Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାର କରୋନା ମୁକାବିଲାକୁ ନେଇ ତାମିଲ ପତ୍ରିକା ‘ଜୁନିୟର ଭିକାତନ’ର ପ୍ରଶଂସା, ନବୀନଙ୍କୁ “ବିଶ୍ବର ମାର୍ଗଦର୍ଶକ” ଭାବେ ବର୍ଣ୍ଣନା
ଜାତୀୟ ଖବର

ଓଡିଶାର କରୋନା ମୁକାବିଲାକୁ ନେଇ ତାମିଲ ପତ୍ରିକା ‘ଜୁନିୟର ଭିକାତନ’ର ପ୍ରଶଂସା, ନବୀନଙ୍କୁ “ବିଶ୍ବର ମାର୍ଗଦର୍ଶକ” ଭାବେ ବର୍ଣ୍ଣନା

April 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ତାମିଲ ପତ୍ରିକା “ଜୁନିୟର ଭିକାତନ”କୁ ନେଇ ସାରା ରାଜ୍ୟରେ ବର୍ତ୍ତମାନ ଚାଲିଛି ଚର୍ଚ୍ଚା। କାରଣ ଏହି ପତ୍ରିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରୋନା ମୁକାବିଲା ପାଇଁ ନେଇଥିବା ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛି। ଭିତରେ ଲେଖାଥିବା ତାମିଲ ଭାଷାକୁ ଓଡିଆ ଲୋକେ ବୁଝି ପାରୁ ନ ଥିଲେ ମଧ୍ୟ ଏହାର ପ୍ରଚ୍ଛଦପଟ୍ଟକୁ ନେଇ ବେଶ୍ ଚର୍ଚ୍ଚା। କାରଣ ଏହି ପତ୍ରିକାର ପ୍ରଚ୍ଛଦ ପଟରେ ନବୀନ ଏକ ବଡ ଶଙ୍ଖ ଧରି ଫୁଙ୍କୁଛନ୍ତି। ଏପରି ଫଟୋର କଳାଚାତୁରୀ ଲୋକଙ୍କୁ ବେଶ୍ ଆକର୍ଷିତ କରିଛି।

ପତ୍ରିକା ଭିତରେ ଯାହା ଉଲ୍ଲେଖ ଅଛି ସେଥିରେ ନବୀନଙ୍କୁ କରୋନା ଯୋଦ୍ଧା ଭାବେ ବର୍ଣ୍ଣନା କରାଯାଇଛି। ଭାରତକୁ ଏହି କରୋନା ଭାଇରସ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସଂପର୍କରେ ଆଲୋଚନା କରୁଥିବା ବେଳେ ନବୀନ ପଦକ୍ଷେପ ନେବା ଆରମ୍ଭ କରି ଦେଇଥିଲେ। ପ୍ରଥମ ପଦକ୍ଷେପ ସ୍ବରୂପ ନବୀନ ଓଡିଶାରେ ବିଧାନସଭା ବନ୍ଦ କରି କରୋନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସେହି ଦିନ ବିଧାନସଭା ପରିସରରେ ବିଧାୟକଙ୍କ ଗହଣରେ ନିଜେ ମୁଖ୍ୟମନ୍ତ୍ରୀ ହାତ ଧୋଇ ସଚେତନତା ଆରମ୍ଭ କରିଥିଲେ।

ଏହି ପତ୍ରିକା ପୁଣି ଉଲ୍ଲେଖ କରିଛି ଯେ, କେନ୍ଦ୍ରରେ ମୋଦି କରୋନା ଉପରେ ପଦକ୍ଷେପ ନେବା ପାଇଁ ଚିନ୍ତା କରୁଥିବା ବେଳେ ନବୀନ ଓଡିଶାରେ ତାହା ଲାଗୁ କରିଛନ୍ତି। ଏହାର ଉଦାହରଣ ଦେଇ ଏହି ପତ୍ରିକା କହିଛି ଯେ, ଦେଶରେ ଲକଡାଉନ ହେବା ପୂର୍ବରୁ ନବୀନ ରାଜ୍ୟରେ ଲକଡାଉନ ଘୋଷଣା କରିସାରିଥିଲେ। ସେହିପରି କୋଭିଡ19 ହସପିଟାଲ ନିର୍ମାଣ କରିବା ନବୀନଙ୍କ ଏକ ବଡ ସଫଳ ନିଷ୍ପତି ବୋଲି ବର୍ଣ୍ଣନା କରାଯାଇଛି। କାରଣ ଏପରି ହସପିଟାଲ ନିର୍ମାଣ କରିବାକୁ ଅନ୍ୟରାଜ୍ୟ ଚିନ୍ତା କରି ନ ଥିବା ବେଳେ ନବୀନ ହସପିଟାଲ ଉଦଘାଟନ କରିସାରିଲେଣି।

ସେହିପରି ରାଜ୍ୟ ସରକାରଙ୍କ କୋଭିଡ19 ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ କରୁଥିବା ସାମ୍ବାଦିକ ସମ୍ମିଳନୀ ସଂପର୍କରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ଏହି ପତ୍ରିକା କହିଛି ଯେ, ରାଜ୍ୟ ସରକାର ଗଣମାଧ୍ୟମକୁ ଏହି ମହାମାରି ସଂପର୍କରେ ତଥ୍ୟ ଦେବା ପାଇଁ ଏକ ଟିମ ଗଠନ କରିଛନ୍ତି ଯାହା କେହି କେବେ ପରିକଳ୍ପନା କରି ନ ଥିବେ। ଗଣମାଧ୍ୟମକୁ ସବୁବେଳେ ଠିକ ତଥ୍ୟ ଦେବା ନିହାତି ଆବଶ୍ୟକ। କାରଣ ଗଣମାଧ୍ୟମ ଦ୍ବାରା ଲୋକେ ଏହି ରୋଗ ଉପରେ ସଚେତନ ହୋଇ ପାରିବେ।

ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ଏହି ପତ୍ରିକା ବେଶ୍ ଗଭୀର ଭାବେ ଅନୁଧ୍ୟାନ କରି ବିଶ୍ଲେଷଣ କରିଛି। ଏକାନ୍ତବାସରେ ରହିବା ହେଉ, 104 ଟୋଲଫ୍ରି ନମ୍ବରକୁ ଫୋନ କରିବା ହେଉ ଏପରି ପଦକ୍ଷେପ କେହି ନେଇ ନ ଥିଲେ। ଏପରିକି ଏସବୁକୁ ସଠିକ ଭାବେ ପରିଚାଳନା ପାଇଁ  ବରିଷ୍ଠ ଅଧିକାରୀଙ୍କୁ ନେଇ ଟିମ ଗଠନ କରିବା ନିଷ୍ପତି ଏକ ବୁଦ୍ଧିମାନର କାମ।

ଭି.କେ ପାଣ୍ଡିୟାନ ଏବଂ ଆର ବାଲକ୍ରିଷ୍ଣାନଙ୍କୁ ମଧ୍ୟ ପ୍ରଶଂସା, ତାମିଲ ରାଜ୍ୟ ଗର୍ବିତ ବୋଲି ବର୍ଣ୍ଣନା

ଏହି ତାମିଲ ପତ୍ରିକା ଓଡିଶାରେ କାମ କରୁଥିବା ତାଙ୍କ ରାଜ୍ୟର ଦୁଇ ଅଧିକାରୀଙ୍କ ମଧ୍ୟ ବେଶ୍ ପ୍ରଶଂସା କରିଛି। ସେ ଦୁଇଜଣ ହେଲେ ଫାଇବ ଟି ସଚିବ ଭି.କେ ପାଣ୍ଡିୟାନ୍ ଏବଂ ଆର ବାଲକ୍ରିଷ୍ଣାନ୍। ଏହି ଦୁଇ ଅଧିକାରୀ କୋଭିଡ19 ଅପରେସନର ଲିଡର ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ କଠୋର ପରିଶ୍ରମ ଏବଂ ସଠିକ ନିଷ୍ପତି ସ୍ବାଗତ ଯୋଗ୍ୟ।  ସେଥିପାଇଁ ଓଡିଶା ସରକାର ସଫଳତା ପରେ ସଫଳତା ହାସଲ କରିବାରେ ଲାଗିଛନ୍ତି ବୋଲି ବର୍ଣ୍ଣନା କରାଯାଇଛି। ଏହି ଦୁଇ ଅଧିକାରୀଙ୍କ ପାଇଁ ତାମିଲ ରାଜ୍ୟ ମଧ୍ୟ ଗର୍ବିତ ବୋଲି ମଧ୍ୟ ପତ୍ରିକା ଉଲ୍ଲେଖ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଏପ୍ରିଲରେ ଖାଲି ହେବ ୩୭ ଟି ଆସନ

January 22, 2026

ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ନେତାଜୀ ଜୟନ୍ତୀରେ ଦେବେ ଯୋଗ

January 22, 2026

ବିଶ୍ୱକପରେ ବଡ଼ ବିପର୍ଯ୍ୟୟର ଆଶଙ୍କା!: ପ୍ରଥମ ଟି-୨୦ ବିଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା

January 22, 2026

President’s Visit to Odisha: ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 22, 2026
Latest News

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଏପ୍ରିଲରେ ଖାଲି ହେବ ୩୭ ଟି ଆସନ

January 22, 2026

ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ନେତାଜୀ ଜୟନ୍ତୀରେ ଦେବେ ଯୋଗ

January 22, 2026

ବିଶ୍ୱକପରେ ବଡ଼ ବିପର୍ଯ୍ୟୟର ଆଶଙ୍କା!: ପ୍ରଥମ ଟି-୨୦ ବିଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା

January 22, 2026

President’s Visit to Odisha: ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 22, 2026

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.