Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆକ୍ରମଣ, ଦୁଇ ଜଣ ଦୁର୍ବୁତ ଆକ୍ରମଣ କରିଛନ୍ତି ବୋଲି ଭିଡିଓ ବାର୍ତ୍ତାରେ ଜଣାଇଲେ ଅର୍ଣ୍ଣବ
ଜାତୀୟ ଖବର

ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆକ୍ରମଣ, ଦୁଇ ଜଣ ଦୁର୍ବୁତ ଆକ୍ରମଣ କରିଛନ୍ତି ବୋଲି ଭିଡିଓ ବାର୍ତ୍ତାରେ ଜଣାଇଲେ ଅର୍ଣ୍ଣବ

April 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗତକାଲି ରାତିରେ ଦୁଇଜଣ ଦୁର୍ବୁତ  ଆକ୍ରମଣ କରିଛନ୍ତି। ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରୀ କରି ନିଜେ ଜଣାଇଛନ୍ତି ଅର୍ଣ୍ଣବ ଗୋସ୍ବାମୀ। ଅର୍ଣ୍ଣବ କହିଛନ୍ତି ଯେ, ଗତକାଲି ରାତିରେ ସେ ମୁମ୍ବାଇସ୍ଥିତ ଅଫିସରୁ ଘରକୁ ଫେରିଥିବା ବେଳେ ଏହି ଆକ୍ରମଣ କରାଯାଇଛି। ଘରୁ ମାତ୍ର 5ଶହ ମିଟର ଦୂରରେ ଏହି ଘଟଣା ଘଟିଛି। ସେ ତାଙ୍କର ଟୋଏଟା କଲୋରା ଗାଡିରେ ପତ୍ନୀଙ୍କ ସହିତ ନିଜେ ଡ୍ରାଇଭ କରି ଆସିବା ବେଳେ ଏହି ଆକ୍ରମଣ କରାଯାଇଛି।

ଅର୍ଣ୍ଣବ କହିଛନ୍ତି ଯେ, ଦୁଇଜଣ ଦୁର୍ବୁତ ଏକ ବାଇକରେ ତାଙ୍କ କାରକୁ ପିଛା କରି ଆସିଲେ। କିଛି ସମୟ ପରେ ସେମାନେ ତାଙ୍କ କାରର ସମାନ୍ତରଳରେ ଆସି ତାଙ୍କୁ ଭଲ କରି ନୀରିକ୍ଷଣ କଲେ। ଏହାପରେ ସେମାନେ ବାଇକ ଜୋରରେ ଆଗକୁ ନେଇ ହଠାତ ଆଗରେ ରଖିଦେଲେ। ଏପରି ପରିସ୍ଥିତି ଦେଖି ଅର୍ଣ୍ଣବ ଭାବିଲେ ଯେ, ସେମାନଙ୍କ ଗାଡି ଖରାପ ହୋଇଗଲା। ଫଳରେ ସେମାନଙ୍କୁ କାଟି ଆଗକୁ ଯିବା ବେଳେ ଏହି ଦୁର୍ବୁତ ପୁଣି ପଛୁଆ ବୁଲି ଅର୍ଣ୍ଣବ ଡ୍ରାଇଭ କରୁଥିବା ପଟକୁ ଆସି ଝରକା ଗ୍ଲାସ ଭାଙ୍ଗିବାକୁ ଚେଷ୍ଠା କଲେ। ଏହା ଦେଖି ତାଙ୍କର ସୁରକ୍ଷା କର୍ମି ଆସିବା ପରେ ଅର୍ଣ୍ଣବ ସେଠାରୁ ଗାଡି ନେଇ ଖସି ଆସିଲେ।

କିଛି ସମୟ ପରେ ସୁରକ୍ଷା କର୍ମି ଆସିବା ପରେ ଏହି ଦୁର୍ବୁତ କିଏ ବୋଲି ଅର୍ଣ୍ଣବ ପଚାରିଥିଲେ। ପରେ ସେମାନେ ମହାରାଷ୍ଟ୍ର ଯୁବ କଂଗ୍ରେସ ସଦସ୍ୟ ବୋଲି ଜଣାପଡିଲା ବୋଲି ଅର୍ଣ୍ଣବ ଏହି ବାର୍ତ୍ତାରେ କହିଛନ୍ତି। କିଛି ସମୟ ପରେ ମୁମ୍ବାଇ ପୋଲିସ ଆସି ଅର୍ଣ୍ଣବଙ୍କୁ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଏ ନେଇ ଅର୍ଣ୍ଣବ ପୋଲିସରେ ଏକ ଅଭିଯୋଗ ମଧ୍ୟ କରିଥିବାର ଜଣାପଡିଛି।

ଗତକିଛି ଦିନ ଧରି ଅର୍ଣ୍ଣବ ତାଙ୍କ ଦ୍ବାରା ପରିଚାଳିତ ରିପ୍ଲବିକ ଟିଭିରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏପରିକି ଦେଶରେ ସାଂପ୍ରଦାୟିକତା ସୃଷ୍ଟି କରିବାରେ କଂଗ୍ରେସ କାମ କରୁଛି ବୋଲି ଅଭିଯୋଗ କରିଥିଲେ। ସେ ତାଙ୍କ ଡିବେଟ୍ ମାଧ୍ୟମରେ ସିଧା ସୋନିଆ ଗାନ୍ଧୀ ଏବଂ ଇଟାଲି ସଂପର୍କକୁ ନେଇ ସମାଲୋଚନା କରିଥିଲେ। ମୁମ୍ବାଇରେ ସାଧୁଙ୍କୁ ଆକ୍ରମଣ କରି ହତ୍ୟା କରିବା ଘଟଣାରେ ସୋନିଆ କାହିଁ ଚୁପ ବୋଲି ପାଟି କରି ଲାଇଭ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେବାରେ ଲାଗିଛି।

ଅର୍ଣ୍ଣବ କଂଗ୍ରେସକୁ ଏପରି ସମାଲୋଚନା କରିଥିବାରୁ କେତେକ କଂଗ୍ରେସ ଶାସିତ ରାଜ୍ୟରେ ତାଙ୍କ ବିରୋଧରେ ଏଫଆଇଆର କରାଯାଇଛି। ଅର୍ଣ୍ଣବ ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଏକ ସାଂପ୍ରଦାୟିକତା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରାଯାଉଛି। ନିକଟରେ ସାଧୁଙ୍କ ହତ୍ୟା ଘଟଣାରେ ଦେଶର ମିଡିଆ ନିରବ ରହିଥିବାରୁ ଅର୍ଣ୍ଣବ ଇଡିଟରସ ଗିଲ୍ଡରୁ ଇସ୍ତଫା ଦେଇଛନ୍ତି।

ArnabAttacked
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.