Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାକୁ ନେଇ ଆମ ପୃଥିବୀର ଶାସକ ଓ ରାଜନେତାମାନେ  ସତର୍କ ତଥା ସଚେତନ ଥିଲେ କି?
ବିଶେଷ ଖବର

କରୋନାକୁ ନେଇ ଆମ ପୃଥିବୀର ଶାସକ ଓ ରାଜନେତାମାନେ  ସତର୍କ ତଥା ସଚେତନ ଥିଲେ କି?

March 29, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କରୋନା ଆଜି ପୃଥିବୀର ପ୍ରତ୍ୟେକ ଘର ଆଗରେ “କୋକୁଆ” ଭଳି ଠିଆ ହୋଇଛି।  “କୋକୁଆ” ଶବ୍ଦଟି ବିଷୟରେ ଆମର ପୃଥିବୀ ବିଲକୁଲ ଅବଗତ ନୁହେଁ, କାରଣ ଏ ଶବ୍ଦ ଓ ଚରିତ୍ର ତିଆରି କରିଥିଲେ ଓଡିଆ କବିତାର ପ୍ରଥମ ମହାକବି ସାରଳା ଦାସ। ପଞ୍ଚଦଶ ଶତାବ୍ଦୀର ଜଣେ ଓଡିଆ କବି ଲେଖିଥିବା “କୋକୁଆ” ସହିତ “କରୋନା”ର ସମ୍ପର୍କ କଣ? କୋକୁଆର ବର୍ଣ୍ଣନା କରିବାକୁ ଯାଇ ସାରଳା ଦାସ କୃଷ୍ଣଙ୍କ ତୁଣ୍ଡରେ କୁହାଉଛନ୍ତି ଯେ- “କୋକୁଆର ଯୋଜନ ଯୋଜନ ଲମ୍ବା ହାତ ଓ ସାତଟି ଆଖି। ନଅଟା ଡେଣା ଲଗାଇ ସେ ଆକାଶରେ ଏକାକୀ ଉଡୁଥାଏ। ଯୋଜନ ବିସ୍ତାରୀ ତାର ତୁଣ୍ଡ ଓ ପେଟ। ସେ ଯାହାକୁ ପାରିଲା ତାକୁ ଗୋଟେଇ ନେଇ ଖାଇପକାଏ”। ଗୋଟେ ମହାମାରିର ମେଟାଫର ୟାଠୁ ଅଲଗା ହୋଇପାରିବନି। ତେବେ ସାରଳା ଦାସଙ୍କ କୋକୁଆ କେବଳ ଏକ କଳ୍ପନାର ଭୟ ଥିବା ବେଳେ କରୋନା କିନ୍ତୁ ସତ୍ୟ। ମାତ୍ର ତିନିମାସରେ ଏହା ପୃଥିବୀର ୨୦୦ ଦେଶକୁ ତଳିତଳାନ୍ତ କରିସାରିଛି। ପୃଥିବୀର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ଆଜି କରୋନା ଆଗରେ କାକୁସ୍ଥ ହୋଇ ଛିଡା ହୋଇଛି।

ତେବେ କରୋନା କୋକୁଆ ଭଳି ଏତେ ଭୟଙ୍କର ଅ ସର୍ବବ୍ୟାପୀ ହେଲା କେମିତି? ଏମିତି ଏକ ମହାମାରୀ ଆସୁଛି ବୋଲି ଆମେ କେହି ପ୍ରସ୍ତୁତ ବା ସତର୍କ ନଥିଲେ କି? ଜାନୁଆରୀ ୧୦ ତାରିଖ ଦିନ ଚୀନରେ ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ। ଜାନୁଆରୀ ୧୦ ପରେ ଚୀନରେ ଏହା ମାଡିବା ଆରମ୍ଭ କରିଥିଲା। ଜାନୁଆରୀ ୧୦ରୁ ମାର୍ଚ୍ଚ ୨୯ ଭିତରେ ଚୀନ ରେ ୮୧,୩୯୪ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩୨୯୫ ଲୋକ ଏଥିରେ ମୃତ୍ୟୁ ବରଣ କରିଥିଲେ। ଦୁଇ/ଅଢେଇ ମାସର ସଂଘର୍ଷ ପରେ ଚୀନ ୭୪,୯୭୧ ଲୋକଙ୍କୁ ଏହି ଭୂତାଣୁ କବଳରୁ ବଞ୍ଚାଇବାରେ ସକ୍ଷମ ହୋଇଛି। ଆଜି ଚୀନରେ ମାତ୍ର ୩୧୨୮ଜଣ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ ୮୮୬ ଜଣ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ମୋଟାମୋଟି ଦେଖିଲେ ଚୀନ ଏତେ ବଡ ଏକ ମହାମାରୀକୁ ୨ ମାସ ଭିତରେ ସଫଳତାର ସହିତ ମୁକାବିଲା କରିଛି।

ଏବେ ପୃଥିବୀର ସବୁ ରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମିତ ହୋଇ ସାରିଥିବା ବେଳେ ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମେତ ଆହୁରି ଅନେକ ଲୋକ ଏଥିପାଇଁ ଚୀନକୁ ଦାୟୀ କରୁଛନ୍ତି। ତେବେ ଚୀନ ଯେତେବେଳେ ନିଜ ଦେଶରେ ଏକାକୀ ଏହି ଭୂତାଣୁ ସହିତ ଲଢୁଥିଲା ସେତେବେଳେ ସାରା ପୃଥିବୀ ଚୀନକୁ ଦେଖି ହସୁଥିଲେ। ଆଜି ଚୀନ ନିଜ ସଙ୍କଟରୁ ମୁକୁଳି ଆସୁଥିବା ବେଳେ ବାକି ପୃଥିବୀ ଏହି ସଙ୍କଟରେ ବୁଡିବା ଆରମ୍ଭ କରୁଛି। ଜାନୁଆରୀ ୧୦ ତାରିଖ ଦିନ ଚୀନରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଜାନୁଆରୀ ୨୦, ଇଟାଲିରେ ଜାନୁଆରୀ ୨୯, ସ୍ପେନରେ ଜାନୁଆରୀ ୩୦, ଜର୍ମାନୀରେ ଜାନୁଆରୀ ୨୬, ଫ୍ରାନ୍ସରେ ଜାନୁଆରୀ ୨୩, ଇରାନରେ ଫେବୃଆରୀ ୧୮, ଇଂଲଣ୍ଡରେ ଜାନୁଆରୀ ୩୦, ପାକିସ୍ତାନରେ ଫେବୃଆରୀ ୨୫ ଓ ଭାରତରେ ଜାନୁଆରୀ ୨୯ ତାରିଖ ଦିନ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

ଏହାର ଅର୍ଥ ହେଉଛି ଚୀନରେ ଏହା ବ୍ୟାପକ ହେବାର ୧୫ ଦିନ ଭିତରେ ପୃଥିବୀର ଅନ୍ୟାନ୍ୟ ଦେଶଗୁଡିକରେ ଏହା ପହଞ୍ଚି ସାରିଥଲା। ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନରେ ପ୍ରଥମ କରୋନା ଆକ୍ରାନ୍ତ ମାତ୍ର ୧୦ ଦିନର ବ୍ୟବଧାନରେ ଚିହ୍ନଟ ହୋଇଥିଲେ। ଏହି ଆସନ୍ନ ବିପଦ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଚୀନକୁ ଗାଳି କରୁଥିବା ସମୟରେ ଚୀନ ନିଜକୁ ଏହି ବିପଦରୁ ମୁକୁଳାଇବାର ବାଟ ପ୍ରସ୍ତୁତ କରୁଥିଲା। କରୋନା ପ୍ରତି ସତର୍କ ଓ ସଚେତନ ନ ରହିବାର କାରଣ ସ୍ୱରୂପ ଆଜି ଆମେରିକାରେ ୧.୦୦,୦୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୭୦୪ ଲୋକ ପ୍ରାଣ ହରାଇଛନ୍ତି।

ଚୀନ ଏହାକୁ ରୋକିବା ଲାଗି ସର୍ବ ପ୍ରଥମେ ଉହାନ ସହର ଓ ଏହାର ଆଖପାଖ ଅଞ୍ଚଳକୁ ଲକ ଡାଉନ ଘୋଷଣା କରିଥିଲା। ଏହି ଭୂତାଣୁ ସଂକ୍ରାମକ ମହାମାରୀର ରୂପ ନେଉଛି ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଥିଲା। ତେବେ ଚୀନ ଓ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶକୁ ଶୁଣିବା ଅବସ୍ଥାରେ କେହି ନଥିଲେ। ଫେବ୍ରୁଆରି ପର୍ୟନ୍ତ ଏହା କେବଳ ଚୀନର ମୁଣ୍ଡବିନ୍ଧା ବୋଲି ସମସ୍ତଙ୍କର ଧାରଣା ରହିଥିଲା। ଆଜି ଚୀନ ତୁଳନାରେ ଆମେରିକା ଓ ଇଟାଲିରେ କରୋନା ଭୟ ଅଧିକ ବ୍ୟାପକ ହୋଇଛି।

୨୪, ଫେବ୍ରୁଆରି ବେଳକୁ ଉଭୟ ଭାରତ ଓ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲା। ତଥାପି ସେହି ତାରିଖରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରି ଭାରତରେ “ନମସ୍ତେ ଟ୍ରମ୍ଫ” କାର୍ଯକ୍ରମର ଆୟୋଜନ ଚାଲିଥିଲା। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ କରୋନା ପାଇଁ ଭାରତ ସରକାର ପ୍ରସ୍ତୁତ ରହିବା ଦରକାର ବୋଲି କହିଥିଲେ, ସେତେବେଳେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ କରୋନାକୁ କଂଗ୍ରେସ ଭୂତାଣୁ ବୋଲି କହିବାକୁ ପଛାଇନଥିଲେ। ଏପରି ମାର୍ଚ୍ଚ ୧୨ ତାରିଖରେ ସରକାର କରୋନା ଏକ ସାଧାରଣ ଘଟନା ବୋଲି କହିଥିଲେ। ତା ପରେ ଯାହା ଘଟିଲା ଓ ଘଟୁଛି, ଆମେ ଦେଖୁଛୁ।

ମହାମାରୀ ସବୁବେଳେ ଅବିବେକୀ ଓ ଅସତର୍କ ଶାସକମାନକର ନିର୍ବୋଧତା ଯୋଗୁଁ ଘଟିଥାଏ। କରୋନା ସଂକ୍ରମଣ ତାର ବ୍ୟତିକ୍ରମ ନୁହେଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଲାଲ କରିଡରରୁ ନକ୍ସଲମୁକ୍ତ ଭାରତ ପର୍ଯ୍ୟନ୍ତ: 126 ରୁ 11 କୁ ଖସିଲା ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା

December 15, 2025

ବଢିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ, ଜାଣନ୍ତୁ କେତେ

December 15, 2025

କଂଗ୍ରେସରୁ ବହିସ୍କାର ହେବା ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ମୁଁ……

December 15, 2025

କଂଗ୍ରେସରୁ ବହିସ୍କୃତ ହେଲେ ମହମ୍ମଦ ମୋକିମ, ଚିଠି ଲେଖିବା ହେଲା କାଳ

December 15, 2025
Latest News

ଲାଲ କରିଡରରୁ ନକ୍ସଲମୁକ୍ତ ଭାରତ ପର୍ଯ୍ୟନ୍ତ: 126 ରୁ 11 କୁ ଖସିଲା ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା

December 15, 2025

ହୀରାକୁଦ୍ ରେ ଆଧୁନିକ ଏମଭିଆର୍ ପ୍ରଣାଳୀ ସହ ୧୦୦ କେଏଲଡି ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ ୟୁନିଟ ଉଦଘାଟିତ

December 15, 2025

୨୦୨୬ ଟି-୨୦ ବିଶ୍ୱକପ୍ ଦେଖିବା ପାଇଁ ଭାରତ ଆସିବେ ମେସି!: ଟିକେଟ୍ ଉପହାର ଦେଲେ ଜୟ ଶାହ

December 15, 2025

ଖନ୍ତାପଡ଼ା ଷ୍ଟେସନର ୟାର୍ଡ ପୁନଃମଡେଲିଂ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ 

December 15, 2025

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ସଫଳତାର ସହ ସମ୍ପନ୍ନ ହେଲା ଜଟିଳ ଟ୍ୟୁମର ଅସ୍ତ୍ରୋପଚାର

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.