Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଡିଏ ବର୍ଷର ନବୀନ ପଟ୍ଟନାୟକ ସରକାର, ଆଗରେ ପଡିଛି ପଥ ବହୁ ଦୂର!! 
ବିଶେଷ ଖବର

କୋଡିଏ ବର୍ଷର ନବୀନ ପଟ୍ଟନାୟକ ସରକାର, ଆଗରେ ପଡିଛି ପଥ ବହୁ ଦୂର!! 

March 5, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶାର ଇତିହାସରେ ଠିକ କୋଡିଏ ବର୍ଷ ତଳେ ଆଜିର ଦିନରେ (୫, ମାର୍ଚ୍ଚ, ୨୦୦୦) ଓଡିଶା ରାଜନୀତିରେ ନିତାନ୍ତ ନବାଗତ ନବୀନ ପଟ୍ଟନାୟକ ଓଡିଶାର ୧୫ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ମିଳିତ ସରକାରର ନେତୃତ୍ଵ ନେଇ ସେଦିନ ନବୀନ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ କେହି କେବେ ଚିନ୍ତା ବି କରି ନଥିଲେ ଯେ, ଆଗାମୀ ଦୁଇ ଶତାବ୍ଦୀ ଧରି ସେ ଓଡିଶାର ନିର୍ବିକଳ୍ପ ଶାସକ ହୋଇ ରହିବେ। କୋଡିଏ ବର୍ଷରେ ପାଞ୍ଚୋତି ସାଧାରଣ ନିର୍ବାଚନକୁ ପ୍ରଚଣ୍ଡ ବହୁମତରେ ଜିତିବାର ଐତିହାସିକ ସଫଳତା କେବଳ ନବୀନ ପଟ୍ଟନାୟକଙ୍କୁ ମିଳିଛି। ୧, ଏପ୍ରିଲ, ୧୯୩୬ରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପରେ ମାତ୍ର ଚାରି ଜଣ ମୁଖ୍ୟମନ୍ତ୍ରୀ/ପ୍ରଧାନମନ୍ତ୍ରୀ  ୫ ବର୍ଷରୁ ଅଧିକ କାଳ ରାଜ୍ୟ ଶାସନରେ ରହିବାର ସୁଯୋଗ ପାଇଥିଲେ। ନବକୃଷ୍ଣ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କୁ ଏକକାଳୀନ ପାଞ୍ଚ ବର୍ଷ ଶାସନର ସୁଯୋଗ ମିଳିଥିଲା। ତେବେ ନବୀନ ପଟ୍ଟନାୟକ ହେଉଛନ୍ତି ଓଡିଶାର ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାଙ୍କୁ ଲଗାତାର ପାଞ୍ଚୋଟି ସାଧାରଣ ନିର୍ବାଚନରେ ରାଜ୍ୟବାସୀ ବିପୁଳ ଜନମତ ଦେଇ ନିର୍ବାଚିତ କରିଛନ୍ତି।

୨୦୦୦ ରୁ ୨୦୨୦, ଏକ ଦୁର୍ଗମ ଯାତ୍ରା

ନବୀନ ବାବୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବା ସମୟରେ ଓଡିଶାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଥିଲା। ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବାର ସାଢେ ଚାରିମାସ ଆଗରୁ ଭୟଙ୍କର ମହାବାତ୍ୟା ଓଡିଶାର ମେରୁଦଣ୍ଡକୁ ଭାଙ୍ଗିଦେଇ ଯାଇଥିଲା। ଏହି ମହାବାତ୍ୟାରେ ୯୮୮୭ ଲୋକ ପ୍ରାଣ ହରାଇଥିବା ବେଳେ, ୧ କୋଟି ୨୧ ଲକ୍ଷ ଲୋକ ଉଦବାସ୍ତୁ ହୋଇଥିଲେ ଏବଂ ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଥିଲା। ଏମିତି ଏକ ବିପର୍ୟୟର ପୃଷ୍ଠଭୂମିରେ ସରକାର ଗଢିବା ଓ ଏ ସରକାରକୁ ଦୀର୍ଘ ଦୁଇ ଦଶନ୍ଧି ଧରି ଲୋକପ୍ରିୟ କରି ରଖିବା, କିଛି କମସଫଳତା ନୁହେଁ। ଏଇ କୋଡିଏ ବର୍ଷରେ ରାଜନୀତିର ବହୁ ଷଡଯନ୍ତ୍ର, ବିଶ୍ଵାସଘାତକତା ଓ ଚକ୍ରବ୍ୟୁହକୁ ନବୀନ ଭେଦ କରିଛନ୍ତି। ଆରମ୍ଭ କାଳରେ ରାଜନୀତିରେ ଅପରିପକ୍ଵ, ଓଡିଆ ଜାଣି ନଥିବା ଓ ଓଡିଶା ସହ ସମ୍ପୃକ୍ତ ନ ଥିବାର ଭାବମୂର୍ତ୍ତିରୁ “ନବୀନଙ୍କର ବିକଳ୍ପ କିଏ” ଭଳି ଏକ ପରିସ୍ଥିତି ସୃଷ୍ଟି କରିବାର ଇତିହାସକୁ ଆଜି ଆମକୁ ଅନୁଧ୍ୟାନ କରିବାକୁ ପଡିବ। ଲୋକଙ୍କ ମନରେ “ନବୀନଙ୍କ ବ୍ୟତୀତ ଆଉ କେହି ନାହିଁ” ର ଭାବନା କେବେ, କେମିତି ଓ କାହିଁକି ତିଆରି ହେଲା, ସେ କଥା ର ଆକଳନ ଆଜି ନିହାତି ହେବା ଜରୁରୀ।

ବଜେଟର ରୂପାନ୍ତର

ଅତି ସାଧାରଣ ଭାବରେ ଗୋଟେ ସରକାରର ସଫଳତା ବା ବିଫଳତା କୁ ଆକଳନ କରିବାର ଏକ ସହଜ ସୂତ୍ର ହେଉଛି, ଗତ ୨୦ ବର୍ଷର ରାଜ୍ୟ ବଜେଟକୁ ଦେଖିବା ଓ ପରଖିବା। ୨୦୦୦-୦୧ବର୍ଷର ଭୋଟ ଅନ ଏକାଉଣ୍ଟ ଓ ବଜେଟ ଉପସ୍ଥାପନ କଲାବେଳେ ନବୀନ ବାବୁ ଉଭୟ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀର ଦାୟିତ୍ଵ ତୁଲାଉଥିଲେ। ୨୦୦୦-୦୧ ବର୍ଷରେ ଓଡିଶା ବଜେଟର ଆକାର ଥିଲା ୧୩,୬୦୪.୫୮ କୋଟି ଟଙ୍କା। କୋଡିଏ ବର୍ଷ ପରେ ୨୦୨୦-୨୧ ବର୍ଷ ଲାଗି ଚଳିତ ବଜେଟର ଆକାର ରହିଛି ୧ ଲକ୍ଷ ୫୦ ହଜାର କୋଟି ଟଙ୍କା। ଅର୍ଥାତ ୨୦ ବର୍ଷରେ ରାଜ୍ୟ ବଜେଟର ଆକାର ୧୧ ଗୁଣ ବଢିଛି। ବିଜେଡି-ବିଜେପି ସରକାର ସମୟରେ ବଜେଟର ଆକାର ଓ ରାଜ୍ୟର ଅର୍ଥନୈତିକ ସ୍ଥିତି ଯାହା ଥିଲା, ଏକାକୀ ବିଜେଡି ସରକାର ଆସିବା ପରେ ତାହାର ବ୍ୟାପକ ପରିବର୍ତ୍ତନ ଘଟିଛି। ଗୋଟେ ବଡ ପରିବର୍ତ୍ତନକୁ ସୂଚେଇବାକୁ ଏହା ଏକ ଛୋଟିଆ ଉଦାହରଣ ବୋଲି ଆମେ କହି ପାରିବା।

ଆଗକୁ ଅନେକ ରାସ୍ତା ବାକି

ଗତ କୋଡିଏ ବର୍ଷ ଭିତରେ ଅନେକ କଥା ଘଟିଛି, ହେଲେ ଯାହା ଘଟିଛି ତାହା ଯଥେଷ୍ଟ ନୁହେଁ। ଅନାହାର, ପିଲା ବିକ୍ରି, ଭିତ୍ତି ଭୂମିର ଦୁର୍ବଳ ସ୍ଥିତି ଭଳି ଅତି ଖରାପ ଅବସ୍ଥାରୁ ଆମେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିଛୁ। ନବୀନ ସରକାରରେ ଏମିତି କିଛି ଯୋଜନା ଆସିଛି, ଯାହାକି ତାଙ୍କ ନେତୃତ୍ଵ ଉପରେ ଲୋକଙ୍କର ଆସ୍ଥା ଅତୁଟ ରଖିଛି। ତେବେ ନବୀନ ଯେ ସ୍ଵୟଂ ସମ୍ପୂର୍ଣ୍ଣ, ତା ବି ନୁହେଁ। ତାଙ୍କୁ ସମାଲୋଚନା କରିବାର ଅନେକ ବାଟ ରହିଛି। ସେ ଯେତିକି କରିଛନ୍ତି, ତାହା ଠୁ ଅଧିକ କରିବାର ସାମର୍ଥ୍ୟ ତାଙ୍କର ରହିଛି। କାରଣ ଗୋଟେ ରାଜ୍ୟର ବିକାଶ ଲାଗି ଯେଉଁ ପ୍ରକାର ରାଜନୈତିକ ସ୍ଥିରତା ଦରକାର, ତାହା ତାଙ୍କୁ ବିନା ଦ୍ଵିଧାରେ ମିଳିଛି। ତେଣୁ ରାଜ୍ୟରେ ବିକାଶର ଗତି ଅଧିକ ତୀବ୍ର ହେବା ଉଚିତ ଥିଲା ବୋଲି କୁହା ଯାଇପାରେ।

ଓଡିଶା ଇତିହାସରେ ରାଜ୍ୟର ଭାଗ୍ୟ ପରିବର୍ତ୍ତନ ଲାଗି ନବୀନ ପଟ୍ଟନାୟକଙ୍କୁ ସବୁଠୁ ବଡ ସୁଯୋଗ ମିଳିଛି। ଲୋକଙ୍କର ଭଲ ପାଇବା ତାଙ୍କ ଉପରେ ଅଜାଡି ହୋଇ ପଡିଛି। ହେଲେ ଲୋକଙ୍କ ଭଲ ପାଇବାର ପ୍ରତିଦାନରେ ଗତ ୨୦ ବର୍ଷ ଧରି ନବୀନ ବାବୁ ଓ ବିଜେଡି ଲୋକଙ୍କୁ କଣ ଦେଇଛନ୍ତି, ତାର ବିଚାର ଲୋକମାନେ ହିଁ କରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.