Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୁଦ୍ଧ ଉନ୍ମାଦର କାହାଣୀ; କେବଳ ଭାରତ ଓ ପାକିସ୍ତାନର ରାଜନୀତି ନୁହେଁ , ଏ ଉନ୍ମାଦନା ପଛରେ ଗୋଟେ ବଡ ଆନ୍ତର୍ଜାତିକ ବଜାରର ଅଭିସନ୍ଧି ରହିଛି
ବିଶେଷ ଖବର

ଯୁଦ୍ଧ ଉନ୍ମାଦର କାହାଣୀ; କେବଳ ଭାରତ ଓ ପାକିସ୍ତାନର ରାଜନୀତି ନୁହେଁ , ଏ ଉନ୍ମାଦନା ପଛରେ ଗୋଟେ ବଡ ଆନ୍ତର୍ଜାତିକ ବଜାରର ଅଭିସନ୍ଧି ରହିଛି

March 1, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

-ଯୁଦ୍ଧ ପାଇଁ ନୁହେଁ, ବରଂ ଶାନ୍ତି ପାଇଁ ବିଶାଳ ହୃଦୟର ଛାତି ରହିବା ଦରକାର

-ଯୁଦ୍ଧ କରିବା ସହଜ, ହେଲେ ଯୁଦ୍ଧକୁ ବନ୍ଦ କରିବା ଆଦୌ ସହଜ ନୁହେଁ।

-କୂଟନୈତିକ ସ୍ତରରେ ସବୁ ଦେଶ ନିଜକୁ ବିଜୟୀ ବୋଲି ଉପସ୍ଥାପିତ କରନ୍ତି। ଆଧୁନିକ ଯୁଦ୍ଧର ଇତିହାସରେ କୌଣସି ଦେଶ ନିଜକୁ ପରାଜିତ ବୋଲି ସ୍ଵୀକାର କରିନାହାନ୍ତି।

-ଯୁଦ୍ଧରେ ସେନାବାହିନୀ ଅପେକ୍ଷା ସାଧାରଣ ଜନତାର ପ୍ରସ୍ତୁତି ସବୁଠୁ ବେଶୀ ଲୋଡା ହୁଏ। ସେ ପ୍ରକାର ପ୍ରସ୍ତୁତି ଆମର କେବେ ନାହିଁ, କାରଣ ଆମର ସବୁ ଯୁଦ୍ଧ ପାରମ୍ପରିକ ଭାବରେ ସୀମାନ୍ତରେ ହିଁ ଲଢା ଯାଇଛି।

ଯୁଦ୍ଧ ବିଷୟରେ ଆଲୋଚନା କଲାବେଳେ ଏଇ ଚାରୋଟି କଥା ଆମକୁ ସବୁବେଳେ ମନେ ରଖିବାକୁ ପଡିବ। ଗତ ୨୬, ୨୭ ଓ ୨୮ ତାରିଖ, ତିନିଦିନ ବ୍ୟାପୀ ଭାରତ ଓ ପାକିସ୍ତାନ ଭିତରେ ଯେଉଁ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଲା, ସେଥିରୁ ଆମକୁ ଅନେକ କିଛି ଶିକ୍ଷା ମିଳିଛି। ଆଧୁନିକ ସମୟରେ କୌଣସି ଦେଶ ନିଜକୁ ମହାନ ବା ଏକମାତ୍ର ଶକ୍ତିଶାଳୀ ବୋଲି ଭାବିବା ଆଉ ସମ୍ଭବ ନୁହେଁ। ଭିଏତନାମ ଓ କ୍ୟୁବା ଭଳି ଛୋଟ ଦେଶ ଆମେରିକା ଭଳି ମହାଶକ୍ତିକୁ ପାଣି ପିଆଇ ଦେଇଥିଲେ। ଆମ ସମୟର ଇରାକ ବିରୋଧୀ ଉପସାଗରୀୟ ଯୁଦ୍ଧ ଓ ଆଫଗାନିସ୍ତାନ ଯୁଦ୍ଧରେ ମଧ୍ୟ ଆମେରିକାର ସ୍ଥିତି କଣ ହେଲା ଆମେ ଦେଖିଛୁ। ଇରାକ ଆକ୍ରମଣ ପରେ ସେଇଠି ହିଁ ଆଇଏସଆଇଏସ ଭଳି ଅମାନବୀୟ ସନ୍ତ୍ରାସବାଦୀ ଗୋଷ୍ଠୀ ଜନ୍ମ ନେଲେ। ଯେଉଁ ତାଲିବାନକୁ ଦିନେ ଆମେରିକା ଖତମ କରିଦେଇଛି ବୋଲି କହୁଥିଲା, ସେଇ ତାଲିବାନ ସହ ଏବେ ଆମେରିକାର ଆଲୋଚନା ଚାଲୁରହିଛି। ଆଜି ଭାରତ ଓ ପାକିସ୍ତାନ ଭିତରେ ଚାଲିଥିବା ଉତ୍ତେଜନାର ପୃଷ୍ଠଭୂମିରେ ଆମେ ଏୟା ମଧ୍ୟ ଦେଖୁଛୁ ଯେ, ଭିଏତନାମର ହାନୋଇଠାରେ ଗତକାଲି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କର ଶିଖର ବୈଠକ ଚାଲିଥିଲା।

ପୃଥିବୀରେ ଚାଲିଥିବା ପରସ୍ପର ବିରୋଧୀ ଦେଶ ମାନଙ୍କର ଆଲୋଚନାରୁ କୂଟନୀତିର କୌଶଳ ଶିଖିବାକୁ ଆମେ ବୋଧେ ଚାହୁନୁ। ତାର ଏକମାତ୍ର କାରଣ ହେଉଛି, ଆମକୁ ଗତ ପାଞ୍ଚ ବର୍ଷ ଧରି କୁହା ହେଉଛି, ଆମର ଗୋଟେ ମର୍ଦ୍ଦବାଦୀ ବୈଦେଶିକ ନୀତି (Muscular foreign policy) ରହିଛି। ଆମେ ଆମ ସର୍ତ୍ତରେ ପୃଥିବୀ ସହ ସଂଯୁକ୍ତ ହେବୁ ବୋଲି ଆମେ କହୁଛୁ। ତେବେ ମାତ୍ର ତିନି ଦିନର ଭାରତ-ପାକିସ୍ତାନ ଉତ୍ତେଜନାରୁ ଆମେ ଏତିକି ବୁଝିଯିବା ଉଚିତ ଯେ, ଆମେ ଗୋଟେ ବୃହତ୍ତର ପୃଥିବୀର ଅଂଶ ଓ ଏଠି କେହି କାହାକୁ ଧ୍ଵଂସ କରିବାର ସ୍ଵପ୍ନ ଦେଖିବା ଉଚିତ ନୁହେଁ।

ଏବେ ସ୍ପଷ୍ଟ ଭାବରେ ପ୍ରସଙ୍ଗକୁ ଆସିବା। ୨୬ ଫେବୃଆରୀ ରାତି ୩.୩୦ସମୟରେ ଭାରତ ପାକିସ୍ତାନର ବାଲାଘାଟ ଉପରେ ଯୁଦ୍ଧ ବିମାନ ମାଧ୍ୟମରେ କେତେକ ଆତଙ୍କବାଦୀ ଆଡ୍ଡାକୁ ଧ୍ଵଂସ କଲା।  ଏଥିରେ ଅନେକ ଆତଙ୍କବାଦୀ ନିହତ ବୋଲି କୁହାଗଲା। ତାର ପ୍ରତି ଉତ୍ତର ଦେବାକୁ ଯାଇ ୨୭ ତାରିଖ ଦିନ ଓଳି ପାକିସ୍ତାନ ଭାରତର ସେନାବାହିନୀକୁ ଉପରେ ପ୍ରହାର କରିବାକୁ ଚେଷ୍ଟା କଲା। ପରିଣତି ହେଲା, ପାକିସ୍ତାନ ଓ ଭାରତ ନିଜର ଦୁଇଟି ଯୁଦ୍ଧ ବିମାନ ହରାଇଲେ ଓ ଜଣେ ଭାରତୀୟ ୱିଙ୍ଗ କମାଣ୍ଡର ପାକିସ୍ତାନ ହାତରେ ଧରା ପଡିଲେ। ତାପରେ ଉଭୟ ଦେଶରେ ଯୁଦ୍ଧକୁ ନେଇ  ଯେଉଁ ଉନ୍ମାଦନା ଥିଲା, ସେଥିରେ ଶାନ୍ତି ପ୍ରକ୍ରିୟା ର ଆଭାସ ମିଳିଲା।

ଗତକାଲି  ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମରାନ ଖାନ କହିଲେ ଶାନ୍ତିର ସଙ୍କେତ ସ୍ଵରୂପ ସେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ଫେରାଇଦେବେ। ଏହା ପରେ ଭାରତରେ ପୁଣି ଉନ୍ମାଦନା ଆରମ୍ଭ ହୋଇଗଲା। ଆମର ଯୁଦ୍ଧଖୋର ଗଣମାଧ୍ୟମ କହିଲେ, ପାକିସ୍ତାନ ଭାରତକୁ ଡରି ମରି  ଅଭିନନ୍ଦନଙ୍କୁ ଫେରାଇଦେଉଛି। ଏହା ଭାରତର କୂଟନୈତିକ ବିଜୟ ବୋଲି ମଧ୍ୟ ଛାତି ବାଡିଆ ଆରମ୍ଭ ହୋଇଗଲା। ହେଲେ ଏ ବିଜୟ ନା ଭାରତର, ନା ପାକିସ୍ତାନର। ବରଂ ଏ ବିଜୟ ଥିଲା ଆମ ଅଲକ୍ଷ୍ୟରେ ଆମକୁ ନିୟନ୍ତ୍ରିତ କରୁଥିବା ଆମେରିକାର। ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ଦିନ ଓଳି କହିଲେ ଯେ ଯଥା ଶୀଘ୍ର ଭାରତ ଓ ପାକିସ୍ତାନରୁ ଭଲ ଖବର ଆସିବ। (ସତେକି ଭଲ ଖବର ଦେବାକୁ ସେ କିଛି ଗୋଟେ ବ୍ୟବସ୍ଥା କରିଥିଲେ। ) ଭଲ ଖବର ଆସିଲା ମଧ୍ୟ। ହେଲେ ଆମେରିକାର ଭୂମିକା ବିଷୟରେ ଆଲୋଚନା କରିବାକୁ ଆମର ଜିଭ ଚାହୁନି। ଆମର ଯୁଦ୍ଧ ବିଷାରଦ ମାନେ ଏବେ କୂଟନୀତିର ବିଷାରଦ ମଧ୍ୟ। ସେମାନେ ଯୁଦ୍ଧ ଯୁଦ୍ଧ ବୋଲି ଚିତ୍କାର କରି କୂଟନୀତିର ବାସ୍ତବ ଚିତ୍ର ରୁ ଆମକୁ ଦୂରେଇ ରଖିବାକୁ ଚାହାନ୍ତି। ପ୍ରଥମଥର ଲାଗି ଭାରତ ଓ ପାକିସ୍ତାନ ଭିତରେ ଶାନ୍ତି ସ୍ଥାପନ ଲାଗି ଆମେରିକା ସହିତ ସାଉଦି ଆରବ ଓ ୟୁଏଇ ମଧ୍ୟସ୍ଥି ଭୂମିକା ତୁଲାଉଛନ୍ତି। ଦେଶ ଭିତରେ ଇସଲାମ ବିରୋଧୀ ଆଭିମୁଖ୍ୟ ରଖୁଥିବା ବିଜେପି ସରକାର ଏବେ ଇସ୍ଲାମିକ ଦେଶମାନଙ୍କ ସହ ଅଧିକ ଘନିଷ୍ଠ ହେବାର ଉଦ୍ୟମ କରୁଛନ୍ତି।

ମୋଟାମୋଟି କହିବାକୁ ଗଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକାଳୀନ ପରିସ୍ଥିତି କେବଳ ଆଭ୍ୟନ୍ତରୀଣ ରାଜନୀତି ଯୋଗୁଁ ନୁହେଁ, ବରଂ ଏହା ପଛରେ ଅନେକ କୂଟନୈତିକ କାରଣ ମଧ୍ୟ ରହିଛି। ଆମେ ଯଦି ସତରେ ଏକ ମର୍ଦ୍ଦବାଦୀ ବୈଦେଶିକ ନୀତିରେ ବିଶ୍ଵାସୀ, ତେବେ ଆମେ ଡୋନାଲ୍ଡ ଟ୍ରମ୍ଫଙ୍କୁ କହିଲେ କି, ଆମ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାଅନି ବୋଲି? ଆମେ ସାଉଦି ଆରବର ରାଜକୁମାର ଯିଏ ପାକିସ୍ତାନର ସବୁଠୁ ବଡ ଅର୍ଥନୈତିକ ସହଯୋଗୀ, ତାଙ୍କୁ ସ୍ଵାଗତ କାଲେ କାହିଁକି?

ଏଠି କଥା ହେଉଛି, ଭାରତ ଓ ପାକିସ୍ତାନ ଭିତରେ ଶାନ୍ତି ନରହୁ ବୋଲି  ଉଭୟ ଦେଶର ରାଜନେତା ତ ଚାହାନ୍ତି ନାଇଁ, ପୃଥିବୀର ବଡ ଅସ୍ତ୍ର ବେପାରୀ ରାଷ୍ଟ୍ର ମଧ୍ୟ ଏମାନଙ୍କ ଭିତରେ ଉତ୍ତେଜନା ଲାଗିରହୁ ବୋଲି ଚାହାନ୍ତି। ଭାରତର ନିର୍ବାଚନରେ ପାକିସ୍ତାନ ଓ ପାକିସ୍ତାନ ନିର୍ବାଚନରେ ଭାରତକୁ ନେଇ ଉତ୍ତେଜନାମୂଳକ ଭାଷଣ ଦେବାର ଦୀର୍ଘ ପରମ୍ପରା ରହିଛି। ଆଜି ନରେନ୍ଦ୍ର ମୋଦୀ ସେଇ ପରମ୍ପରାକୁ ଆଗକୁ ଇ ନେଉଛନ୍ତି। ମୋଦୀ ଭଲ ଭାବରେ ଜାଣନ୍ତି ଆଜିର ସମୟରେ ଯୁଦ୍ଧ ହେବାକୁ କେହି ବି ଚାହିଁବେ ନାହିଁ।  କେବଳ ଯୁଦ୍ଧର ଉନ୍ମାଦନା ଇ ଭୋଟ ପାଇଁ ସବୁଠୁ ବଡ ପୁଞ୍ଜି। ସମାନ ଲକ୍ଷ୍ୟ ଇମରାନ ଖାଁଙ୍କର ମଧ୍ୟ ରହିଛି। ପାକିସ୍ତାନ ରାଜନୀତିରେ ନିଜ ହାତ ମୁଠା ଟାଣ କରିବାକୁ ହେଲେ ତାଙ୍କୁ ଭାରତ ବିରୋଧୀ ଶକ୍ତିମାନଙ୍କୁ ଶରଣ ଦେବାକୁ ପଡିବ। ଉଭୟ ଭାରତ ଓ ପାକିସ୍ତାନ ର ଆଭ୍ୟନ୍ତରୀଣ ରାଜନୀତିରେ ଯୁଦ୍ଧ-ଉନ୍ମାଦ  ଏକ ଅନାବଶ୍ୟକ ବାଧ୍ୟ ବାଧକତା। ଏହା ସହିତ ଆନ୍ତର୍ଜାତିକ ଅସ୍ତ୍ର ବଜାରର କୂଟନୀତି ମଧ୍ୟ ଏଥିରେ ସାମିଲ ଅଛି,ଏତକ ବୁଝିବାକୁ ଆମର ଉନ୍ମାଦଗ୍ରସ୍ତ ଦେଶପ୍ରେମୀଙ୍କ ପାଖରେ ସମୟ କି ମସ୍ତିସ୍କ ଇ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026
Latest News

ଆଜି ସୁନା ଏବଂ ରୂପାର ମୂଲ୍ୟ ବଢିଛି ନା କମିଛି?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁର ଦର

February 7, 2026

ବିଏମସିର ମେୟର ହେବେ ବିଜେପିର ଋତୁ ତାୱଡେ, ଶିବସେନାର ସଞ୍ଜୟ ଶଙ୍କର ଡେପୁଟି ମେୟର

February 7, 2026

ବ୍ରାଉନ ସୁଗାର କାରବାର ଅଭିଯୋଗ: ୩ ଯୁବକ କୋର୍ଟ ଚାଲାଣ

February 7, 2026

ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ: ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

February 7, 2026

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.