Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା, ସୋସିଆଲ ମିଡିଆ ସବୁଠୁ ବଡ ଖଳନାୟକ ଓ ପ୍ରତିବନ୍ଧକ
ବିଶେଷ ଖବର

କରୋନା ମୁକାବିଲା, ସୋସିଆଲ ମିଡିଆ ସବୁଠୁ ବଡ ଖଳନାୟକ ଓ ପ୍ରତିବନ୍ଧକ

March 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସାରା ପୃଥିବୀ ଲାଗି ଏକ ଅଭୂତପୂର୍ବ ସଙ୍କଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଏକ ଆନ୍ତର୍ଜାତିକ ଷଡଯନ୍ତ୍ର ବା ଏହା ପଛରେ ଏକ ମିଛ ଉଦବିଗ୍ନତା କାମ କରୁଛି କି? ଏମିତି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। କିଛି ଲୋକଙ୍କ କହିବା କଥା ହେଲା, ଏହା ନିର୍ଦ୍ଦିଷ୍ଟ ଉତ୍ପାଦନକୁ ବିକିବା ଲାଗି ଏକ ସୁଚିନ୍ତିତ ଯୋଜନା। ଏହାଠୁ ବଳି ବଡ ନିର୍ବୋଧତା ଆଉ କିଛି ହୋଇ ନପାରେ। କରୋନା ଭୂତାଣୁର ବିଶ୍ୱବ୍ୟାପୀ ସଂକ୍ରମଣରେ ସବୁଠୁ ବେଶୀ ସଙ୍କଟ ଅର୍ଥନୀତିରେ ସୃଷ୍ଟି ହୋଇଛି। ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ଆଗରେ କରୋନା ସବୁଠୁ ବଡ ରାକ୍ଷସ ହୋଇ ଠିଆ ହୋଇଛି। ପୂରା ବିଶ୍ଵର ଅର୍ଥନୈତିକ ଗତିବିଧି ଠପ ହୋଇପଡିଥିବା ବେଳେ, ଆଗାମୀ ଦିନରେ ଏହାର ପ୍ରଭାବରେ ପୂରା ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗି ଯାଇପାରେ। ତେଣୁ ଏହାକୁ ପୁଞ୍ଜିବାଦୀ ଷଡଯନ୍ତ୍ର କହିବା, ନିର୍ବୋଧତା ହେବ।

କିଛି ଦିନ ଆଗରୁ ସ୍ଵୟଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କରୋନାକୁ ଏକ “ଗାଲୁଆମୀ” ବୋଲି କହୁଥିଲେ। ଆଜି ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ପ୍ରକୋପ ବଢିବା ଆରମ୍ଭ ହୋଇଛି ଓ ଟ୍ରମ୍ଫ ଙ୍କୁ ଖୋଦ ପରୀକ୍ଷା ଦେବାକୁ ପଡିଛି, ତାପରେ ଯାଇ ସେ ସତର୍କ ହେବା ଆରମ୍ଭ କରିଛନ୍ତି। ଆମେରିକା କରୋନା ମୁକାବିଲା ଲାଗି ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଜାରି କରିଛି। ମୂଳରୁ ଏହାକୁ ଚୀନର ସଙ୍କଟ ବୋଲି ଭାବି ବାକି ପୃଥିବୀ ନୀରବ ରହିଥିଲେ। ଏହାର ସଂକ୍ରମଣ ବିପଜ୍ଜନକ  ହୋଇପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀକୁ ସେତେବେଳେ ପୃଥିବୀର ବିକଶିତ ଓ ବିକାଶଶୀଳ ଦେଶମାନେ ସ୍ଵୀକାର କରିନଥିଲେ। ଗୋଟେ ସମୟରେ ସୋସିଆଲ ମିଡିଆରେ ଚୀନକୁ ବ୍ୟଙ୍ଗ ବିଦ୍ରୂପ କରିବା, ସେମାନଙ୍କର ଖାଦ୍ୟ ଅଭ୍ୟାସକୁ ନାକ ଟେକିବା ଭଳି ଅମାନବୀୟ ଆଚରଣ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାରିତ ହେଉଥିଲା। ତେବେ ଏହି ଘାତକ ଭୂତାଣୁକୁ ପ୍ରତିହତ କରିବାରେ ଚୀନ ଅନେକାଂଶରେ ସଫଳ ହୋଇଛି।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଆହୁରି ୧୨ଟି ନୂଆ ଦେଶରେ କରୋନା ଭୂତାଣୁ ପ୍ରବେଶ କରିଛି। ୧୪୨ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନରେ ସର୍ବାଧିକ ୮୧,୦୨୧ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୩୧୯୪ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଚୀନରେ ମାତ୍ର ୧୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଚୀନରେ ଏହି ଭୂତାଣୁ ଏବେ ଦୁର୍ବଳ ହେଉଥିବା ବେଳେ ଏହାର ପ୍ରଭାବ ୟୁରୋପ ଏବଂ ଏସିଆକୁ କବଳିତ କରିବା ଆରମ୍ଭ କରିଛି। ଆମେରିକାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୮ରେ ପହଞ୍ଚିଛି। ମାତ୍ର ୨୪ ଘଣ୍ଟାରେ ଆମେରିକାରେ ୪୦୦ ରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ପୂରା ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୧,୪୨,୫୩୯ ରୋଗୀ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୫୩୯୩ ଜଣ ପ୍ରାଣ ହରାଇଛନ୍ତି। ଇରାନ (୧୧,୩୬୪ ଆକ୍ରାନ୍ତ, ୧୨୮୯ ମୃତ), ଇଟାଲୀ (୧୭,୬୬୦ ଆକ୍ରାନ୍ତ, ୨୫୪୭ ମୃତ), ସ୍ପେନ (୪୨୩୧ ଆକ୍ରାନ୍ତ,୧୨୬୬ ମୃତ), ଫ୍ରାନ୍ସ (୩୬୪୦ ଆକ୍ରାନ୍ତ, ୬୯୩ ମୃତ), ଜର୍ମାନୀ (୩୦୬୨ ଆକ୍ରାନ୍ତ, ୬୯୩ ମୃତ), ଇଂଲାଣ୍ଡ (୮୦୨ ଆକ୍ରାନ୍ତ, ୨୦୮ ମୃତ) ଇତ୍ୟାଦି ତଥ୍ୟକୁ ଦେଖି ଆମେ ହୁଏତ ଭାରତର ସ୍ଥିତି ଆପାତତଃ ଭଲ ବୋଲି କହି ପାରିବା।

ଆଜି ସୁଦ୍ଧା ଭାରତରେ କରୋନା ଭୂତାଣୁ ଯୋଗୁଁ ୧୦୭ ଜଣ ଆକ୍ରାନ୍ତ ଓ ୨ ଜଣ ମୃତ ହୋଇଛନ୍ତି। ଚୀନ, ୟୁରୋପ, ଆମେରିକା ଓ ଆରବ ରାଷ୍ଟ୍ର ତୁଳନାରେ ଭାରତରେ ଏହା ସେତେ ଉଦବେଗଜନକ ନଥିଲେ ମଧ୍ୟ, ଏହାର ସଂକ୍ରମଣ ଇତିହାସ ଦେଖିଲେ, ଆମକୁ ଅଧିକ ସତର୍କ ହେବା ଜରୁରୀ। ଭାରତରେ ସର୍ବାଧିକ ଆକ୍ରାନ୍ତ ଆଜି ସୁଦ୍ଧା ମହାରାଷ୍ଟ୍ରରେ ଦେଖା ଯାଇଛନ୍ତି। ଓଡିଶାରେ ଯେଉଁ ୨୨ ଜଣ ସନ୍ଦିଗ୍ଧଙ୍କର କରୋନା ଭୂତାଣୁ ପରୀକ୍ଷା ହୋଇଥିଲା, ସେଥିରୁ କୌଣସି ରକ୍ତ ନମୁନାରେ କୋବିଡ-୧୯ ବା କରୋନା ଭୂତାଣୁ ମିଳିନଥିବା ଜଣା ପଡିଛି। (ଏହି ରିପୋର୍ଟ ଲେଖା ହେବା ବେଳକୁ ଓଡ଼ିଶାର ପ୍ରଥମ କରୋନା ରୋଗୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବାର ଖବର ମିଳିଛି।)

ତେବେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହଛି ଓ ଏହାକୁ ନେଇ ସରକାର ଅଧିକ ହୋ ହଲ୍ଲା ଚଳାଇଛନ୍ତି ବୋଲି ସୋସିଆଲ ମିଡିଆରେ ପ୍ରଚାର ଚାଲିଛି। ଆଜିର ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା କୁ ସୀମିତ ରଖିବା ଭାରତ ସରକାରଙ୍କର ପ୍ରାଥମିକ ଦାୟିତ୍ଵ ହେବା ଉଚିତ। ସୋସିଆଲ ମିଡିଆରେ ଓ କିଛିକାଂଶରେ କେତେକ ଦାୟିତ୍ଵହୀନ ଟେଲିଭିଜନ ଚାନେଲରେ କାରୋନାକୁ ନେଇ ଯାବତୀୟ ନାଟକ ରଚନା କରା ଯାଉଛି। କେହି କେହି ମହାମୂର୍ଖ “କରୋନା ଚାଲି ଯା” ବୋଲି ପ୍ରାର୍ଥନା କରୁଥିବା ବେଳେ ଆଉ କିଛି ଭାଣ୍ଡ କରୋନା ଆସିବା ନାଇଁ ବୋଲି ଗୋମୂତ୍ର ଓ ଗୋବର ଖାଇବାର ବନ୍ଦୋବସ୍ତ କରୁଛନ୍ତି। କିଏ ରସୁଣ ପୁଳା ପୁଳା ଖାଇଯା’ ବୋଲି ଉପଦେଶ ଦେଉଛି ତ ଆଉ କିଏ ମଦ ପିଇଲେ କରୋନା ପାଖ ମାଡିବନି ବୋଲି କହୁଛନ୍ତି।

ଭାରତରେ କରୋନା ଯେମିତି ବ୍ୟାପକ ସଂକ୍ରମିତ ନ ହୁଏ, ତାକୁ ଦେଖିବାର ପ୍ରଥମ କାମ ସରକାର ଓ ସରକାରୀ ଦଳର। ତାଙ୍କୁ ନାଗରିକ ଭାବରେ ସହଯୋଗ କରିବା ଆମର କର୍ତ୍ତବ୍ୟ। ତାହା ନକରି ସୋସିଆଲ ମିଡିଆରେ ଗାଳି କରିବା ବା ଗୋଡ ଟାଣିବାର କୌଣସି ଅର୍ଥ ନାଇଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Latest News

ନୋରା ଫତେହିଙ୍କ ବିବାଦୀୟ ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

March 18, 2026

ବିଜେପିରେ ଯୋଗଦେଲେ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ: ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

March 18, 2026

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.