Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜନଗଣନା ପ୍ରକ୍ରିୟାରେ ଓଡ଼ିଶା ସ୍ବତନ୍ତ୍ର ଭାବରେ ଓବିସି ସର୍ଭେ କରିବ
ବିଶେଷ ଖବର

ଜନଗଣନା ପ୍ରକ୍ରିୟାରେ ଓଡ଼ିଶା ସ୍ବତନ୍ତ୍ର ଭାବରେ ଓବିସି ସର୍ଭେ କରିବ

February 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

 

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ଜନଗଣନାରେ ଓଡ଼ିଶା ସ୍ବତନ୍ତ୍ର ଭାବରେ ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗ ଲୋକଙ୍କ  ସାମାଜିକ ଓ ଶୈକ୍ଷିକ ସ୍ଥିତି ସମ୍ପର୍କରେ ସର୍ବେକ୍ଷଣ କରିବ। ଏହି ପ୍ରସ୍ତାବ ସୋମବାର ଦିନ ବିଧାନସଭାର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ  ମନ୍ତବ୍ୟ ଦେଇ କହିଛନ୍ତି ଯେ, ଏହା ହେଉଛି ଏକ ଐତିହାସିକ ପଦକ୍ଷେପ । ୧୯୩୮ ମସିହା ଠାରୁ ଓଡ଼ିଶାରେ ପଛୁଆ ବର୍ଗଙ୍କ ଜନଗଣନା ହୋଇନାହିଁ । ତେଣୁ ଏହି ୯୦ ବର୍ଷର ପୁରୁଣା ତଥ୍ୟକୁ ଭିତ୍ତି କରି ଯୋଜନା ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ବିଧାନସଭା ସର୍ବସମ୍ମତିକ୍ରମେ  ଏହି ସଂକଳ୍ପ ପାରିତ କରିବା ଫଳରେ ଭାରତ ସରକାରଙ୍କ ଜନଗଣନା ସହିତ ଆମ ରାଜ୍ୟ ସ୍ବତନ୍ତ୍ର ଭାବରେ ଓବିସି ସମ୍ପର୍କିତ ସର୍ଭେ କାର୍ଯ୍ୟକାରୀ କରିବ, ଯାହାକି ସେହି ବର୍ଗର ଲୋକମାନଙ୍କ ହିତ ସାଧନରେ ଯଥେଷ୍ଟ ସହାୟକ ହେବ।

ଗତକାଲି ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରିକା ଏହି ବିଲ୍‌ ଆଗତ କରି ତା’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ରାଜ୍ୟରେ ପଛୁଆ ବର୍ଗ ଜନସାଧାରଣଙ୍କ ସାମାଜିକ ଏବଂ ଶୈକ୍ଷିକ ସ୍ଥିତି ସମ୍ପର୍କରେ ସର୍ଭେ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ । ସଂକ୍ଷିପ୍ତ ଆଲୋଚନା ପରେ ବିଲ୍‌ ଓ ସଂକଳ୍ପ ଗୃହର ଅନୁମୋଦନ ଲାଭ କରିଥିଲା । ସଂକଳ୍ପଟି ସର୍ବସମ୍ମତିକ୍ରମେ ବିଧାନସଭାରେ ପାରିତ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ବିରୋଧୀ ଦଳର ସଭ୍ୟମାନେ ଏହି ବିଲ୍‌ ଓ ସଂକଳ୍ପକୁ ସମର୍ଥନ କରିଥିଲେ ସୁଦ୍ଧା ତରବରିଆ ଭାବରେ ତାହା ପାରିତ ହୋଇଥିବା ଘଟଣାକୁ ଘୋର ନାପସନ୍ଦ କରିଥିଲେ । ସେମାନେ ଜଣାଇଥିଲେ ଯେ, ଏଭଳି ଗମ୍ଭୀର ତଥା ସ୍ପର୍ଶକାତର ପ୍ରସଙ୍ଗ ଉପରେ ଗୃହରେ ଅଧିକ ସମୟ ପାଇଁ ବିତର୍କ ହେବାର ଜରୁରୀ ଆବଶ୍ୟକତା ଥିଲା । କିନ୍ତୁ ତରବରିଆ ଭାବେ ବିଲ୍‌ ଓ ସଂକଳ୍ପ ପାରିତ କରିବା ଫଳରେ ଅଧିକ ବିତର୍କ ସମ୍ଭାବନା ଧୂଳିସାତ୍‌ ହେଲା । ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପ୍ରଭୃତି ଏଥିନେଇ ଆଲୋଚନା କରିଥିଲେ । ଉଲ୍ଲେଖଯୋଗ୍ୟ, ୨୦୨୧ ଜନଗଣନା ପ୍ରକ୍ରିୟାରେ ଓବିସି ମାନଙ୍କୁ ଚିହ୍ନଟ କରିବା ଲାଗି ସ୍ବତନ୍ତ୍ର ସର୍ଭେ ନିମେନ୍ତ ଏହା ପୂର୍ବରୁ ରାଜ୍ୟସରକାର କେନ୍ଦ୍ର ନିକଟରେ ଦାବି କରିଥିଲେ । ମାତ୍ର ସେହି ଦାବିକୁ  କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବା ଯୋଗୁ ଓଡ଼ିଶା ସରକାର ବିଧାନସଭାରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।   

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.