Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାନକିଣା ଅବ୍ୟବସ୍ଥା ଦୂର ପାଇଁ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ
ଆଜିର ଖବର

ଧାନକିଣା ଅବ୍ୟବସ୍ଥା ଦୂର ପାଇଁ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

February 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ଧାନକିଣା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଜିଲ୍ଲାଓ୍ବାରୀ ବିଧାୟକମାନଙ୍କ ସହିତ ଆଲୋଚନା କରିବେ ଏବଂ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଗୃହକୁ ଜଣାଇବେ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ବିଧାନସଭାରେ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମ ଓଡ଼ିଶାର ବିଭିନ୍ନ ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ଧାନ ବହୁଦିନ ଧରି ପଡି ରହିଥିବା ନେଇ ଆଜି ବିଧାନସଭାରେ ଉଭୟ ପକ୍ଷର ସଭ୍ୟ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ଶୂନ୍ୟକାଳରେ ସଭ୍ୟମାନେ ଏଥିରେ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ । ସେମାନେ ଦର୍ଶାଇଥିଲେ ଯେ, ଅବିଚାରିତ ଭାବେ ଟୋକନ୍‌ ବ୍ୟବସ୍ଥା ଲଦି ଦିଆଯିବା ଫଳରେ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି । କିଛି ଚାଷୀ ଟୋକନ୍‌ ପାଇଥିବାବେଳେ ସେମାନେ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ଏବଂ ଅନ୍ୟ କେତେକ ଚାଷୀ ଟୋକନ୍‌ ନାମରେ ଧାନ ବିକିବାକୁ ହଟ୍ଟହଟ୍ଟା ହେଉଛନ୍ତି । କର୍ମଚାରୀମାନଙ୍କ ଅସହଯୋଗ କାରଣରୁ ମଣ୍ଡିରେ ବିପୁଳ ପରିମାଣର ଧାନ ବହୁ ଦିନ ଧରି ପଡିରହିଛି । ଖରା ବର୍ଷା ଖାଇ ସେହି ଧାନଗୁଡିକ ରଙ୍ଗହୀନ ଓ ଗଜା ହୋଇଗଲାଣି । ଅନ୍ୟପକ୍ଷରେ ଯେଉଁ ଚାଷୀମାନେ ସେମାନଙ୍କ ଧାନ ଟୋକନ୍‌ ଅଭାବରୁ ମଣ୍ଡିକୁ ନେଇ ନାହାଁନ୍ତି, ତାହା ସେମାନଙ୍କ ଘରେ ପଡିରହିଛି । କେବଳ ସେତିକି ନୁହେଁ, ରାଜସ୍ବ ଗ୍ରାମ ଘୋଷିତ ହୋଇନଥିବା ଅଞ୍ଚଳର ଚାଷୀମାନଙ୍କ ଧାନ ମଧ୍ୟ ସରକାର କିଣୁନାହାଁନ୍ତି । ସଭ୍ୟମାନଙ୍କର ଅଭିଯୋଗର ଲମ୍ବା ଫର୍ଦ୍ଦ ବଢି ଚାଲିବା ଯୋଗୁଁ ବାଚସ୍ପତି ବିଭାଗୀୟ ମନ୍ତ୍ରୀଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ, ଭୂପିନ୍ଦର ସିଂହ, କିଶୋର ମହାନ୍ତି, ଜୟନାରାୟଣ ମିଶ୍ର, କିଶୋର ଚନ୍ଦ୍ର ନାୟକ, କୁସୁମ ଟେଟେ ପ୍ରମୁଖ ଶୂନ୍ୟକାଳରେ ଏଥି ନେଇ ଭିନ୍ନ ଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆର୍ଥିକ ବର୍ଷ ୨୦୨୬ରେ ୭.୩% ଗତିରେ ବଢିବ ଭାରତ: ମୁଡିଜ୍ ର ଆକଳନ

January 19, 2026

ପଶ୍ଚିମବଙ୍ଗରେ SIR ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ପାରଦର୍ଶିତା ଉପରେ ଗୁରୁତ୍ୱ

January 19, 2026

ଟି-୨୦ ବିଶ୍ୱକପ୍ ସ୍ଥାନ ପରିବର୍ତ୍ତନ ମାମଲାରେ ବାଂଲାଦେଶକୁ ଝଟକା: ବିସିବିକୁ ଚେତାବନୀ ଦେଲା ଆଇସିସି

January 19, 2026

ବିକଶିତ ଭାରତ ଜୀ ରାମ ଜୀକୁ ନେଇ କଂଗ୍ରେସ ମିଛ ପ୍ରଚାର କରୁଛି: କେନ୍ଦ୍ର କୃଷି ମନ୍ତ୍ରୀ

January 19, 2026
Latest News

ଆର୍ଥିକ ବର୍ଷ ୨୦୨୬ରେ ୭.୩% ଗତିରେ ବଢିବ ଭାରତ: ମୁଡିଜ୍ ର ଆକଳନ

January 19, 2026

ପଶ୍ଚିମବଙ୍ଗରେ SIR ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ପାରଦର୍ଶିତା ଉପରେ ଗୁରୁତ୍ୱ

January 19, 2026

ଟି-୨୦ ବିଶ୍ୱକପ୍ ସ୍ଥାନ ପରିବର୍ତ୍ତନ ମାମଲାରେ ବାଂଲାଦେଶକୁ ଝଟକା: ବିସିବିକୁ ଚେତାବନୀ ଦେଲା ଆଇସିସି

January 19, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ ଯାପିତ 

January 19, 2026

ବିକଶିତ ଭାରତ ଜୀ ରାମ ଜୀକୁ ନେଇ କଂଗ୍ରେସ ମିଛ ପ୍ରଚାର କରୁଛି: କେନ୍ଦ୍ର କୃଷି ମନ୍ତ୍ରୀ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.