Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାମ, ବୈଜୟନ୍ତ,ଖାରବେଳ, ବ୍ରଜ ଓଗେରଙ୍କ ବିକଳ୍ପ ଦଳ ଗଠନ; ଏକ ସ୍ଵପ୍ନଭଙ୍ଗର ଯନ୍ତ୍ରଣା ମାତ୍ର
ବିଶେଷ ଖବର

ଦାମ, ବୈଜୟନ୍ତ,ଖାରବେଳ, ବ୍ରଜ ଓଗେରଙ୍କ ବିକଳ୍ପ ଦଳ ଗଠନ; ଏକ ସ୍ଵପ୍ନଭଙ୍ଗର ଯନ୍ତ୍ରଣା ମାତ୍ର

March 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
No impact of third party in Odisha politics.
No impact of third party in Odisha politics.

କେଦାର ମିଶ୍ର

 ଓଡିଶା ରାଜନୀତିରେ ଗତ ଛଅ ମାସର ଘଟଣାକ୍ରମକୁ ବିଶ୍ଳେଷଣ କଲେ ଗୋଟେ କଥା ଆମ ମନକୁ ବାରମ୍ବାର ଆସିବ, ଆଉ କଥାଟି ହେଉଛି ଏକ ବିକଳ୍ପ ଦଳ ଗଠନର ପ୍ରୟାସ। ବିଜୁ ଜନତା ଦଳରୁ ଯେଉଁ ନେତାମାନେ ବିତାଡିତ ହେଲେ ସେମାନେ ଗଣମାଧ୍ୟମ ଆଗରେ ବୀର ଦରପରେ କହିଲେ ଯେ ସେମାନେ ଗୋଟେ ବିକଳ୍ପ ଦଳ ଗଢି ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳକୁ କ୍ଷମତାଚ୍ୟୁତ କରିବେ। ଏ ପ୍ରକାର ଚିନ୍ତା, ନିଶ୍ଚିତ ଭାବରେ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ନବୀନ ବାବୁ ଗତ ୧୯ ବର୍ଷ ହେଲା ଓଡିଶା ଶାସନ କରୁଛନ୍ତି। ତାଙ୍କର ବିକଳ୍ପ ଖୋଜିବା ଏକ ରାଜନୈତିକ ଆବଶ୍ୟକତା।

ବିଜୁ ଜନତା ଦଳ ଭିତରେ ରହି ଯେଉଁମାନେ ନବୀନଙ୍କୁ ଗୋଟେ ସମୟରେ ନିଜର ଏକମାତ୍ର ନେତା ବୋଲି ଭାବି ତାଙ୍କର ସବୁକଥାକୁ ମନ ପ୍ରାଣ ଦେଇ ସମର୍ଥନ କରୁଥିଲେ, ସେମାନେ ଯେତେବେଳେ ନବୀନଙ୍କ ଦ୍ଵାରା ବିତାଡିତ ବା ପ୍ରତ୍ୟାଖ୍ୟାତ ହେଲେ, ହଠାତ ସେମାନଙ୍କ ମୁଣ୍ଡରେ ବିକଳ୍ପ ଚିନ୍ତା ପଶିଲା। ଗତ ଛଅ ମାସ ଭିତରେ ଏଇ ନେତାମାନେ ବହୁ ବୈଠକ, ଚିନ୍ତନ, ମନ୍ଥନ, ସାମ୍ବାଦିକ ସମ୍ମିଳନୀ, ସାକ୍ଷାତ୍କାର ଓ ସାଧାରଣ ସଭା ଇତ୍ୟାଦି ଜରିଆରେ ଓଡିଶାରେ ଏକ ବିକଳ୍ପ ନିଶ୍ଚୟ ତିଆରି ହେବ ବୋଲି କହି ଆସିଛନ୍ତି। ହେଲେ କଥା ଖାଲି କଥାରେ ରହିଛି, ବିକଳ୍ପ ଦଳ ତିଆରି ହୋଇନାହିଁ। ଗଣମାଧ୍ୟମରେ ସବୁଠୁ ବେଶୀ ବାହାସ୍ଫୋଟ ମାରିଥିବା ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା ଏବେ ପ୍ରାୟ ନୀରବ। ବିକଳ୍ପ ରାଜନୈତିକ ଦଳ ଗଢିବାର କୌଣସି ସମ୍ଭାବନା ଯେ ଆଉ ନାହିଁ, ସେକଥା ପରିଶେଷରେ ପ୍ରମାଣିତ ହୋଇଯାଇଛି।

ଗତ କାଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନ୍ୟୁଜ ଚାନେଲର ଏକ କାର୍ୟକ୍ରମରେ ଯୋଗଦେଇ ବିକଳ୍ପ ଚିନ୍ତା କରୁଥିବା ନେତାମାନେ ନିଜର ନିଜର ନିରାଶା ଅତି ସ୍ପଷ୍ଟ ଭାଷାରେ ବୟାନ କରିଛନ୍ତି। ଅର୍ଥାତ ସ୍ଵପ୍ନ ଭାଙ୍ଗି ଯାଇଛି। ଗୋଟେ ସମୟରେ ଏଇ ସବୁ ବିତାଡିତ ନେତା ଓ ଛୋଟ ଛୋଟ ଦଳର ମହାମେଣ୍ଟ ଗଢିବାର କଲ୍ପନା କରୁଥିବା ଖାରବେଳ ସ୍ଵାଇଁ ଏଇ କାର୍ୟକ୍ରମରେ କହିଥିଲେ ଯେ ଓଡିଶାରେ କେହି କାହାକୁ ନେତା ମାନିବାକୁ ପ୍ରସ୍ତୁତ ନୁହନ୍ତି। ବିକଳ୍ପ ଦଳ ଗଠନ କୁ ଗୋଟେ ପ୍ରକାର ଷଣ୍ଢ ମେଳି ସହ ତୁଳନା କରାଯାଇପାରେ। ଷଣ୍ଢମାନେ ଏକାଠି ହେଲେ ପରସ୍ପରକୁ ଆକ୍ରମଣ କରନ୍ତି ଓ ନିଜ ବାଟରେ ଏକୁଟିଆ ବୁଲନ୍ତି। ଦାମୋଦର ରାଉତ ହୁଅନ୍ତୁ ବା ବୈଜୟନ୍ତ ପଣ୍ଡା, ବ୍ରଜକିଶୋର ତ୍ରିପାଠୀ ହୁଅନ୍ତୁ ବା ଖାରବେଳ ସ୍ଵାଇଁ, ଏମାନେ ସମସ୍ତେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ଯୋଗ୍ୟ ପ୍ରତିଭା ବୋଲି ଭାବନ୍ତି। ତେଣୁ ଗୋଟେ କୋଷରେ ବହୁ ତରବାରୀ ରହିବା ସମ୍ଭବ ହେଉନାଇଁ।

ସବୁଠୁ ମଜାର କଥା ହେଉଛି ଏଇ ନେତାମାନଙ୍କୁ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମଧ୍ୟ ବିଶ୍ବାସକୁ ନେଉନାହାନ୍ତି। ସେଥିଲାଗି ଏବେ ଦାମୋଦର ରାଉତ କହୁଛନ୍ତି, କଂଗ୍ରେସ ଓ ବିଜେପି ନବୀନ ପଟ୍ଟନାୟକ ଜିତନ୍ତୁ ବୋଲି ଚେଷ୍ଟା କରୁଛନ୍ତି। ରାଉତଙ୍କ ମତରେ ରାହୁଲ ଗାନ୍ଧୀ ଓ ନରେନ୍ଦ୍ର ମୋଦୀ ଉଭୟେ ନବୀନଙ୍କର ସମର୍ଥନ ଚାହୁଁଛନ୍ତି। ଇତି ମଧ୍ୟରେ କଂଗ୍ରେସ ବାମ ଦଳ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହିତ ଆସନ ବୁଝାମଣା ପାଇଁ କଥା ହୋଇ ସାରିଛି। କଂଗ୍ରେସ ତରଫରୁ ଦାମ-ବୈଜୟନ୍ତ-ବ୍ରଜ-ଖାରବେଳ ଙ୍କୁ ବିଶେଷ ଗୁରୁତ୍ଵ ଦିଆ ଯାଉନାହିଁ।

ବୈଜୟନ୍ତ ପଣ୍ଡା ବହୁ ଚେଷ୍ଟା ଓ ଚାପ ପ୍ରୟୋଗ ପରେ ମଧ୍ୟ ବିଜେପିରେ ଯୋଗଦେଇ ପାରିନାହାନ୍ତି। ବୈଜୟନ୍ତ ନିଜକୁ ବିଜେପି ଶିବିରରେ ଗ୍ରହଣୀୟ କରାଇବା ପାଇଁ ଗତ କେଇ ବର୍ଷ ହେଲା ପ୍ରଚେଷ୍ଟା କରି ଆସୁଛନ୍ତି। ସଂଘ ବିଚାର ଓ ଦକ୍ଷିଣପନ୍ଥୀ ରାଜନୀତି ସହ ଜଡିତ ବହୁ ବୁଦ୍ଧିଜୀବୀଙ୍କ ସହ ତାଙ୍କର ଘନିଷ୍ଠତା ଥାଇ ମଧ୍ୟ ବିଜେପି ତାଙ୍କୁ ବିଶ୍ବାସକୁ ନେଇ ନାହିଁ।   ଗତ ପାଞ୍ଚବର୍ଷ ଧରି ନରେନ୍ଦ୍ର ମୋଦୀଙ୍କ ସବୁ ନୀତିକୁ ସମର୍ଥନ କରି ବୈଜୟନ୍ତ କଲମା ଚାଳନା କରିଛନ୍ତି। ତେଣୁ ସ୍ଵାଭାବିକ ଭାବରେ କଂଗ୍ରେସର ଜାତୀୟ ନେତୃତ୍ୱ ପାଇଁ ବୈଜୟନ୍ତ ଏକ ଗ୍ରହଣୀୟ ଚେହେରା ନୁହନ୍ତି। ଦିଲ୍ଲୀରେ ବୈଜୟନ୍ତ ଜଣେ ନରମ ଦକ୍ଷିଣପନ୍ଥୀ ଭାବେ ପରିଚିତ। ତେବେ ରାଜନୈତିକ ସୁଯୋଗ ଆଗରେ ଆଦର୍ଶ ଓ ବିଚାରର ବିଶେଷ କିଛି ମୂଲ୍ୟ ନଥାଏ। ଆଜି ମଧ୍ୟ କେନ୍ଦ୍ରାପଡାରୁ ସ୍ଵାଧୀନ ପ୍ରାର୍ଥୀ ଭାବରେ କଂଗ୍ରେସ ସମର୍ଥନରେ ବୈଜୟନ୍ତ ନିର୍ବାଚନ ଲଢିବାକୁ ଆଗ୍ରହୀ। ହେଲେ ତାଙ୍କୁ କଂଗ୍ରେସ ସମର୍ଥନ କରିବା ତ! କଂଗ୍ରେସର ସମର୍ଥନ ହାସଲ କରିବା ଲାଗି ବୈଜୟନ୍ତଙ୍କ ପାଖରେ ସେମିତି ବିଶେଷ କିଛି ସହଜ ବାଟ ନାଇଁ। ସେହିପରି ବିଜେପିର କେନ୍ଦ୍ରାପଡା ନେତୃତ୍ୱ ବୈଜୟନ୍ତଙ୍କୁ ସମର୍ଥନ କରିବା ପାଇଁ ଆଗ୍ରହୀ ନୁହନ୍ତି।

ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା ଏବେ ନିର୍ବାଚନୀ ଗଣିତରେ ଅପ୍ରାସଙ୍ଗିକ ହୋଇ ପଡିଥିବା ବେଳେ ଖାରବେଳ ଓ ବ୍ରଜଙ୍କ ପ୍ରଭାବ କିଛି ବି ନାଇଁ। ଇତିମଧ୍ୟରେ ବିଜେପି ଛାଡିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ରହସ୍ୟମୟ ଭାବରେ ନୀରବ। ସତେକି ଏ ଦୁଇ ନେତା ଏବେ ରାଜନୈତିକ ସନ୍ୟାସରେ! ଏଇ ନେତାମାନେ ସମସ୍ତେ ବ୍ୟକ୍ତିଗତ ଭାବରେ ଜ୍ଞାନୀ ଓ ପ୍ରଭାବଶାଳୀ, ହେଲେ ଦଳ ଗଢି ଗୋଟେ ବିକଳ୍ପ ନିର୍ମାଣ କରିବାରେ ଏମାନେ କେହିବି ଦକ୍ଷ ନୁହନ୍ତି।

ଷଣ୍ଢ ମେଳିରେ ଧୂଳି ଉଡିବା ଛଡା ଅଧିକ କିଛି ଘଟେ ନାଇଁ!

Share. Facebook Twitter LinkedIn Email WhatsApp Copy Link

Related Posts

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026
Latest News

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.