Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ-୧୯ ନିରାକରଣ ଓ ନିବାରଣ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିର୍ଦ୍ଦେଶାବଳୀ,ଜାଣନ୍ତୁ ସେଗୁଡିକ କଣ
ଜାତୀୟ ଖବର

କୋଭିଡ-୧୯ ନିରାକରଣ ଓ ନିବାରଣ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିର୍ଦ୍ଦେଶାବଳୀ,ଜାଣନ୍ତୁ ସେଗୁଡିକ କଣ

March 17, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କରୋନା ଭୂତାଣୁ ସଂକ୍ରମଣ ନିରାକରଣ ଓ ନିବାରଣ ଲାଗି ଆଜି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନଙ୍କୁ ନେଇ କ୍ୟାବିନେଟ ସଚିବ ଏକ ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ସମାବେଶ ନିଷେଧ ଲାଗି ଜାରି ହୋଇଥିବା ନିର୍ଦ୍ଦେଶକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରିବା ଦ୍ୱାରା ରୋଗ ସଂକ୍ରମଣକୁ ନିବାରଣ କରିହେବ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ । ସେହିପରି ବିଭିନ୍ନ ରାଜ୍ୟରେ ପୃଥକୀକରଣ ସୁବିଧା, ଡାକ୍ତରଖାନା ପରିଚାଳନା ଓ ସଚେତନତା ଅଭିଯାନର ମଧ୍ୟ ସମୀକ୍ଷା କରାଯାଇଥିଲା।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ୩୦ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଭାରତ ସରକାରଙ୍କ ଠାରୁ ରାଜ୍ୟଗୁଡିକ କୌଣସି ପ୍ରକାର ସହାୟତା ଆବଶ୍ୟକ କରୁଥିଲେ ଯୁଗ୍ମ ସଚିବ ସ୍ତରର ଏହି ଅଧିକାରୀମାନେ ପ୍ରଭାବୀ ଓ ବାଧାମୁକ୍ତ ସମନ୍ୱୟ ରକ୍ଷା କରିବେ। ଏମାନେ ବିଭିନ୍ନ ରାଜ୍ୟରେ ନିୟୋଜିତ ରହିବା ସହିତ କରୋନା ଭୂତାଣୂ ସଂକ୍ରମଣର ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପରେ ରାଜ୍ୟ କର୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବେ। ଏ ସମସ୍ତ ଅଧିକାରୀଙ୍କ ସହିତ ଆସନ୍ତାକାଲି ଏକ ବୈଠକ ଆୟୋଜନ କରିବାକୁ ନିଷ୍ପତି ହୋଇଛି। ଏଥିରେ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବ।

ସେହିପରି ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶୀକା ଓ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପତ୍ର ଲେଖିଛନ୍ତି। ସମସ୍ତ ନିର୍ଦ୍ଦେଶନାମାକୁ ମନ୍ତ୍ରଣାଳୟ ଓ ବିଭାଗ ଅଧିନରେ ଥିବା ସମସ୍ତ ପ୍ରତିଷ୍ଠାନରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

ପୂର୍ବରୁ ୧୧ ଏବଂ ୧୬ ମାର୍ଚ୍ଚ ୨୦୨୦ରେ ଜାରି କରାଯାଇଥିବା ଯାତ୍ରା ମାର୍ଗଦର୍ଶୀକା ସହିତ ଆଜି ନୂଆ ମାର୍ଗଦର୍ଶୀକା ଜାରି ହୋଇଛି। ଆଫଗାନିସ୍ତାନ, ଫିଲିପାଇନ୍ସ, ମାଲେସିଆରୁ ଆସୁଥିବା ଯାତ୍ରୀଙ୍କୁ ଭାରତରେ ପ୍ରବେଶକୁ ନିଷେଧ କରାଯାଇଛି। ଏହା ତ୍ୱରିତ ପ୍ରଭାବରେ ଲାଗୁ ହେବ। ସମସ୍ତ ବିମାନ ସେବା ପ୍ରଦାନକାରୀ ଏହାକୁ କାର୍ଯ୍ୟକାରୀ କରିବେ ଏବଂ ଏସବୁ ଦେଶରୁ କୌଣସି ବିମାନ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିପାରିବ ନାହିଁ । ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହାକୁ ଅସ୍ଥାୟୀ ଭାବେ ଲାଗୁ କରାଯିବ ଏବଂ ପରବର୍ତୀ ସମୟରେ ଏହାର ସମୀକ୍ଷା କରାଯିବ।

କୋଭିଡ-୧୯ ମୁକାବିଲା ଲାଗି ଚିକିତ୍ସା ପରିଚାଳନା ନିର୍ଦ୍ଦେଶାବଳୀ (ଆଗୁଆ ରୋଗୀ ଚିହ୍ନଟ), ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ ପାଇଁ ମାର୍ଗଦର୍ଶୀକାକୁ ସଂଶୋଧନ କରାଯାଇଛି। ସେଗୁଡିକ ହେଲା..

* ମୃତଦେହ ପରିଚାଳନା କ୍ଷେତ୍ରରେ ସଂଶୋଧିତ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା, ସଂକ୍ରମଣ ରୋକିବା ଲାଗି ମୃତଦେହକୁ ସଠିକ ସ୍ଥାନରେ ରଖିବା ସହିତ ପରିବେଶକୁ ସଂକ୍ରମଣ ମୁକ୍ତ ରଖିବା ପାଇଁ କୁହାଯାଇଛି।

* କୋଭିଡ-୧୯ ପରୀକ୍ଷା ପାଇଁ ମଞ୍ଜୁରିପ୍ରାପ୍ତ ଘରୋଇ ପରୀକ୍ଷାଗାରକୁ ଅନୁମତି ଦିଆଯିବା ସହିତ ଏମାନଙ୍କ ପାଇଁ ସ୍ୱତନ୍ତ୍ର ଦିଶା ନିର୍ଦ୍ଦେଶ ଜାରି କରାଯାଇଛି ।

* ଘରୋଇ ପରୀକ୍ଷାଗାରଗୁଡିକ ଆଇସିଏମଆରର ତତ୍ୱାବଧାନରେ ଯୋଗ୍ୟ ଡାକ୍ତରଙ୍କ ଦ୍ୱାରା ନମୂନା ପରୀକ୍ଷା କରିପାରିବେ। ତେବେ ଏଦିଗରେ ସେମାନେ ସଦ୍ୟ ଜାରି ହୋଇଥିବା ଦିଶାନିର୍ଦ୍ଦେଶକୁ ପାଳନ କରିବେ।

* ଘରୋଇ ପରୀକ୍ଷାଗାରଗୁଡିକ ପାଇଁ ଆଇସିଏମଆର ପକ୍ଷରୁ ନମୂନା ପରୀକ୍ଷଣର ପରିଚାଳନା ପଦ୍ଧତି ମାନକ (ଏସଓପି) ଜାରି କରାଯିବ । ଆଇସିଏମଆର – ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ପୁଣେ ଦ୍ୱାରା ଅନୁମୋଦିତ କିଟ୍‌ରେ ପରୀକ୍ଷାଗାରଗୁଡିକ ନମୂନା ପରୀକ୍ଷା କରିବେ।

* ସଂକ୍ରମିତଙ୍କ ଠାରୁ ନମୂନା ସଂଗ୍ରହ କରିବା ସମୟରେ ଉପଯୁକ୍ତ ଜୈବସୁରକ୍ଷା ଓ ଜୈବନିରାପତା ସତର୍କତା ଅବଲମ୍ବନ କରାଯିବ। ବିକଳ୍ପ ଭାବେ ଏହି ରୋଗ ପାଇଁ ଏକ ନିର୍ଦ୍ଦିଷ୍ଟ ନମୂନା କେନ୍ଦ୍ର ସ୍ଥାପନ କରାଯିବ।

* ଏହି ଘରୋଇ ପରୀକ୍ଷାଗାରଗୁଡିକ ତୁରନ୍ତ କୌଣସି ସୂଚନା ଭାରତ ସରକାରଙ୍କ ଆଇଡିଏସପି ରାଜ୍ୟ ଅଧିକାରୀ ଏବଂ ଆଇସିଏମଆର ମୁଖ୍ୟାଳୟକୁ ପ୍ରଦାନ କରିବାର ବ୍ୟବସ୍ଥା କରିବେ। ଏହାଛଡା ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର କର୍ମଚାରୀଙ୍କ ପାଇଁ କାର୍ମୀକ ଓ ତାଲିମ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶୀକା ଜାରି କରାଯାଇଛି। ଏହାକୁ ସମସ୍ତ ସରକାରୀ ପ୍ରତିଷ୍ଠାନରେ ପାଳନ କରାଯିବ।

* ସମସ୍ତ ସରକାରୀ ପ୍ରତିଷ୍ଠାନର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯିବ । ସରକାରୀ ଅଟ୍ଟାଳିକାକୁ ପ୍ରବେଶ ସ୍ଥାନରେ ହାତସଫା ସାନିଟାଇଜର ରଖାଯିବ । ଥଣ୍ଡା ଭଳି ଲକ୍ଷଣ ଥିଲେ ଉପଯୁକ୍ତ ଚିକିତ୍ସା ଏବଂ ପୃଥକୀକରଣ ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦିଆଯାଇଛି।

* ଅଫିସ ପରିସର ମଧ୍ୟକୁ ଅଧିକ ଆଗନ୍ତୁକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ତୁରନ୍ତ ପରିଦର୍ଶକ/ଅସ୍ଥାୟୀ ପାସ ଜାରି କରିବା ବ୍ୟବସ୍ଥାକୁ ବାତିଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କେବଳ ଅଧିକାରୀଙ୍କ ଅନୁମତିକ୍ରମେ ଉପଯୁକ୍ତ ଭାବେ ଯାଂଚ କରାଯିବା ପରେ ଆଗନ୍ତୁକଙ୍କୁ ପ୍ରବେଶ ଅନୁମତି ମିଳିବ।

* ସମସ୍ତ ସରକାରୀ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ କରାଯିବ। ବୈଠକ ଘୁଂଚାଇବା ଓ ଅଧିକ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି।

* ଅଦରକାରୀ ସରକାରୀ ଗସ୍ତକୁ ଏଡାଇବା ପାଇଁ କୁହାଯାଇଛି ।

* ଅନ୍ୟ ଅଫିସକୁ ଫାଇଲ ଓ କାଗଜପତ୍ର ପଠାଇବା ବଦଳରେ ଇ-ମେଲ ମାଧ୍ୟମରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।

* କାର୍ଯ୍ୟାଳୟର ପ୍ରବେଶ ପଥରେ ଡାକ ପଠାଇବା ଏବଂ ଗ୍ରହଣ କରିବାର ବ୍ୟବସ୍ଥା କରିବାକୁ କୁହାଯାଇଛି।

* ସରକାରୀ ଅଟ୍ଟାଳିକା ପରିସରରେ ଥିବା ସମସ୍ତ ଜିମ୍‌, କ୍ରେଚ, ଅବସର ବିନୋଦନ କେନ୍ଦ୍ରକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।

* କାର୍ଯ୍ୟସ୍ଥଳୀକୁ ସ୍ୱଚ୍ଛ ରଖିବା ସହ ବାରମ୍ବାର ସ୍ପର୍ଶ କରାଯାଉଥିବା ସ୍ଥାନକୁ ନିୟମିତ ବ୍ୟବଧାନରେ ଜୀବାଣୁ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଅଫିସ ପରିସରରେ ଯଥେଷ୍ଟ ପରିମାଣରେ ସାନିଟାଇଜର, ସାବୁନ ଓ ୱାସ ରୁମରେ ଚାଲୁଥିବା ପାଣି ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

* ଅଧିକାରୀମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ। ଶ୍ୱାସକ୍ରିୟାରେ ସମସ୍ୟା କିମ୍ବା ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟସ୍ଥଳୀରୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ନିଜକୁ ପୃଥକ ରଖି ଚିକିତ୍ସା କରାଇବେ।

* ଚିକିତ୍ସିତ କିମ୍ବା ପୃଥକ ରହିବାକୁ ଚାହୁଁଥିବା ସରକାରୀ କର୍ମଚାରୀଙ୍କୁ ଛୁଟି ମଞ୍ଜୁର କରିବା ଲାଗି କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

*ବୟସ୍କ, ଗର୍ଭବତୀ ଓ ଅସୁସ୍ଥ ଥିବା କର୍ମଚାରୀଙ୍କୁ ଅଧିକ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି । ଏପରି କର୍ମଚାରୀଙ୍କୁ ସିଧାସଳଖ ସର୍ବସାଧାରଣଙ୍କ ସଂସ୍ପର୍ଶରେ ଆସୁଥିବା କାର୍ଯ୍ୟଠାରୁ ଦୂରେଇ ରଖିବା ଦିଗରେ ମନ୍ତ୍ରଣାଳୟ ଓ ବିଭାଗଗୁଡିକ ପଦକ୍ଷେପ ନେବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025

ଜାତୀୟ ମହାକାଶ ଦିବସ ୨୦୨୫ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 23, 2025
Latest News

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.