ଧ ଲେଖିଛନ୍ତି ନୋବେଲ ପୁରସ୍କାର ବିଜେତା କବି ଟି.ଏସ.ଇଲିୟଟ।

ଏ ବହିଟିର ସବୁଠୁ ବଡ ଐତିହାସିକ ଅବଦାନ ହେଉଛି, ଓଡିଆ ଭାଷାକୁ ନେଇ ଉଭୟ ଇଲିୟଟ ଓ ପାଉଣ୍ଡ ଦେଖାଇଥିବା ନିରୀହ ଆଗ୍ରହ। ସମକାଳର ଦୁଇଜଣ ପ୍ରସିଦ୍ଧ ମହାକବିଙ୍କ ପାଖରେ ଓଡିଆ ଭାଷାକୁ ପହଞ୍ଚାଇବାର ଓ ସେମାନଙ୍କୁ ନିଜ ଭାଷା ବିଷୟରେ ସମ୍ୟକ ଭାବରେ ବୁଝାଇବାର ଗୁରୁ ଦାୟିତ୍ଵ ଜଣେ ତରୁଣ ପ୍ରକାଶକ ନେଇଛନ୍ତି। ଇଏ ହେଉଛନ୍ତି ସେହି ପ୍ରଫୁଲ୍ଲ କୁମାର ଦାସ ଯିଏ ଓଡିଆ ସାହିତ୍ୟକୁ ପ୍ରଚୁର ଅନୁବାଦ ସାହିତ୍ୟ ଦେଇ ଯାଇଛନ୍ତି। ବର୍ତ୍ରାଣ୍ଡ ରସେଲ, ହେମିଂୱେ, ବର୍ଣ୍ଣାଡ ଶ, ପର୍ଲ ଏସ ବକ, ୱ୍ହିଟମେନ, ନୁଟ ହାମସୁନ, ରୋମା ରୋଲାଁ ପ୍ରମୁଖଙ୍କ ବହିର ଅନୁବାଦ ଷାଠିଏ ଦଶକରେ ସେ ଛାପିଛନ୍ତି। ତେବେ ଏ ବହି ସବୁ ଯାହି ତାହି ଅନୁବାଦ ନୁହେଁ। ସବୁ ବହି ର ଅନୁବାଦ ଲାଗି ମୂଳ ଲେଖକଙ୍କର ଅନୁମତି ଅଣାଯାଇଛି ଓ ସବୁ ଲେଖକ ନିଜେ ଓଡିଆଭାଷାରେ ଅନୁବାଦକୁ ନେଇ କିଛି କିଛି କଥା କହିଛନ୍ତି।

ଏଇ ଐତିହାସିକ ବୌଦ୍ଧିକ ଶ୍ରମର ମୂଲ୍ୟ ପ୍ରଫୁଲ୍ଲ କୁମାର ଦାସଙ୍କୁ କିଛି ମିଳିନଥିଲା। ଓଡିଆ ସାହିତ୍ୟର ଇତିହାସରେ ତାଙ୍କୁ କେଉଁ ମାର୍ଜିନ ତଳେ ଆମେ ଛୋଟିଆ ପାଦଟୀକା ଟିଏ ମଧ୍ୟ କରିପାରିଲୁ ନାହିଁ। ପ୍ରଫୁଲ୍ଲଙ୍କ ଏହି ଅବଦାନ ପଛରେ ଦୁଇଟି ବହୁତ ବଡ ଘଟଣା ଘଟୁଥିଲା। ପ୍ରଥମତଃ ଓଡିଆ ଭାଷା ଓ ତାର ସାହିତ୍ୟ ବିଷୟରେ କିଛିଟା ସୂଚନା ବହୁତ ବଡ ବଡ ଲେଖକଙ୍କ ପାଖରେ ପହଞ୍ଚୁଥିଲା। ଓଡିଆ ଲିପି ସମ୍ପର୍କରେ ଏଜରା ପାଉଣ୍ଡ ଲେଖିଥିଲେ- I am naturally pleased that you are introducing me to Oriya language so soon after introducing the language to me and my more intimate friends, and especially more pleased with the type-face, at least as handsome as the font which, I understand, Tagore insisted on having cut for Bengali printers. ଓଡିଆ ଭାଷାକୁ ବିଶ୍ୱସ୍ତରର ଲେଖକଙ୍କ ପାଖରେ ପହଞ୍ଚାଇବାର ଏ ଦୁଃସାହସ କୁ ଆମେ ମିଶନ ଛଡା ଆଉ କଣ ବା କହିପାରିବା।

ଦ୍ବିତୀୟରେ ଓଡିଆ ପାଠକଙ୍କୁ ବିଶ୍ୱସ୍ତରର ମୌଳିକ ବହି ସହିତ ଓ ଲେଖକ ସହିତ ପରିଚିତ କରାଇବାର ଏକ ବିଶିଷ୍ଟ ଆଗ୍ରହ ପ୍ରକାଶକଙ୍କର ରହିଥିଲା। କେବଳ ବହି ଛାପି ବ୍ୟବସାୟ କରିବା ଉଦ୍ଦେଶ୍ୟ ଏ ପ୍ରକାଶକଙ୍କର ଅବଶ୍ୟ ନଥିଲା। ସେ ପାଠ୍ୟ ପୁସ୍ତକ ଓ ଶସ୍ତା ଉପନ୍ୟାସ ନ ଛାପି ସମକାଳୀନ ପୃଥିବୀର ଶ୍ରେଷ୍ଠ ଲେଖା ଗୁଡିକର ଓଡିଆ ଅନୁବାଦ ଛାପୂଥିଲେ ଓ ନିଃସନ୍ଦେହରେ ଏହା ବିଲକୁଲ ଲାଭଜନକ ନଥିବ। ତେବେ ଏଜରା ପାଉଣ୍ଡଙ୍କ ଚିଠିରେ ଯେଉଁ ରୟାଲଟି କଥା ଲେଖା ହୋଇଛି, ତାହା ସତରେ ତାଙ୍କୁ ମିଳିଥିଲା କି? ଏଜରା ପାଇଣ୍ଡଙ୍କ କବିତା ବହି କେତେ ବା ବିକ୍ରି ହୋଇଥିବା! ପାଉଣ୍ଡଙ୍କ ପାଖକୁ ପ୍ରଫୁଲ୍ଲ ଦାସ କିଛି ପଇସା ସତରେ ପଠେଇଥିଲେ କି? ଯଦି ପଠେଇଥିବେ ତାହା ତାଙ୍କ ନିଜ ପାଣ୍ଠି ରୁ ହିଁ ନିଶ୍ଚୟ ଯାଇଥିବା!  ଏ ସବୁ ପ୍ରଶ୍ନ ଆଜି ଅନେକ ଇତିହାସର ରହସ୍ୟ ଭେଦ କରିପାରିବ। ଓଡିଆ ସହିତ ବଙ୍ଗଳା ବହିର ଅନୁବାଦ ଲାଗି ମଧ୍ୟ ପ୍ରକାଶକ ପାଉଣ୍ଡଙ୍କଠାରୁ ଅନୁମତି ନେଇଛନ୍ତି। ସେତେବେଳେ ପ୍ରଫୁଲ୍ଲ କୁମାର ଦାସ ବଙ୍ଗଳା ବହିର ପ୍ରକାଶନ ମଧ୍ୟ କରୁଥିଲେ କି?

ପ୍ରଫୁଲ୍ଲ ଦାସଙ୍କ ଚିଠିପତ୍ର ଓ ତାଙ୍କ ପ୍ରକାଶନର ନଥିପତ୍ର ଆମକୁ ବହୁତ ଅକୁହା କାହାଣୀ କହିପାରିବ। ପ୍ରଫୁଲ୍ଲ ଦାସ ବହୁ ବର୍ଷ ତଳୁ ଆମଠୁ ବିଦାୟ ନେଇ ଚାଲିଗଲେଣି। ପ୍ରଫୁଲ୍ଲ ଦାସଙ୍କ ନିଜସ୍ଵ ଅବଦାନ ବିଷୟରେ ଏଯାଏ ବିଶେଷ କିଛି ଲେଖା ଯାଇପାରି ନାହିଁ। ଓଡିଆ ସାହିତ୍ୟ ଲାଗି ବିଶ୍ଵ ଉଦ୍ଦେଶ୍ୟରେ ଝରକା ଖୋଲିଥିବା ଏମିତି ଜଣେ ଅନନ୍ୟ ପ୍ରକାଶକଙ୍କୁ ଆମେ ଯଦି ଜାଣିନାହୁଁ, ସେଟା ଆମର ଦୁର୍ଭାଗ୍ୟ ନୁହଁ କି?     

(“ଏଜରା ପାଉଣ୍ଡ କବିତା” ବହିଟି ଡିଜିଟାଲ ବହି ଆକାରରେ www.odiabibhaba.in ରେ ଉପଲବ୍ଧ)                         

Share. Facebook Twitter LinkedIn Email WhatsApp Copy Link

Related Posts

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025

ଗାଜା ଶାନ୍ତି ଚୁକ୍ତି ସମ୍ପର୍କରେ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ, ଯୁଦ୍ଧ ରୋକିବାକୁ କଲେ ନିବେଦନ

September 30, 2025

ନବଦୁର୍ଗାର ନବମ ରୂପ ମା’ ସିଦ୍ଧିଦାତ୍ରୀ: ମାତାଙ୍କ ଠାରୁ ଶିଖନ୍ତୁ ବିନିଯୋଗର ଏହି ବିଶେଷ ଗୁଣ

September 30, 2025
Latest News

ବିହାରରେ ଚୂଡ଼ାନ୍ତ SIR ଭୋଟର ତାଲିକା ପ୍ରକାଶ, ଯୋଡିହେଲେ ୧୪ ଲକ୍ଷ ନୂତନ ଭୋଟର

September 30, 2025

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025

ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା

September 30, 2025

ପାକିସ୍ତାନର କ୍ୱେଟାରେ ବଡ଼ ଆତ୍ମଘାତୀ ଆକ୍ରମଣ: ବୋମା ବିସ୍ଫୋରଣରେ ୧୩ ମୃତ, ୩୩ ଆହତ

September 30, 2025

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.