Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ବଜେଟ ୨୦୨୦-୨୦୨୧, ସରକାରୀ ଦିଶା ଓ ଚିନ୍ତା ବଦଳିବାର ସଙ୍କେତ
ବିଶେଷ ଖବର

ଓଡିଶା ବଜେଟ ୨୦୨୦-୨୦୨୧, ସରକାରୀ ଦିଶା ଓ ଚିନ୍ତା ବଦଳିବାର ସଙ୍କେତ

February 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବଜେଟ ସହିତ ଆମ ସାମାଜିକ ଜୀବନର କିଛି ନିର୍ଦ୍ଦିଷ୍ଟ ଭାଷା ରହିଛି, ଯାହାକି କେବେ ବି ବଦଳିବାର ସମ୍ଭାବନା ନାହିଁ। ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ କହିବେ, ଏହା ରାଜ୍ୟର ବିକାଶ ଲାଗି ଏକ ଐତିହାସିକ ବଜେଟ। ବିରୋଧିଦଳ କହିବେ- ଏହା ନୈରାଶ୍ୟଜନକ। ଅର୍ଥନୀତିଜ୍ଞମାନଙ୍କ ଭାଷାରେ-ସାପ ମାରିବା ନାହିଁ କି ବାଡି ଭାଙ୍ଗିବ ନାହିଁ। ସାଧାରଣ ଜନତା ବଜେଟର ଜଟିଳ ତତ୍ତ୍ଵ ବୁଝିବା ଅବସ୍ଥାରେ ନଥାଏ। ସେ ଦେଖେ- ତାକୁ ମିଳିବ କଣ। ଆମର ଚିନ୍ତା ସେଇ ସାଧାରଣ ଲୋକ ପାଇଁ। ଓଡିଶା ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯେଉଁ ବଜେଟ ଉପସ୍ଥାପନ କଲେ ସେଥିରେ ସାଧାରଣ ଓଡିଆ ଲୋକଟି ପାଇବ କଣ- ତାହା ହିଁ ପ୍ରଶ୍ନ।

ଏମିତି ଦେଖିଲେ ରାଜ୍ୟର ପ୍ରମୁଖ ଅର୍ଥନୈତିକ କ୍ଷେତ୍ର ବୋଲି କୁହା ଯାଉଥିବା କୃଷି ବିଭାଗରେ ଗତ ବର୍ଷ ତୁଳନାରେ ୧୩୦୬ କୋଟି ଟଙ୍କାର ବ୍ୟୟ ବରାଦ କାଟ କରାଯାଇଛି। ଏହା ଚିନ୍ତାର ବିଷୟ । ହେଲେ କୃଷି କ୍ଷେତ୍ରରେ ଯେଉଁ ସକାରାତ୍ମକ ପରିବର୍ତ୍ତନଟି ହୋଇଛି- ତାହେଲା, କୃଷକଙ୍କ ହାତକୁ ସିଧାସଳଖ ପଇସା ପହଞ୍ଚୁଛି। ଅର୍ଥନୀତିର ପରିବର୍ତ୍ତନରେ ଏହା ଏକ ବଡ ଭୂମିକା ନେବ। ଚାଷୀ ହାତରେ ଅର୍ଥ ରହିବାର ପରୋକ୍ଷ ପ୍ରଭାବରେ ଅର୍ଥନୀତିର ଏକ ସ୍ଥିର ବ୍ୟବସ୍ଥା ସଚଳ ହେବ। ଉତ୍ପାଦନ ଓ ବଜାରର ଅଭିବୃଦ୍ଧିରେ ଏହା ସହାୟକ ହେବ। “କାଳିଆ” ଭଳି ଯୋଜନା ସେଥିପାଇଁ ଏକ ବଡ ପରିବର୍ତ୍ତନର ସଙ୍କେତ ବୋଲି ଆମେ କହିପାରିବା। ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ ଯଦିଓ ଏକ ନିର୍ବାଚନୀ ଷ୍ଟଣ୍ଟ ବୋଲି କୁହା ଯାଉଥିଲା, ସମୟକ୍ରମେ ଏହା ଏକ ସକାରାତ୍ମକ ପରିବର୍ତ୍ତନର ବାହନ ସାବ୍ୟସ୍ତ ହେବ। ଆଗରୁ ଏହି ଯୋଜନାର ଭବିଷ୍ୟତ ବିଷୟରେ ଅନେକ ସନ୍ଦେହ ଆସୁଥିଲା। ତେବେ ଚଳିତ ବଜେଟରେ ଏଥିଲାଗି ୩୧୯୫ କୋଟି ଟଙ୍କା ଅଟକଳ କରାଯାଇଛି। ପୂର୍ବରୁ ଚାଷୀଙ୍କ ଖାତାକୁ ୫୧୧୫ କୋଟି ଟଙ୍କା ଯାଇ ସାରିଛି। ଗ୍ରାମୀଣ ଅର୍ଥନୀତିରେ ସିଧାସଳଖ ଏତେ ପରିମାଣର ଅର୍ଥ ପହଞ୍ଚାଇବା ଏକ ବଡ ସଫଳତା ନିଶ୍ଚୟ।

ଚଳିତ ବର୍ଷ ବଜେଟର ଗୋଟେ ବଡ ଦିଗ ହେଉଛି, ଜାତୀୟ ଅର୍ଥନୀତିର ମାନ୍ଦାବସ୍ଥା ସହିତ ରାଜ୍ୟର ଅର୍ଥନୀତି ଚାଲିବ କେମିତି। ସ୍ଵାଭାବିକ ଭାବରେ ଜାତୀୟ ମାନ୍ଦାବସ୍ଥାର ପ୍ରଭାବ ରାଜ୍ୟ ଉପରେ ମଧ୍ୟ ପଡିବ। ତେଣୁ ଅଭିବୃଦ୍ଧି କମିବ। ଗତ ବର୍ଷ ରାଜ୍ୟର ଅଭିବୃଦ୍ଧି ହାର ୭.୯୦ ରହିଥିବା ବେଳେ ଚଳିତ ବର୍ଷ ଏହା ୬.୧୬ ରହିବ। ଏହା ନିଶ୍ଚିତ ଭାବରେ ଚିନ୍ତାର କାରଣ। ଗତ ପାଞ୍ଚ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ଗୋଟେ ବିଚିତ୍ର ତରଙ୍ଗ ଭଳି ଲାଗୁଛି। ୨୦୧୫-୧୬ ରେ ଅଭିବୃଦ୍ଧି ହାର ୮% ରହିଥିବା ବେଳେ, ତା ପର ବର୍ଷ ଏହା ରେକର୍ଡ ତପିଥିଲା। ୨୦୧୬-୧୭ରେ ଅଭିବୃଦ୍ଧି ୧୫.୬% ରେ ପହଞ୍ଚିଥିଲା। ଯେ କୌଣସି ରାଜ୍ୟର ଅର୍ଥନୀତି ପାଇଁ ଏହା ଏକ ବିସ୍ମୟଜନକ ଅଙ୍କ। ତେବେ ଠିକ ବର୍ଷେ ପରେ ଅଭିବୃଦ୍ଧି ତାର ଅଧା ଅର୍ଥାତ ୬.୩% କୁ ଖସିଆସିଲା। ଅଭିବୃଦ୍ଧିର ଏହି ଉଠାପକା ସ୍ଥିତିକୁ ବଦଳାଇବା ଓ ଏକ ପ୍ରକାର ସର୍ବନିମ୍ନ ସ୍ଥିରତା ଆଣିବା ରାଜ୍ୟ ସରକାରଙ୍କର ପ୍ରାଥମିକ ଦାୟିତ୍ଵ ହେବା ଉଚିତ।

ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ଆଦିବାସୀ କଲ୍ୟାଣ, ସଡକ ପରିବହନ, ଭିତ୍ତି ଭୂମିର ନିର୍ମାଣ ଇତ୍ୟାଦି କ୍ଷେତ୍ରରେ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି। ରାଜ୍ୟର ମୋଟ ବଜେଟ ପରିମାଣ ଦେଢ ଲକ୍ଷ କୋଟି ଟଙ୍କା ଟପିଥିଲେ ମଧ୍ୟ ମୌଳିକ ସେବା କ୍ଷେତ୍ରରେ ଆମର ବ୍ୟୟ ଆଶାନୁରୂପ ହୋଇନାହିଁ। ସ୍ୱାସ୍ଥ୍ୟ ଓ ଶିକ୍ଷା ବଜେଟରେ ଯାହା ରହିଛି, ତାଠୁ ଆମର ଆବଶ୍ୟକତା ଢେର ଅଧିକ। ପର୍ୟଟନ କ୍ଷେତ୍ରରେ ଅର୍ଥକୁ ଦୁଇଗୁଣ ବାଧା ଯାଇଛି। ହେଲେ ଓଡିଶାର ଅର୍ଥନୀତିରେ ପର୍ଯଟନର ବିଶେଷ ଭୂମିକା ରହିଥିବାରୁ, ଆମେ ଏମିତି ଏକ ବଜେଟର ଆଶା ରଖୁଛୁ, ଯେଉଁଠି ଅତି କମରେ ପର୍ୟଟନ ଲାଗି ୧୦୦୦ କୋଟି ଟଙ୍କା ଦେବାକୁ ଅର୍ଥମନ୍ତ୍ରୀ ସାହସ ଯୋଗାଡ କରି ପାରିବେ।

ଚଳିତ ବଜେଟରେ ଯଦିଓ ରାଜ୍ୟର ଅର୍ଥନୀତିକୁ ବଦଳାଇ ଦେଇପାରିବା ଭଳି ଏକ କ୍ରାନ୍ତ୍ରିକାରୀ ଆଭିମୁଖ୍ୟ ନାହିଁ, ତଥାପି ସରକାରୀ ଚିନ୍ତନରେ ପରିବର୍ତ୍ତନର ଆଭାସ ମିଳୁଛି। ପାରମ୍ପରିକ ବଜେଟ ପ୍ରସ୍ତୁତିର ଶଗଡଗୁଳାରୁ ବାହାରି ନୂଆ ଚିନ୍ତା ଓ ନୂଆ ଦିଶା ଆଡକୁ ଅଗ୍ରସର ହେବାର ସଙ୍କେତ ଏହି ବଜେଟରେ ରହିଛି।

OdishaBudget2020
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.