Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଷାଠିଏ ସେକେଣ୍ଡରେ ଷ୍ଟକ ବଜାରରେ ବୁଡିଲା ୪.୪୨ ଲକ୍ଷ କୋଟି ଟଙ୍କାର ଧନ
ବିଶେଷ ଖବର

ଷାଠିଏ ସେକେଣ୍ଡରେ ଷ୍ଟକ ବଜାରରେ ବୁଡିଲା ୪.୪୨ ଲକ୍ଷ କୋଟି ଟଙ୍କାର ଧନ

March 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ସକାଳେ ଭାରତୀୟ ଷ୍ଟକ ବଜାର ଖୋଲିବାର ମାତ୍ର ଷାଠିଏ ସେକେଣ୍ଡ ଭିତରେ ଏକ ବିରାଟ ଝଟକା ଖାଇଛି। କରୋନା ଭୂତାଣୁ ଭୟ ଯୋଗୁଁ ବିଶ୍ଵ ଅର୍ଥନୀତିର ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ଚିତ୍ର ସ୍ପଷ୍ଟ ହୋଇଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆମେରିକାର କେନ୍ଦ୍ରୀୟ ଫେଡେରାଲ ବ୍ୟାଙ୍କ ନିଜ ସୂଚୀରେ ପଚାଶ ପଏଣ୍ଟ କମ କରିଛି। ଏହାର ସିଧା ପ୍ରଭାବରେ ଭାରତୀୟ ପୁଞ୍ଜିନିବେଶକାରୀଙ୍କର ୪.୪୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ମାତ୍ର ଷାଠିଏ ସେକେଣ୍ଡରେ ବୁଡିଯାଇଛି।

କରୋନା ସଂକ୍ରମଣର ଭୟ ସହିତ ଦେଶର ଅନ୍ୟତମ ବୃହତ ଘରୋଇ ବ୍ୟାଙ୍କ “ୟେସ ବ୍ୟାଙ୍କ” କୁ ଗତକାଲି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଅକ୍ତିଆରକୁ ନେଇଛି। ଏହି ବ୍ୟାଙ୍କରେ ଜମା ରଖିଥିବା ଗ୍ରାହକ ମାସକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛି। ଏହାର ପ୍ରଭାବରେ ଷ୍ଟକ ବଜାରରେ ଭୟ, ଆଶଙ୍କା ଓ ଉଦବିଗ୍ନତାର ବାତାବରଣ ଲାଗି ରହିଛି।

“ବେଡ ଲୋନ” ବା ଅନାବାଦି ଋଣର ବୋଝ ତଳେ ଚାପି ହୋଇ “ୟେସ ବ୍ୟାଙ୍କ” ବୁଡିଯିବା ପଛରେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗୋଷ୍ଠୀର ବଡ ହାତ ରହିଛି। ଦେଶର ପୂରା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଶୋଚନୀୟ ସ୍ଥିତିରେ ରହିଥିବା ବେଳେ ସରକାରୀ ବ୍ୟାଙ୍କ ତଥା ବୀମା କମ୍ପାନୀ ଜରିଆରେ ଘରୋଇ ବ୍ୟାଙ୍କ ଗୁଡିକୁ ବଞ୍ଚାଇବାର ଉଦ୍ୟମ ଭାରତ ସରକାର କରୁଛନ୍ତି।

ବଜାର ଓ ଅର୍ଥନୀତିର ଏହି ଚରମ ସଙ୍କଟ ସମୟରେ ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଇଂରାଜୀ ଖବର କାଗଜ “ଦି ହିନ୍ଦୁ” ରେ ଏକ ଲେଖା ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ଜନିତ ଅର୍ଥନୀତିର ପ୍ରଭାବ ଓ ଭାରତରେ ବଢି ଚାଲିଥିବା ସାମାଜିକ ହିଂସାର ପ୍ରଭାବ ଆମର ଅର୍ଥନୀତିକୁ ଆହୁରି ଦୁର୍ବଳ କରିବ ବୋଲି ସେ କହିଛନ୍ତି। କେବଳ କରୋନା ସଂକ୍ରମଣ ପ୍ରଭାବରେ ଆମର ଜିଡିପି ହାର ୦.୫ ରୁ ୧% ଯାଏ କମିଯିବ ବୋଲି ଶ୍ରୀ ସିଂ ଭବିଷ୍ୟବାଣୀ କରିଛନ୍ତି। ବିମୂଦ୍ରାକରଣ ପରେ ମନମୋହନ ସିଂ ଅଭିବୃଦ୍ଧି ଓ ଜିଡିପିକୁ  କୁ ନେଇ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଥିଲା।

ଅର୍ଥ ବ୍ୟବସ୍ଥାର ଏହି ସଙ୍କଟଜନକ ସମୟରେ ଡକ୍ଟର ମନମୋହନ ସିଂଙ୍କ ଭଳି ଅଭିଜ୍ଞ ଅର୍ଥନୀତିଜ୍ଞ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମତ ଉପରେ ମୋଦୀ ସରକାର ଗୁରୁତ୍ଵ ଦେବେ କି? ଇତିହାସ କହୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ଗତ ଛଅ ବର୍ଷ ଭିତରେ ଅର୍ଥନୀତିକୁ ସଜାଡିବାକୁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେଇ ନାହାନ୍ତି। ଯାହାର ପରିଣତି ଆଜି ଆମେ ବଜାରରେ ଦେଖିବାକୁ ପାଉଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.