Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାମାରୀ ପରି ବିପଦ ସମୟରେ ସାମ୍ବାଦିକ,କ୍ୟାମେରାମ୍ୟାନଙ୍କ କାର୍ଯ୍ୟ ହେଉଛି ରାଷ୍ଟ୍ରସେବା; ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ମହାମାରୀ ପରି ବିପଦ ସମୟରେ ସାମ୍ବାଦିକ,କ୍ୟାମେରାମ୍ୟାନଙ୍କ କାର୍ଯ୍ୟ ହେଉଛି ରାଷ୍ଟ୍ରସେବା; ପ୍ରଧାନମନ୍ତ୍ରୀ

March 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଭିଡ-୧୯’ ସଂକ୍ରମଣ କାରଣରୁ ଉତ୍ପନ୍ନ ହୋଇଥିବା ଜଟିଳ ସମସ୍ୟା ଉପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଇଲକଟ୍ରୋନିକ୍ ଗଣମାଧ୍ୟମର ପ୍ରମୁଖ ଅଂଶୀଦାରମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ଏହି ମହାମାରୀର ଗମ୍ଭୀର ବିପଦକୁ ବ୍ୟାପକ ଭାବେ ବୁଝିବା ଲାଗି ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ। ଏ ଦିଗରେ ସଚେତନତା ସୃଷ୍ଟି କରିବାରେ ଚ୍ୟାନେଲଗୁଡ଼ିକ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ।

ସେ ସାମ୍ବାଦିକ, କ୍ୟାମେରାମ୍ୟାନ ଓ ଟେକ୍ନନିସିଆନମାନଙ୍କ ସମର୍ପଣ ଭାବନା ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଯେଉଁମାନେ ଦେଶର ବିଭିନ୍ନ କ୍ଷେତ୍ରକୁ ଯାଇ ତଥା ନ୍ୟୁଜ ରୁମରେ ରହି କଠିନ ପରିଶ୍ରମ କରୁଛନ୍ତି, ସେମାନଙ୍କର ଏହି କଠିନ ପରିଶ୍ରମକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରସେବାର ଆଖ୍ୟା ଦେଇଥିଲେ।

ସେ କେତେକ ଚ୍ୟାନେଲର ଅଭିନବ ଉପାୟ ଯେପରିକି ଘରେ ଥାଇ ସମ୍ବାଦ ପରିବେଷଣ କରିବାର ବ୍ୟବସ୍ଥା କରାଯିବାକୁ ମଧ୍ୟ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ‘କୋଭିଡ-୧୯’କୁ ଏକ ଜୀବନକାଳୀନ ଆହ୍ୱାନ ଭାବେ ଆଖ୍ୟା ଦେଇ କହିଥିଲେ ଯେ ଅଭିନବ ଏବଂ ନୂଆ ଉପାୟରେ ଏହାର ମୁକାବିଲା କରିବାର ଆବଶ୍ୟକତା ରହିଛି। ଆମ ସମ୍ମୁଖରେ ଏକ ଦୀର୍ଘ ଲଢ଼େଇ ରହିଛି। ତେଣୁ ‘ସାମାଜିକ ଦୂରତା ବା ପରସ୍ପର ଠାରୁ ଦୂରରେ ରହିବା’ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଅତ୍ୟନ୍ତ ଜରୁରି। ଏଥିପାଇଁ ଚ୍ୟାନେଲଗୁଡ଼ିକ ପାଇଁ ଏହା ଆବଶ୍ୟକ ଯେ ସେମାନେ ନୂଆ ଘଟଣାକ୍ରମ ଏବଂ ପ୍ରମୁଖ ସରକାରୀ ନିର୍ଣ୍ଣୟ ସମ୍ପର୍କରେ ସାଧାରଣ ଜନତାଙ୍କୁ ତୁରନ୍ତ ଏବଂ ଅତି ପେସାଦାର ଢଙ୍ଗରେ ସାଧାରଣ ଜନତାଙ୍କ ବୁଝିବା ଭଳି ଭାଷାରେ ବୁଝାଇବା ଜରୁରି।

ଗୋଟିଏ ପଟେ ବେପରୁଆ ମନୋଭାବ ପୋଷଣ ନକରିବା ଓ ସତର୍କ ରହିବା ଲାଗି ଲୋକମାନଙ୍କୁ ପରାମର୍ଶ ଦେବା ଏବଂ ଅନ୍ୟପଟେ ସକାରାତ୍ମକ ସଂଚାର ବା ସମ୍ବାଦ ଜରିଆରେ ଲୋକମାନଙ୍କ ମଧ୍ୟରେ ରହିଥିବା ନିରାଶାବାଦ ଓ ଭୟ ଦୂର କରିବା ଚ୍ୟାନେଲଗୁଡ଼ିକର ଦାୟିତ୍ୱ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସର୍ବଦା ଉତ୍ସାହିତ କରିବା ଅତ୍ୟନ୍ତ ଜରୁରି କାରଣ ସେମାନେ ହିଁ ଏହି ଲଢ଼େଇରେ ନେତୃତ୍ୱ ନେଉଛନ୍ତି।

ଆବଶ୍ୟକ ସୂଚନା ଏବଂ ମତାମତ ସଂଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ହେଉଛନ୍ତି ସମାଚାର ଚ୍ୟାନେଲ। ସରକାର ଏସବୁ ମତାମତ ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି। କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟ କରୁଥିବା ସମ୍ବାଦଦାତା ଏବଂ ସାମ୍ବାଦିକମାନଙ୍କୁ ସ୍ୱତନ୍ତ୍ର ବୁମ ମାଇକ ପ୍ରଦାନ କରିବା ଏବଂ ସାକ୍ଷାତକାର ନେବା ସମୟରେ ଅତି କମରେ ୧ ମିଟର ଦୂରତା ବଜାୟ ରଖିବା ଭଳି ସତର୍କତା ଅବଲମ୍ବନ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ବିଜ୍ଞାନ ସମ୍ବନ୍ଧୀୟ ରିପୋର୍ଟ ବା ସୂଚନା ଅଧିକରୁ ଅଧିକ ଲୋକମାନଙ୍କ ନିକଟରେ ପହଁଚାଇବା ଏବଂ ସମ୍ପୂର୍ଣ୍ଣ ସଠିକ ସୂଚନା ରଖୁଥିବା ଲୋକମାନଙ୍କୁ ଆଲୋଚନାରେ ସାମିଲ କରିବା ଏବଂ ଭୁଲ ସୂଚନା ପ୍ରସାର ସମସ୍ୟାରୁ ବର୍ତିବା ଲାଗି ସେ ପରାମର୍ଶ ଦେଇଥିଲେ । ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ନାଗରିକମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ସେ ଆଲୋକପାତ କରିଥିଲେ।

ଏହି ଗମ୍ଭୀର ଆହ୍ୱାନର ମୁକାବିଲା କରିବା ଲାଗି ଗଣମାଧ୍ୟମ ଜଗତର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ମହାମାରୀର ମୁକାବିଲା ଦିଗରେ ମିଳିମିଶି କାର୍ଯ୍ୟ କରିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ।

ସାଧାରଣ ଜନତାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରି ଏହି ପ୍ରତିନିଧିମାନେ ତାଙ୍କୁ ରାଷ୍ଟ୍ରକୁ ଆହୁରି ଅଧିକ ଥର ସମ୍ବୋଧିତ କରିବା ଲାଗି ଅନୁରୋଧ କରିଥିଲେ। ସକାରାତ୍ମକ କାହାଣୀ, ବିଶେଷ କରି କୋଭିଡ-୧୯କୁ ପରାଜିତ କରିଥିବା ଲୋକମାନଙ୍କ ଅଭିଜ୍ଞତାକୁ ନିଜର ଉଦବୋଧନରେ ସାମିଲ କରିବା ଲାଗି ଅନୁରୋଧ କରିଥିଲେ।

ଏହି ପ୍ରତିନିଧିମାନେ କହିଥିଲେ ଯେ ସମ୍ବାଦଦାତାଙ୍କ ଯାଂଚ କରିବା ଲାଗି ଏଭଳି ସ୍ୱତନ୍ତ୍ର ବିଭାଗ ପ୍ରତିଷ୍ଠା କରାଯାଇପାରିବ ଯେଉଁଥିରେ ଡାକ୍ତର ୨୪ ଘଂଟା ଉପଲବ୍ଧ ରହିଥିବେ। ଏହାଦ୍ୱାରା ମହାମାରୀ ସହ ଜଡ଼ିତ ଗୁଜବର ମୁକାବିଲା ଦିଗରେ ସହାୟତା ମିଳିପାରିବ। ଏହି ପରାମର୍ଶ ମଧ୍ୟ ଦିଆଯାଇଥିଲା ଯେ ପ୍ରସାର ଭାରତୀ ପ୍ରତିଦିନ ଏକ ପ୍ରାମାଣିକ ସୂଚନା ଦେବା ଆବଶ୍ୟକ ଯାହାର ଉପଯୋଗ ଅନ୍ୟାନ୍ୟ ଟିଭି ଚ୍ୟାନେଲ କରିପାରିବେ।

ଏହି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଏବଂ ବହୁମୂଲ୍ୟ ସୂଚନା ଦେବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସେ ଚ୍ୟାନେଲଗୁଡ଼ିକୁ ଅନୁରୋଧ କରିଥିଲେ ଯେ ସେମାନେ ଡିଜିଟାଲ ପଇଠ କରିବା ଲାଗି ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରନ୍ତୁ, ଯାହାଦ୍ୱାରା ନଗଦ ଟଙ୍କା ମାଧ୍ୟମରେ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇହେବ। ସେ ଚ୍ୟାନେଲଗୁଡ଼ିକୁ ବିଜ୍ଞାନ ସମ୍ବନ୍ଧୀୟ ରିପୋର୍ଟ କିମ୍ବା ସୂଚନାର ବ୍ୟାପକ ଉପଯୋଗ କରି ଅନ୍ଧବିଶ୍ୱାସର ପ୍ରସାର ସମସ୍ୟା ମୁକାବିଲା ପାଇଁ ପରାମର୍ଶ ଦେଇଥିଲେ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଆବଶ୍ୟକ ସୂଚନାକୁ ସକ୍ରିୟତାପୂର୍ବକ ପ୍ରସାର ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଠାରୁ ସୂଚନା ସଂଗ୍ରହ କରୁଥିବା ଖବରଦାତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କୋଭିଡ-୧୯ ମୁକାବିଲା ଲାଗି ସରକାରଙ୍କ ଶ୍ରେଣୀବଦ୍ଧ ଉପାୟ ପ୍ରଣାଳୀ (ଗ୍ରେଡେଡ ରେସପନ୍ସ ସିଷ୍ଟମ) ଏବଂ ଆହ୍ୱାନର ମୁକାବିଲା ଲାଗି କ୍ଷମତା ନିର୍ମାଣ ନିମନ୍ତେ ହେଉଥିବା ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଥିଲେ।

ଭାରତୀୟ ଚିକିତ୍ସା ଗବେଷଣା ପରିଷଦର (ଆଇସିଏମଆର) ମହାନିର୍ଦ୍ଦେଶକ କହିଥିଲେ ଯେ ପରୀକ୍ଷଣ ରଣନୀତି ଅନ୍ତର୍ଗତ ଶ୍ରେଣୀବଦ୍ଧ କିମ୍ବା କ୍ରମିକ ପ୍ରୟାସକୁ କାର୍ଯ୍ୟକାରୀ କରାଯାଉଛି । ଏହା ସହିତ ପରୀକ୍ଷଣ କିଟ ଲାଗି ଅନୁମୋଦନ ମଧ୍ୟ ତ୍ୱରାନ୍ୱିତ ହୋଇଛି।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ, ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାର ବରିଷ୍ଠ ପ୍ରତିନିଧି, ସମ୍ପାଦକମାନେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇଥିଲେ।

PMVC
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସିଲେ ମଧ୍ୟ କାହିଁକି ହୋଇପାରୁ ନାହିଁ ନିଗମ ମୁଆଁ ବଣ୍ଟା

August 24, 2025

୭,୨୫୬ଟି ଅଭିଯୋଗର ସମାଧାନ କଲା ଏନସିଏଚ୍‌: ୨.୭୨ କୋଟି ଫେରି ପାଇଲେ ଉପଭୋକ୍ତା

August 24, 2025

ରାଶିଫଳ: ଅଗଷ୍ଟ ୨୪ ତାରିଖ ରବିବାରରେ ସାତୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଲା

August 24, 2025

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025
Latest News

ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

August 24, 2025

କଟକ ଠାରେ ଏଏସ୍ଆଇମାନଙ୍କ ପାସିଂଆଉଟ୍ ପରେଡ ଅନୁଷ୍ଠିତ

August 24, 2025

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସିଲେ ମଧ୍ୟ କାହିଁକି ହୋଇପାରୁ ନାହିଁ ନିଗମ ମୁଆଁ ବଣ୍ଟା

August 24, 2025

ଶ୍ରୀମନ୍ଦିର ପରିସରରେ ହେବ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ: ସ୍ଥାନ ନିରୂପଣ କଲା ପ୍ରଶାସନ

August 24, 2025

୭,୨୫୬ଟି ଅଭିଯୋଗର ସମାଧାନ କଲା ଏନସିଏଚ୍‌: ୨.୭୨ କୋଟି ଫେରି ପାଇଲେ ଉପଭୋକ୍ତା

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.