Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅମିତ ଶାହାଙ୍କ ସିଏଏ ସପକ୍ଷବାଦୀ ରାଲି, ଦେଶକୁ ବିଭ୍ରାନ୍ତ କରିବାର ଏକ ସହଜ ସୂତ୍ର
ବିଶେଷ ଖବର

ଅମିତ ଶାହାଙ୍କ ସିଏଏ ସପକ୍ଷବାଦୀ ରାଲି, ଦେଶକୁ ବିଭ୍ରାନ୍ତ କରିବାର ଏକ ସହଜ ସୂତ୍ର

February 28, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଜ୍ୟୋତି ନନ୍ଦ

ଗୋଟିଏ ସରଳ ଓ ସଂକ୍ଷିପ୍ତ ପ୍ରଶ୍ନ

ପ୍ରଶ୍ନଟି ଅତି ସରଳ ଓ ସାଧାରଣ।

ସିଏଏ ବା ନାଗରିକତା ସଂଶୋଧନ ଆଇନର ସପକ୍ଷରେ କୌଣସି ଜନସମର୍ଥନ ରାଲି କରିବାର ଆବଶ୍ୟକତା ଅଛି କି?

କହିବା କଥା ହେଉଛି ଆମର ନିର୍ବାଚିତ ଓ ଲୋକପ୍ରିୟ ସରକାର ଆମର ଶାସନ ବ୍ୟବସ୍ଥାର ବିଧେୟକ-ପ୍ରଣୟନ ଓ ଏହାର କାର୍ଯ୍ୟାନ୍ୱୟନ କରିବାର ଅଂଗ ହିସାବରେ ସାଧାରଣତଃ ଜନହିତରେ ସମସ୍ତ ବିଧେୟକ ପ୍ରଣୟନ କରିଥାନ୍ତି ଏବଂ ଏହି ବିଧେୟକମାନ ବିସ୍ତୃତ ଚର୍ଚ୍ଚା ପରେ ଆମର ନିର୍ବାଚିତ ପ୍ରତିନିଧି ମାନଙ୍କର ବହୁଳ ସମର୍ଥନରେ ସଂସଦରେ ପାରିତ ହୋଇ ବିଧେୟକ ହେବାର ଅନୁମୋଦନ ପ୍ରାପ୍ତ ହୋଇଥାଏ। ବିଧେୟକ ହେଲା ପରେ ସେହି ସମସ୍ତ ବିଧେୟକକୁ କାର୍ଯ୍ୟନିର୍ବାହୀ ବା ଏକଜିକ୍ୟୁଟିଭ୍ ହିସାବରେ ଆମର ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ।ସେହି ସାମ୍ବିଧାନିକ ପରିଧିରେ ଆମର ସମସ୍ତ ବିଧେୟକ ପ୍ରଣୟନ ହୋଇ କାର୍ଯ୍ୟକ୍ଷମ ହୋଇଥାଏ।ଅବଶ୍ୟ ଯେଉଁ ବିଧେୟକ ଦ୍ୱାରା ସଂସଦ ବାହାରେ ବୃହତ୍ତର ଜନସାଧାରଣ ଯଦି ଅନୁଭବ କରନ୍ତି ଯେ ସଂସଦରେ ପ୍ରଣୟନ ହୋଇଥିବା ବିଧେୟକଟି ପ୍ରବର୍ତ୍ତନ ହେବା ଫଳରେ ସେମାନଙ୍କର ମୌଳିକ ଅଧିକାର କୌଣସି ପ୍ରକାରେ କ୍ଷୁର୍ଣ୍ଣ ହେବାର ସଂଭାବନା ରହିଛି ଅବା ସଂପୃକ୍ତ ବିଧେୟକ ଟି ସଂଖ୍ୟାବଳଦ୍ୱାରା ପାରିତ ହୋଇଥିଲେ ହେଁ ତାହା ସଂବିଧାନର ମର୍ଯ୍ୟଦାକୁ ଉଲ୍ଲଂଘନ କରୁଛି ତେବେ ସେମାନେ ଶାସନ ତନ୍ତ୍ରର ବିଧେୟକ-ତର୍ଜମାକାରୀ ଅଂଗ ବା ବିଚାରାଳୟର ଶରଣାପନ୍ନ ହୋଇପାରନ୍ତି।ବିଚାରାଳୟ ର ବିଚାର ଏଠାରେ ସର୍ବମାନ୍ୟ ହୋଇଥାଏ।ଏତଦବ୍ୟତୀତ କୌଣସି ବିଧେୟକ ଯଦି କୌଣସି ବର୍ଗ ବିଶେଷର ବା ଜନଗଣଙ୍କର ଆଶାନୁରୂପ ହୋଇନଥାଏ ବା ଯଦି ଏହା ଦ୍ୱାରା ସେମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରୁଥାନ୍ତି ତେବେ ସେମାନେ ସାର୍ବଜନୀନ କ୍ଷେତ୍ରରେ ବିଭିନ୍ନ ପ୍ରତିବାଦମାନ ସଭା ଆକାରରେ ଧାରଣା ଆକାରରେ କରିଥାନ୍ତି। ଆଉ ବାହାରର ପ୍ରତିବାଦ ବା ଧାରଣା ଦେବାର ଲୋକମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ତାହା ଫଳରେ ସରକାର ଯେଉଁ ବିଧେୟକକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସେଥିରେ ଆବଶ୍ୟକୀୟ ସଂଶୋଧନ କରିପାରିବେ ଯାହା ଜନମଂଗଳକାରୀ ହେବ।

ସବୁ ବିଧେୟକ ଆମର ସଂବିଧାନ ଭଳି ଦେଖିବାକୁ ଗଲେ ଅପରିବର୍ତ୍ତନୀୟ ନୁହଁନ୍ତି।ଅବଶ୍ୟ ଏଥିରେ ସଂବିଧାନର ମୂଳ ସ୍ୱରଟି ଅକ୍ଷୁର୍ଣ୍ଣ ରଖିବାକୁ ହୁଏ। କହିବାକୁ ଗଲେ ଲୋକଦୃଷ୍ଟିଜନୀତ ଆବଶ୍ୟକତା ଏବଂ ତତ୍ ସଂଲଗ୍ନ ଆବଶ୍ୟକୀୟ ସଂଶୋଧନ ସମସ୍ତ ବିଧେୟକ ସହିତ ଅଂଙ୍ଗାଙ୍ଗୀ ଭାବରେ ଜଡିତ ହୋଇ ପ୍ରଥମରୁ ରହିଆସିଥାଏ।

ଅନ୍ୟ ପକ୍ଷରେ ସମସ୍ତ ବିଧେୟକ ଜନହିତରେ ପ୍ରସ୍ତୁତ କରାଯାଇଥାଏ ବୋଲି ଏକ ପ୍ରାକ୍-ଚିନ୍ତନ ଆମର ସମଗ୍ର ଜନମଂଗଳକାରୀ ଶାସନ ବ୍ୟବସ୍ଥାର ଭିତ୍ତି।ଏହା ଆମର ପ୍ରଚଳିତ ବିଶ୍ୱାସ।

ଏଇ ଦୁଇଟି ବିନ୍ଦୁକୁ ଚର୍ଚ୍ଚା କଲେ ଦେଖିବା ଯେ ସରକାର ଯେଉଁ ବିଧେୟକ ପ୍ରଣୟନ କରନ୍ତି ସେଥିରେ ଜନହିତର ସ୍ୱାଭାବିକତା ଥାଏ ଆଉ ଯଦି ସେହି ବିଧେୟକ କୁ ନେଇ କାହାର କିଛି ଅସଂତୋଷ ରହେ ତେବେ ତାହା ସ୍ୱାଭାବିକ ପ୍ରତିବାଦ ର ଅସନ୍ତୋଷ।ତେଣୁ ଗୋଟିଏ ବିଧେୟକ ର ପୃଷ୍ଠଭୂମି ରେ ଆମକୁ ଦୁଇଟି ସ୍ୱାଭାବିକତା ର ସାମ୍ନା କରିବାକୁ ପଡିଥାଏ,ଗୋଟିଏ ରାଷ୍ଟ୍ରର ସ୍ୱାଭାବିକ ଜନହିତ ଓ ଆରଟି ହେଉଛି ଜନତାର ସ୍ୱାଭାବିକ ଜନଅଂସନ୍ତୋଷ।ଏବଂ ଏଇ ଦୁଇଟିଯାକ ସ୍ୱାଭାବିକତା ଭିତରେ ବିଚାରଗତ ଭାବରେ କୌଣସି ସଂହିସକ ସଂଘର୍ଷ ନାହିଁ। ଜନ ପ୍ରତିବାଦର ମୂଳ ଆଧାର ହେଉଛି ରାଷ୍ଟ୍ରରେ ସମତା ଓ ଜନମଂଗଳ ଯଦି କେଉଁଠି ଲାଇନଚ୍ୟୁତ ହେବାର ପ୍ରତୀୟମାନ ହେଉଛି ତେବେ ତାହାକୁ ଲାଇନ୍ ଉପରକୁ ଆଣିବାର ଏକ ସଫଳ ପ୍ରକ୍ରିୟା।ଏହା ସଂଘର୍ଷ ନୁହଁ ,ସଂଶୋଧନବାଦ ଉପରେ ପ୍ରତିଷ୍ଠିତ ବୋଲି ଉପସ୍ଥିତ ଲେଖକର ବିଚାର।

ରାଷ୍ଟ୍ରକୁ ଆମ ତରଫରୁ ପରିଚାଳନା କରୁଥିବା ବ୍ୟକ୍ତିଟି ଯଦି ନିଜକୁ ରାଷ୍ଟ୍ର ଭାବେ,ଅଂହଙ୍କାରୀ ହୋଇଯାଏ ଆଉ ସେ ଯାହା ଯାହା କରୁଛି ତାହା ଯେ ସବୁବେଳେ ତ୍ରୁଟି ଶୂନ୍ୟ ଏହିଭଳି ଏକ ଔଚିତ୍ୟବୋଧ ରେ ସେ ଯଦି କାମ କରୁଥାଏ ତେବେ ସେ ନିଜର କ୍ଷମତାକୁ ରାଷ୍ଟ୍ରର କ୍ଷମତା ହିସାବରେ କେବଳ ସଂତ୍ରାସ ଓ ଦମନ ରୂପରେ ଜନତା ଉପରେ ପ୍ରୟୋଗ କରିଥାଏ ଯାହା ଫଳରେ ତାହାର ଅହଂକାରର ମୁକୁଟଟି ଦାଉଦାଉ କରିପାରିବ ଢେର ଦିନ।

ରାଷ୍ଟ୍ରର ଆତ୍ମପକ୍ଷ ସମର୍ଥନ ର ଆବଶ୍ୟକତା କାହିଁକି ? ଜନହିତର ସ୍ୱାଭାବିକ କାର୍ଯ୍ୟନିର୍ବାହୀ ରାଷ୍ଟ୍ର କାହିଁକି ନିଜର ଆତ୍ମପକ୍ଷ ସମର୍ଥନ ପାଇଁ ଦେଶ ସାରା ନିଜର ସମସ୍ତ ପ୍ରଚାରତନ୍ତ୍ରକୁ ନିୟୋଜିତ କରି ତାହାକୁ କହିବାକୁ ହେଉଛି ଯେ ଆମେ ଜନହିତରେ ଅଛୁ ? ଦେଶ ସାରା ?ଆଜି ଉପସ୍ଥିତ ଲେଖକ ଯେଉଁ ସହରରେ ରହେ ସେଠାରେ ବିପୁଳ ପୋଷ୍ଟର ଆଉ ଭାରତ ର ମହାମହିମ ଗୃହମନ୍ତ୍ରୀଙ୍କ ସୁଦୃଶ୍ୟ ଏକକ କଟ୍ ଆଉଟ୍।ଦଳୀୟ ଚିହ୍ନ।ରାଜନୈତିକ ସଭାକୁ ଯେମିତି ଭାବରେ ପ୍ରାୟୋଜିତ କରାଯାଏ ସେ ସମସ୍ତ ସ୍ପଷ୍ଟ ଦେଖାଯାଉଛି।ଏସବୁରେ କେବଳ ଗୋଟିଏ କଥା ଲେଖାଯାଇଛି,ସିଏଏ ର ସମର୍ଥନରେ ବିଶାଳ ରାଲି।ରାଷ୍ଟ୍ର ନିଜର ଜନମଂଗଳକାରୀ କାର୍ଯ୍ୟକୁ ଜନତାକୁ ବୁଝାଇବା ପାଇଁ ସରକାର ବିଜ୍ଞାପନ ଦେଇଥାନ୍ତି।ଏଇ ଭଳି ବିଜ୍ଞାପନ ଦେବାର ଅର୍ଥ ହେଉଛି ବିଧେୟକକୁ ବୁଝିବାରେ ଯଦି କୌଣସି ଅସୁବିଧା ହେଉଛି ତେବେ ସେକଥାକୁ ଦୂର କରିବା।ମାତ୍ର ଆଜି ନାଗରିକ ସଂଶୋଧନ ବିଧେୟକ ର ସମର୍ଥନରେ ଏକ ବିଶାଳ ରାଲି ହେବ ସେଇ କଥା କେବଳ ଏଇ ବିଜ୍ଞାପନରେ ରହିଛି।କୌଣସି ଗୋଟିଏ ସ୍ଥାନରେ ଗୋଟିଏ ବୋଲି ପୋଷ୍ଟର ନାହିଁ ଯାହା ଆମକୁ ବୁଝାଇଦେବ ଯେ,ବିଧେୟକକୁ ନେଇ ଲୋକଙ୍କ ପ୍ରଶ୍ନ ଏହିଭଳି ରହିଥିଲା ଆଉ ପ୍ରକୃତରେ ଆମ ବିଧେୟକ ରେ ଏମିତି ଏହିକଥା ରହିଛି। ମାତ୍ର ଏଠାରେ କେବଳ ରାଷ୍ଟ୍ରକୁ ଜନତାର ବିପକ୍ଷରେ ଉପସ୍ଥାପନ କରିବାର ପ୍ରୟାସ ସ୍ପଷ୍ଟ।

ରାଷ୍ଟ୍ର ଆଉ ଜନତା ଭିତରେ ପକ୍ଷ-ପ୍ରତିପକ୍ଷ ନିର୍ମାଣ କାର୍ଯ୍ୟଟିର ପଛରେ ଯେଉଁମାନେ ଅଛନ୍ତି ଆପଣମାନେ ସେମାନଙ୍କୁ ଜାଣନ୍ତି। ଦେଶ ସାରା ବୁଲି ବୁଲି ଏକ ଅକଳ୍ପନୀୟ ଜନସମର୍ଥନରେ ନିର୍ବାଚିତ ସରକାରକୁ ଯେତେବେଳେ କହିବାକୁ ପଡୁଛି ଯେ ସେମାନଙ୍କର ବିଧେୟକ ଟି ଜନହିତରେ ଆଉ ଏଥିରେ ଆବିଳତାର ସାମାନ୍ୟ ଚିହ୍ନବର୍ଣ୍ଣ ନାହିଁ ଆଉ ଅନ୍ୟ ପକ୍ଷରେ ତଥାପି ଜନ ଅସନ୍ତୋଷ ବଢିବାରେ ଲାଗିଛି,ସେତେବେଳେ ଆମକୁ ମାନି ନେବାକୁ ପଡିବ ଯେ ସରକାରଙ୍କ ବିଧେୟକ ରେ କିଛି ତ୍ରୁଟି ରହିଛି।ସରକାର କୌଣସି ଗୁପ୍ତ ଏଜେଣ୍ଡାରେ କାମ କରିବାକୁ ଯାଉଛନ୍ତି ବୋଲି ଜନତାର ଆଶଙ୍କା ହେଉଛି।

ରାଷ୍ଟ୍ର ବିଜ୍ଞାପନ ଦିଏ ମାତ୍ର ରାଷ୍ଟ୍ର ଆତ୍ମପକ୍ଷର ସମର୍ଥନରେ ରାଲି କରିବା ହେଉଛି ରାଷ୍ଟ୍ରକୁ ଗୋଟିଏ ରାଜନୈତିକ ଦଳରେ ରୂପାନ୍ତର କରିଦେବା ସହ ସମାନ।ରାଷ୍ଟ୍ରଟି ରାଜନୈତିକ ଦଳରେ ପରିଣତ ହେବାର ପ୍ରକ୍ରିୟାଟି ଏଇ କିଛି ବର୍ଷ ହେଲା ପରିଷ୍କାର,ଯଦିଓ ରାଷ୍ଟ୍ର ଆଉ ଶାସକ ରାଜନୈତିକ ଦଳ ଭିତରେ ସଂଭ୍ରମତାମୂଳକ ବ୍ୟବଧାନ ରହିବା ଆବଶ୍ୟକ। ଏଠାରେ ନାଗରିକ ସଂଶୋଧନ ବିଧେୟକ ର ସମର୍ଥନରେ ରାଲି ହେଲା ବେଳେ
ଭାରତ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ବଦଳି ଯାଉଛି।ଯାହା କୌଣସି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହଁ।

ଉପସଂହାରରେ ତେଣୁ କହିବାକୁ ଚାହିଁବି,କୌଣସି ବିଧେୟକକୁ ନେଇ ଜନତାର ଅସନ୍ତୋଷ ସ୍ୱାଭାବିକ ପ୍ରକ୍ରିୟା ଆଉ ଏହି ଅସଂତୋଷ ବା ପ୍ରତିବାଦ ସଂପୃକ୍ତ ବିଧେୟକ ସହିତ ରହିଥିବା ଆଶଙ୍କା ଓ ବିରୋଧାଭାଷକୁ ଦୂର କରିବାରେ ସହାୟକ ହେବ।ମାତ୍ର ଜନହିତର ସ୍ୱାଭାବିକତା ରୁ ସୃଷ୍ଟ ରାଷ୍ଟ୍ର ଯେତେବେଳେ ଆପେ ଜନହିତରେ କାର୍ଯ୍ୟ କରୁଛି ବୋଲି ଜନ ସମର୍ଥନ ଟି ଲୋଡିବାକୁ ବସେ ସେତେବେଳେ ମନେ ରଖିବାକୁ ହେବ ଯେ ରାଷ୍ଟ୍ର ଟି କେଉଁଠି ନାଁ କେଉଁଠି ଦୁର୍ବଳ ହୋଇଯାଇଛି ଏବଂ ଏହି ଭଳି ରାଷ୍ଟ୍ରର ନିଜ ପାଇଁ ଜନ ସମର୍ଥନ ଲୋଡିବା ହେଉଛି ବିଡମ୍ବନାର କଥା।

Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ବିଧାନସଭା ନିର୍ବାଚନ: ବିଜେପି ଏବଂ ନୀତିଶ କୁମାରଙ୍କ ଚିନ୍ତା ବଢାଇଲା ଏହି ସର୍ଭେ

October 1, 2025

ଓଡିଆ ଚଳଚ୍ଚିତ୍ରରେ ଭିନ୍ନ କିଛି କରିବା ପାଇଁ ମୁଁ କଳିଙ୍ଗ ଟିଭିରୁ ଇସ୍ତଫା ଦେଲି: ନିର୍ଦ୍ଦେଶକ ହିମାଂଶୁ ଖଟୁଆ

October 1, 2025

ବିହାର ନିର୍ବାଚନ ଘୋଷଣା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି: ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ

October 1, 2025

ଆଜିଠାରୁ ପରିବର୍ତ୍ତନ ହେବ ଅନେକ ପ୍ରମୁଖ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ?

October 1, 2025
Latest News

ବିହାର ବିଧାନସଭା ନିର୍ବାଚନ: ବିଜେପି ଏବଂ ନୀତିଶ କୁମାରଙ୍କ ଚିନ୍ତା ବଢାଇଲା ଏହି ସର୍ଭେ

October 1, 2025

ବିଶ୍ୱକପ୍ ଜିତିବା ପରେ ପାକିସ୍ତାନ ଦଳକୁ ଧୋକ୍କା ଦେଇଥିଲା ସରକାର: ସଇଦ ଅଜମଲଙ୍କ ବଡ଼ ଖୁଲାସା

October 1, 2025

ଓଡିଆ ଚଳଚ୍ଚିତ୍ରରେ ଭିନ୍ନ କିଛି କରିବା ପାଇଁ ମୁଁ କଳିଙ୍ଗ ଟିଭିରୁ ଇସ୍ତଫା ଦେଲି: ନିର୍ଦ୍ଦେଶକ ହିମାଂଶୁ ଖଟୁଆ

October 1, 2025

ନିଖୋଜ ନାବାଳକର ମୃତଦେହ ଉଦ୍ଧାର

October 1, 2025

ଅକ୍ଟୋବର ୨ ରୁ ୩୧ ପର୍ଯ୍ୟନ୍ତ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ ୫.୦

October 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.