Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସର ଆତ୍ମହତ୍ୟା ଲାଗି ଆଉ କାହାକୁ ଦାୟୀ କରି ଲାଭ ବା କଣ?
ବିଶେଷ ଖବର

କଂଗ୍ରେସର ଆତ୍ମହତ୍ୟା ଲାଗି ଆଉ କାହାକୁ ଦାୟୀ କରି ଲାଭ ବା କଣ?

March 21, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଉ ଏକ କଂଗ୍ରେସ ସରକାର ଭାଙ୍ଗିବାରେ ବିଜେପି ସଫଳ ହୋଇଛି। ପନ୍ଦର ମାସ ତଳେ ବିଜେପି ବିରୋଧରେ ଭୋଟ ଦେଇ ମଧ୍ୟ ପ୍ରଦେଶର ଜନତା କଂଗ୍ରେସକୁ ସରକାର ଗଢିବାର ସୁଯୋଗ ଦେଇଥିଲେ। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ସରକାର ଗଢାହେବା ପରେ, ବିଜେପିର ତଥାକଥିତ କଂଗ୍ରେସ ମୁକ୍ତ ଭାବନାରେ ଏକ ପ୍ରକାର ବ୍ରେକ ଲାଗିଥିଲା। ତେବେ କଂଗ୍ରେସକୁ ମିଳିଥିବା ସେ ସୁଯୋଗକୁ ନିଜେ କଂଗ୍ରେସ ନେତୃତ୍ଵ ନିଜ ହାତରେ ରଖି ପାରୁନାହାନ୍ତି।  ଏ କଥା ଠିକ ଯେ, ବିଜେପି କଂଗ୍ରେସକୁ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଙ୍ଗିବାର ଚେଷ୍ଟା କରୁଛି ଓ ସଫଳ ହେଉଛି ମଧ୍ୟ। ବିଧାୟକଙ୍କ ଇସ୍ତଫା ମାଧ୍ୟମରେ ସରକାର ଭାଙ୍ଗିବାର ଏ ପ୍ରକ୍ରିୟା ଉପରେ ସୁପ୍ରିମ କୋର୍ଟଙ୍କ ଉଦାସୀନତା ମଧ୍ୟ ଗଣତନ୍ତ୍ର ଲାଗି ଚିନ୍ତା ର ବିଷୟ। ତେବେ ଏ ପ୍ରକାର ଉଦ୍ୟମ ସବୁବେଳେ ସବୁ ଶାସକ ଦଳ କରି ଆସିଛନ୍ତି। କଂଗ୍ରେସ ଗୋଟେ ସମୟରେ ଅଣ କଂଗ୍ରେସ ସରକାରମାନଙ୍କୁ ଭାଙ୍ଗିବାର ଅନୈତିକ ପରମ୍ପରାର ସବୁଠୁ ବଡ ସୂତ୍ରଧର ଥିଲା। ଆଜି ବିଜେପି କଂଗ୍ରେସର ସେହି ଅନୈତିକ ଆପଣାର କରିଛି।

ବିଜେପି ସରକାର ଭାଙ୍ଗିବା ଲାଗି ଉଦ୍ୟମ କରିବା ଯେତିକି ଅଗଣତାନ୍ତ୍ରିକ, ବିଜେପି କବଳରୁ ନିଜକୁ ବଞ୍ଚାଇ ନ ପାରିବାର ବିଫଳତା କାରଣରୁ କଂଗ୍ରେସ ନେତୃତ୍ବକୁ ସେତିକି ଅପାରଗ ବୋଲି କୁହାଯାଇ ପାରିବ। କଂଗ୍ରେସ ଏବେ ଏକ ପ୍ରକାର ଆତ୍ମହତ୍ୟାର ମାର୍ଗ ବରଣ କରିଛି। କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ଜିତୁଥିବା ବିଧାୟକମାନେ ଦଳର ନେତୃତ୍ବକୁ ମାନିବାକୁ ନାରାଜ। ଜିତିବାର ଅଳ୍ପ ସମୟ ଭିତରେ ସେମାନେ ବଜାରରେ ଘୋଡା ହେବାକୁ ବେଶୀ ପସନ୍ଦ କରୁଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ ସର୍ବାଧିକ କଂଗ୍ରେସ ବିଧାୟକ ଦଳ ବଦଳ କରିଛନ୍ତି ଓ ଦଳ ସହିତ ବିଶ୍ଵାସଘାତକତା କରିଛନ୍ତି। ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଗୁଜରାଟ, ଗୋଆ, ମଣିପୁର,କର୍ଣ୍ଣାଟକ ପରେ ଏବେ ମଧ୍ୟ ପ୍ରଦେଶର କଂଗ୍ରେସ ବିଧାୟକମାନେ ଖୋଲାଖୋଲି ନିଜକୁ ବିଜେପି ପାଖରେ ବିକ୍ରି କରିଛନ୍ତି। ତେବେ ଗଣତନ୍ତ୍ରରେ ବିକ୍ରେତା ଓ ଖରିଦଦାର ଉଭୟେ ଘାତକର ଭୂମିକା ତୁଲାଇଥାନ୍ତି।

ବିଜେପି କେବଳ କଂଗ୍ରେସ ଦଳ ବା କଂଗ୍ରେସ ବିଧାୟକମାନଙ୍କୁ ଯେ କେବଳ ଭାଙ୍ଗିବାକୁ ଚେଷ୍ଟା କରୁଛି ତା ନୁହେଁ, ଅନ୍ୟ ରାଜନୈତିକ ଦଳ ଓ ସେମାନଙ୍କ ସରକାର ଭାଙ୍ଗିବାକୁ ମଧ୍ୟ ଉଦ୍ୟମ କରୁଛି। ହେଲେ ଆଞ୍ଚଳିକ ଦଳଗୁଡିକ ନିଜକୁ ବିଜେପି ଆକ୍ରମଣରୁ ଯଥାସମ୍ଭବ ସୁରକ୍ଷିତ ରଖି ଆସିଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ ଓଡିଶାର ବିଜେଡି, ପଶ୍ଚିମବଙ୍ଗର ତୃଣମୂଳ, ଦିଲ୍ଲୀର ଆମ ଆଦମୀ ପାର୍ଟି, ଆନ୍ଧ୍ରର ତେଲୁଗୁ ଦେଶମ ଏବଂ ୱାଇଏସଆର, ତେଲେଙ୍ଗାନାରେ ଟିଆରଏସ ପ୍ରମୁଖ ଦଳଙ୍କୁ ଭାଙ୍ଗିବା ଲାଗି ବିଜେପି କମ ଉଦ୍ୟମ କରିନାହିଁ। ହେଲେ ଏହି ସବୁ ଦଳର ସ୍ଥାନୀୟ ନେତୃତ୍ଵ  ବିଜେପିକୁ ପରାସ୍ତ କରିବାରେ ସକ୍ଷମ ହେଉଛନ୍ତି। ନିଜ ଦଳର ବିଧାୟକ ଓ କର୍ମୀଙ୍କୁ ସମ୍ଭାଳି ରଖିବାରେ ଏହି ଦଳଗୁଡିକ କଂଗ୍ରେସ ତୁଳନାରେ ସବୁବେଳେ ଅଧିକ ସଫଳ। ବିଜେପି ଯେ ଆଞ୍ଚଳିକ ଦଳଗୁଡିକ ପ୍ରତି ସଦୟ ହେଉଛି ତା ନୁହେଁ, ହେଲେ ଆଞ୍ଚଳିକ ଦଳର ନେତୃତ୍ଵ ଆଗରେ ବିଜେପିର ରାଜନୀତି କାମ କରୁନି। ଓଡିଶାରେ ବିଜୁ ଜନତା ଦଳ, ପଶ୍ଚିମବଙ୍ଗରେ ତୃଣମୂଳ, ତେଲେଙ୍ଗାନା ରେ ତେଲେଙ୍ଗାନା ରାଷ୍ଟ୍ର ସମିତି, ଆନ୍ଧ୍ରରେ ୱାଇଏସଆର, ତାମିଲନାଡୁରେ ଡିଏମକେ, ଦିଲ୍ଲୀରେ ଆମ ଆଦମୀ ପାର୍ଟି ପ୍ରମୁଖ ବିଜେପିର ସବୁ ରଣ କୌ ଶଳକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି।

ମୁକୁଲ ରାୟଙ୍କ ମାଧ୍ୟମରେ ତୃଣମୂଳକୁ ଏବଂ ବୈଜୟନ୍ତ ପଣ୍ଡାଙ୍କ ମାଧ୍ୟମରେ ବିଜେଡ଼ିକୁ ଭାଙ୍ଗିବାର ଭରପୂର ପ୍ରୟାସ ବିଜେପି କରିଛି। ୨୦୧୯ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ସଂସଦୀୟ ଦଳରେ ଫାଟ ସୃଷ୍ଟି କରି, ତାରି ମାଧ୍ୟମରେ ବିଧାୟକ ଦଳକୁ ଅକ୍ତିଆର କରିବାର ଏକ ସୁଚିନ୍ତିତ ଯୋଜନା ସେତେବେଳେ ବିଫଳ ହୋଇଥିଲା। ସେହିପରି ଆମ ଆଦମୀ ପାର୍ଟି ୨୦୧୫ରେ ଦିଲ୍ଲୀ ବିଧାନସଭାରେ ୭୦ ରୁ ୬୭ ଆସନ ପାଇଥିଲେ ମଧ୍ୟ ଏହାର ବିଧାୟକ ଦଳକୁ ଭାଙ୍ଗିବାର ପ୍ରବଳ ଉଦ୍ୟମ ବିଜେପି କରିଥିଲା। ପ୍ରଥମେ ୨୦ ଜଣ ଆପ ବିଧାୟକଙ୍କୁ ନିର୍ବାଚନ କମିଶନଙ୍କ ସୁପାରିଶରେ ରାଷ୍ଟ୍ରପତି ଅଯୋଗ୍ୟ ଘୋଷିତ କରିଥିଲେ। ଦିଲ୍ଲୀ ହାଇ କୋର୍ଟ ଏହାର ସମୀକ୍ଷା କରିନଥିଲେ ସେତେବେଳେ କେଜ୍ରିୱାଲ ସରକାର ପାଇଁ ବଡ ବିପଦ ସୃଷ୍ଟି ହୋଇଥାନ୍ତା। ଦକ୍ଷିଣ ଭାରତରେ ବିଜେପି ନିଜକୁ ପ୍ରତିଷ୍ଠିତ କରିବା ଲାଗି ତାମିଲନାଡୁର ସ୍ଵର୍ଗତ  ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁପରେ ଏଆଇଡିଏମକେ କୁ ଏନଡିଏ ରେ ମିଶାଇବା ବାହାନାରେ ପୂରା କ୍ୟାଡରକୁ ବିଜେପିରେ ମିଶାଇବାର ଉଦ୍ୟମ ହୋଇଥିଲା।

ତେବେ ଆଜିର କଂଗ୍ରେସ ନେତୃତ୍ଵ ନିଜର ନେତା ଓ ବିଧାୟକଙ୍କୁ ଧରି ରଖିବାରେ ଅସମର୍ଥ ହେବା ପଛରେ ଦଳୀୟ ବିଫଳତା ସ୍ପଷ୍ଟ। ସୋନିଆ ଗାନ୍ଧୀ ବୟସ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏବେ କଂଗ୍ରେସକୁ ପ୍ରତ୍ୟକ୍ଷ ନେତୃତ୍ଵ ଦେବାରେ ସମ୍ଭବ ନୁହେଁ। ରାହୁଲ ଗାନ୍ଧୀ ଏବେ ବି ନିଜର ଅସ୍ଥିର ମନୋଭାବ ବଦଳାଇବାକୁ ଚାହୁଁ ନାହାନ୍ତି। ଗାନ୍ଧୀ ପରିବାର ବାହାରେ ଯେଉଁ ବରିଷ୍ଠ ନେତୃତ୍ଵ, ସେମାନେ ମଧ୍ୟ ଭୀଷଣ ଭାବେ ସ୍ଵାର୍ଥପର। ମଧ୍ୟ ପ୍ରଦେଶ ସରକାର ଭାଙ୍ଗିବା ପଛରେ ବରିଷ୍ଠ ନେତାମାନଙ୍କର ସ୍ଵାର୍ଥପରତା ଏକ ପ୍ରମୁଖ କାରଣ। କଂଗ୍ରେସର ଆତ୍ମହତ୍ୟା ପାଇଁ କଂଗ୍ରେସ ନେତୃତ୍ଵ ନିଜେ ଇ ଦାୟୀ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026
Latest News

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.