ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ । ସମ୍ପୂର୍ଣ୍ଣ ଇ- ବଜେଟ୍କୁ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ଥର ବଜେଟ୍କୁ ପେପରଲେସ କରି ଆଇପ୍ୟାଡ୍ ମାଧ୍ୟମରେ ବଜେଟ୍ ଭାଷଣକୁ ପଢିଛନ୍ତି ଅର୍ଥମନ୍ତ୍ରୀ । ରାଜ୍ୟ ବଜେଟ୍ର ବ୍ୟୟ ଅଟକଳ 1 ଲକ୍ଷ 50 ହଜାର କୋଟି ଟଙ୍କା ରହିଛି । ପ୍ରଶାସନିକ ବ୍ୟୟ ପରିମାଣ 65 ହଜାର 655 କୋଟି , କାର୍ଯ୍ୟକ୍ରମ ବ୍ୟୟ ପରିମାଣ 74 ହଜାର କୋଟି ରହିଥିବାବେଳେ ରାଜ୍ୟ ବଜେଟ୍ର ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ 3 ହଜାର 2 ଶହ କୋଟି ରହିଥିବାବେଳେ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ 7 ହଜାର 145 କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ସେହିପରି କୃଷି ପାଇଁ 19.408 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
ବଜେଟ୍ ସଂକ୍ଷିପ୍ତ
- ପୁରୀର ବିକାଶ ପାଇଁ ଅବଢା ଯୋଜନାରେ 3208 କୋଟି ଟଙ୍କାର ଖର୍ଚ୍ଚର ଲକ୍ଷ୍ୟ ରହିଛି।
- ଏକାମ୍ର କ୍ଷେତ୍ର ବିକାଶ ପାଇଁ 150 କୋଟି ଟଙ୍କା ବ୍ୟୟବରାଦ ରହିଛି ।
- ସେହିପରି କଟକ, ଭିତରକନିକା ସମ୍ବଲପୁରୀ ପାଇଁ ମଧ୍ୟ ବ୍ୟୟ ବରାଦ କରାଯାଇଛି ।
- ସ୍ବାସ୍ଥ୍ୟ ସେବା ପାଇଁ 5 ବର୍ଷରେ ବଜେଟ୍ 7700 କୋଟିକୁ ବୃଦ୍ଧି
- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ 1108 କୋଟି ଟଙ୍କାର ବ୍ୟୟବରାଦ
- ସ୍ବାସ୍ଥ୍ୟ ଭିତ୍ତିଭୂମି, ଆମ୍ବୁଲାନ୍ସ ପାଇଁ 1652 କୋଟି ବ୍ୟୟ ବରାଦ
- କଟକ ଏସ୍ସିବି ବିକାଶ ପାଇଁ 2 ବର୍ଷର 1 ହଜାର କୋଟି ଖର୍ଚ୍ଚ କରାଯିବ ।
- ଆଉ 7ଟି ମେଡିକାଲ୍ କଲେଜର ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ କରାଯାଉଛି ।
- ମୋ ସ୍କୁଲ ଓ କଲେଜ ପାଇଁ ଯଥାକ୍ରମେ 40 ଓ 20 କୋଟିର ବ୍ୟୟ ବରାଦ ରହିଛି ।
- ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ 22, 631 କୋଟି ଟଙ୍କା
- ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ 4075 କୋଟିର ବ୍ୟୟ ବରାଦ ।
- ମମତା ଯୋଜନା ପାଇଁ 305 କୋଟି ଟଙ୍କାର ବ୍ୟବସ୍ଥା ରହିଛି ।
- ମିଶନ ଶକ୍ତି ଯୋଜନା ପାଇଁ 150 କୋଟି ଟଙ୍କାର ବ୍ୟୟବରାଦ ରହିଛି ।
- ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ପ୍ରାକ୍ ଶିଶୁମାନଙ୍କୁ ପୋଷାକ
- ମନରେଗା ପାଇଁ ମୋଟ୍ 1501 କୋଟି ଟଙ୍କାର ବ୍ୟୟ ବରାଦ ।
- ଜାତୀୟ ଜୀବିକା ମିଶନ ପାଇଁ 852 କୋଟି ଟଙ୍କାର ବ୍ୟୟ ବରାଦ ।
- ଏସ୍/ଏସ୍ଟି ବିକାଶ ପାଇଁ ମୋଟ 23,808 କୋଟିର ବ୍ୟୟ ବରାଦ ।
- ମଧୁବାବୁ ପେନ୍ସେନ୍ ଯୋଜନା ପାଇଁ 1818 କୋଟିର ବ୍ୟୟବରାଦ ।
- ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ 1038 କୋଟିର ବ୍ୟୟ ବରାଦ ।
- ସ୍ମାର୍ଟ ସିଟି ବିକାଶ ପାଇଁ 200 କୋଟିର ବ୍ୟୟ ବରାଦ ।
- ନୂତନ ସହରର ବିକାଶ ପାଇଁ 50 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
- ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ 6180 କୋଟିଟଙ୍କାର ବ୍ୟୟ ବରାଦ ।
- ଚଳିତ ଆର୍ଥିକ ବର୍ଷରେ 60% ଗ୍ରାମାଞ୍ଚଳକୁ ପାଇପ ପାଣି ଯୋଗାଣର ଲକ୍ଷ୍ୟ ରଖାଯାଇଛି ।
- ପାଇପ ପାଣି ଜଳ ଯୋଗାଣ ପାଇଁ ମୋଟ 8 ହଜାର କୋଟି ବ୍ୟୟ ବରାଦ ରଖାଯାଇଛି।
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ପାଇଁ 3962 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
- ବିପର୍ଯ୍ୟୟ ପରିଚାଳନା ପାଇଁ 3200 କୋଟିର ବ୍ୟୟ ବରାଦ ରହିଛି ।
- ରେଳ ଭିତ୍ତିଭୂମି ପାଇଁ 400 କୋଟି
- ଏୟାର ଷ୍ଟ୍ରିପ୍ ପାଇଁ 100 କୋଟି
- ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ 162 କୋଟି
- ଖଣି କ୍ଷେତ୍ର ପାଇଁ 182 କୋଟିର ବ୍ୟୟ ବରାଦ
- ପୀଡିତ କ୍ଷତିପୂରଣ ପାଇଁ 25 କୋଟିର ବ୍ୟୟ ବରାଦ ।
- ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ 401 କୋଟି ଟଙ୍କାର ବ୍ୟୟବରାଦ ରହିଛି ।
- କ୍ରୀଡ଼ା ଯୁବସେବା ପାଇଁ 301 କୋଟି ର ବ୍ୟୟ ବରାଦ ରହିଛି ।
- ଗ୍ରୀନ୍ ମହାନଦୀ ମିଶନ ପାଇଁ 31 କୋଟିର ବ୍ୟୟ ବରାଦ ରହିଛି ।
- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପାଇଁ 100 କୋଟିଟଙ୍କାର ବ୍ୟୟ ବରାଦ ରହିଛି ।
- ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ 5974 କୋଟିର ବ୍ୟୟ ବରାଦ ରହିଛି ।
- 2020 ମେକ୍ ଇନ୍ ଓଡ଼ିଶା ପାଇଁ 70 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
- OSRTCରେ ନୂଆ ବସ୍ କିଣିବା ପାଇଁ 50 କୋଟି, ବସ୍ଷ୍ଟାଣ୍ଡର ପୁନଃଉଦ୍ଧାର ଓ ନିର୍ମାଣ ପାଇଁ 77 କୋଟି ଟଙ୍କା
- ବିଜୁ ସେତୁ ଯୋଜନା ପାଇଁ 1000କୋଟି ଟଙ୍କା
- PMGSY ସଡ଼କ ରକ୍ଷଣାବେକ୍ଷଣ ପାଇଁ 303 କୋଟି ଟଙ୍କାର ବ୍ୟୟ ବରାଦ
- ରାଜ୍ୟ ରାଜପଥ ପାଇଁ 100 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
- କେନ୍ଦ୍ର ସଡ଼କ ପାଣ୍ଠି ପାଇଁ 431 କୋଟି ଟଙ୍କାର ବ୍ୟୟ ବରାଦ
- ସଡ଼କର ରକ୍ଷଣାବେକ୍ଷଣ ପାଇଁ 785 କୋଟି ଟଙ୍କାର ବ୍ୟୟ ବରାଦ
- ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ 81 କୋଟି ଟଙ୍କା ରହିଥିବାବେଳେ ବୃଦ୍ଧାଶ୍ରମ ପାଇଁ 189କୋଟି ଟଙ୍କା ବ୍ୟୟ ବରାଦ ।
- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ 80 କୋଟି ଟଙ୍କାର ବ୍ୟୟ ବରାଦ
Tags: