Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ରାଜନୀତିରେ ମହିଳା ନେତୃତ୍ଵ, ଉପେକ୍ଷା ଓ ଅବହେଳାର ଅନ୍ଧାରି ଇତିହାସ
ବିଶେଷ ଖବର

ଓଡିଶା ରାଜନୀତିରେ ମହିଳା ନେତୃତ୍ଵ, ଉପେକ୍ଷା ଓ ଅବହେଳାର ଅନ୍ଧାରି ଇତିହାସ

March 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶାର ରାଜନୀତି କେବଳ ନୁହେଁ, ପୂରା ଭାରତର ରାଜନୀତି ସବୁବେଳେ ପୁରୁଷ  ପ୍ରଧାନ ହୋଇ ରହି ଆସିଛି। ସ୍ଵାଧୀନତା ପରେ ଆମେ ଯେଉଁ ସମ୍ବିଧାନ ଗ୍ରହଣ କଲୁ, ତାର ମୌଳିକ ଲକ୍ଷ୍ୟ ଥିଲା ସାମାଜିକ ଓ ଲିଙ୍ଗଗତ ସମତା। ସାମାଜିକ ନ୍ୟାୟ ଓ ସମତା ଲାଗି ସମାଜର ବଞ୍ଚିତ ବର୍ଗଙ୍କୁ ଉଭୟ ରାଜନୈତିକ ଓ ଅର୍ଥନୈତିକ ସଂରକ୍ଷଣ ମିଳିଲା। ହେଲେ ହଜାର ହଜାର ବର୍ଷ ଧରି ବୈଷମ୍ୟର ଶିକାର ହୋଇଥିବା ଭାରତୀୟ ମହିଳାଙ୍କର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସମତା ପ୍ରସଙ୍ଗରେ ଆଜି ମଧ୍ୟ ନିର୍ଣ୍ଣାୟକ ନିଷ୍ପତ୍ତି ନେବାରେ ଭାରତୀୟ ରାଷ୍ଟ୍ର ଏବଂ ସମାଜ ବିଫଳ ହୋଇଛନ୍ତି। ପୂରା ଭାରତର ଚିତ୍ର ଅପେକ୍ଷା ଓଡିଶାର ରାଜନୀତିରେ ମହିଳାଙ୍କର ଅଂଶିଦାରିତା ଓ ସହଭାଗୀତାକୁ ନେଇ ଆଲୋଚନା କଲାବେଳେ, ଆମକୁ ଏମିତି କିଛି ତଥ୍ୟ ମିଳିବ, ଯାହା ଅନେକାଂଶରେ ଆମର ସାମ୍ବିଧାନିକ ସମତାର ବିଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇବାକୁ ବାଧ୍ୟ ହେବ। ଏବେ କିଛି ତଥ୍ୟକୁ ପରଖିବା ଆସନ୍ତୁ-

  • ୧୯୩୬ ରୁ ୨୦୨୦, ୮୪ ବର୍ଷର ଓଡିଶା ରାଜ୍ୟରେ ମାତ୍ର ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ୧୪/୬/୧୯୭୨ ରୁ ୩/୩/୧୯୭୩ ଓ ୬/୩/୭୪ ରୁ ୧୬/୧୨/୭୬, ପାଖାପାଖି ତିନି ବର୍ଷ ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥି ଦାୟିତ୍ଵ ତୁଲାଇଥିଲେ। ସେ ଥିଲେ ଓଡିଶାର ପ୍ରଥମ ଓ ଅନ୍ତିମ ମହିଳା ମୁଖ୍ୟମନ୍ତ୍ରୀ।
  • ଓଡିଶାରେ ଜଣେ ବି ମହିଳା ରାଜ୍ୟପାଳ ଆଜିଯାଏଁ ନିଯୁକ୍ତି ପାଇନାହାନ୍ତି।
  • ମନ୍ତ୍ରୀମଣ୍ଡଳର ତିନି ପ୍ରମୁଖ ବିଭାଗ- ଅର୍ଥ, ଗୃହ ଓ ରାଜସ୍ୱ ବିଭାଗ ଦାୟିତ୍ଵ କେବେ ବି କୌଣସି ମହିଳାଙ୍କ ହାତକୁ ଯାଇନାହିଁ।
  • ଓଡିଶା ବିଧାନସଭାର ବାଚସ୍ପତି ପଦରେ ଆଜି ପର୍ୟନ୍ତ କୌଣସି ମହିଳା ନିର୍ବାଚିତ ହୋଇ ନାହାନ୍ତି।
  • ବିଧାନସଭାର ବିରୋଧୀ ଦଳ ନେତା ଭାବେ ଆଜିଯାଏ ଜଣେ ବି ମହିଳାଙ୍କୁ ଦାୟିତ୍ଵ ମିଳିନାହିଁ।
  • ରାଜ୍ୟର ମୁଖ୍ୟ ଶାସନ ସଚିବ ବା ପୋଲିସ ମହା ନିର୍ଦ୍ଦେଶକ ପଦରେ କୌଣସି ମହିଳା ଆଜି ଯାଏଁ ଅବସ୍ଥାପିତ ହୋଇ ନାହାନ୍ତି।
  • ଓଡିଶା ହାଇକୋର୍ଟରେ କେହିବି ମହିଳା ମୁଖ୍ୟ ବିଚାରପତି ଏ ଯାବତ ସ୍ଥାୟୀ ନିଯୁକ୍ତି ପାଇନହାନ୍ତି। ପ୍ରଥମଥର ଲାଗି ବର୍ତ୍ତମାନ ଜଷ୍ଟିସ ସଞ୍ଜୁ ପଣ୍ଡା ଓଡିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଦାୟିତ୍ବରେ ରହିଛନ୍ତି।
  • ଓଡିଶା ବିଧାନସଭାର ଇତିହାସରେ କେବେହେଲେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ୧୫% ରୁ ଅଧିକ ହୋଇନାହିଁ।
  • ଚଳିତ ବିଧାନସଭାରେ ମାତ୍ର ୧୫ ଜଣ ମହିଳା ବିଧାୟକ ରହିଛନ୍ତି।
  • ଲୋକସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ନୀତିକୁ ସମର୍ଥନ କରି ଓଡିଶାର ବିଜୁ ଜନତା ଦଳ ୨୧ ଲୋକସଭା ଆସନରୁ ୮ ଟିରେ ମହିଳାଙ୍କୁ ଟିକଟ ଦେଇଥିଲା। ପ୍ରଥମଥର ଲାଗି ଓଡିଶାରୁ ୭ ଜଣ ମହିଳା ଲୋକସଭା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ତେବେ ବିଧାନସଭାରେ ଏହି ନିୟମ ବିଲକୁଲ ଲାଗୁ ହୋଇନାହିଁ।
  • ଆଜିର ଓଡିଶା ମନ୍ତ୍ରୀମଣ୍ଡଳରେ ମାତ୍ର ଦୁଇଜଣ ମହିଳା ମନ୍ତ୍ରୀ ରହିଛନ୍ତି।

ଏମିତି ତଥ୍ୟ ଅସରନ୍ତି। ଗୋଟେ ରାଜ୍ୟ ଗଠନରେ ସମାନ ଭୂମିକା ନିର୍ବାହ କରୁଥିବା ଆମ ରାଜ୍ୟର ମହିଳାମାନଙ୍କୁ ସମାନ ରାଜନୈତିକ କ୍ଷମତା ନ ଦେବାର କାରଣ କଣ? ଏ କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅବଦାନକୁ ଆମେ ବାରମ୍ବାର ମନେ ପକାଇବାକୁ ବାଧ୍ୟ। ପ୍ରଥମଥର ଲାଗି ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳର ସରକାର ପଞ୍ଚାୟତ ସ୍ତରରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ। ୨୦୧୧ ନବୀନ ପଟ୍ଟନାୟକଙ୍କ ସରକାର ଏହାକୁ ୫୦% କୁ ବୃଦ୍ଧି କରିଥିଲେ। ପଞ୍ଚାୟତ ରାଜନୀତିରେ ମହିଳାଙ୍କର ଭାଗୀଦାରିତା ବଢିଥିବା ବେଳେ, ବିଧାନସଭା ରେ ମଧ୍ୟ ଏହା ପ୍ରତିଫଳିତ ହେବା ଜରୁରୀ। ବିଜୁ ବାବୁ ସରକାରୀ ଚାକିରିରେ ମଧ୍ୟ ମହିଳାଙ୍କୁ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିଥିଲେ।

ଯେତେଦିନ ପର୍ୟନ୍ତ ରାଜନୈତିକ ଦଳଗୁଡିକର ନେତୃତ୍ବରେ ପିତୃତନ୍ତ୍ରର ପ୍ରାଧାନ୍ୟ ରହିଥିବ ସେତେଦିନ ଲିଙ୍ଗଗତ ସମତାର ସ୍ଵପ୍ନ ସାକାର ହୋଇ ପାରିବ ନାହିଁ। ୭୦ ବର୍ଷର ଗଣତାନ୍ତ୍ରିକ ଇତିହାସରେ ଓଡିଶାର କୌଣସି ରାଜନୈତିକ ଦଳ ମହିଳାଙ୍କର ନେତୃତ୍ବରେ ପରିଚାଳିତ ହୋଇଛି କି? ଏ ପ୍ରଶ୍ନର ଉତ୍ତରରେ ଆମେ ବୁଲି ବୁଲି ପୁଣି ନନ୍ଦିନୀ ଶତପଥିଙ୍କ ପାଖରେ ପହଞ୍ଚିବା। ସେ ଥିଲେ ପ୍ରଦେଶ କଂଗ୍ରେସର ଏକମାତ୍ର ମହିଳା ଅଧ୍ୟକ୍ଷା। ତାଙ୍କ ପରେ କୌଣସି ଜାତୀୟ ବା ଆଞ୍ଚଳିକ ଦଳର ରାଜ୍ୟ ନେତୃତ୍ଵ ନେବାର ସୁଯୋଗ ଓଡିଆ ମହିଳାଙ୍କୁ ମିଳିନାହିଁ।

ମହିଳାଙ୍କୁ ରାଜନୈତିକ ଓ ଅର୍ଥନୈତିକ କ୍ଷମତା ଦେବାରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଏହା ବିଧାନସଭାରେ ଓ ମନ୍ତ୍ରୀମଣ୍ଡଳରେ ପ୍ରତିଫଳିତ ହେଉନାହିଁ। କେବଳ ଔପଚାରିକ ଭାବେ ଜଣେ ଦୁଇ ଜଣ ମହିଳାଙ୍କୁ ଗୁରୁତ୍ଵହୀନ ବିଭାଗର ମନ୍ତ୍ରୀ କରି ନିଜର ଦାୟିତ୍ଵ ସରିଗଲା ବୋଲି ଭାବିଲେ ହେବନାହିଁ। କେବେ ଓଡିଶା ମନ୍ତ୍ରୀମଣ୍ଡଳରେ ଆମେ ୮ ଜଣ ମହିଳାଙ୍କୁ ମନ୍ତ୍ରୀ ଭାବରେ ଦେଖିବୁ? କେବେ ବିଧାନସଭାରେ ଆମର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନର ସୁଯୋଗ ପାଇବେ?

ସମତାର ସୂତ୍ର ରାଜନୈତିକ କ୍ଷମତାର ସହଭାଗିତାରୁ ଆସିଥାଏ। ସେ ସହଭାଗିତାର ସୁଯୋଗ ସୃଷ୍ଟି ହେବ କେବେ?

politics
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026
Latest News

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.