Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୧ ଦିନର ଲକ ଡାଉନ, ଭାରତୀୟ ଜୀବନରେ ୨୧ ଦିନର ଭୋକ ଓ ଅଭାବ
ବିଶେଷ ଖବର

୨୧ ଦିନର ଲକ ଡାଉନ, ଭାରତୀୟ ଜୀବନରେ ୨୧ ଦିନର ଭୋକ ଓ ଅଭାବ

March 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମେରିକା ସରକାର ତାଙ୍କ ଦେଶରେ କରୋନା ଆକ୍ରମଣକୁ ମୁକାବିଲା କରିବାକୁ ୨ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ପ୍ୟାକେଜ ଘୋଷଣା କରିଛନ୍ତି। ଲକ ଡାଉନ ସମୟରେ ଯେଉଁ ଆମେରେକୀୟ ନାଗରିକମାନେ କାମ ପାଇବେ ନାହିଁ, ସେମାନଙ୍କ ବ୍ୟାଙ୍କ ଖାତାରେ ସରକାର ପ୍ରତି ସପ୍ତାହରେ ଟଙ୍କା ଜମା କରୁଛନ୍ତି। କାନାଡା, ୟୁରୋପ ତଥା ଅନ୍ୟାନ୍ୟ ଏସୀୟ ଦେଶଗୁଡିକ ମଧ୍ୟ ଏ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେବେ ଧନୀ ରାଷ୍ଟ୍ରଗୁଡିକ ଏମିତି କରିପାରିବେ। ସେମାନଙ୍କ ପାଖରେ ଟଙ୍କା ସମ୍ବଳ ଅଛି, ସାଧନ ମଧ୍ୟ ଅଛି। ହେଲେ ଭାରତ ସରକାର ଯେତେବେଳେ କରୋନା ଭୂତାଣୁକୁ ଅଟକାଇବା ଲାଗି ପୃଥିବୀର ସବୁଠୁ ଲମ୍ବା ସମୟର ଲକ ଡାଉନ ଘୋଷଣା କଲେ, ସେତେବେଳେ ଏହାର ପ୍ରଭାବ କଣ ହେବ, ତାର ଆକଳନ ନିଶ୍ଚୟ କରିଥିବେ। ହୁଏତ ଅର୍ଥନୀତିରେ ଓ ଆଗାମୀ ଜିଡିପି ସଂଖ୍ୟାରେ ଆମର ସ୍ଥିତି ଅତି ଦୟନୀୟ ହୋଇଯାଇପାରେ। ଗୋଟେ ମହାମାରୀରୁ ସୁରକ୍ଷା ପାଇବା ଲାଗି ସେତକ ତ୍ୟାଗ ହୁଏତ ଆଜି ଜରୁରୀ। ତେବେ ଯାହା ସବୁଠୁ ଚିନ୍ତାର ବିଷୟ, ତା ହେଲା ଏଇ ୨୧ ଦିନ ଧରି ପ୍ରତିଦିନ କାମକୁ ଯାଉଥିବା ଲୋକେ, ଖାଇବେ କଣ? ଏ ସମ୍ପର୍କରେ ସରକାରଙ୍କୁ ପଚରାଗଲେ ସରକାର କହୁଛନ୍ତି, ରାଜ୍ୟମାନେ ସେକଥା ବୁଝୁଛନ୍ତି। ହେଲେ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଏଥିଲାଗି ଟଙ୍କାଟିଏ ବି ସାହାଯ୍ୟ ଦେଇନାହାନ୍ତି।

୧୩୦ କୋଟି ଲୋକଙ୍କର ଏ ଦେଶରେ ଚାକିରିଆ ଓ ଭଲ ସଞ୍ଚୟ ଥିବା ଲୋକଙ୍କ ସଂଖ୍ୟା କେତେ? ସରକାରୀ ଚାକିରିଆ ହୁଏତ ଏହି ଲକ ଡାଉନ ସମୟରେ ଘରେ ବସି ଦରମା ପାଇବେ। ଘରୋଇ କ୍ଷେତ୍ର ଏ ଦିଗରେ ସରକାରଙ୍କ ଭଳି ଦରମା ଦେଇପାରିବେ କି? ଆମ ଦେଶର ୨୧ କୋଟି କୃଷି ଶ୍ରମିକ ଯେଉଁମାନେ ଜମିରେ କାମ କଲେ ଯାଇ ଖାଇବାକୁ ପାଆନ୍ତି, ସେମାନଙ୍କୁ ଏଇ ୨୧ ଦିନର ମଜୁରି କିଏ ଦେବ? କରୋନା ପ୍ରସଙ୍ଗରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରୁଥିଲେ ସେତେବେଳେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଅନ୍ତତଃ ଗ୍ରାମୀଣ କୃଷି ଶ୍ରମିକମାନଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନାରେ ୫୦ % ଅଗ୍ରୀମ ଦିଆଯାଉ। ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କିଛି ନିଷ୍ପତ୍ତି କରି ନାହାନ୍ତି।

ୟାରି ଭିତରେ ଆସନ୍ତା ୨୧ ଦିନ( ଓଡିଶା ଭଳି ରାଜ୍ୟରେ ଏହା ମାସେରୁ ଅଧିକ, କାରଣ ରାଜ୍ୟରେ ପ୍ରାୟ ସପ୍ତାହେ ଆଗରୁ ଆଂଶିକ ଓ ପୂର୍ଣ୍ଣ ଲକ ଡାଉନ ଘୋଷିତ ହୋଇସାରିଛି। )  ଏ ଦେଶର ଉଠା ଦୋକାନୀ, ଅଟୋ, ରିକ୍ସା ଓ ଟାକସି ଚାଳକ, ଛୋଟ ଦୋକାନୀ, କୁଲି, ନିର୍ମାଣ ଶ୍ରମିକ, ଦିନ ମଜୁରିଆ, କାରଖାନା ଶ୍ରମିକ, ହୋଟେଲ ଓ ରେଷ୍ଟୋରାଁ କର୍ମଚାରୀ, ବୁଣାକାର, ବିଭିନ୍ନ ଦୋକାନ ଓ ମଲ କର୍ମଚାରୀ, ଟିଭି ଓ ମନୋରଞ୍ଜନ ଜଗତର କଳାକାର, ଓକିଲ କର୍ମଚାରୀ ପ୍ରମୁଖ ଜୀବନ ଧାରଣ କରିବେ କେମିତି? ଏହା ବ୍ୟତୀତ ଦେଶରେ ନିହାତି ଗରୀବ ୨୫ କୋଟି ଲୋକଙ୍କ ଅବସ୍ଥା ଏଥିରେ କଣ ହେବ?

ଲୋକେ କହୁଛନ୍ତି ପ୍ରଥମେ କରୋନା କବଳରୁ ବଞ୍ଚିଲେ,ବାକି କଥା। ଏ କଥା ମଧ୍ୟବିତ୍ତଙ୍କ ପାଇଁ ସହଜ। ଯେଉଁମାନେ ସରକାରୀ ଚାକିରିଆ ବା ଘରୋଇ କମ୍ପାନୀର ସ୍ଥାୟୀ କର୍ମଚାରୀ, ସେମାନଙ୍କ ପାଇଁ ଏହା ଛୁଟିର ସମୟ। ହେଲେ କାମ କଲେ ଯାଇ ଯେଉଁ ପରିବାରର ପେଟ ପୋଷା ହୁଏ, ସେମାନେ କରିବେ କଣ? ଦୟା କଳା ଭଳି କିଛି କିଛି ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ପହଞ୍ଚାଇବାର କଥା କହୁଛନ୍ତି। ତେବେ ଲକ ଡାଉନ ସମୟରେ ୭୦% କର୍ମଚାରୀଙ୍କୁ ଘରେ ରହିବାକୁ କହିଥିବା ସରକାର ଏ ପ୍ରକାର ବଣ୍ଟନ ବ୍ୟବସ୍ଥାକୁ ସମ୍ଭାଳିବେ କେମିତି? ୨୧ ଦିନର ଲକ ଡାଉନ, ଭାରତୀୟ ଜୀବନରେ କରୋନା ଭୂତାଣୁଠୁ ଅଧିକ ଦାରିଦ୍ର୍ୟ ଓ ଅନାହାରର ସ୍ଥିତି ସୃଷ୍ଟି କରିବ ନାହିଁ ତ! ଗାଁ ଓ ସହର ଭିତରେ ଏ ଲକ ଡାଉନ ଏକ ପ୍ରକାର ବିଚ୍ଛିନ୍ନ ଅବସ୍ଥା ସୃଷ୍ଟି କରିବ। ସେଥିରେ ଯଦି କେଉଁ ଗାଁରେ ସଂକ୍ରମଣ ହୁଏ ତାର ନିରାକରଣ ସରକାର କରିବେ କେମିତି?

ପ୍ରଥମରୁ, ଏମିତି ଏକ ଅତ୍ୟାଚାରୀ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ, ସବୁ ପ୍ରକାର ଆକଳନ ଓ ପ୍ରସ୍ତୁତି ଆରମ୍ଭ ହେବା ଉଚିତ ଥିଲା। ଦେଶରେ ପ୍ରଥମ କରୋନା ରୋଗୀ ୩୧, ଜାନୁଆରୀ, ୨୦୨୦ରେ ଚିହ୍ନଟ ହୋଇଥିଲେ। ସେହି ସମୟରୁ ଆମର ପ୍ରସ୍ତୁତି ଯଦି କଡାକଡି ହୋଇଥାନ୍ତା ତାହେଲେ ଆଜି ଭଳି ଏତେ ଅଧିକ ମୂଲ୍ୟ ଦେବାକୁ ଆମକୁ ପଡିନଥାନ୍ତା। ବିଦେଶରୁ ଆସୁଥିବା ଭାରତୀୟଙ୍କୁ ବିନା ପରୀକ୍ଷା ଓ ନିର୍ଜନବାସରେ ମାର୍ଚ୍ଚ ୧୨ ତାରିଖ ପର୍ୟନ୍ତ ଦେଶରେ ପ୍ରବେଶ କରିବାର ସୁଯୋଗ ଦିଆଗଲା। ପ୍ରଥମ ପର୍ୟାୟର ସଂକ୍ରମଣ ଏଇ ମାନଙ୍କ ଜରିଆରେ ହିଁ ହୋଇଛି। ଅଳ୍ପ କେଇ ଲକ୍ଷ ଲୋକଙ୍କ ପରୀକ୍ଷା ଭଳି ପନ୍ଥା ଆପଣାର ଣ କରି, ଆଜି ୧୩୦ କୋଟି ଲୋକଙ୍କ ଜୀବନ ଓ ଜୀବିକାକୁ ବିପନ୍ନ କରାଗଲା କାହିଁକି? ଏ ପ୍ରଶ୍ନର ଉତ୍ତର କିଏ ଦେବ?

କରୋନା ସଂକ୍ରମଣକୁ ରୋକିବା ଲାଗି ଲକ ଡାଉନ ଏକ ଅପରିହାର୍ୟ ବ୍ୟବସ୍ଥା, ହେଲେ ଅଭାବ ଓ ଭୋକର ଦାଉ ଯଦି  କରୋନା ଠାରୁ ଭୟଙ୍କର ହୁଏ, ସେଥିପାଇଁ କିଏ ଦାୟୀ ରହିବ?

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.