Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମଧ୍ୟପ୍ରଦେଶ ରାଜନୀତିରେ ଖେଳ ସରିନାହିଁ, ଆରମ୍ଭ ହୋଇଛି ମାତ୍ର!!
ଜାତୀୟ ଖବର

ମଧ୍ୟପ୍ରଦେଶ ରାଜନୀତିରେ ଖେଳ ସରିନାହିଁ, ଆରମ୍ଭ ହୋଇଛି ମାତ୍ର!!

March 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ଲାଗୁଥିଲା, ମଧ୍ୟପ୍ରଦେଶର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବେ ବୋଲି ସ୍ପଷ୍ଟ ହେବା ପରେ ମଧ୍ୟପ୍ରଦେଶର କମଳନାଥ ସରକାର ଭାଙ୍ଗିପଡିବ। ହେଲେ ଆଜି ଖେଳର ନିୟମ ଅଲଗା ଲାଗୁଛି। ଆରମ୍ଭରୁ କମଳନାଥ ସରକାର ଭାଙ୍ଗିବା ଯେତେ ସହଜ ଜଣାପଡୁଥିଲା, ତାହା ଏବେ ଲୁହା ଚଣା ଚୋବାଇବା ଭଳି ଅବସ୍ଥାକୁ ଆସିଯାଇଛି। ଜ୍ୟୋତିରାଦିତ୍ୟଙ୍କ ସହିତ ୨୧ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ଇସ୍ତଫା ଦେବା ମାମଲାରେ ବାଚସ୍ପତିଙ୍କ ପାଖରେ ହାଜର ହେବା ଜରୁରୀ ବୋଲି ଆମେ କର୍ଣ୍ଣାଟକ ସଙ୍କଟ ସମୟରେ ଜାଣିଛୁ। ତେଣୁ ଫାକ୍ସ ମାଧ୍ୟମରେ ବିଧାୟକମାନେ ଦେଇଥିବା ଇସ୍ତଫାପତ୍ରର ବୈଧାନିକ ମୂଲ୍ୟ ବିଶେଷ ନାହିଁ। ଆଜି ଜ୍ୟୋତିରାଦିତ୍ୟ ବିଜେପିରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିବା ବେଳେ ତାଙ୍କ ସହିତ ଅନ୍ୟ କୌଣସି ବିଧାୟକ ଯୋଗ ଦେଇନାହାନ୍ତି। ଯେଉଁ ୨୧ ଜଣ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗ ଉଠୁଛି, ସେମାନେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ନଦେବା ପର୍ୟନ୍ତ, ସେ ବିଷୟରେ କିଛି ସ୍ପଷ୍ଟ କୁହା ଯାଇ ପାରିବ ନାହିଁ।

ଇତିମଧ୍ୟରେ କଂଗ୍ରେସ ନିଜର ବିଧାୟକମାନଙ୍କୁ ଜୟପୁର ନେଇ ରଖିଥିବା ବେଳେ ବିଜେପି ବିଧାୟକମାନେ ଦିଲ୍ଲୀ-ଗୁରୁଗ୍ରାମର ଏକ ହୋଟେଲରେ ରହିଛନ୍ତି। ସିନ୍ଧିଆ ଗୋଷ୍ଠୀର ବିଧାୟକମାନେ ବାଙ୍ଗାଲୁରୁରେ ଅଛନ୍ତି। ମଧ୍ୟପ୍ରଦେଶର କମଳନାଥ ସରକାର ରହିବ କି ଯିବ, ସେକଥା ଆଜି ମଧ୍ୟ ସ୍ପଷ୍ଟ ନୁହେଁ। ଗୋଟେ ପକ୍ଷରେ କଂଗ୍ରେସ ର କୋଡିଏ ପାଖାପାଖି ବିଧାୟକ ଇସ୍ତଫା ଦେବାକୁ ରାଜି ଅଛନ୍ତି ବୋଲି କୁହା ଯାଉଥିବା ବେଳେ ବିଜେପିରେ ମଧ୍ୟ ସ୍ଥିତି ସେତେ ଭଲ ନାହିଁ। ଗତ ଚାଳିଶ ବର୍ଷ ଧରି ସିନ୍ଧିଆ ପରିବାର ମଧ୍ୟ ପ୍ରଦେଶ ବିଜେପି ନେତାଙ୍କର ପ୍ରମୁଖ ବିରୋଧୀ ହୋଇ ରହି ଆସିଥିଲେ। ତେଣୁ ହଠାତ ସିନ୍ଧିଆଙ୍କୁ ମଧ୍ୟ ପ୍ରଦେଶ ବିଜେପି ଓ ତାହାର ବିଧାୟକ ଦଳ କେମିତି ଗ୍ରହଣ କରିବ, ତାରି ଉପରେ ଅନେକ କିଛି ନିର୍ଭର କରୁଛି।

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ବରିଷ୍ଠ ବିଜେପି ନେତା ନରୋତ୍ତମ ମିଶ୍ରଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେପି ବିଧାୟକ ଦଳରେ ଫାଟ ସୃଷ୍ଟି ହୋଇପାରେ। ସରକାର ଭାଙ୍ଗିବା ଓ ବଞ୍ଚିବାର ସନ୍ଧିକ୍ଷଣରେ ମୁଖ୍ୟମନ୍ତ୍ରୀ କମଳନାଥ କିନ୍ତୁ ପୂରା ନୀରବ ରହିଛନ୍ତି। ତାଙ୍କ ନୀରବତାକୁ ହାଲୁକାରେ ବିଲକୁଲ ନିଆ ଯାଇପାରିବ ନାହିଁ।

ତେବେ ରାଜନୈତିକ ବାସ୍ତବତା ଦୃଷ୍ଟିରୁ ଦେଖିବାକୁ ଗଲେ, ଯଦି ମଧ୍ୟପ୍ରଦେଶ କଂଗ୍ରେସର ସିନ୍ଧିଆ ଗୋଷ୍ଠୀ ଯଦି ଇସ୍ତଫା ଦିଅନ୍ତି ତାହେଲେ କମଳନାଥ ସରକାର ତିଷ୍ଠି ରହିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ । ଯଦି ଏହି ବିଧାୟକମାନଙ୍କୁ କମଳନାଥ ଫେରାଇ ଆଣିପାରନ୍ତି ତାହେଲେ ହୁଏତ ସରକାର ବଞ୍ଚି ଯାଇପାରେ। ବିଜେପି ଓ କଂଗ୍ରେସ ବିଧାୟକମାନଙ୍କୁ ନେଇ ଏବେ ମୂଲଚାଲ ଓ ଘୋଡା ବେପାର ଆରମ୍ଭ ହୋଇଛି। ଏହି ଘୋଡା ବେପାରରେ ଯିଏ ଅଧିକ ପୁଞ୍ଜି ଖଟାଇବ, ସରକାର ତା ହାତକୁ ଯିବ।

ହେଲେ ସବୁଠୁ ବଡ ପ୍ରଶ୍ନ ହେଲା, ନିର୍ବାଚିତ ପ୍ରତିନିଧିମାନେ ସରକାର ଗଢିବା ଓ ଭାଙ୍ଗିବା ଲାଗି ଇସ୍ତଫା ଦେବାର ଏ ଯେଉଁ ନୂଆ ସୂତ୍ରଟି ଆବିସ୍କାର କରିଛନ୍ତି, ଏହାର ପରିବର୍ତ୍ତନ ହେବ ନା ନାହିଁ?

Share. Facebook Twitter LinkedIn Email WhatsApp Copy Link

Related Posts

ଜଳସୀମାରେ ବେଆଇନ ପ୍ରବେଶ କରିଥିବା ୧୯ ବାଂଲାଦେଶୀଙ୍କୁ ଗିରଫ କଲା ଭାରତୀୟ ତଟରକ୍ଷୀ ବାହିନୀ

November 18, 2025

ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

November 18, 2025

ପ୍ରଦାନ ହେଲା ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ, ଜାଣନ୍ତୁ କାହାକୁ ମିଳିଲା ପୁରସ୍କାର

November 18, 2025

ଭୋଟର ତାଲିକାର SIR ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବ ନିର୍ବାଚନ କମିଶନଙ୍କ ଦଳ

November 18, 2025
Latest News

ଜଳସୀମାରେ ବେଆଇନ ପ୍ରବେଶ କରିଥିବା ୧୯ ବାଂଲାଦେଶୀଙ୍କୁ ଗିରଫ କଲା ଭାରତୀୟ ତଟରକ୍ଷୀ ବାହିନୀ

November 18, 2025

ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

November 18, 2025

ପ୍ରଦାନ ହେଲା ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ, ଜାଣନ୍ତୁ କାହାକୁ ମିଳିଲା ପୁରସ୍କାର

November 18, 2025

ଭୋଟର ତାଲିକାର SIR ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବ ନିର୍ବାଚନ କମିଶନଙ୍କ ଦଳ

November 18, 2025

ଏସୀୟ ତୀରନ୍ଦାଜୀ ଚାମ୍ପିଅନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.