Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିରୋଧୀଙ୍କ ସହ କଥା ହେବାକୁ ମୋଦୀ ସରକାରର ଏତେ ଭୟ କାହିଁକି?
ବିଶେଷ ଖବର

ବିରୋଧୀଙ୍କ ସହ କଥା ହେବାକୁ ମୋଦୀ ସରକାରର ଏତେ ଭୟ କାହିଁକି?

February 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପଚାଶରୁ ଅଧିକ ଦିନ ଶାହୀନ ବାଗରେ ଧାରଣା ଦେବାପରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ପ୍ରତିବାଦକାରୀମାନେ ନିଜ ତରଫରୁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଚାହିଁଛନ୍ତି। ଏଥିଲାଗି ସେମାନେ ଏକ ଶୋଭାଯାତ୍ରାରେ ବାହାରିଥିବା ବେଳେ ପୋଲିସ ତାଙ୍କୁ ଅଟକାଇଛି। ପୋଲିସର ଯୁକ୍ତି ହେଲା ଗୃହମନ୍ତ୍ରୀ ପ୍ରତିବାଦକାରୀଙ୍କୁ ଭେଟିବାକୁ ଅନୁମତି ଦେଇନାହାନ୍ତି। ଦିଲ୍ଲୀ ନିର୍ବାଚନରେ ବୁଲି ବୁଲି ଗୃହମନ୍ତ୍ରୀ ଓ ତାଙ୍କ ଦଳର ଅନ୍ୟ ନେତାମାନେ ଶାହୀନବାଗର ଆନ୍ଦୋଳନରତ ନାଗରିକଙ୍କୁ ଯା ଇଚ୍ଛା ତା ଗାଳି କରିଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିବା ଏ ଆନ୍ଦୋଳନରେ ହଜାର ହଜାର ମହିଳାଙ୍କର ଯୋଗଦାନକୁ ଅତି ନିକୃଷ୍ଟ ଭାଷାରେ ଶାସକ ଦଳ ତରଫରୁ ନିନ୍ଦା କରାଯାଇଥିଲା। ଗୋଟେ ଗଣତାନ୍ତ୍ରିକ ସରକାର ନିଜ ନାଗରିକଙ୍କୁ ଏ ପ୍ରକାର ଆଚରଣ କରିବା ସବୁଠୁ ଦୁର୍ଭାଗ୍ୟର କଥା। ସବୁଠୁ ବଡ ବିରୋଧୀ ସହିତ ଆଲୋଚନା କରିବାର ସୁଯୋଗ ଗଣତନ୍ତ୍ର ହିଁ ଦେଇଥାଏ।

ଆମେ ମନମୋହନ ସିଂ ସରକାର ସମୟରେ ଦେଖିଛୁ, ଆନ୍ଦୋଳନ ଆଗରେ ସରକାର କେମିତି ନିଜକୁ ଅସହାୟ ଅନୁଭବ କରନ୍ତି। ସେତେବେଳେ ତାହା ମନମୋହନ ସିଂ ସରକାରର ଦୁର୍ବଳତା ବୋଲି କୁହା ଯାଉଥିଲା। ୨୦୧୪ ପୂର୍ବର ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ମନମୋହନ ସିଂ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଥିଲେ। ସେତେବେଳେ ଆନ୍ନା ହଜାରେଙ୍କ ନେତୃତ୍ବରେ ଚାଲିଥିବା ଆନ୍ଦୋଳନ ପଛରେ ବିଜେପି ଓ ସଂଘ ପରିବାରର ପ୍ରଚ୍ଛନ୍ନ ସମର୍ଥନ ରହିଥିବା ସତ୍ତ୍ୱେ, ଆନ୍ଦୋଳନକାରୀଙ୍କ ସହିତ ସରକାର ନିରବଚ୍ଛିନ୍ନ ଆଲୋଚନା କରିଥିଲେ। ଜନ ଲୋକପାଳ ବିଲ ସମ୍ପର୍କରେ ଆଲୋଚନା କରିବା ପାଇଁ ସେତେବେଳେ ସରକାର ଓ ଆନ୍ଦୋଳନକାରୀଙ୍କର ଏକ ମିଳିତ କମିଟି ମଧ୍ୟ ଗଠିତ ହୋଇଥିଲା। ଆନ୍ନାଙ୍କ ପରେ ବାବା ରାମଦେବ ଯେତେବେଳେ ତାଙ୍କର ଅନଶନ ଆରମ୍ଭ କରିଥିଲେ ତାଙ୍କ ସହିତ ଆଲୋଚନା କରିବାକୁ କଂଗ୍ରେସ ସରକାର ତତ୍କାଳୀନ ବରିଷ୍ଠ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ମନ୍ତ୍ରୀ ମନ୍ତ୍ରୀଙ୍କୁ ପଠାଇଥିଲେ। ଗଣତନ୍ତ୍ରରେ ତାହା ହିଁ ଆବଶ୍ୟକତା।

ମୋଦୀ ସରକାରରେ ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ସବୁଠୁ ବେଶୀ ବ୍ୟାହତ ହୋଇଛି। କୌଣସି ସରକାର ବିରୋଧୀ ସ୍ଵର ଶୁଣିବାକୁ ମୋଦୀ ସରକାର ପ୍ରସ୍ତୁତ ନୁହନ୍ତି। ଅତ୍ୟଧିକ ଆତ୍ମ ବିଶ୍ଵାସ ଓ କ୍ଷମତାର ଅହଂକାର ଯୋଗୁଁ ହୁଏତ ପୂର୍ଣ୍ଣ ବହୁମତରେ ଥିବା ଏକ ସରକାର, ନିଜ ବିରୋଧୀଙ୍କୁ ଅଣଦେଖା କରିପାରେ, ଏହା କିନ୍ତୁ ଭବିଷ୍ୟତରେ ଗଣତନ୍ତ୍ର ଲାଗି ଭୟଙ୍କର ସାବ୍ୟସ୍ତ ହେବାର ସମ୍ଭାବନା ଅଧିକ। ବର୍ତ୍ତମାନ ସମୟରେ ଦେଶର ୬୦% ରାଜ୍ୟରେ ବିରୋଧୀ ଦଳର ସରକାର ରହିଛି। ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ପରଷ୍ପରର ପରିପୂରକ ହେବାକୁ ବାଧ୍ୟ। କେବଳ ଉତ୍ତର ପ୍ରଦେଶ ଓ ଗୁଜରାଟକୁ ବାଦ ଦେଲେ ଦେଶର ବାକି ସବୁ ବଡ ରାଜ୍ୟରେ ଆଜି ବିରୋଧୀ ଦଳର ଶାସନ ରହିଛି। ଦେଶର ପାଞ୍ଚଟି ମହାନଗରୀ ରୁ ଚାରୋଟିରେ ବିରୋଧୀ ଦଳର ପ୍ରାଧାନ୍ୟ ରହିଛି। ଏହା କେନ୍ଦ୍ର ସରକାରଙ୍କୁ ଅଧିକ ନମନୀୟ କରିବା ଉଚିତ ହୁଅନ୍ତା। ତେବେ ମୋଦୀ ସରକାର ଏକଥା ବୁଝିବାକୁ ନାରାଜ।

ମୋଦୀ ସରକାରର ପ୍ରଥମ ପାଳିରେ କେବଳ ଜମି ଅଧିଗ୍ରହଣ ସଂଶୋଧନ ଆଇନକୁ ନେଇ ଦେଶ ବ୍ୟାପୀ ଆନ୍ଦୋଳନ ହୋଇଥିଲା। ତେବେ ୨୦୧୯ ନିର୍ବାଚନ ପରେ ପରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ପରେ ପରେ ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧୀ ଭାବନା ତୀବ୍ର ହୋଇଛି। ଧାରା ୩୭୦ ପ୍ରସଙ୍ଗ କାଶ୍ମୀରରେ ସୀମିତ ରହିଥିବା ବେଳେ ନାଗରିକତା ସଂଶୋଧନ ଆଇନର ବିରୋଧ ତୀବ୍ର ହୋଇଛି। ବୋଧହୁଏ ମୋଦୀ ସରକାର ଏହି ଆନ୍ଦୋଳନ ଓ ବିରୋଧ ଏତେ ତୀବ୍ର ହେବ ବୋଲି ଚିନ୍ତା କରିନଥିଲେ। ଚିରାଚରିତ ଢଙ୍ଗରେ ଏହି ଆନ୍ଦୋଳନକୁ ଦେଶଦ୍ରୋହୀ ବା ବିରୋଧୀ ପ୍ରାୟୋଜିତ ଆନ୍ଦୋଳନ ବୋଲି କହି ବିଜେପି ଖସି ଯିବାକୁ ଚାହୁଁଥିଲା। ତେବେ ଏହି ବିରୋଧର ପରିଣତି ସ୍ଵରୂପ ଝାଡଖଣ୍ଡ ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଛି।

ଏକ ଗଣତାନ୍ତ୍ରିକ ସରକାର ଯେତେବେଳେ ବିରୋଧୀଙ୍କୁ ଦମନ କରି ଦବାଇ ଦେବା ବୋଲି ଭାବେ ସେଠାରେ ସେହି ସରକାର ର ପତନ ଆରମ୍ଭ ହୁଏ। ନାଗରିକତା ସଂଶୋଧନ ଆଇନ ସହିତ ଜାତୀୟ  ନାଗରିକ ପଞ୍ଜିକା ଓ ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ନେଇ ଏବେ ଦେଶସାରା ସନ୍ଦେହର ବାତାବରଣ ରହିଛି। ଏହାକୁ ଦୂର କରିବା ଲାଗି ଏକ ତରଫା ପ୍ରଚାର ଅପେକ୍ଷା ବିରୋଧୀଙ୍କ ସହ ଆଲୋଚନା ଅତ୍ୟନ୍ତ ଜରୁରୀ। ଶାହିନବାଗ ଆଜି ପୂରା ଦେଶରେ ସରକାର ବିରୋଧୀ ପ୍ରତିବାଦର ଏକ ନୂଆ ମେଟାଫର ପାଲଟି ଯାଇଛି। ଏହାକୁ ମୋଇ ସରକାର ଦମନ କରିବା ଅବସ୍ଥାରେ ମଧ୍ୟ ନାହାନ୍ତି। ଆଜି ମୋଦୀଙ୍କ ପାଖରେ ଏକମାତ୍ର ବାଟ ହେଉଛି, ଲୋକଙ୍କ ସହିତ ଆଲୋଚନା। ବିରୋଧୀ ଜନମତକୁ ଦମନ ମାଧ୍ୟମରେ ଦବାଇବା ସମ୍ଭବ ନୁହେଁ। ଗଣତନ୍ତ୍ରରେ ନିରନ୍ତର ଆଲୋଚନା କରିବାକୁ ସରକାର ବାଧ୍ୟ।

ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଯେତେ ଶୀଘ୍ର  ବୁଝିବେ, ସେତେ ଶୀଘ୍ର ଦେଶରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଫେରିବ।

amitshaha BJP Modi
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Latest News

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.