Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ସରକାରଙ୍କ ଶେଷ ଅତିରିକ୍ତ ବଜେଟ, ନିର୍ବାଚନ ପରିଚାଳନା ପାଇଁ 41 କୋଟି ଟଙ୍କା ବ୍ୟୟ ବରାଦ
ବିଶେଷ ଖବର

ବିଜେଡି ସରକାରଙ୍କ ଶେଷ ଅତିରିକ୍ତ ବଜେଟ, ନିର୍ବାଚନ ପରିଚାଳନା ପାଇଁ 41 କୋଟି ଟଙ୍କା ବ୍ୟୟ ବରାଦ

September 5, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରନ୍ତି ତେବେ ବିଜେଡି ତାହାକୁ ସମର୍ଥନ କରିବ। ବିଜେଡି ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନରଙ୍କ ନିକଟରେ ଏହିପରି ଲିଖତ ଜଣାଇବା ପରେ ବର୍ତ୍ତମାନ ରାଜ୍ୟ ରାଜନୀତ ସରଗରମ ହୋଇପଡିଛି। ତାହାର କାରଣ ମଧ୍ୟ ରହିଛି। ତାହା ହେଉଛି ଗତ କିଛି ମାସ ଧରି ରାଜ୍ୟ ସରକାର ଯେପରି ଯୋଜନା ପରେ ଯୋଜନା ଘୋଷଣା କରିବା। ଯେପରି ବିଜ୍ଞାପନ ପ୍ରକାଶ କରି ସରକାରଙ୍କ ପ୍ରଚାର କରିବା, ସାରା ରାଜ୍ୟର ମୁଖ୍ୟ ସହରରେ ହୋଡିଂ ଲଗାଇବା ପ୍ରଭୃତି କାମକୁ ଦେଖିଲେ ଅନୁମାନ କରାଯାଉଛି ଯେ, ସରକାର ପୁରା ନିର୍ବାଚନ ମୁଡରେ ଅଛନ୍ତି। ତେବେ ସେହି ସବୁ ସନ୍ଦେହକୁ ସୁୃଦୃଢ କରିଦେଲା ପିନାକୀ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିବା ଘଟଣା। ତେବେ ରାଜ୍ୟ ସରକାର ଆଗୁଆ ନିର୍ବାଚନକୁ ଆଉ ଏକ ବଳିଷ୍ଠ ପ୍ରମାଣ କରୁଛି ଆଗୁଆ ଅତିରିକ୍ତ ବଜେଟ ଉପସ୍ଥାପନା କରିବା।

ସାଧାରଣତଃ ଅତିରିକ୍ତ ବଜେଟ ଶୀତ ଅଧିବେସନରେ ଆସିଥାଏ, ହେଲେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଏହି ବଜେଟ ମୌସୁମୀ ଅଧିବେସନରେ ଆସିଛି।  ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨ହଜାର ୭୯୦କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନା କରିଛନ୍ତି। ମୂଳ ବଜେଟ ଅଟକଳ ଲକ୍ଷେ ୨୦ହଜାର କୋଟି ଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ପରିମାଣ ଲକ୍ଷେ ୩୨ହଜାର କୋଟିରେ ପହଁଚିଛି। ମୁଖ୍ୟତଃ ରାଜ୍ୟ ସରକାର ନିକଟରେ ଘୋଷଣା କରିଥିବା ବଡବଡ ଯୋଜନା ସବୁକୁ କାର୍ଯ୍ୟକାରୀ କରିବାକୁ ବଜେଟରେ ବ୍ୟବସ୍ଥା କରିଛନ୍ତି।ବର୍ତ୍ତମାନ ଅର୍ଥମନ୍ତ୍ରୀ ଯେଉଁ ସବୁ ଯୋଜନା ପାଇଁ ବ୍ୟୟ ବରାଦ କରିଛନ୍ତି ତାହା ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି ତାହା କହିବା ଆବଶ୍ୟକ ନାହିଁ। କାରଣ ସରକାରଙ୍କ ସ୍ବପ୍ନର ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ମୋଟ ୨ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସେହିପରି ଶିକ୍ଷା ସହାୟକମାନଙ୍କୁ ନିୟମିତ ଦରମା ପାଇଁ ୭୫୦କୋଟି, ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ୪୧ କୋଟି, ସରକାରୀ ଋଣର ସୁଧ ବାବଦକୁ ୩୫୦କୋଟି ସହିତ ପ୍ରଶାସନିକ ବ୍ୟୟ ପାଇଁ ୧୮୦୦କୋଟିର ବ୍ୟବସ୍ଥା ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୧୩୬୪କୋଟି ଦିଆଯାଇଛି । ଭିତିଭୂମି ଓ ଗ୍ରାମ୍ୟ ଉନ୍ନୟନ ଉପରେ ଏଥର ସରକାର ଅଧିକ ଫୋକସ୍ କରିଛନ୍ତି । ଏ ବାବଦକୁ ୯ହଜାର ୬୧୧କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଅତିରିକ୍ତ ବଜେଟରେ ।

୨୦୧୯ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଅତିରିକ୍ତ ବଜେଟରେ ବିଜୁ ପକ୍କା ଘର ପାଇଁ ୧୫୦୦କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୨୦୬୫କୋଟି, ସ୍ୱଚ୍ଛ ଭାରତ ମିଶନ ପାଇଁ ୧୦୦୦କୋଟି, ବିଜୁ ଗ୍ରାମ ଜ୍ୟୋତି ଯୋଜନା ପାଇଁ ୭୫କୋଟି ଏବଂ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ‘ଆମ ଘରେ ଏଲ୍ଇଡ଼ି’ ଯୋଜନା ପାଇଁ ୧୦୦କୋଟିର ବ୍ୟବସ୍ଥା ହୋଇଛି । କେବଳ ଗ୍ରାମାଂଚଳ ନୁହେଁ ସହରାଂଚଳ ଉନ୍ନତି ପାଇଁ ମଧ୍ୟ ଅତିରିକ୍ତ ବଜେଟରେ ଧ୍ୟାନ ଦିଆଯାଇଛି । ଓଡ଼଼ିଶା ସରକାରଙ୍କ ଐତିହାସିବ ପଦକ୍ଷେପ ଭାବରେ ବସ୍ତିବାସିନ୍ଦାଙ୍କୁ ଜାଗା ଯୋଗାଇବା ପାଇଁ ଉଦ୍ଦିଷ୍ଟ ‘ଜାଗା ମିଶନ’ ପାଇଁ ୧୦୦କୋଟି ସମେତ ସହରାଂଚଳ ପାଇଁ ୫୮୯ କୋଟି ବ୍ୟୟ ବରାଦ କରାଯାଇଛି ।  ଯଦିଓ ଏଥିରେ କେନ୍ଦ୍ର ସରକାରଙ୍କ ଅଂଶଧନ ରହିବ, ତେବେ ଏହି ଯୋଜନାରେ ରୋଗୀଙ୍କ ବୀମା ରାଶି ପାଇଁ ୬୨କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେହିପରି ନଭେମ୍ବରରେ ଭୁବନେଶ୍ୱରରେ ହେବାକୁ ବିଶ୍ୱ କପ୍ ହକି ପାଇଁ ୨୩ କୋଟି ଏବଂ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ୧୨କୋଟି ଟଙ୍କା, ମହାନଦୀର କଡ଼େ କଡ଼େ ଗଛ ଲଗାଇବା ପାଇଁ ସବୁଜ ମହାନଦୀ ମିଶନକୁ ୩୦କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି ।

ଏ ସବୁକୁ ବିଚାର କଲେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆଉ ବେଶୀ ଦିନ ନୁହେଁ ଖୁବ୍ ଶିଘ୍ର ନବୀନ ମନ୍ତ୍ରୀମଣ୍ଡଳ ଭାଙ୍ଗି ଆଗୁଆ ନିର୍ବାଚନ କରିପାରନ୍ତି। ଯଦି କେନ୍ଦ୍ରରେ ସରକାର ଭାଙ୍ଗି ଦିଆଯାଏ ତେବେ ଲୋକସଭା ସହିତ ବିଧାନସଭା ନିର୍ବାଚନ କରିବା ପାଇଁ ନବୀନ ନିର୍ବାଚନ କମିଶନରଙ୍କୁ ଜଣାଇ ଦେଇଛନ୍ତି। ଫଳରେ ଚଳିତ ଆଗୁଆ ଅତିରିକ୍ତ ବଜେଟ ବର୍ତ୍ତମାନ ସରକାରଙ୍କ ଶେଷ ବଜେଟ ଏଥିରେ ସନ୍ଦେହ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.