Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଫେରନ୍ତାଙ୍କ ପାଇଁ ଦୈନିକ ଖର୍ଚ୍ଚ ଘୋଷଣା କଲେ ସରକାର, ବଡଙ୍କୁ ୧୨୦ ପିଲାଙ୍କୁ ୧୦୦ ଟଙ୍କା ସହିତ ଅନ୍ୟାନ୍ୟ
ଜାତୀୟ ଖବର

ଓଡିଶା ଫେରନ୍ତାଙ୍କ ପାଇଁ ଦୈନିକ ଖର୍ଚ୍ଚ ଘୋଷଣା କଲେ ସରକାର, ବଡଙ୍କୁ ୧୨୦ ପିଲାଙ୍କୁ ୧୦୦ ଟଙ୍କା ସହିତ ଅନ୍ୟାନ୍ୟ

April 28, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଫେରନ୍ତାଙ୍କ ପାଇଁ ଦୈନିକ ଖର୍ଚ୍ଚ ଘୋଷଣା କଲେ ସରକାର, ବଡଙ୍କୁ ୧୨୦ ପିଲାଙ୍କୁ ୧୦୦ ଟଙ୍କା ସହିତ ଅନ୍ୟାନ୍ୟ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ  ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓଡ଼ିଆ ସ୍ୱାଭିମାନର ସୁରକ୍ଷା, ଶିଳ୍ପ, ଶିକ୍ଷା ଓ ସାହିତ୍ୟରେ ଉତ୍କର୍ଷ ପ୍ରତିପାଦନ ଏବଂ ରାଜ୍ୟର ପ୍ରଗତିରେ ତାଙ୍କ ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ଓ ପ୍ରେରଣାଦାୟୀ ରହିବ ବୋଲି ସେ କହିଛନ୍ତି।

୨- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‌ଫରେନ୍ସ ଜରିଆରେ କୋଭିଡ୍‌-୧୯ ସଂକ୍ରମଣ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକମାନେ ଯେପରି ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନହୁଅନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଞ୍ଜଫଞ୍ଚଟ୍ଟ;ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁି୩୯; ଆଇନ/ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରାସନ କାର୍ଡ ଥାଉ ବା ନଥାଉ ଶ୍ରମିକ ଓ ତାଙ୍କ ପରିବାର ଯେପରି ରାସନ୍‌ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୩-ମନରେଗାକୁ ଲକ୍ଷ୍ୟଭିତ୍ତିକ କରି ବର୍ତ୍ତମାନ ସୃଷ୍ଟି ହେଉଥିବା ୫ ଲକ୍ଷ ମାନବ ଦିବସକୁ ଆସନ୍ତା ସପ୍ତାହ ସୁଦ୍ଧା ୧୦ ଲକ୍ଷକୁ ବୃଦ୍ଧି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ ବିଭାଗ ତୁରନ୍ତ ଶ୍ରମଭିତ୍ତିକ କାର୍ଯ୍ୟ ଆରମ୍ଭ କରିବା ସହିତ କେନ୍ଦୁପତ୍ର ଶ୍ରମିକମାନଙ୍କ ଜୀବନଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍‌-୧୯ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟ କର୍ମଚାରୀ ହେଉଛନ୍ତି କୋଭିଡ୍‌ ଯୋଦ୍ଧା । ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ବିଷୟ ଘୋଷଣା କରାଯାଇଛି । ସଂପୃକ୍ତ କର୍ମଚାରୀଙ୍କ ମଧ୍ୟରେ ଏ ବାବଦରେ ସଚେତନତା ସୃଷ୍ଟି କରିବା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

୫-ଆଗାମୀ ଦିନରେ ରାଜ୍ୟ ବାହାରୁ ଅନେକ ଶ୍ରମିକ ଫେରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଶୀଘ୍ର ଅଧିକ ସଂଖ୍ୟକ ନମୁନା ପରୀକ୍ଷଣ ପାଇଁ ଆଇସିଏମ୍‌ଆର୍‌ ସ୍ୱୀକୃତିପ୍ରାପ୍ତ ଘରୋଇ ପରୀକ୍ଷାଗାର ବ୍ୟବହାର କରିବା ସହିତ ପରୀକ୍ଷଣ ସଂଖ୍ୟାକୁ ଦୈନିକ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

୬-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶା ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆଙ୍କୁ ସୁବ୍ୟବସ୍ଥିତ ଭାବେ ଆଣିବା ପାଇଁ ବରିଷ୍ଠ ଆଇଏଏସ୍‌ ଅଫିସରମାନଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପଞ୍ଜୀକୃତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା, ଖାଇବା ଓ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ।

୭-ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ରହିବା ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ଅନୁମୋଦନ କରାଯାଇଛି। ଖାଦ୍ୟ ବାବଦକୁ ଦୈନିକ ବୟସ୍କମାନଙ୍କ ପାଇଁ ୧୨୦ ଟଙ୍କା ଏବଂ ୧୪ ବର୍ଷରୁ କମ୍‌ ପିଲାମାନଙ୍କ ପାଇଁ ୧୦୦ ଟଙ୍କା ବ୍ୟବସ୍ଥା ରହିଛି। ବ୍ୟକ୍ତିଗତ ନିତ୍ୟ ବ୍ୟବହାର୍ଯ୍ୟ କିଟ୍‌ ବାବଦକୁ ୩୦୦ ଟଙ୍କା ବ୍ୟବସ୍ଥା ରହିଛି। ପ୍ରତ୍ୟେକ କେନ୍ଦ୍ରର ସଫେଇ, ସ୍ୱଚ୍ଛତା ଏବଂ ସୁରକ୍ଷା ପାଇଁ ଦୈନିକ ସର୍ବାଧିକ ୨୦୦୦ ଟଙ୍କା ଖର୍ଚ୍ଚ କରାଯାଇପାରିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏ ସଂପର୍କରେ ଆବଶ୍ୟକୀୟ ମାର୍ଗଦର୍ଶିକା ଜାରି କରାଯାଇଛି। ପୌରାଞ୍ଚଳରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ମଧ୍ୟ ଏହା ଲାଗୁ ହେବ।

୮-କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ୧୬.୦୭ ଲକ୍ଷ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସଂପୃକ୍ତ ଶ୍ରମିକଙ୍କ ଗ୍ରାମରେ/ଘରେ ଜିଲ୍ଲା/ବ୍ଲକ୍‌ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏହି ସହାୟତା ପ୍ରଦାନ କରାଯାଉଛି । ଏଯାବତ୍‌ ୨୪୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

୯-ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ୭ ଲକ୍ଷ ଗର୍ଭବତୀ ଓ ପ୍ରସୂତି, ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କୁ ମିଶାଇ ୪୧ ଲକ୍ଷ ହିତାଧିକାରୀଙ୍କୁ ମାସିକ ପୁଷ୍ଟିସାଧନ ପାଇଁ ଶୁଖିଲା ଖାଦ୍ୟ ବାବଦକୁ ଛତୁଆ, ଲଡ଼ୁ ଓ ଅଣ୍ଡା ଇତ୍ୟାଦି ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଘରେ ପହଞ୍ଚାଇ ଦିଆଯାଉଛି।

୧୦-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧,୭୨,୯୩୧ ଶଯ୍ୟାବିଶିଷ୍ଟ ମୋଟ ୭୧୨୫ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି।

୧୧-ଆଜି ରାଜ୍ୟର ୫୫୪୩ ଗ୍ରାମ ପଞ୍ଚାୟତରେ ୩,୬୧,୪୮୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୪୧,୦୧୬ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

୧୨-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୭ରୁ ଅପ୍ରେଲ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୪୯ଟି ମାମଲା ଦାୟର କରାଯାଇଛି। ସେଥିରୁ ୪୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ଗୁଜବ ପ୍ରଚାର ପାଇଁ ଏବଂ ୪ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୪୯ ଜଣଙ୍କୁ ଗିରଫ କରାଯାଇଛି।

ପ୍ରବାସୀ ଓଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025

ଆଜି ମହିଳା ବିଶ୍ଵକପ: ଉଦଘାଟନୀ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ, ଜାଣନ୍ତୁ କେମିତି ଦେଖିବେ ମ୍ୟାଚ?

September 30, 2025

ଇଣ୍ଡିଗୋ ବିମାନକୁ ବୋମା ଧମକ, ବିମାନବନ୍ଦରକୁ ଜରୁରୀକାଳୀନ ସତର୍କତା ଜାରି

September 30, 2025
Latest News

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025

ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା

September 30, 2025

ପାକିସ୍ତାନର କ୍ୱେଟାରେ ବଡ଼ ଆତ୍ମଘାତୀ ଆକ୍ରମଣ: ବୋମା ବିସ୍ଫୋରଣରେ ୧୩ ମୃତ, ୩୩ ଆହତ

September 30, 2025

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025

ଆଜି ମହିଳା ବିଶ୍ଵକପ: ଉଦଘାଟନୀ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ, ଜାଣନ୍ତୁ କେମିତି ଦେଖିବେ ମ୍ୟାଚ?

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.